Advertisment

ପିଲା ଦୋଷ କଲେ ଦଣ୍ଡ ପାଇବେ ବାପା-ମା !

ଚୀନରେ ଆରମ୍ଭ ହୋଇଗଲା କି ତାଲିବାନୀ ଶାସନ? ଏକଛତ୍ରବାଦୀ ଶାସକ ଜିନପିଙ୍ଗ ମନମାନିକୁ ନେଇ ଏବେ ପୂରା ବିଶ୍ୱରେ ଚାଲିଛି ଚର୍ଚ୍ଚା। ଡ୍ରାଗନ ଏମିତି ଏକ ନିୟମ ଲାଗୁ କରିବାକୁ ଯାଉଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା ସଂପୂର୍ଣ୍ଣ ଭୁଲ। କୁହାଯାଉଛି ଚୀନ୍‌ରେ ଏଣିକି ପିଲାମାନେ ଭୁଲ କଲେ ତାହା ଲାଗି ଅଭିଭାବକମାନଙ୍କୁ ହିଁ ଦାୟୀ କରାଯିବ।

author-image
Sarbeswar
ଅଦ୍ୟତନ ହୋଇଛି
China children

China children

ନୂଆଦିଲ୍ଲୀ: ଚୀନରେ ଆରମ୍ଭ ହୋଇଗଲା କି ତାଲିବାନୀ ଶାସନ? ଏକଛତ୍ରବାଦୀ ଶାସକ ଜିନପିଙ୍ଗ ମନମାନିକୁ ନେଇ ଏବେ ପୂରା ବିଶ୍ୱରେ ଚାଲିଛି ଚର୍ଚ୍ଚା। ଡ୍ରାଗନ ଏମିତି ଏକ ନିୟମ ଲାଗୁ କରିବାକୁ ଯାଉଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏହା ସଂପୂର୍ଣ୍ଣ ଭୁଲ। କୁହାଯାଉଛି ଚୀନ୍‌ରେ ଏଣିକି ପିଲାମାନେ ଭୁଲ କଲେ ତାହା ଲାଗି ଅଭିଭାବକମାନଙ୍କୁ ହିଁ ଦାୟୀ କରାଯିବ।

Advertisment

ଚୀନ୍‌ ସଂସଦ ଶିକ୍ଷା ପ୍ରୋତ୍ସାହନ ଆଇନର ଏକ ଡ୍ରାଫ୍ଟ ଉପରେ ବିଚାର କରିବ ଯାହା ପିତାମାତାଙ୍କୁ ସେମାନଙ୍କ ପିଲାମାନଙ୍କର ଅସଦାଚରଣ ପାଇଁ ଉତ୍ତରଦାୟୀ କରିବ । ରିପୋର୍ଟରେ ଦର୍ଶାଯାଇଛି ଯେ ଯଦି ଏହି ଆଇନ ପ୍ରଣୟନ ହୁଏ, ତେବେ ପିଲାମାନଙ୍କ ଭୁଲ ପାଇଁ ପିତାମାତା ଦଣ୍ଡିତ ହେବେ । ଚାଇନା କମ୍ୟୁନିଷ୍ଟ ପାର୍ଟି, ଦେଶ ତଥା ସମାଜବାଦକୁ ଭଲ ପାଇବାକୁ ପିଲାମାନଙ୍କୁ ଶିକ୍ଷା ଦିଆଯିବ । କିନ୍ତୁ ଆସିବାକୁ ଥିବା ଆଇନକୁ ନେଇ ଏବେ ଦେଶରେ ତର୍ଜମା ହୋଇନାହିଁ। ହେଲେ ଏହାକୁ ଲାଗୁ କରିବାକୁ ଜୋରଦାର ଉଦ୍ୟମ ହେଉଥିବା ନେଇ ଜଣାପଡ଼ିଛି। ଆସିବାକୁ ଥିବା ଆଇନରେ ପିଲାଙ୍କ ପାଇଁ ବିଶ୍ରାମ ଓ ବ୍ୟାୟମର ମଧ୍ୟ ସମୟ ନିର୍ଦ୍ଧାରଣ କରାଯିବ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଏବେ ପିଲାମାନେ କାହାକୁ ଖାତିର କରୁନାହାନ୍ତି, ତେଣୁ ପିଲାମାନଙ୍କୁ ଶିକ୍ଷା ଓ ସଂସ୍କାର ଦେବା ନିତ୍ୟାନ୍ତ ଜରୁରୀ। ଏହାସହ ପିଲାମାନଙ୍କ ଏପରି ସ୍ୱଭାବ ପାଇଁ ଅଭିଭାବକମାନେ ହିଁ ଦାୟୀ। ତେଣୁ ସଂଶୋଧିତ ଆଇନ ଆସିଲେ ପିଲାମାନେ ଅଧିକ ମାତ୍ରାରେ ଶିକ୍ଷିତ ହେବେ।

Advertisment

ଏହାସହ କୁହାଯାଇଛି, ପିଲାମାନଙ୍କଠାରେ ବୃଦ୍ଧଙ୍କ ପ୍ରତି ସମ୍ମାନ ଏବଂ ଯୁବପିଢୀଙ୍କ ଯତ୍ନ ନେବା ପାଇଁ କାର୍ଯ୍ୟ କରାଯାଇଛି । ନିକଟରେ ଚାଇନା ପିଲାମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ଅନଲାଇନ୍ ଖେଳ ଖେଳିବା ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛି। ନିୟମ ହେଲେ, ପିଲାମାନେ ଏଣିକି ୭ ଦିନରେ ମାତ୍ର ୩ ଘଂଟା ଖେଳିବା ପାଇଁ ସୁଯୋଗ ପାଇବେ। ଯାହାଦ୍ୱାରା ପିଲାମାନେ ଅଧିକ ସମୟ ପାଠ ପଢା ସହ ଶିକ୍ଷଣୀୟ କାମ କରିବାରେ ସମୟ ପାଇବେ। ତେବେ ଏହି ନିୟମ ଲାଗୁ ହେଲେ ଅଭିଭାବକଙ୍କର ସମସ୍ୟା ବଢିଯାଇପାରେ ବୋଲି ଚର୍ଚ୍ଚା ହେଉଛି।

China Law
Advertisment
Advertisment