• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Actor Sidharth Shukla
ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ

ଅଭିନେତା ତଥା ବିଗ୍‌ ବସ୍‌ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୦ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତରେ ଆଜି ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି।

Panjshir
ଜାରି ରହିବ ଲଢ଼େଇ : ତାଲିବାନ୍ ସାମ୍ନାରେ ହାର ମାନିବେନି ପଞ୍ଜଶିର ଯୋଦ୍ଧା

ଅଭେଦ୍ୟ ଗଡ଼ରେ ପଶି ପାରୁନାହାନ୍ତି, ତାଲିବାନୀଙ୍କ ପାଇଁ ସହଜ ନୁହେଁ ପଞ୍ଜଶିର ଉପରେ କବଜା କରିବା । ପୂରା ଆଫଗାନିସ୍ତାନକୁ ଅକ୍ତିଆର କରିସାରିଥିବା ତାଲିବାନ ପଞ୍ଜଶିର ଆଡ଼କୁ ଆଡ଼ ଆଖିରେ ଚାହିଁ ପାରୁନି । ପଞ୍ଜଶିର ଅକ୍ତିଆର କରିବାର ସେମାନଙ୍କ ସମସ୍ତ ଉଦ୍ୟମ ବିଫଳ ହେଉଛି ।

Chandan Mitra
ପୂର୍ବତନ ସାଂସଦ ଚନ୍ଦନ ମିତ୍ରାଙ୍କ ପରଲୋକ

ଭାରତୀୟ ଜନତା ପାର୍ଟିର ପୂର୍ବତନ ସାଂସଦ ତଥା ସାମ୍ବାଦିକ ଚନ୍ଦନ ମିତ୍ରଙ୍କର ୬୫ ବର୍ଷ ବୟସରେ ଗତକାଲି ରାତିରେ ପରଲୋକ ହୋଇଯାଇଛି। ଏ ନେଇ ତାଙ୍କର ପୁଅ କୁଶନ ମିତ୍ର ଟୁଇଟ କରି ସୂଚନା ଦେଇଛନ୍ତି।

city bus pass
୨୫ ଟଙ୍କାରେ ବସ୍ ପାସ୍ : ଡିଜିଟାଲ ଟିକେଟ୍ ନେଇ ବୁଲିପାରିବେ ପୂରା ଦିନ

ପାଟନା ସିଟି ବସ୍ ସେବା ପାଇଁ ମାତ୍ର ୨୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ୨୪ ଘଣ୍ଟା ପାଇଁ ପାଇଁ ବୈଧ ହେବ ଏହି ପାସ୍ । ଜଣେ ଯାତ୍ରୀ ରାତି ୧୨ଟା ସମୟରେ ପାସ୍ କଲେ, ପରଦିନ ରାତି ୧୨ଟା ପର୍ଯ୍ୟନ୍ତ ଯାତ୍ରା କରିପାରିବେ । ସକାଳ ୭ ଟାରେ ଅଫିସ୍ ଯିବାବେଳେ କେହି ପାସ୍ ନେଲେ ସନ୍ଧ୍ୟାରେ ଫେରିବା ପରେ ମଧ୍ୟ ସେହି ପାସରେ ଘରକୁ ଫେରିହେବ ।

Separatist Leader Syed Ali Shah Geelani
ପରଲୋକରେ ଜମ୍ମୁକଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ଶାହା ଗିଲାନୀ

