• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

puri
ପୁରୀ ସମୁଦ୍ରରେ ବୁଡ଼ିଗଲେ ଛାତ୍ର

ପୁରୀ: ପୁରୀ ସମୁଦ୍ରରେ ବୁଡ଼ି ଛାତ୍ର ନିଖୋଜ। ସାଙ୍ଗଙ୍କ ସହ ସମୁଦ୍ରରେ ଗାଧୋଉ ଥିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରଙ୍କ ନାଁ ଶ୍ରୀକ୍ରିଷ୍ଣା। ଶ୍ରୀକ୍ରିଷ୍ଣା ରାଞ୍ଚି ମେସ୍‌ରା ସ୍ଥିତ BIT ଛାତ୍ର ବୋଲି ଜଣାପଡ଼ିଛି। ସେ ଛୁଟି ମନାଇବାକୁ ସାଙ୍ଗମାନଙ୍କ ସହିତ ରାଞ୍ଚିରୁ ପୁରୀ ଆସିଥିଲେ। ଆଜି ସମୁଦ୍ରରେ ଗାଧୋଉଥିବା ବେଳେ ଶ୍ରୀକ୍ରିଷ୍ଣା ବୁଡ଼ି ଯାଇଥିଲେ। ପେତାଇ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି। ତାଙ୍କୁ ଉଦ୍ଧାର […]

  • Friday, 16 July 2021
gajapati
ପୁରୀ ବନ୍ଦ ଓ ହିଂସାକାଣ୍ଡ ଘଟଣାକୁ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଲେ ଗଜପତି

ପୁରୀ : ଧାଡ଼ି ଦର୍ଶନ ଯୋଗୁଁ ପୁରୀ ବନ୍ଦ ଓ ହିଂସାକାଣ୍ଡ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । OTVକୁ ଦେଇଥିବା ପ୍ରତିକ୍ରିୟାରେ ଗଜପତି ମହାରାଜା, ସେ ଦିନର ଘଟଣାକୁ ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ସରକାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ଅାଶା ରଖିଛନ୍ତି। ତା ସହ ବାସ୍ତବିକ ଯିଏ ଦୋଷୀ, ତାର ଉପଯୁକ୍ତ ତଦନ୍ତ ହୋଇ ଦଣ୍ଡ ବିଧାନ ହେଉ ଏବଂ ଘଟଣାର […]

  • Friday, 16 July 2021
baijayanta-up 8
ଦୁବାଇରେ ପ୍ରାଣ ହରାଇଥିବା ଦେବାଶିଷ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ଦୁବାଇରେ ପ୍ରାଣ ହରାଇଥିବା କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳର ଯୁବକ ଦେବାଶିଷ ଜେନାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଅାଜି ଦୁବାଇରୁ ଦେବାଶିଷଙ୍କ ମୃତଦେହ ଅାସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା। ଦେବାଶିଷଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତାଙ୍କ ମାତାପିତା ପୂର୍ବରୁ ବୈଜୟନ୍ତଙ୍କୁ ଜଣାଇଥିଲେ। ଏହାପରେ ବୈଜୟନ୍ତ ଦୁବାଇସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଦେବାଶିଷଙ୍କ ମୃତ୍ୟୁର ପୁଲିସ ଯାଞ୍ଚ ପାଇଁ ଅନୁରୋଧ କରିଥିଲେ। ସେହିପରି ମୃତଦେହ ଭାରତ ଫେରାଇ […]

  • Friday, 16 July 2021
srimandir
ଫଟୋ ଭାଇରାଲ ପାଇଁ ସସ୍‌ପେଣ୍ଡ ହେଲେ ସବ୍ ଇନ୍ସପେକ୍ଟର

ପୁରୀ : ପୁରୀ ଶ୍ରୀମନ୍ଦିର ପରିସର ଫଟୋ ଭାଇରାଲ ଘଟଣାରେ ପୁଲିସ ଅଫିସର ସସ୍‌ପେଣ୍ଡ। ସଂପୃକ୍ତ ପୁଲିସ ସବ୍ ଇନ୍ସପେକ୍ଟର ଦିଲୀପ ପଣ୍ଡାଙ୍କୁ ସସ୍‌ପେଣ୍ଡ କଲେ ପୁରୀ ଏସ୍‌ପି । ଅାଜି ସକାଳେ ପୁରୀ ସମୁଦ୍ରକୂଳ ଥାନାର ସବ୍ଇନ୍ସପେକ୍ଟର ଦିଲୀପ ପଣ୍ଡା ତାଙ୍କ ଫେସ୍‌ବୁକ୍ ଅାକାଉଣ୍ଟରେ ଏହି ଫଟୋ ସବୁକୁ ଅପଲୋଡ଼ କରିଥିଲେ। ଏପରିକି ବାଇଶି ପାହାଚରେ ପିଣ୍ଡଦାନ କରିବା ସମୟର ଫଟୋ ସାଙ୍ଗକୁ ବେଢ଼ାରେ ଛିଡ଼ା ହୋଇ ଉଠାଇଥିବା ଫଟୋକୁ ସେ ଭାଇରାଲ କରିଛନ୍ତି। ଏହାକୁ […]

