• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

walkthon-up 2
ଦୈନିକ ସମାଜର ଶତବାର୍ଷିକୀ ସମାରୋହ ଅବସରରେ ଓ୍ୱାକଥନ୍

କଟକ : ଦୈନିକ ଖବରକାଗଜ ସମାଜର ଶତ ବାର୍ଷିକୀ ପାଳନ ଅବସରରେ କଟକରେ ଏକ ଓ୍ୱାକଥନର ଅାୟୋଜନ କରାଯାଇଥିଲା। ପୁଲିସ କମିଶନର ସତ୍ୟଜିତ ମହାନ୍ତି ଏହାର ଶୁଭାରମ୍ଭ କରିଥିଲେ। କଟକ ଗୌରୀଶଙ୍କର ପାର୍କରୁ ଅାରମ୍ଭ ହୋଇ ସମାଜ ମୁଖ୍ୟାଳୟରେ ପହଞ୍ଚିଥିଲା ଓ୍ୱାକଥନ। ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ।

  • Friday, 16 July 2021
ghadei -- up
‘ ମୋର କୌଣସି ଦଳକୁ ଯିବାର ନାହିଁ’ : ପ୍ରଫୁଲ୍ଲ ଘଡ଼େଇ

ଭୁବନେଶ୍ୱର : ବରିଷ୍ଠ ବିଧାୟକ ଦାମୋଦର ରାଉତଙ୍କ ଦଳରେ ସାମିଲ ହେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଫୁଲ୍ଲ ଘଡ଼େଇ। ଦାମଙ୍କ ଅାରୋପକୁ ଖଣ୍ଡନ କରିଛନ୍ତି ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ। ଦାମ ବାବୁ ମନଗଢ଼ା କଥା କହି ଜନମାନସକୁ ବିଭ୍ରାନ୍ତ କରୁଛନ୍ତି ବୋଲି କହିଛନ୍ତି ପ୍ରଫୁଲ୍ଲ । ଦାମଙ୍କ କଥାରେ ଯେତିକି ଅାଶ୍ଚର୍ଯ୍ୟ ହେଉନି ତାଠାରୁ ବେଶି ମର୍ମାହତ ଦାମ ବାବୁ ନିଆଁ ନଥାଇ କାହିଁକି ଧୂଆଁ ବାହାର କରୁଛନ୍ତି ବୋଲି ପ୍ରଫୁଲ୍ଲ କହିଛନ୍ତି। ମନ୍ତ୍ରୀ ପଦରୁ […]

  • Friday, 16 July 2021
deadbody
୨ ଯୁବକଙ୍କୁ ନିର୍ମମ ହତ୍ୟା; ବିଚ୍ ରାସ୍ତାରେ ପଡ଼ିଛି ଜଣଙ୍କ ମୃତଦେହ, ହୋଟେଲ୍ କଡ଼ରୁ ମିଳିଲା ଅନ୍ୟ ଜଣଙ୍କ ମୃତଦେହ

ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ହୋଟେଲ କଡରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। 

new guidelines
ଆଜିଠୁ ସାରା ରାଜ୍ୟରେ ନୂଆ ଗାଇଡ୍‌ଲାଇନ୍‌ ଲାଗୁ; ଖୋଲିଲା ଜିମ୍‌, ପାର୍ଲର

ରାଜ୍ୟରେ ଅଗଷ୍ଟ ୧ ଯାଏ ଆଂଶିକ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଥିବା ବେଳେ ଆଜିଠୁ ସାରା ରାଜ୍ୟରେ ନୂଆ ଗାଇଡ୍‌ଲାଇନ୍‌ ଲାଗୁ ହୋଇଛି। ନୂଆ ଗାଇଡ୍‌ଲାଇନ୍‌ ଅନୁଯାୟୀ ଆଜିଠୁ ସାରା ରାଜ୍ୟରେ ବସ୍ ଚଳାଚଳ ଆରମ୍ଭ ହୋଇଛି।

covid guidelines
୨ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ; ମୃତ୍ୟୁ ସଂଖ୍ୟା ବି ୬୦ ଉପରେ

