Advertisment

ହରଭଜନଙ୍କ ‘ଫ୍ରେଣ୍ଡସିପ୍’ ଟ୍ରେଲର ରିଲିଜ୍

ଭାରତୀୟ କ୍ରିକେଟର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ହରଭଜନ ସିଂହ ଫିଲ୍ମ ଦୁନିଆରେ ପାଦ ଦେଇ ସାରିଛନ୍ତି। ବର୍ତ୍ତମାନ ତାଙ୍କର ନୂଆ ତାମିଲ ଫିଲ୍ମ ‘ଫ୍ରେଣ୍ଡ୍‌ସିପ୍‌’ର ଟ୍ରେଲର ମଧ୍ୟ ରିଲିଜ୍ ହୋଇସାରିଛି। ଏହି ଫିଲ୍ମରେ ଆପଣଙ୍କ କଲେଜ ବେଳର ଜୀବନ ନିଶ୍ଚିତ ମନେ ପଡିଯିବ। ହରଭଜନଙ୍କ ଏହି ଫିଲ୍ମକୁ ଦର୍ଶକେ ବହୁଦିନ ଧରି ଅପେକ୍ଷା କରିଛନ୍ତି। ଏବେ ଯେତେବେଳେ ଏହାର ଟ୍ରେଲର ରିଲିଜ୍ ହୋଇଯାଇଛି ସେମାନଙ୍କ ଉତ୍ସାହ ଦୁଇଗୁଣା ବଢିଯାଇଛି।

author-image
Pramod Behera
Friendship

Friendship

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ହରଭଜନ ସିଂହ ଫିଲ୍ମ ଦୁନିଆରେ ପାଦ ଦେଇ ସାରିଛନ୍ତି। ବର୍ତ୍ତମାନ ତାଙ୍କର ନୂଆ ତାମିଲ ଫିଲ୍ମ ‘ଫ୍ରେଣ୍ଡ୍‌ସିପ୍‌’ର ଟ୍ରେଲର ମଧ୍ୟ ରିଲିଜ୍ ହୋଇସାରିଛି। ଏହି ଫିଲ୍ମରେ ଆପଣଙ୍କ କଲେଜ ବେଳର ଜୀବନ ନିଶ୍ଚିତ ମନେ ପଡିଯିବ। ହରଭଜନଙ୍କ ଏହି ଫିଲ୍ମକୁ ଦର୍ଶକେ ବହୁଦିନ ଧରି ଅପେକ୍ଷା କରିଛନ୍ତି। ଏବେ ଯେତେବେଳେ ଏହାର ଟ୍ରେଲର ରିଲିଜ୍ ହୋଇଯାଇଛି ସେମାନଙ୍କ ଉତ୍ସାହ ଦୁଇଗୁଣା ବଢିଯାଇଛି। ପ୍ରଶଂସକମାନେ ଟ୍ରେଲରକୁ ନେଇ ରିଆକ୍ଟ କରିବା ସହ ହରଭଜନଙ୍କୁ ଶୁଭେଛା ମଧ୍ୟ ଜଣଉଛନ୍ତି।