ଜାମ୍ମୁ ଓ କଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲି ଶାହା ଗିଲାନୀଙ୍କର ୯୨ ବର୍ଷ ବୟସରେ ଶ୍ରୀନଗରଠାରେ ପରଲୋକ  ହୋଇଯାଇଛି।ଦୀର୍ଘଦିନ ଅସୁସ୍ଥ ରହିବା ପରେ ବୁଧବାର ରାତି ସାଢେ ୧୦ଟାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। 

cbi
ଅନୀଲ ଦେଶମୁଖଙ୍କ ଆର୍ଥିକ ଦୁର୍ନୀତି ମାମଲା : ନିଜର ଜଣେ କର୍ମଚାରୀଙ୍କୁ ଗିରଫ କଲା CBI

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଆର୍ଥିକ ଦୁର୍ନୀତି ମାମଲାରେ ଓକିଲ ଆନନ୍ଦ ଡାଗାଙ୍କ ପରେ ସିବିଆଇ ବର୍ତ୍ତମାନ ନିଜର ଜଣେ ଅଧିକାରୀଙ୍କୁ ଗିରଫ କରିଛି । ସିବିଆଇ ସବ୍-ଇନ୍ସପେକ୍ଟର ଅଭିଷେକ ତିୱାରୀ ଲାଞ୍ଚ ନେଇ ପ୍ରାଥମିକ ତଦନ୍ତ ରିପୋର୍ଟ ଲିକ୍ କରିଥିବା ଅଭିଯୋଗ ହୋଇଛି । ଅଭିଷେକ ତିୱାରୀ ବର୍ତ୍ତମାନ ସିବିଆଇରେ ଅଟକ ଅଛନ୍ତି ।

joe-biden-told-ashraf-ghani
ବାଇଡେନ୍ ଓ ଘନିଙ୍କ ଶେଷ ଫୋନ୍ କଲ୍ ଲିକ୍ : ତାଲିବାନ୍ କବଜା ପୂର୍ବରୁ ଉଭୟଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା ?

ତାଲିବାନ୍ ଆକ୍ରମଣ ପୂର୍ବରୁ ମିଳିଥିଲା କି ଆଭାଷ ? ଆତଙ୍କବାଦୀ ସଂଗଠନ ତାଲିବାନ ଚଳିତ ବର୍ଷ ଅଗଷ୍ଟ ୧୫ରେ ଆଫଗାନିସ୍ତାନ କବଜା କରିଥିଲା । ଏହାର ୨୩ ଦିନ ପୂର୍ବରୁ ଅର୍ଥାତ ଜୁଲାଇ ୨୩ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆଶରଫ ଘନିଙ୍କ ମଧ୍ୟରେ ଶେଷ ଥର ପାଇଁ ଆଲୋଚନା ହୋଇଥିଲା ।

government jobs in bank
୧୯୦ ବ୍ୟାଙ୍କ ଅଫିସର ପଦବୀ ପାଇଁ ଦରଖାସ୍ତ ଆହ୍ୱାନ

ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ଖାଲି ପଡ଼ିଥିବା ୧୯୦ ପଦବୀ ପୂରଣ ହେବ। ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କଠାରୁ ଆବେଦନପତ୍ର ଆହ୍ୱାନ କରାଯାଇଛି

Unemployment In India
’ଅଗଷ୍ଟ ମାସରେ ବୃଦ୍ଧି ପାଇଛି ବେକାରୀ ସମସ୍ୟା, ଚାକିରି ହରାଇଛନ୍ତି ୧୫ ଲକ୍ଷ ଲୋକ’

ଦିନକୁ ଦିନ ଉତ୍କଟ ହେଉଛି ବେକାରୀ ସମସ୍ୟା । ମହାମାରୀ ଠାରୁ ବି ଭୟଙ୍କର । ଗୋଟିଏ ପଟେ କରୋନା ତଳିତଳାନ୍ତ କରୁଥିବା ବେଳେ ଅନ୍ୟପଟେ ବେକାରୀ ସମସ୍ୟା ସାଧାରଣ ଲୋକଙ୍କ ଅଣ୍ଟା ଭାଙ୍ଗି ଦେଲାଣି । କୋରୋନାର ଦ୍ୱିତୀୟ ଲହରୀ ଲୋକଙ୍କ ଜୀବନ ଜୀବିକା ଛଡ଼ାଇ ନେଇଛି ।