ରାଜ୍ୟରେ ଦୈନିକ ସଂକ୍ରମଣ ୨ ହଜାର ତଳକୁ ଖସୁ ନ ଥିବାବେଳେ ମୃତ୍ୟୁ ସଂଖ୍ୟା ବି ଖସୁନି। ଏହା ଭିତରେ କରୋନା କଟକଣାକୁ କୋହଳ କରାଯାଇଛି। ଫଳରେ ଲୋକଙ୍କ ଅମାନିଆ ଭାବ ବି ବଢି ଯାଇଛି।

containment zones at bhubaneswar
ରାଜଧାନୀରେ ଏହି ସବୁ ଅଞ୍ଚଳ ହେଲା କଣ୍ଟେନମେଣ୍ଟ ଜୋନ୍‌

ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା କମୁଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ କମୁନି। ବିଶେଷ କରି ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ସମସ୍ତଙ୍କ ଚିନ୍ତା ବଢାଇଛି। ଏପରି ସ୍ଥିତିରେ ରାଜଧାନୀର ଦୁଇଟି ଅଞ୍ଚଳରେ କଣ୍ଟେନମେଣ୍ଣ ଜୋନ୍‌ ଘୋଷଣା କରାଯାଇଛି।

Arun Sahoo
ଖରିଫ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ

ଖରିଫ ଧାନ ସଂଗ୍ରହ ପାଇଁ ଆଜିଠାରୁ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଚାଷୀ ନିଜର ବିଷଦ ବିବରଣୀ ସହ ସମିତିରୁ ପଞ୍ଜିକରଣ ଫର୍ମ ସଂଗ୍ରହ କରିବେ ।

House Scam
ଯେତେ ଖୋଳିଲେ ସେତେ ବାହାରୁଛି, କେତେ ବାଟ ଲମ୍ବିଛି ପ୍ରଧାନମନ୍ତ୍ରୀ ଆବାସର ଦୁର୍ନୀତି ଚେର?

ଟଙ୍କା ତ ମିଳିଲାନି ବରଂ ବାଟମାରଣା ହୋଇଥିବା ଶୁଣିଲେ। ତେବେ ସେହି ଗାଁର ଏହି ସଫଟେଓ୍ୱର ଇଂଜିନିୟ ସୁବ୍ରତ ପରିଡ଼ାଙ୍କର ୨ ମହଲା ଘର ଅଛି, ହେଲେ ତାଙ୍କ ନାଁରେ କୁଆଡ଼େ ୧ଲକ୍ଷ ୨୦ ହଜାର ଟଙ୍କା ପିଏମ୍ ଆବାସ ଯୋଜନାରେ ଆସିଛି। ସେ ତ ଟଙ୍କାଟିଏ ପାଇନାହାନ୍ତି। ତେଣୁ ଘଟଣା ସମ୍ପର୍କରେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଭିଜିଲାନ୍ସ ବିଭାଗ ପର୍ଯ୍ୟନ୍ତ ଜଣାଇଥିବା କହିଛନ୍ତି। ସେପଟେ, ଆଳି ବିଡିଓ କହିଛନ୍ତି କିଛି ଲିଖିତ ଅଭିଯୋଗ ଆସିଲେ ଦେଖିବେ।

covid tension in twin city
ସୁଧୁରୁନି କଟକ, ଭୁବନେଶ୍ୱରର କୋଭିଡ୍ ସ୍ଥିତି

ମୋଟ୍ ପଜିଟିଭ୍ କେସ୍‌ର ପ୍ରାୟ ୪୦ ପ୍ରତିଶତ କେବଳ କଟକ ଓ ଭୁବନେଶ୍ୱରରୁ ଚିହ୍ନଟ ହେଉଥିବା ମୁଖ୍ୟଶାସନ ସଚିବ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଞ୍ଚଳ ଅପେକ୍ଷା ରାଜଧାନୀ ଭୁବନେଶ୍ୱରରୁ ବେଶ୍ ଅଧିକ ପଜିଟିଭ୍ ବାହାରୁଛନ୍ତି। 

Paralakhemundi murder case
କେମିତି ମଲେ ଏସିଏଫ୍ ସୌମ୍ୟରଂଜନ ମହାପାତ୍ର?

ଆଉ ରୋଷେୟାକୁ ଜେରା କରିଛି ପୋଲିସ । ତେବେ ରୋଷେୟା ମନ୍ମଥ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବା ସହ କେମିତି ନିଆଁ ଲାଗିଲା ଜାଣିନଥିବା କହିଛନ୍ତି। ଚିତ୍କାର ଶୁଣି ସୌମ୍ୟରଂଜନଙ୍କୁ ଉଦ୍ଧାର ପାଇଁ ସେ ଦୌଡ଼ିଯାଇଥିଲେ। ଆସନ୍ତାକାଲି ଡିଏଫ୍ଓଙ୍କୁ ଜେରା କରିବ ଗଜପତି ପୋଲିସ।

