Advertisment

ଫେଲ ମାରିଲା ଆମେରିକା, ପାସ୍‌ କଲା ତାଲିବାନ

ଆମେରିକା କଥା ମିଛ ସାବ୍ୟସ୍ତ ହେଲା। ଆଫଗାନିସ୍ତାନରେ ଛାଡ଼ି ଦେଇ ଆସିଥିବା ବିମାନରେ ଏବେ ମନଖୋଲା ଆକାଶରେ ଉଡୁଛନ୍ତି ତାଲିବାନୀ ଆତଙ୍କୀ। ପ୍ରାୟ ୨୦ ବର୍ଷ ପରେ ଅଗଷ୍ଟ ୩୦ ତାରିଖ ରାତି ପ୍ରାୟ ୧୧ ଟା ୫୫ ମିନିଟ୍‌ରେ କାବୁଲ ଏୟାରପୋର୍ଟରୁ ଉଡ଼ିଥିଲା ଆମେରିକାର ଶେଷ ବିମାନ

author-image
Sarbeswar
Taliban

Taliban

କାବୁଲ: ଆମେରିକା କଥା ମିଛ ସାବ୍ୟସ୍ତ ହେଲା। ଆଫଗାନିସ୍ତାନରେ ଛାଡ଼ି ଦେଇ ଆସିଥିବା ବିମାନରେ ଏବେ ମନଖୋଲା ଆକାଶରେ ଉଡୁଛନ୍ତି ତାଲିବାନୀ ଆତଙ୍କୀ। ପ୍ରାୟ ୨୦ ବର୍ଷ ପରେ ଅଗଷ୍ଟ ୩୦ ତାରିଖ ରାତି ପ୍ରାୟ ୧୧ ଟା ୫୫ ମିନିଟ୍‌ରେ କାବୁଲ ଏୟାରପୋର୍ଟରୁ ଉଡ଼ିଥିଲା ଆମେରିକାର ଶେଷ ବିମାନ। କିନ୍ତୁ କାବୁଲ ଛାଡ଼ିବା ପୂର୍ବରୁ ନିଜର ସମସ୍ତ ଯୁଦ୍ଧାସ୍ତ୍ର ଏବଂ ହେଲିକପ୍ଟର ସହ ଯୁଦ୍ଧ ବିମାନକୁ ଅକାମୀ କରଦେଇଥିବା ଆମେରିକା ସ୍ପଷ୍ଟ କରିଦେଇଥିଲା। ଯାହା ଫଳରେ ଆମେରିକାର କୌଣସି ଯୁଦ୍ଧାସ୍ତ୍ର କିମ୍ବା ଯୁଦ୍ଧ ବିମାନ ବ୍ୟବହାର କରିପାରିବ ନାହିଁ ତାଲିବାନ। କିନ୍ତୁ ସବୁ ଓଲଟ ପାଲଟ ହୋଇଯାଇଛି। କାରଣ ଆମେରିକାର ସବୁ ଯୁଦ୍ଧ ଜାହାଜକୁ ସଜାଡ଼ି ତାଲିବାନ ରାଜ୍‌ କରୁଛି ଆଫଗାନିସ୍ତାନରେ। ଯାହାକୁ ନେଇ ଏବେ ଉଠିଲାଣି ପ୍ରଶ୍ନ।

Advertisment

ଏଠାରେ ପ୍ରଶ୍ନ ଉଠୁଛି କଣ ବିଶ୍ୱକୁ ମିଛ କହିଥିଲା ଆମେରିକା? ଯଦି ଆମେରିକା ଜାଣିଶୁଣି ଏପରି କାମ କରିଛି ତେବେ ପୂରା ବିଶ୍ୱ ପାଇଁ ବିପଦ ସୃଷ୍ଟି କରିପାରେ ତାଲିବାନ। କିନ୍ତୁ ଏବେ ମନଇଚ୍ଛା ଆଉ ଖୁଲମଖୁଲା ଆକାଶରେ ପଇଁତରା ମାରୁଛି ତାଲିବାନ।

