Advertisment

ଚୀନ୍‌ର ଦାଦାଗିରିକୁ ମିଳିବ ମୁହଁତୋଡ଼ ଜବାବ

ଚୀନ୍‌ର ଦାଦାଗିରିକୁ ମିଳିବ କଡ଼ା ଜବାବ। ଏଲ୍ଏସିରେ ମୁତୟନ ହେଲା ବୋଫୋର୍ସ ତୋପ। ଚୀନ୍‌ର ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଭାରତ ଏଲ୍ଏସିରେ ବୋଫୋର୍ସ ଗନ୍‌ ମୁତୟନ କରିଛି। ଏହି ତୋପ ଅରୁଣାଚଳ ପ୍ରଦେଶରେ ଚୀନ୍ ସଂଲଗ୍ନ ସୀମାରେ ମୁତୟନ କରାଯାଇଛି।

author-image
Rajalaxmi Sahoo
Bofors Guns Along LAC

Bofors Guns Along LAC

ବେଜିଂ: ଚୀନ୍‌ର ଦାଦାଗିରିକୁ ମିଳିବ କଡ଼ା ଜବାବ। ଏଲ୍ଏସିରେ ମୁତୟନ ହେଲା ବୋଫୋର୍ସ ଗନ୍‌। ଚୀନ୍‌ର ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ଭାରତ ଏଲ୍ଏସିରେ ବୋଫୋର୍ସ ଗନ୍‌ ମୁତୟନ କରିଛି। ଏହି ଗନ୍‌ ଅରୁଣାଚଳ ପ୍ରଦେଶରେ ଚୀନ୍ ସଂଲଗ୍ନ ସୀମାରେ ମୁତୟନ କରାଯାଇଛି।

Advertisment

ନ୍ୟୁଜ୍ ଏଜେନ୍ସି ଏଏନ୍ଆଇ ସୂତ୍ର ଅନୁଯାୟୀ, ଭାରତୀୟ ସେନା ଅରୁଣାଚଳ ପ୍ରଦେଶରେ ଚୀନ୍ ସୀମାରେ କଡ଼ା ନଜର ରଖିଛି। ଚୀନ୍‌ର କିଛି ବି ଚାଲ୍‌ବାଜିର ମୁହଁତୋଡ଼ ଜବାବ ଦେବା ଲାଗି ଭାରତୀୟ ସେନା ପୁରା ପ୍ରସ୍ତୁତ ହୋଇ ରହିଛି। ଏହି ଦୃଷ୍ଟିରୁ ଏଲ୍ଏସିରେ ଏହି ବୋଫୋର୍ସ ଗନ୍‌ ଗୁଡ଼ିକୁ ମୁତୟନ କରାଯାଇଛି।

ବୋଫୋର୍ସ ଗନ୍‌ କାର୍ଗିଲ ଯୁଦ୍ଧରେ ଭାରତୀୟ ଯବାନଙ୍କ ପାଇଁ ବରଦାନ ପାଲଟିଥିଲା। ଏହି ଗନ୍‌ ଦ୍ୱାରା କାର୍ଗିଲ ଯୁଦ୍ଧରେ ପାକିସ୍ତାନକୁ ଭାରତ ଧୂଳି ଚଟାଇଥିଲା। ବୋଫୋର୍ସ ଗନ୍‌ ଏପରି ଏକ ଗନ୍‌ ଯାହା କମ୍ ତାପମାତ୍ରାରେ ମଧ୍ୟ ଭଲ କାର୍ଯ୍ୟକ୍ଷମ ହୋଇଥାଏ। ୨୭ କିଲୋମିଟର ଦୂର ପର୍ଯ୍ୟନ୍ତ ଏହା ଶତ୍ରୁ ପକ୍ଷକୁ ଟାର୍ଗେଟ୍ କରିବାର କ୍ଷମତା ରଖିଛି। ଦୁନିଆର ବିପଦପୂର୍ଣ୍ଣ ଗନ୍‌ ଭିତରେ ଏହା ଅନ୍ୟତମ। ଏହାର ଓଜନ ଅନ୍ୟ ଗନ୍‌ ତୁଳନାରେ ହାଲୁକା ହୋଇଥିବାରୁ ଯୁଦ୍ଧ ଭୂମିରେ ଏହାକୁ ଗୋଟିଏ ସ୍ଥାନରୁ ଅନ୍ୟତ୍ର ନେବା ସହଜ ହୋଇଥାଏ।

Advertisment

୧ ମିନିଟ୍‌ରେ ୧୦ ଥର ଫାୟାର କରିବାର ବୋଫୋର୍ସ ତୋପର କ୍ଷମତା ରଖିଛି। ଏହି କାରଣରୁ ପାହାଡ଼ିଆ ଅଞ୍ଚଳରେ ଏହି ଗନ୍‌ ବହୁତ ଉପଯୋଗୀ ସାବ୍ୟସ୍ତ ହୋଇଛି। ବୋଫୋର୍ସ ଗନ୍‌ ସହ ଭାରତ ଏଲ୍ଏସି ସ୍ଥିତ ପାହାଡ଼ରେ ଅପ୍‌ଗ୍ରେଡେଡ୍‌ L70 ଆଣ୍ଟି ଏୟାରକ୍ରାଫ୍ଟ ଗନ୍ ମଧ୍ୟ ମୁତୟନ କରିଛି। ସ୍ୱୟଂ ଚାଳିତ ଭାବେ ଟାର୍ଗେଟ୍ ଭେଦ କରିବାର ଏହି ଗନ୍‌ର କ୍ଷମତା ରଖିଛି। ଏଥିସହ M-777 ଅଲ୍‌ଟ୍ରାଲାଇଟ୍‌ ଗନ୍‌କୁ ମଧ୍ୟ ଏଲ୍ଏସିରେ ମୁତୟନ କରାଯାଇଛି।

China Indian Army LAC Bofors Gun
Advertisment
Advertisment