bus 1
ଏପ୍ରିଲ, ମେ ଓ ଜୁନ୍ ଭଳି ଜୁଲାଇରେ ବି ବସ୍ ଟିକସ ଛାଡ଼

ଏପ୍ରିଲ, ମେ ଓ ଜୁନ୍ ଭଳି ଜୁଲାଇରେ ବି ବସ୍ ଟିକସ ଛାଡ଼ ଘୋଷଣା । ବସ୍ ଉପରୁ ଟିକସ ଛାଡ଼ ଘୋଷଣା କଲା ରାଜ୍ୟ ପରିବହନ ବିଭାଗ । କରୋନା ପାଇଁ ବସ୍ ଚଳାଚଳରେ ବ୍ୟାଘାତ ଯୋଗୁଁ ଟିକସ ଛାଡ଼ ନିଷ୍ପତି ନିଆଯାଇଛି ।

Covid catagory districts
ଜୀବନ ଓ ଜୀବିକା ଗୁରୁତ୍ୱ ଦେଲେ ରାଜ୍ୟ ସରକାର

କମୁଛି ଦୈନିକ ସଂକ୍ରମଣ, ଖସୁଛି ପଜିଟିଭିଟି ରେଟ୍। ଏହାରି ଭିତରେ ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର। ଜାରି କରିଛନ୍ତି ନୂଆ ଗାଇଡଲାଇନ୍।

dead-body-11
ଅନ୍ଧବିଶ୍ୱାସ ନେଲା ନାବାଳକର ଜୀବନ, ସାପ କାମୁଡ଼ିବାରୁ ଗୁଣିଆକୁ କରିଥିଲେ ଭରସା

ଅନ୍ଧବିଶ୍ୱାସ ନେଲା ନାବାଳକର ଜୀବନ । ସାପ କାମୁଡ଼ିବାରୁ ପ୍ରଥମେ ଗୁଣିଆ ଓ ପରେ ଡାକ୍ତରଖାନା ନେବା ବେଳେ ନାବାଳକର ହୋଇଛି ମୃତ୍ୟୁ । ମୃତକ ହେଲେ ମାନସ ଜେନା ।

ISKON Devotee
ଇସ୍କନ ଭକ୍ତଙ୍କୁ ରଥଟଣା ଦେଖାଇବା ମହଙ୍ଗା ପଡ଼ିଲା, ସିଲ୍‌ ହେଲା ବିଲ୍ଡିଂ

ରଥଯାତ୍ରା ସମୟରେ କଟକଣା ଉଲଘଂନ ଅଭିଯୋଗରେ ସିଲ୍ ହେଲା ଅକ୍ଷୟପାତ୍ର ଫାଉଣ୍ଡେସନ ବିଲ୍ଡିଂ । ପୁରୀ ବଡ ଦାଣ୍ଡରେ ଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନ ବିଲ୍ଡିଂକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ ।

studying
ଯୁକ୍ତ ୨ ସିଟ୍ ବୃଦ୍ଧି ଆବେଦନ ନେଇ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି

ଗତକାଲିଠାରୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ ତାରିଖ ସଂଧ୍ୟା ୬ଟାରେ ଶେଷ ହେବ। ୨୦୨୧-୨୨ ଶିକ୍ଷା ବର୍ଷରେ ସିଟ୍ ବୃଦ୍ଧି ପାଇଁ ଏହି ଆବେଦନ କରି ପାରିବେ ଉଚ୍ଚ ମାଧ୍ୟମିକ ସ୍କୁଲ।

PMAY
ସଫ୍ଟଓୟାର ଇଞ୍ଜିନିୟରଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଟଙ୍କା ହଡ଼ପ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ସଫ୍ଟଓୟାର ଇଂଜିନିୟର ଓ ବିଧବା ମହିଳାଙ୍କ ନାଁରେ ଆବାସ ଯୋଜନାରେ ଟଙ୍କା ହଡପ ଅଭିଯୋଗ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ବାଟିପଡା ପଂଚାୟତରୁ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

Road Problem
ସରକାରଙ୍କର ଶହ ଶହ ଯୋଜନା: ହେଲେ ଗାଁରେ ପହଞ୍ଚୁନାହିଁ

ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ଶାଳଣିଆ ପଞ୍ଚାୟତରେ ରହିଛି ବିଷ୍ଣୁ ପୁର ଗାଁ। ପଞ୍ଚାୟତଠାରୁ ଅନତି ଦୂରରେ ଅବସ୍ଥିତ ଏହି ଗାଁରେ ପାଖାପାଖି ୩ ଶହ ପରିବାର ରହୁଥିବା ବେଳେ ପାଖାପାଖି ୧୧ ଶହ ଲୋକ ବାସ କରୁଛନ୍ତି। ସ୍ୱାଧୀନତାର ୭୪ ବର୍ଷ ପରେ ମଧ୍ୟ ସରକାରୀ କଳର ଆନ୍ତରିକତା ଅଭାବ ଓ ଅବହେଳା ଯୋଗୁଁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଏହି ଗ୍ରାମର ବାସିନ୍ଦା