ଆମେରିକା ଛାଡିଯାଇଥିବା ୨ଟି ବ୍ଲାକ୍‌ ହକ୍‌ ହେଲିକପ୍ଟରକୁ ଆଫଗାନିସ୍ତାନର ଇଞ୍ଜିନିୟରିଂ ଟିମ୍‌କୁ ବ୍ୟବହାର କରି ସେଗୁଡିକୁ ଠିକ୍‌ କରିନେଇଛନ୍ତି ଏବଂ ଉଡାଇବାରେ ଲାଗିଛନ୍ତି ତାଲିବାନୀ ଆତଙ୍କୀ।

Advertisment

ତେବେ ଏହି ଘଟଣା ଜଣାପଡ଼ିବା ପରେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆଫଗାନିସ୍ତାନ ସେନାର ନକୀବ ହିମ୍ମତ ନାମକ ଜଣେ ପାଇଲଟ ନିଜ ଫେସବୁକ୍‌ରେ ସାଇଟ୍‌ରେ ଏହାକୁ ସେୟାର କରିବା ସହ , ଆମେରିକା ଛାଡ଼ି ଦେଇଥିବା ବିମାନଗଡିକୁ ପୁଣିଥରେ ବ୍ୟବହାର କରିବାରେ ଲାଗିଲାଣି ତାଲିବାନ ବୋଲି କହିଛନ୍ତି।

ଏଠାରେ ସ୍ପଷ୍ଟ କରୁଛୁ କି, ଚୁକ୍ତି ଅନୁସାରେ, ଆମେରିକା ନିଜ ସୈନ୍ୟମାନଙ୍କୁ ଆଫଗାନିସ୍ତାନରୁ ପ୍ରତ୍ୟାହାର କରିନେଇଛି। ଆଉ ନିଜର ସାଥୀରେ ଆଣିଥିବା ଅନେକ ଯୁଦ୍ଧାସ୍ତ୍ର କିନ୍ତୁ ଆଫଗାନିସ୍ତାନ ଏୟାରବେସ୍‌ରେ ଛାଡ଼ିଦେଇ ଯାଇଛି। ଆଉ ଏବେ ତାହାକୁ ପୁଣି ଥରେ ବ୍ୟବହାର କରିବାରେ ଲାଗିଛି ତାଲିବାନ। କୁହାଯାଉଛି, ଆମେରିକାଠୁ ବି ଅଧିକ ଶକ୍ତିଶାଳୀ ଜ୍ଞାନକୌଶଳ ତାଲିବାନ ପାଖରେ ରହିଛିଯ ।ଯାହାଦ୍ୱାରା ନଷ୍ଟ ହୋଇଥିବା ବିମାନକୁ ପୁଣି ଥରେ ଆକାଶରେ ଉଡ଼ାଇବାକୁ ସକ୍ଷମ ହୋଇଛି ତାଲିବାନ। ତେବେ ଏନେଇ ତାଲିବାନ ପକ୍ଷରୁ କୁହାଯାଇଛି ଯେ, ଆମେରିକା ଆଫଗାନିସ୍ତାନରେ ଅନେକ ବିମାନ ଛାଡ଼ି ଦେଇଥିଲା କିନ୍ତୁ ତାହାକୁ ଅକାମୀ କରିଦେଇଥିଲା। କିନ୍ତୁ ଆମେ ନିଜସ୍ୱ ଜ୍ଞାନକୌଶଳ ବ୍ୟବହାର କରି ସେ ଗୁଡ଼ିକୁ ମରାମତି କରିଛୁ ଏବଂ ତାହା ଏବେ ଆକାଶରେ ଉଡ଼ିପାରୁଛି। କିନ୍ତୁ ତାଲିବାନ ଆମେରିକା ଯୁଦ୍ଧାସ୍ତ୍ର ବ୍ୟବହାର କରିବା ଦ୍ୱାରା ସାରା ବିଶ୍ୱ ଏବେ ଚିନ୍ତା ପ୍ରକାଶ କରିଛି।

America Taliban Taliban Attack Afghanistan
Advertisment
Advertisment