Amruta Karande
ଅଟୋ ଚଳାନ୍ତି ବାପା : ଝିଅକୁ ମିଳିଲା ବାର୍ଷିକ ୪୧ ଲକ୍ଷ ପ୍ୟାକେଜର ଚାକିରି

କରୋନା କାଳରେ ଅନକ ଲୋକଙ୍କ ଚାକିରି ଚାରିଯାଇଥିବା ବେଳେ ଅନେକଙ୍କ ଦରମା କଟିଇଛି । କିନ୍ତୁ ଏହାରି ମଧ୍ୟରେ ଏପରି କିଛି ପ୍ରେରଣାଦାୟକ କାହାଣୀ ସାମ୍ନାକୁ ଆସିଛି, ଯାହା ଲୋଙ୍କ ମନୋବଳ ଦୃଢ଼ କରିବ ନିଶ୍ଚୟ । ଏପରି ଏକ କାହାଣୀ ହେଉଛି କୋଲହାପୁରର ବାସିନ୍ଦା ଅମୃତା କରାନ୍ଦେଙ୍କର ।

Sher Mohammad Abbas
ଆତଙ୍କୀ ସଂଗଠନର ଟପ୍‌ ଲିଡର୍‌ ଶେରୁ ଭାରତରେ ନେଇଥିଲେ ସେନା ପ୍ରଶିକ୍ଷଣ

ଆଫଗାନ୍ ଆର୍ମି ଛା଼ଡ଼ି ତାଲିବାନରେ ମିଶିବା ପରେ, କେବଳ ଭଲ ଇଂରାଜୀ କହିପାରୁଥିବାରୁ ତାଙ୍କୁ ୧୯୯୬ ତାଲିବାନ ଶାସନ ବେଳେ ଉପ-ବୈଦେଶିକ ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦପଦବୀ ମିଳିଥିଲା। ତାଲିବାନ ଆଫଗାନିସ୍ତାନ କବ୍‌ଜା କରିବା ପରେ ସଂଗଠନର ଜଣେ ପ୍ରମୁଖ ଚେହେରା ଭାବେ ସାମ୍‌ନାକୁ ଆସିଛନ୍ତି ଷ୍ଟାନିକଜାଇ।

Taliban
ତାଲିବାନକୁ ଶୁଭେଚ୍ଛା ସହ ଅଲକାଏଦାର ବଡ଼ ଆହ୍ୱାନ, ଇସ୍ଲାମ ଶତ୍ରୁଙ୍କୁ ବେଦଖଲ କର !

ଆମେରିକୀୟ ସୈନ୍ୟ କାବୁଲ ଛାଡିବା ପରେ ତାଲିବାନ୍‌କୁ ଅଲ-କାଏଦାର ଶୁଭେଚ୍ଛା । କାଶ୍ମୀର ସମେତ ସୋମାଲିଆ, ୟେମେନ୍ ଏବଂ ଲିଭେଣ୍ଟ ଅର୍ଥାତ୍ ପାଲେଷ୍ଟାଇନ, ଜୋର୍ଡାନ,ଲେବାନନ୍ ଓ ସିରିଆକୁ ଇସ୍ଲାମର ଶତ୍ରୁଙ୍କ କବଳରୁ ଉଦ୍ଧାର କରିବାକୁ ଆହ୍ୱାନ ଦେଇଛି ଅଲ-କାଏଦା ।

corona virus
ପୁଣି ଫେରିବ ଲକ୍‌ଡାଉନ୍, କେନ୍ଦ୍ର ସରକାର ଦେଲେ ଇଶାରା

ସାରା ଦେଶରେ କରୋନା ସଂକ୍ରମଣ କମୁଥିବା ବେଳେ କେବଳ କେରଳରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏଥିପାଇଁ ଏହାର ଆଖପାଖ ରାଜ୍ୟ ବି ଆତଙ୍କିତ । ହଠାତ୍ କେରଳରେ ଏତେ ମାତ୍ରାରେ ସଂକ୍ରମଣ ବଢ଼ିଲା କାହିଁକି ?

