• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ ଅଖରୋଟ୍

  • ହାଡ଼କୁ ମଜବୁତ କରାଏ ଅଖରୋଟ୍

ସାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ପାଇଁ ଅଖରୋଟ୍ ବହୁତ ଲାଭଦାୟକ ଅଟେ । ଆଜି ଆମେ ଅଖରୋଟର ବିଭିନ୍ନ ଲାଭଦାୟକ ଉପକାରିତା ବିଷୟରେ କହିବାକୁ ଯାଉଛୁ । ଯଦି ଆପଣ ପ୍ରତିଦିନ ଅଧା କପ୍ ଅଖରୋଟ ଖାଆନ୍ତି, ତେବେ ହୃଦରୋଗ ହେବାର ଆଶଙ୍କା କମିଯାଏ ଏବଂ କୋଲେଷ୍ଟ୍ରଲ ୮.୫ ପ୍ରତିଶତ କମିଯାଏ । ତେବେ ଚାଲନ୍ତୁ ଜାଣିବା ଅଖରୋଟ୍ ବିଭିନ୍ନ ଉପକାରିତା ବିଷୟରେ..

  • ହୃଦ୍‌ରୋଗ ପାଇଁ ଅଖରୋଟ୍ ଅତ୍ୟନ୍ତ ଲାଭଦାୟକ ଅଟେ । ଦିନକୁ ଅଳ୍ପ କିଛି ଅଖରୋଟ୍ ଖାଇବା ଦ୍ୱାରା ରକ୍ତଚାପ ମଧ୍ୟ କମିଯାଏ। ଅଖରୋଟ୍‌ରେ ଓମେଗା ଫ୍ୟାଟି ଏସିଡ୍ ରହଥାଏ, ଯାହା ଶରୀରରେ ଖରାପ କୋଲେଷ୍ଟ୍ରୋଲ୍ ହ୍ରାସ କରିବା ଏବଂ ଭଲ କୋଲେଷ୍ଟ୍ରୋଲ୍ ଉତ୍ପାଦନକୁ ଉତ୍ସାହିତ କରିବାରେ ସହାୟକ ହୋଇଥାଏ ।
  • ଅଖରୋଟ୍ ଖାଇବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା କମ୍ ଥାଏ । ଅଖରୋଟ୍‌ରେ ଓମେଗା - ଫ୍ୟାଟି ଏସିଡ୍, ପଲିଫେନୋଲ୍ ଏବଂ ୟୁରୋଲିଥିନ ଭରପୂର ରହିଥାଏ । ଆମେରିକୀୟ ଆସୋସିଏସନ ଫର କର୍କଟ ଅନୁସନ୍ଧାନରେ ଦର୍ଶାଯାଇଛି ଯେ ପ୍ରତିଦିନ ଅଳ୍ପ କିଛି ବାଦାମ ଖାଇବା ଦ୍ୱାରା ସ୍ତନ କର୍କଟ ହେବାର ଆଶଙ୍କା କମ୍ ଥାଏ ।
  • ସ୍ମରଣ ଶକ୍ତି ବଢାଏ ଅଖରୋଟ୍ । ଅଖରୋଟ୍ରେ ଥିବା ଓମେଗା -3 ଫ୍ୟାଟି ଏସିଡ୍ ମଧ୍ୟ ମସ୍ତିଷ୍କ ପାଇଁ ଭଲ ଅଟେ । ପ୍ରତିଦିନ ଅଖରୋଟ୍ ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ ।
  • ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ ଅଖରୋଟ୍ । ବାଦାମରେ ରହିଛି ଆଣ୍ଟିଅକ୍ସିଡାଣ୍ଟ ଯାହା ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀକୁ ସୁସ୍ଥ ରଖେ ଏବଂ ରୋଗ ଆରମ୍ଭକୁ ରୋକିଥାଏ । ପ୍ରତିଦିନ ଅଖରୋଟ୍ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।
  • ହାଡ଼କୁ ମଜବୁତ କରାଏ ଅଖରୋଟ୍ । ଅଖରୋଟ୍‌ରେ ଆଲଫା-ଲିନୋଲେନିକ୍ ଏସିଡ୍ ନାମକ ଏକ ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍ ରହିଥାଏ । ଏହି ଏସିଡ୍ ହାଡ଼କୁ ମଜବୁତ କରିବାରେ ସହାୟକ ହୋଇଥାଏ ।
  • ଅଖରୋଟ୍ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ । ଅଖରୋଟ୍‌ରେ  ମେଲାଟୋନିନ୍ ଥାଏ । ଯାହାକି ଭଲ ନିଦ୍ରା ଦେବା ସହ ରକ୍ତଚାପରୁ ମୁକ୍ତି କରିଥାଏ ।