Unlock
ଅନ୍‌ଲକ୍‌ ଗାଇଡ୍‌ଲାଇନ୍‌, ବିୟୁଟି ପାର୍ଲର-ସ୍ପା-ଜିମ୍-ସେଲୁନ୍ ଖୋଲିବାକୁ ମିଳିଲା ଅନୁମତି

ଆସିଛି ଜୁଲାଇ ମାସ ପାଇଁ ନୂଆ ଗାଇଡଲାଇନ୍ ।  ଅଗଷ୍ଟ ୧ ଯାଏଁ  ସାରା ରାଜ୍ୟରେ ଆଂଶିକ ଲକଡାଉନ ଜାରି ରହିବ । ତେବେ ଏହି ସମୟରେ ସବୁଠୁ ବଡ଼ କଥା ହେଲା, ରାଜ୍ୟରେ ପାର୍କ, ମଲ୍, ସିନେମା ହଲ୍ ଖୋଲିବ ନାହିଁ ।

4
ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ

ପାରାଦୀପ: ପାରାଦୀପ ଜଗନ୍ନାଥ କଲୋନୀରେ ଖାଉଟି ସାମଗ୍ରୀ ବଣ୍ଟନରେ ଅନିୟମିତତା ନେଇ ଅଭିଯୋଗ ହୋଇଛି। ଜଗନ୍ନାଥ କଲୋନୀ ବସ୍ତିରେ ଗରିବ ହିତାଧିକାରୀଙ୍କୁ ଦିଆଯାଉଥିବା ଚାଉଳ, ଗହମ, କିରୋସିନ କମ୍‌ ପରିମାଣର ଦିଆଯାଉଥିବା ଅଭିଯୋଗ ହୋଇଛି। ଏଥିସହ ଲୋକଙ୍କୁ ଦୀର୍ଘ ୨ କିଲୋମିଟର ଦୂରକୁ ଯିବାକୁ ପଡୁଛି। ଫଳରେ ମହିଳା, ଦିବ୍ୟାଙ୍ଗ ଓ ବୃଦ୍ଧଙ୍କୁ ହଇରାଣ ହେବାକୁ ପଡ଼ୁଛି। କଲୋନୀ ମଧ୍ୟରେ କାଉଣ୍ଟର ଖୋଲି ହିତାଧିକାରୀଙ୍କୁ ସାମଗ୍ରୀ ପ୍ରଦାନ କରିବାକୁ ଦାବି ହେଉଛି। ଦାବି ପୂରଣ ନ ହେଲେ […]

  • Thursday, 15 July 2021
5
ଚିପ୍‌ସ୍‌ ଚୋରା ଚାଲାଣ ଅଭିଯୋଗରେ ୭ଟି ଟ୍ରକ୍‌ ଜବତ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳରେ ଚିପ୍‌ସ୍‌ ଚୋରା ଚାଲାଣ କରୁଥିବା ଅଭିଯୋଗରେ ଯାଜପୁର ରୋଡ୍‌ ପୁଲିସ୍ ୭ଟି ଟ୍ରକ୍‌କୁ ଜବତ କରିଛି। ବ୍ୟାସନଗର ପୌରାଞ୍ଚଳର ଧବଳଗିରି ଛକ ନିକଟରୁ ଏହି ଟ୍ରକ ସବୁ ଜବତ ହୋଇଛି। ରବିବାର ରାତ୍ରିରେ ପାଟ୍ରୋଲିଂ ଚାଲିଥିବା ବେଳେ ଟ୍ରକ୍‌ ଗୁଡ଼ିକ ପୁଲିସ୍‌ ହାବୁଡ଼ରେ ପଡ଼ିଯାଇଥିଲେ। ସମସ୍ତ ଟ୍ରକ୍‌ ବିନା ରସିଦ୍‌ରେ ସାମଗ୍ରୀ ଚାଲାଣ କରୁଥିବାରୁ ପୁଲିସ୍‌ ଟ୍ରକ୍‌ ଗୁଡ଼ିକୁ ଜବତ କରି ସ୍ଥାନୀୟ ତହସିଲଦାର ଓ ଆରଟିଓଙ୍କୁ ସୂଚନା ଦେଇଥିଲେ। […]

