afghanistan
କାବୁଲ : ପଞ୍ଜଶିରରେ ତାଲିବାନକୁ ସାହାଯ୍ୟ କରିବା ପାକିସ୍ତାନକୁ ମହଙ୍ଗା ପଡ଼ିଛି । ପଞ୍ଜଶିରରେ ପାକିସ୍ତାନ ବାୟୁ ସେନା ଅହମ୍ମଦ ମାସୁଦ୍ ଓ ନର୍ଦ୍ଦନ ଆଲାଏନ୍ସର ସେନା ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ନର୍ଦ୍ଦନ ଆଲାଏନ୍ସ ବିରୋଧରେ ପାକିସ୍ତାନୀ ବାୟୁସେନା ଦ୍ୱାରା ହୋଇଥିବା ଆକ୍ରମଣ ପରେ ଆଫଗାନିସ୍ତାନରେ ଏହାର ଖୋଲାଖୋଲି ବିରୋଧ ଆରମ୍ଭ ହୋଇଛି । ସୋମବାର ରାତିରେ କାବୁଲରେ ଏହାର ଦୃଶ୍ୟ ଦେଖିବାକୁ ମିଳିଛି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆଫଗାନିସ୍ତାନ ମହିଳାମାନେ ଆଇଏସଆଇ ମୁଖ୍ୟ ଏବଂ ପାକିସ୍ତାନ ବିରୋଧରେ ନାରାବାଜି କରିଛନ୍ତି। ବିକ୍ଷୋଭକାରୀମାନେ ପାକିସ୍ତାନ ମୁର୍ଦ୍ଦାବାଦର ସ୍ଲୋଗାନ ଦେବା ସହ ଆଇଏସଆଇ ମୁଖ୍ୟ ଫୈଜ୍ ହେମିଦ ସ୍ୱଦେଶ ଫେରନ୍ତୁ ବୋଲି ଦାବି କରିଛନ୍ତି ।
Night-time protests are taking place in Kabul. Afghan women have had it enough and they're bravely challenging Taliban and Pakistan. "Down with Pakistan" chants are heard in these protests.
This is the cry of a nation against oppression of Taliban and invasion of Pakistan pic.twitter.com/JJrxIYmHCA
— Masih Alinejad 🏳️ (@AlinejadMasih) September 6, 2021
ଆଫଗାନିସ୍ତାନର ଅନେକ ଅଞ୍ଚଳରେ ପୂର୍ବରୁ ପାକିସ୍ତାନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କିନ୍ତୁ ପ୍ରଥମ ଥର କାବୁଲରେ ଗୁଞ୍ଜରିତ ହେଉଛି ପାକ୍ ବିରୋଧୀ ନାରା । ରାତିରେ ମହିଳାମାନେ ରାସ୍ତାକୁ ଲହ୍ଲାଇବା ସହ ପାକିସ୍ତାନ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି । ଗତକାଲି ଇରାନ ମଧ୍ୟ ପଞ୍ଜଶିରରେ ପାକିସ୍ତାନୀ ବାୟୁସେନା ଆକ୍ରମଣକୁ ବିରୋଧ କରିଥିଲା ​​ଏବଂ ଆଫଗାନିସ୍ତାନରେ ବାହ୍ୟ ଦେଶର ହସ୍ତକ୍ଷେପକୁ ନିନ୍ଦା କରିଥିଲା ।
ତାଲିବାନଙ୍କୁ ସମର୍ଥନ, ପଞ୍ଜଶିରରେ ପାକିସ୍ତାନ ବାୟୁ ସେନାର ଆକ୍ରମଣକୁ କଡ଼ା ନିନ୍ଦା କରିଛି ଇରାନ । ଆଫଗାନିସ୍ତାନରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି, ତାକୁ ସମାଧାନ କରିବା କଥା, ନା କି ସାମରିକ ବଳ ପ୍ରୟୋଗ କରିବା ଉଚିତ୍ ବୋଲି ପ୍ରଶ୍ନ କରାଯାଇଛି । ଆଫଗାନରେ ଯାହା ହେଉଛି ତାକୁ ପାକିସ୍ତାନ ଭର୍ଚୁଆଲରେ କରାଉଛି ବୋଲି ଇରାନ କହିଛି । ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ଇରାନ ଖୋଲାଖୋଲି ତାଲିବାନ୍ ପ୍ରସଙ୍ଗରେ ପାକିସ୍ତାନ ବିରୋଧରେ ମୁହଁ ଖୋଲିଛି ।
ସେପଟେ ପଞ୍ଜଶିରରେ ଶେଷ ହୋଇନି ଯୁଦ୍ଧ । ପଞ୍ଜଶିର ଘାଟିରେ କିଛି ଅଜ୍ଞାତ ସାମରିକ ବିମାନ ଆକ୍ରମଣ କରିଥିବା ଖବର ମିଳିଛି । ତାଲିବାନୀଙ୍କ ଠିକଣାକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଛି । ଗତକାଲି ତାଲିବାନ୍ ପଞ୍ଜଶିର ଦଖଲ କଲା ବୋଲି ଖବର ଆସିଥିଲା । ହେଲେ ତାଲିବାନର ଦାବିକୁ ଅଗ୍ରାହ୍ୟ କରିଥିଲା ନର୍ଦ୍ଦନ ଆଲାଏନ୍ସ । ପଞ୍ଜଶିର ଯୋଦ୍ଧା ଏବେ ବି ପ୍ରଦେଶର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହି ଲଢ଼େଇ ଜାରି ରଖିଛନ୍ତି ବୋଲି ଟୁଇଟ୍ କରି କହିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)