Garbage Collect
ଅଳିଆ ଗୋଟେଇ କୋଟିପତି ହେଲେ ମହିଳା

ପ୍ରାୟତଃ ଏପରି ଅନେକ ଘଟଣା ଦେଶ ଦୁନିଆରେ ସାମ୍ନାକୁ ଆସେ ଯାହା ଜାଣିବା ପରେ ମଧ୍ୟ ବିଶ୍ୱାସ କରି ହୁଏନି। ସେହିପରି ଏକ ଘଟଣା ହେଲା ଜଣେ ମହିଳା ଚାକିରି ଛାଡି ଅଳିଆ ସଂଗ୍ରହ କରିବା ଆରମ୍ଭ କରିଥିଲେ। ଦେଖୁ ଦେଖୁ ଏହି ମହିଳା କିଛି ଦିନ ମଧ୍ୟରେ କୋଟିପତି ହୋଇଯାଇଛନ୍ତି। ଏହି ମହିଳାଙ୍କ କାହାଣୀ ଶୁଣିବା ପରେ ସେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ।

Miss Jharkhand Suravi
ଅଳିଆ ଗଦାରେ କ୍ୟାଟ୍‌ୱାକ୍‌ କଲେ ଝାଡଖଣ୍ଡ ସୁନ୍ଦରୀ ! ଲୋକ ତାଜୁବ୍‌, ଭାଇରାଲ ହେଲା ଭିଡିଓ

ଡମ୍ପିଂ ୟାର୍ଡରେ କ୍ୟାଟ୍‌ ୱାକ୍‌ କଲେ ଝାଡ଼ଖଣ୍ଡ ସୁନ୍ଦରୀ । ଭାଇରାଲ ହେଲା ଭିଡିଓ । ଉଦେଶ୍ୟ ଥିଲା ନିଆରା । ଦୁର୍ଗନ୍ଧମୟ ଡମ୍ପିଂ ୟାର୍ଡ ପଶି ଅଳିଆ ଗଦା ଉପରେ ଚଢ଼ିଲେ ଆଉ ସେଠାରେ କଲେ ରାମ୍ପ ଶୋ’।

Taliban-Panjshir
ତାଲିବାନ ଓ ପଞ୍ଜଶୀର ନେତାଙ୍କ ଆଲୋଚନା ବିଫଳ

ତାଲିବାନ ଓ ପଞ୍ଜଶୀର ନେତାଙ୍କ ମଧ୍ୟରେ ଚାଲିଥିବା ଆଲୋଚନା ବିଫଳ ହୋଇଛି। ନ୍ୟୁଜ୍ ଏଜେନ୍ସି ଏଏଫ୍‌ପି ବୁଧବାର ଏହି ସୂଚନା ଦେଇଛି। ତାଲିବାନର ଆୟୋଗ ତଥା ମାର୍ଗଦର୍ଶନ ଆୟୋଗର ମୁଖ୍ୟ ମୁଲ୍ଲା ଅମୀର ଖାନ ମୁତ୍ତକି କହିଛନ୍ତି ଯେ ପରୱାନ ପ୍ରଦେଶରେ ବୟସ୍କ ଆଦିବାସୀ ତଥା ପଞ୍ଜଶୀର ନେତାଙ୍କ ସହ ଆଲୋଚନା କରିବା ବୃଥା ହୋଇଛି।

Delhi schools reopening guidelines
ଏବେ ବି ଯାଇନି ଭୟ ! ସ୍କୁଲ ଖୋଲିଲା କିନ୍ତୁ ପିଲାଙ୍କୁ ଛାଡ଼ିଲେନି ବାପା-ମାଆ

ଦେଶରେ କରୋନା ମହାମାରୀର ପ୍ରକୋପ ଧିରେ ଧିରେ କମିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ସ୍କୁଲ କଲେଜ ଖୋଲିଥିବା ନେଇ ଜଣାପଡ଼ିଛି । 

