Advertisment

ବଦଳୁଥିବା ଋତୁକୁ ନେଇ ଚିନ୍ତିତ କି ? ଫିଟ୍ ରହିବାକୁ ଖାଦ୍ୟରେ ସାମିଲ କରନ୍ତୁ ଏହିସବୁ ଜିନିଷ

ଆଗକୁ ଆସୁଛି ଶୀତ ଋତୁ । ଋତୁ ପରିବର୍ତ୍ତନ ହେବା କ୍ଷଣି ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଏହାକୁ ସିଜିନାଲ ଅପସେଟିଙ୍ଗ ଡିସ ଅର୍ଡର ବା ଋତୁ ପରିବର୍ତ୍ତନ ଜନିତ ରୋଗ କୁହାଯାଏ । ଋତୁ ପରିବର୍ତ୍ତନ ସହିତ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ । ଏହା ଯୋଗୁ ଚିଡ଼ଚିଡ଼ା ଲାଗିବା ସହ କୌଣସି କାମରେ ମନ ଲାଗି ନଥାଏ । ଫିଟ୍ ରହିବା ପାଇଁ ପ୍ରତିଦିନ ଖାଇବାରେ ଏହି ସବୁ ଖାଦ୍ୟକୁ ସାମିଲ କରନ୍ତୁ । ଏହା ସହିତ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ମଧ୍ୟ ଆମେ ଫିଟ୍ ରହିପାରିବା ।

author-image
Pallipuspa Samal
ଅଦ୍ୟତନ ହୋଇଛି
Care of the body according to the season

Care of the body according to the season

ଆଗକୁ ଆସୁଛି ଶୀତ ଋତୁ । ଋତୁ ପରିବର୍ତ୍ତନ ହେବା କ୍ଷଣି ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଏହାକୁ ସିଜିନାଲ ଅପସେଟିଙ୍ଗ ଡିସ ଅର୍ଡର ବା ଋତୁ ପରିବର୍ତ୍ତନ ଜନିତ ରୋଗ କୁହାଯାଏ । ଋତୁ ପରିବର୍ତ୍ତନ ସହିତ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ। ଏହା ଯୋଗୁ ଚିଡ଼ଚିଡ଼ା ଲାଗିବା ସହ କୌଣସି କାମରେ ମନ ଲାଗି ନଥାଏ । ଥକ୍କା ପଣ ଓ ଡିପ୍ରେସନ ପ୍ରାୟ ଲୋକଙ୍କୁ ବ୍ୟତିବ୍ୟସ୍ତ କରିପକାଏ । ଫିଟ୍ ରହିବା ପାଇଁ ପ୍ରତିଦିନ ଖାଇବାରେ ଏହି ସବୁ ଖାଦ୍ୟକୁ ସାମିଲ କରନ୍ତୁ । ଏହା ସହିତ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ମଧ୍ୟ ଆମେ ଫିଟ୍ ରହିପାରିବା । ତେବେ ଆସନ୍ତୁ ଜାଣିବା ନିଜକୁ ସୁସ୍ଥ ରକିବା ପାଇଁ କିଛି ସାଧାରଣ ଉପଚାର।

Advertisment

ଓମେଗା ୩ ଫେଟି ଏସିଡ:

ଏହି ପାଗ ପରିବର୍ତ୍ତନ ପୂର୍ବରୁ ନିଜ ଖାଦ୍ୟରେ ଓମେଗା 3 ଫେଟି ଏସିଡର ମାତ୍ରା ବଢ଼େଇବା ଆବଶ୍ୟକ। ଏହା ମୁଡ଼ ସ୍ୱିଙ୍ଗରୁ ରକ୍ଷା କରିବାରେ ବହୁତ ସାହାଯ୍ୟ କରେ। ମାଛ, ଅଖରୋଟ , ଅଳଶୀ ମଞ୍ଜୀ , ସେଲମାନ ମାଛରୁ ପର୍ଯ୍ୟାପ୍ତ ପରିମାଣରେ ଓମେଗା-3 ଫେଟି ଏସିଡ ମିଳିଥାଏ।

Advertisment

ଫଲିକ ଏସିଡ:

  • ଏକ ଗବେଷଣାରୁ ଜଣା ପଡ଼ିଛି ଯେ ଫଲିକ ଏସିଡ ମସ୍ତିଷ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଥାଏ ଯାହାକି ମାନସିକ ଅବସାଦରୁ ମୁକ୍ତି ଦେଇଥାଏ।ଯେବେ ଶରୀରରେ ସେରୋଟେନିନ ତିଆରି ହୁଏ ଏହା ବ୍ୟକ୍ତିର ମାନସିକତାକୁ ପ୍ରଭାବିତ କରେ। ଫଲିକ ଏସିଡ ସେରୋଟେନିନକୁ ନିୟନ୍ତ୍ରଣ କରି ରଖିବାରେ ସାହାଯ୍ୟ କରିଥାଏ । ସବୁଜ ପନିପରିବା, କ୍ଷିର, ସୂର୍ଯ୍ୟମୁଖୀ ମଞ୍ଜି, କମଳା , ଖାଦ୍ୟ ଶସ୍ୟରୁ ଭରପୁର ମାତ୍ରାରେ ଏହା ମିଳିଥାଏ ।

ରସୁଣ:

  • କଞ୍ଚା ରସୁଣ ଖାଇବା ଦେହ ପାଇଁ ବହୁତ ଉପକାରୀ ହୋଇଥାଏ । ଥଣ୍ଡା ସମୟ ଆସିଲେ ବୟଷ୍କ ଲୋକ ମାନେ ଏହୀକୁ ଅଧୀକ ଖଆନ୍ତି । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ଏଥିରେ ଅଧିକ ମାତ୍ରାରେ ଏଲିସିନ ଜିଙ୍କ ସଲଫର,ସେଲେନିୟମ , ଭିଟାମିନ ଏ ଓ ଇ ଥାଏ ଯାହାକି ଶରୀର ପାଇଁ ବହୁତ ଉପକୀରି ସାବ୍ୟସ୍ତ ହୋଇଥାଏ ।

ହଳଦୀ କ୍ଷୀର:

  • ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ, ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ କ୍ଷୀରରେ ହଳଦୀ ପକାଇ ପିଅନ୍ତୁ । ଏହା ପ୍ରତିଦିନ ରାତିରେ ପିଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମିଳିଥାଏ ।
Health News Make Strong Immunity In Changing Weather
Advertisment
Advertisment