  • Thursday, 15 July 2021
2
ଦାଦାବଟି ନ ଦେବାରୁ ଢାବା ମାଲିକଙ୍କୁ ଆକ୍ରମଣ ଅଭିଯୋଗ

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ଷଣ୍ଢଗାଁ ନିକଟରେ ଥିବା ଏକ ଢାବା ମାଲିକଙ୍କୁ ଆକ୍ରମଣ ଘଟଣାରେ ୩ ଜଣ ଗିରଫ ହୋଇଛନ୍ତି। ଏଥିସହ ସେମାନେ ବ୍ୟବହାର କରିଥିବା ବୋଲେରୋ ଗାଡ଼ିକୁ ମଧ୍ୟ ପୁଲିସ୍‌ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜ୍ୟୋତିରଞ୍ଜନ ପଟ୍ଟନାୟକ, ଚିତ୍ତରଞ୍ଜନ ନାୟକ ଓ ଶେଷନ ନାଏକ।  ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି। ଅଭିଯୋଗ ଅନୁସାରେ ମାସିକ ୧୦ ହଜାର ଟଙ୍କା ଦାଦାବଟି ଦେବାକୁ ରାଜି ନ […]

  • Thursday, 15 July 2021
1
ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ

ମୟୂରଭଞ୍ଜ: ଆଜି ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ। ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟକୁ UPSC କୋଚିଂ ସେଣ୍ଟରରୁ ବାଦ୍‌ ଦେବା ଏବଂ ମୟୂରଭଞ୍ଜ ଜିଲ୍ଲାରେ ଖାଲି ପଡ଼ିଥିବା ୨୨୦ ଡାକ୍ତରୀ ପଦବୀ ପୂରଣ ଦାବିରେ ବିଜେପି ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ମୟୂରଭଞ୍ଜ ଜିଲ୍ଲାକୁ ଉପେକ୍ଷା କରାଯାଉଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ଆଜି ସକାଳୁ ବିଜେପି କର୍ମୀ ପିକେଟିଂ କରି ବନ୍ଦ ପାଳନରେ ସାମିଲ ହୋଇଛନ୍ତି। ୧୮ ଏବଂ ୪୯ […]

  • Thursday, 15 July 2021
dead-body-11
ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ

ଗଞ୍ଜାମ: ଘରୋଇ କଳିର କରୁଣ ପରିଣତି। ପ୍ରଥମେ ସ୍ତ୍ରୀକୁ ହତ୍ୟା ଏବଂ ପରେ ଖୋଦ୍ ସ୍ୱାମୀର ଆତ୍ମହତ୍ୟା। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବାଗଡ଼ା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ତଣ୍ଟି କାଟି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଦ୍ୱୟ ହେଲେ ବାଙ୍କିଆ ସେଠୀ ତାଙ୍କ ସ୍ତ୍ରୀ ନୟନି। ପାରିବାରିକ କଳହରୁ ଏମିତି ଏକ ଘଟଣା ଘଟିଥିବା ଜଣାପଡ଼ିଛି। ଆଜି ସକାଳେ ବାଙ୍କିଆ ଏକ […]

  • Thursday, 15 July 2021
3
କେବେ ଥମିବ ହାତୀ-ମଣିଷ ଲଢ଼େଇ?

ଭୁବନେଶ୍ୱର: ସାରା ରାଜ୍ୟରେ ହାତୀ ଆତଙ୍କ। ଧାନ ଖାଇବା ଲାଗି ବିଭିନ୍ନ ରାଜ୍ୟର ହାତୀ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି। ହାତୀ କେବଳ ଫସଲ ଖାଉ ନାହାନ୍ତି, ଉପଦ୍ରବ କରୁଥିବାରୁ ଶହ ଶହ ଏକର ଜମିର ଧାନ ଫସଲ ମଧ୍ୟ ନଷ୍ଟ ହୋଇଛି। ଏହାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ି ଯାଇଛି। ଏପଟେ ବଢ଼ିବାରେ ଲାଗିଛି ହାତୀ ମଣିଷ ଲଢ଼େଇ। ସୁଯୋଗ ଦେଖି କିଛ ଅସାମାଜିକ ବ୍ୟକ୍ତି ଓ ଶିକାରୀ ହାତୀଙ୍କୁ ଟାର୍ଗେଟ କରୁଛନ୍ତି। ପୁରୀ ଜିଲ୍ଲା […]

  • Thursday, 15 July 2021