Allhabad High Court
ଗାଈକୁ ରାଷ୍ଟ୍ର ପଶୁ ଘୋଷଣା କରାଯାଉ : ଆଲ୍ହାବାଦ ହୋଇକୋର୍ଟ

ଆଲ୍ହାବାଦ ହାଇକୋର୍ଟ ଏକ ମାମଲାର ଶୁଣାଣି କରି ଗାଈକୁ ନେଇ ଏକ ମହତ୍ତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଗୋରକ୍ଷାକୁ କୌଣସି ବି ଧର୍ମ ସହିତ ଯୋଡିବା ଆବଶ୍ୟକ ନାହିଁ। ଗାଈକୁ ଏବେ ରାଷ୍ଟ୍ରୀୟ ପଶୁ ଘୋଷଣା କରିଦେବା ଉଚିତ। କେନ୍ଦ୍ରକୁ ଏହା ଉପରେ ବିଚାର କରିବାର ଅଛି।

Harish Rawat
ପଞ୍ଜାବରେ କଂଗ୍ରେସ ସ୍ଥିତି ବିଗୁଡ଼ୁଛି, ବୁଲି ବୁଲି ଅସନ୍ତୁଷ୍ଟଙ୍କୁ ମନାଉଛନ୍ତି ପ୍ରଭାରୀ

ପଞ୍ଜାବ କଂଗ୍ରେସରେ ଅସ୍ଥିରତା ଲାଗି ରହିଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଓ ପିସିସି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଲାଗି ରହିଛି ଛକାପଞ୍ଝା ।

Afghanistan People
ବ୍ୟାଙ୍କ ଆଗରେ ଆଫଗାନବାସୀଙ୍କ ଲମ୍ବା ଧାଡ଼ି, ସେପଟେ ଆଶା ଆଶଙ୍କାରେ ମହିଳା

ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ହେବାର ଦିନକ ପରେ ଦେଶର ବିଭିନ୍ନ ସ୍ଥାନରେ ତାଲିବାନ ଓ ଏହାର ସମର୍ଥକମାନେ ଉତ୍ସବ ମନାଇଛନ୍ତି । ଦୀର୍ଘ ୨୦ ବର୍ଷ ପରେ ଆଫଗାନ ଆମେରିକା ସେନା କବଳରୁ ମୁକ୍ତ ହୋଇଥିବା ନେଇ ତାଲିବାନ ଓ ସମର୍ଥକ ଖୁସି ମନାଇଛନ୍ତି ।

Rain
ବର୍ଷାରେ ବେହାଲ ଦିଲ୍ଲୀ; ୧୯ ବର୍ଷର ରେକର୍ଡ ଭାଙ୍ଗିଲା, ଆହୁରି ବର୍ଷିବ !

ଲଗାଣ ବର୍ଷାରେ ଦିଲ୍ଲୀ ବେହାଲ । ଗତକାଲିଠାରୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଲାଗି ରହିଛି । ଫଳରେ ଅନେକ ସ୍ଥାନରେ ପାଣି ଜମି ରହି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

saira banu
ଅଭିନେତ୍ରୀ ସାଇରା ବାନୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ, ଆଇସିୟୁରେ ଭର୍ତ୍ତି

ଟ୍ରାଜେଡି କିଙ୍ଗ ଦିଲୀପ କୁମାରଙ୍କର କିଛି ମାସ ପୂର୍ବରୁ ଦେହାନ୍ତ ହୋଇଥିବା ବେଳେ ଏବେ ତାଙ୍କ ପତ୍ନୀ ଏବଂ ପ୍ରସିଦ୍ଧ ଅଭିନେତ୍ରୀ ସାଇରା ବାନୁଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଛି । ଏନେଇ ସାଇରା ବାନୁଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରକ୍ତଚାପ ଜନିତ ସମସ୍ୟା ଥିବାରୁ ସାଇରା ବାନୁଙ୍କୁ ହିନ୍ଦୁଜା ହସ୍ପିଟାଲର ଆଇସିୟୁ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି ।