Advertisment
Friendshipଫ୍ରେଣ୍ଡସିପ୍

ଟ୍ରେଲର କଥା କହିଲେ, ଏଥିରେ କଲେଜ ଜୀବନର କମ୍ପ୍ଲିକେଟେଡ କାହାଣୀ ଦେଖାଯାଇଛି। ପୂର୍ବରୁ ସବୁ ଛାତ୍ରମାନେ ବହୁତ ଉପଭୋଗ କରୁଥିବା ବେଳେ ସବୁ କିଛି ଠିକ ଠାକ ଚାଲିଛି। କିନ୍ତୁ ପରେ ସବୁ କିଛି ଗୋଳମାଳ ହେବା ସହ ଓଲଟ ପାଲଟ ହୋଇଯାଇଛି। ପୁଲିସ ହରଭଜନ ସିଂ ଓ ଅନ୍ୟ ସାଥିମାନଙ୍କୁ ଗିରଫକରି ନେଇଯାଏ। ଦେଖିବାକୁ ଗଲେ ଏହାର କୌଣସି ଠୋସ୍ କାରଣ ମଧ୍ୟ ନ ଥାଏ। ଏହା ପରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ହକ ପାଇଁ ସ୍ୱର ଉଠାଇବା ଆରମ୍ଭ କରିଦିଅନ୍ତି। ଫିଲ୍ମର କାହାଣୀରେ ପଲିଟିକାଲ୍ ଆଙ୍ଗଲ ମଧ୍ୟ ଦିଆଯାଇଛି। ତେବେ ପୂରା ଫିଲ୍ମ ଦେଖିଲା ପରେ ହିଁ ଫିଲ୍ମର କାହାଣୀ କ’ଣ ଜଣାପଡିବ।

Advertisment

ଏହି ଫିଲ୍ମର ଟ୍ରେଲର ଉଭୟ ତେଲୁଗୁ ଓ ତାମିଲିରେ କରାଯାଇଛି। ହରଭଜନ୍ ଟ୍ରେଲର ରିଲିଜ୍ କରି ଲେଖିଛନ୍ତି ଯେ- “ଥ୍ରୀଲର୍, ସସ୍ପେନ୍ସ, କମେଡୀ, ରିଭେଞ୍ଜ୍, ସେଣ୍ଟିମେଣ୍ଟ୍ ଓ ଇମୋସନ୍ସ। ଆପଣଙ୍କୁ ସବୁକିଛି ଏହି ଗୋଟିଏ ସୁପର୍‌ଏଣ୍ଟରଟେନିଙ୍ଗ୍‌ ଫିଲ୍ମ ଫ୍ରେଣ୍ଡସିପରେ ମିଳିଯିବ।" #Friendship ର ଟ୍ରେଲର ରିଲିଜ୍ ହୋଇସାରିଛି। ଏହି ଫିଲ୍ମକୁ ଜନ ପାଲ୍‌ ରାଜ୍ ଓ ଶାମ ସୂର୍ଯ୍ୟା ନିର୍ଦ୍ଦେଶନା ଦେଉଥିବା ବେଳେ ଏଥିରେ ଆକ୍ସନ କିଙ୍ଗ୍‌ ଅର୍ଜୁନ୍ ଏକ ବିଶେଷ ଭୂମିକାରେ ନଜର ଆସିବେ। ଏହା ଛଡା ଏହି ଫିଲ୍ମରେ ସତୀଶ ହରଭଜନ ସିଂହଙ୍କ ସାଙ୍ଗ ଭୂମିକାରେ ଆସିବେ।

ପ୍ରକାଶଥାଉ ଯେ କ୍ରିକେଟ୍‌ରେ ହରଭଜନ ସିଂହଙ୍କ କେରିଅର୍ ବହୁତ ଭଲ ଥିଲା। ଭାରତୀୟ ଟିମ୍‌ରେ ଅନିଲ୍ କୁମ୍ବିଲଙ୍କ ପରେ ସେ ସବୁଠାରୁ ଅଧିକ ୱିକେଟ୍ ନେବା ବୋଲର ଥିଲେ। ଏହାଛଡା ବ୍ୟାଟିଂରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ସେ ଅଭିନୟ ଦୁନିଆରେ ବି ନିଜର ନାମକୁ ସାମିଲ୍ କରି ଆଉ ଏକ ଦିଗ ଖୋଲିବା ସହିତ ନା କମେଇବାକୁ ଆଗଭର ହୋଇଛନ୍ତି। ତେବେ ଫିଲ୍ମରେ ତାଙ୍କ ଅଭିନୟ ପ୍ରଶଂସକମାନଙ୍କୁ କିପରି ଲାଗିବ ତାହା ସମୟ ହିଁ କହିବ।

Harbhajan Singh Entertainment
Advertisment
Advertisment