• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବର୍ବରତାର ସୀମା ଟପିଲା ତାଲିବାନ୍

  • ଗର୍ଭବତୀ ଥିଲେ ମହିଳା ପୋଲିସ୍ ଅଧିକାରୀ ନିଗାରା

  • ସ୍ୱାମୀ ଓ ପୁଅଙ୍କ ସମ୍ମୁଖରେ ହତ୍ୟା କଲେ ତାଲିବାନ୍

  • ଫିରୋଜକୋହ ଅଞ୍ଚଳରେ କାର୍ଯ୍ୟରତ ଥିଲେ ନିଗାରା

କାବୁଲ : ବର୍ବରତାର ସୀମା ଟପିଲା ତାଲିବାନ୍, ମହିଳାଙ୍କ ପ୍ରତି ସତରେ କେତେ କ୍ରୁର ? କେତେ ସମ୍ବେଦନହୀନ ? ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଘୋର୍ ପ୍ରୋଭିଜନ୍ ଫିରୋଜକୋହ ଅଞ୍ଚଳରେ କାର୍ଯ୍ୟରତ ମହିଳା ପୋଲିସ୍ ଅଧିକାରୀ ନିଗାରାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ତାଲିବାନ୍ । ସ୍ୱାମୀ ଓ ପୁଅ ସମ୍ମୁଖରେ ନିଗାରଙ୍କୁ ଗୁଳି କରି ହତ୍ୟା କରାଯାଇଛି । ନିଗାର ଆଠ ମାସର ଗର୍ଭବତୀ ଥିଲେ । ଗର୍ଭରେ ବଢ଼ୁଥିଲା କୁନି ଜୀବନ । ଜୀବନ ଦେଇଦେବାକୁ ଗୁହାରୀ କରିନଥିଲେ ମଧ୍ୟ ଶୁଣିନଥିଲେ ନିର୍ଦ୍ଦୟୀ ପିଶାଚ ତାଲିବାନୀ ।

ଶନିବାର ରାତି ୧୦ଟାରେ ଏହି ବର୍ବର କାଣ୍ଡ ଘଟାଇଛନ୍ତି ତାଲିବାନୀ ସଂଗଠନ । ମହିଳା ପୋଲିସ୍ ଅଧିକାରୀ କାର୍ଯ୍ୟରତ ଥିବା ଅଞ୍ଚଳରେ ତାଲିବାନର ଭୟ ଏତେ ଅଧିକ ଯେ ଏହି ଘଟଣା ବିଷୟରେ କେହି ଖୋଲାଖୋଲି କରିବାକୁ ପ୍ରସ୍ତୁତ ନାହାନ୍ତି । ଆଫଗାନିସ୍ତାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବଢ଼ୁଥିବା ବେଳେ ଏପରି ନାରକୀୟ ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି ।

ମହିଳା ଜଣକ ପେଟରେ ପିଲା ଅଛି କିହି ନିଜ ଜୀବନ ପାଇଁ ଗୁହାରୀ କରିଥିଲେ । ତାଲିବାନୀଙ୍କ ଗୋଡ଼ ତଳେ ପଡ଼ିଯାଇଥିଲା କୁନି ପୁଅ, ଜୀବନ ପାଇଁ ଭିକ୍ଷା ମାଗୁଥିଲେ ମହିଳା ପୋଲିସ ଅଧିକାରୀଙ୍କ ସ୍ୱାମୀ । ହେଲେ ଏହା ସତ୍ତ୍ୱେ ତାଲିବାନ୍ ତାଙ୍କ କୌଣସି କଥା ଶୁଣିନଥିଲେ । ତାଙ୍କର ନିର୍ଦ୍ଦୟ ହୃତୟ ଭିତରକୁ ପଶିପାରିନଥିଲା କୁନି ଶିଶୁର କାନ୍ଦଣା । ଅତି ନିଷ୍ଠୁର ଭାବେ ନିଗାରାଙ୍କୁ ହତ୍ୟା କରିଥିଲେ । ସବୁଠାରୁ କଷ୍ଟଦାୟକ କଥା ହେଲା ପୁଅ ଓ ସ୍ୱାମୀଙ୍କ ସମ୍ମୁଖରେ ତାଙ୍କୁ ହତ୍ୟା କରାଯାଇଥିଲା । ଏହାପରେ ଆଫଗାନ୍ ପୋଲିସରେ ଥିବା ଅନ୍ୟ ମହିଳା ଅଧିକାରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି ।

ତେବେ ଏହା ପ୍ରଥମ ଘଟଣା ନୁହେଁ ଆଫଗାନିସ୍ତାନ ଅଧିକାର କରିବା ପରେ ଏପରି ଘଟଣା ଘଟିସାରିଛି । କିଛି ଦିନ ପୂର୍ବରୁ ଜଣେ ମହିଳାଙ୍କ ଆଖି ତାଡ଼ି ନେଇଥିଲେ ତାଲିବାନୀ । “ଖାତିରା ହାସ୍ମୀ”ନାମକ ଜଣେ ମହିଳା ଆଫଗାନିସ୍ତାନ ପୁଲିସରେ ଇନ୍ସପେକ୍ଟର ଭାବରେ କାର୍ଯ୍ୟରତ ଥିବା ବେଳେ ୨୦୨୦ ରେ ତାଙ୍କୁ ଚାକିରି ଛାଡିବା ପାଇଁ ତାଲିବାନ୍ ପକ୍ଷରୁ ବାରମ୍ବାର ଧମକ୍ ଦିଆଯାଉଥିଲା । ହେଲେ ଧମକ ସତ୍ତ୍ୱେ ବି ସେ ତାଙ୍କର କାର୍ଯ୍ୟରୁ ଓହରି ନଥିଲେ। ଆଉ ଏହାକୁ ସହଜରେ ଗ୍ରହଣ କରିପାରିନଥିଲା ତାଲିବାନ। ଏମିତିକି ତାଙ୍କ ଉପରକୁ ଗୁଳି ଚାଳନା ମଧ୍ୟ କରିଥିଲା । ଏତିକିରେ ମନଶାନ୍ତ ହୋଇନଥିଲା ତାଲିବାନର। ପରେ ମହିଳାଙ୍କ ଆଖି ତାଡ଼ି ନେବା ସହ ତାଙ୍କର ଜୀବନ ନଥିବା ଭାବି ରାସ୍ତା ଉପରେ ହିଁ ଫୋପାଡ଼ି ଦେଇ ଚାଲିଯାଇଥିଲେ । ପରେ ପୋଲିସ ରାସ୍ତାରୁ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିବା ସହ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।