Advertisment

ପବ୍‌ଜୀ ନେଲା ଆଉ ଏକ ଜୀବନ

ମୋବାଇଲ୍ ଆତଙ୍କ। ପବ୍‌ଜୀ ନେଲା ଆଉ ଏକ ଜୀବନ। ଗେମ୍‌ ଖେଳୁ ଖେଳୁ ଚିତ୍କାର କଲେ ଯୁବକ। ପରେ ହୋଇଗଲା ମୃତ୍ୟୁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଶୋକାକୁଳ ପରିବେଶ। ଆଜିକାଲି ଯୁବପିଢି ବିଶେଷ କରି ବଢୁଥିବା ପିଲାମାନଙ୍କ ଉପରେ ପବ୍‌ଜୀ ଗେମ୍‌ର ନିଶା ଏଭଳି ଚଢିଛି ଯେ ନିଜ ଜୀବନକୁ ମଧ୍ୟ ଖାତିର୍ ନାହିଁ। ମୋବାଇଲ୍ ପବଜୀ ମଧ୍ୟ ପ୍ରଦେଶର ଦେୱାସ ଅଞ୍ଚଳର ୧୮ ବର୍ଷ ଯୁବକର ଜୀବନ ନେଇଛି। ମୃତକ ନାମ ଦୀପକ ବୋଲି କୁହାଯାଉଛି।

author-image
Pramod Behera
Pubg

Pubg

ନୂଆଦିଲ୍ଲୀ : ମୋବାଇଲ୍ ଆତଙ୍କ। ପବ୍‌ଜୀ ନେଲା ଆଉ ଏକ ଜୀବନ। ଗେମ୍‌ ଖେଳୁ ଖେଳୁ ଚିତ୍କାର କଲେ ଯୁବକ। ପରେ ହୋଇଗଲା ମୃତ୍ୟୁ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଛି ଶୋକାକୁଳ ପରିବେଶ। ଆଜିକାଲି ଯୁବପିଢି ବିଶେଷ କରି ବଢୁଥିବା ପିଲାମାନଙ୍କ ଉପରେ ପବ୍‌ଜୀ ଗେମ୍‌ର ନିଶା ଏଭଳି ଚଢିଛି ଯେ ନିଜ ଜୀବନକୁ ମଧ୍ୟ ଖାତିର୍ ନାହିଁ। ମୋବାଇଲ୍ ପବଜୀ ମଧ୍ୟ ପ୍ରଦେଶର ଦେୱାସ ଅଞ୍ଚଳର ୧୮ ବର୍ଷ ଯୁବକର ଜୀବନ ନେଇଛି। ମୃତକ ନାମ ଦୀପକ ବୋଲି କୁହାଯାଉଛି।

Advertisment

ଏହି ଘଟଣା ଘଟିଛି ଦେୱାସର ଔଦ୍ୟୋଗିକ କ୍ଷେତ୍ର ଶାନ୍ତିନଗରରେ। ଏକାଦେଶ ଶ୍ରେଣୀରେ ପଢୁଥିବା ଦୀପକ ଗେମ୍ ଖେଳୁ ଖେଳୁ ହଠାତ୍ ଚିଲ୍ଲେଇ ଥିଲା ଏବଂ ଏହା ପରେ ତା’ର ମୃତ୍ୟୁ ହୋଇଯାଇଥିଲା।

Pubgପବ୍‌ଜୀ

କୁହାଯାଉଛି ଯେ ଦୀପକ ଗୋଟିଏ ଗୋଡରୁ ଦିବ୍ୟାଙ୍ଗ ଥିଲା। ନିକଟରେ ୧୦ମ ଶ୍ରେଣୀରୁ ପାସ୍ ହୋଇଥିଲା। ସୂଚନା ମୁତାବକ ଦୀପକ ତାଙ୍କ ଘରେ ମୋବାଇଲରେ ପବ୍‌ଜୀ ଗେମ୍ ଖେଳୁଥିଲା। ଏହି ସମୟରେ ସେ ଅଚାନକ ପାଟି କରିଲା ଓ ତଳେ ଗଳି ପଡିଲା। ଏହା ଦେଖି ପରିବାର ଲୋକେ ତାକୁ ଡାକ୍ତରଖାନା ନେଇ ଯାଇଥିଲେ। ସେଠାରେ ପହଞ୍ଚିଲା ବେଳକୁ ଦୀପକର ମୃତ୍ୟୁ ହୋଇ ସାରିଥିଲା।

Advertisment

ଔଦ୍ୟୋଗିକ କ୍ଷେତ୍ର ଥାନେ ପୁଲିସ୍ ଏହି ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରିଛି। ତେବେ ଯୁବକର ମୃତ ଦେହକୁ ପୋଷ୍ଟମର୍ଟମ ପାଇଁ ଜିଲ୍ଲା ହସପିଟାଲରେ ରଖାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଦୀପକର ମୃତ୍ୟୁ କିପରି ହୋଇଛି ତାହା ଜଣାପଡିଯିବ।

ଦୀପକର ପରିବାର ଲୋକେ କୁହନ୍ତି ଯେ ସେ ପ୍ରାୟ ସମୟ ପବ୍‌ଜୀ ଗେମ୍ ଖେଳେ। ଗଲା ଦୁଇ ଦିନ ହେବ ସେ ମୋବାଇଲରେ ବହୁତ ବ୍ୟସ୍ତ ରହୁଥିବା ଦେଖାଯାଉଥିଲା।

କୁହାଯାଉଛି ଯେ ଦୀପକର ପରିବାର ଲୋକେ କୌଣସି କାମରେ ଅନ୍ୟ ଗ୍ରାମକୁ ଯାଇଥିଲେ। ଘରେ ମାଉସୀ ସହିତ ଏକ ଛୋଟ ପିଲା ଥିଲା। ତେବେ ଦୀପକ ମୃତ୍ୟୁ ବେଳେ ମାଉସୀ ମଧ୍ୟ କିଛି ଜିନିଷ ଆଣିବା ନେଇ ବାହାରକୁ ଯାଇଥିଲେ।

PUBG Madhya Pradesh
Advertisment
Advertisment