Tortoise
କଇଁଛ କାହିଁକି ବଞ୍ଚେ ଦୀର୍ଘ ସମୟ

ପୃଥିବୀ ପୃଷ୍ଠରେ ଏକମାତ୍ର ଜୀବ ହେଉଛି କଇଁଛ ଯିଏ ସବୁଠାରୁ ଅଧିକ ବର୍ଷ ବଞ୍ଚିଥାଏ। ଏହାର କେତେକ ପ୍ରଜାତି ୧୫୦ ବର୍ଷରୁ ଅଧିକ ମଧ୍ୟ ଜୀଇଁଥାନ୍ତି। ତେବେ ଏହାର ପଛରେ କ’ଣ ରହିଛି କାରଣ? କ’ଣ ରହିଛି ବାୟୋଲୋଜିକାଲ୍ ପ୍ରୋସେସ୍ ଯେଉଁ କାରଣରୁ କଇଁଛ ଦୀର୍ଘ ଜୀବନ ବଞ୍ଚିପାରେ?

Joe Biden With Asraf Ghani
ଆଫ୍‌ଗାନିସ୍ତାନ ଆସୁଛନ୍ତି ୧୫ ହଜାର ପାକିସ୍ତାନୀ ଆତଙ୍କବାଦୀ, ୨୩ ଜୁଲାଇରେ ବାଇଡେନ୍‌ଙ୍କୁ କହିଥିଲେ ଘନି

ଗତ ଅଗଷ୍ଟ ୧୫ରେ ଆଫଗାନିସ୍ତାନକୁ ଦଖଲ କରିନେଲା ତାଲିବାନ । ଏହା ସାରା ବିଶ୍ୱ ଦେଖିଲା । ହେଲେ ୧୫ ତରିଖ ପୂର୍ବରୁ ପାଖାପାଖି ୧୦ରୁ ୧୫ ହଜାର ପାକିସ୍ତାନୀ ଆତଙ୍କବାଦୀ ଆଫ୍‌ଗାନିସ୍ତାନରେ ପ୍ରବେଶ କରିଥିବା ନେଇ ଏବେ ଖବର ସାମ୍ନାକୁ ଆସୁଛି ।

Farah Khan Covid Positive
ଦୁଇ ଡୋଜ୍ ଟିକା ପରେ ବି ଫରାହ ଖାନ୍ ହେଲେ କରୋନା ପଜିଟିଭ୍

ବଲିଉଡ୍‌ର ଜଣାଶୁଣା କୋରିଓଗ୍ରାଫର ତଥା ଡାଇରେକ୍ଟର ଫରାହ ଖାନଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍‌ ଆସିଛି। ବର୍ତ୍ତମାନ ଫରାହ ଜୀ ଟିଭିରେ ଆସିବାକୁ ଥିବା କମେଡୀ ଶୋରେ ଜଜ ଭୂମିକାରେ ନଜର ଆସୁଥିଲେ। ଏହା ଛଡା ଫରାହ ଆହୁରି କିଛି ରିଏଲିଟି ଶୋରେ ମଧ୍ୟ ବ୍ୟସ୍ତ ଥିଲେ। କିଛି ଦିନ ପୂର୍ବରୁ ସେ ତାଙ୍କ ସାଙ୍ଗ ଶିଳ୍ପା ଶେଟ୍ଟୀଙ୍କ ସହ ଡ୍ୟାନ୍ସ ରିଏଲିଟି ଶୋ ‘ସୁପର୍ ଡ୍ୟାନ୍ସର ୪’ ସେଟ୍‌ରେ ସୁଟିଂ କରୁଥିବା ଅବସରରେ ମଧ୍ୟ ନଜର ଆସିଥିଲେ।