  • Friday, 16 July 2021
paradip-up 78
ସରପଞ୍ଚଙ୍କ ସ୍ୱାମୀଙ୍କ ଦାଦାଗିରି

ପାରାଦୀପ  : ପାରାଦୀପ କୁଜଙ୍ଗ ବ୍ଲକ୍ ଖୋସାଲପୁରରେ ସରପଞ୍ଚଙ୍କ ସ୍ୱାମୀଙ୍କ ଦାଦାଗିରି । ଗତ ସେପ୍ଟେମ୍ବର ୩୦ ତାରିଖରେ କୁଜଙ୍ଗରେ ଅାୟୋଜିତ ହୋଇଥିବା ବିଜେଡି ମହିଳା ସମାବେଶରେ ଯାଇନଥିବା ଖୋସାଲପୁର ବାରିକ ସାହିର ଲୋକଙ୍କୁ ହଂସୁରା ପଂଚାୟତର ସରପଞ୍ଚ ସ୍ମୃତିରେଖା ସ୍ୱାଇଁଙ୍କ ସ୍ୱାମୀ ଓ ସମର୍ଥକ ମାଡ ମାରିଥିବା ଅଭିଯୋଗ ହୋଇଛି । ଖୋସାଲପୁର ବଜାରରେ ଥିବା ବିଭିନ୍ନ ଦୋକାନରେ ପଶି ଦୋକାନୀଙ୍କୁ ଅଭିଯୁକ୍ତମାନେ ନିର୍ଘାତ ପିଟିବାର ଦୃଶ୍ୟ ସିସିଟିଭିରେ ରେକର୍ଡ ବି ହୋଇଛି । କେବଳ […]

  • Friday, 16 July 2021
puri up
ମହେଶ୍ୱରଙ୍କୁ କେ.ଭି ଓ ଦାମଙ୍କ ଟାର୍ଗେଟ

ପୁରୀ : ପୁରୀ ହିଂସା ପଛରେ ରହିଛି ରାଜସ୍ୱ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ମହେଶ୍ୱର ମହାନ୍ତିଙ୍କ ହାତ । ଏଭଳି ଅଭିଯୋଗ ଅାଣିଛନ୍ତି ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଦେଓ। କେ.ଭି କହିଛନ୍ତି, ରାଜସ୍ୱମନ୍ତ୍ରୀ ପୁରୀବାସୀଙ୍କ ଅନୁକମ୍ପା ହାସଲ କରିବାକୁ ନିଜ ଲୋକଙ୍କ ଦ୍ୱାରା ଏଭଳି କାଣ୍ଡ ଭିଅାଇଛନ୍ତି। ତାସହ ଶାନ୍ତି କମିଟି ନାଁରେ ଗିରଫଦାରୀ ଠିକ୍ ନୁହେଁ। ଯଦି ପୁଲିସ ପାଖରେ ପ୍ରମାଣ ଥିଲା ପ୍ରଥମେ କାହିଁକି ଗିରଫ କରାଗଲାନି। ପୁଲିସ ଓ […]

  • Friday, 16 July 2021
monkey
'ବସ୍‌ର ଷ୍ଟିୟରିଂକୁ ମାଙ୍କଡ ଧରିବା ଘଟଣା ପରି ଓଡ଼ିଶାର ଏକ ରାଜନୈତିକ ଦଳର ଅବସ୍ଥା'

ଭୁବନେଶ୍ୱର : କର୍ଣ୍ଣାଟକରେ ଯାତ୍ରୀ ବସିଥିବା ବସ୍‌ର ଷ୍ଟିୟରିଂକୁ ମାଙ୍କଡ ଧରିବା ଭିଡିଓ ଭାଇରାଲ ହେବା ପରେ ଓଡ଼ିଶାରେ ତାର ସାଇଡ୍ ଇଫେକ୍ଟ । ଓଡ଼ିଶାର ଏକ ରାଜନୈତିକ ଦଳର ଅବସ୍ଥା ଠିକ୍ ସେଇ ବସ୍ ଭଳି ବୋଲି ଟୁଇଟ୍ କରିଥିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ସମସ୍ତେ ମାଙ୍କଡ଼କୁ ଦେଖି ଅାତଙ୍କିତ, ତେବେ କେହି ମୁହଁ ଖୋଲିବାକୁ ନାରାଜ ବୋଲି ସେ ଲେଖିଥିଲେ। ଏନେଇ ଜଣେ ଟୁଇଟର ବ୍ୟବହାରକାରୀଙ୍କ ପ୍ରତିକ୍ରିୟା ଉପରେ ବୈଜୟନ୍ତ ସ୍ପଷ୍ଟୀକରଣ […]

  • Friday, 16 July 2021
college-up
କଲେଜ୍ ଭୋଟ୍‌କୁ ଅାଉ ତିନି ଦିନ

ଭୁବନେଶ୍ୱର: ଛୁଟିରେ ବି ପ୍ରାର୍ଥୀଙ୍କ ପ୍ରଚାର। ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରୁଛନ୍ତି ଅାଶାୟୀ ପ୍ରାର୍ଥୀ । ପୁସିଂ କାର୍ଡ ସାଙ୍ଗକୁ ଚକ୍‌ଲେଟ୍ ଗିଫ୍ଟ ଦେଇ ପ୍ରଚାର କରୁଛନ୍ତି । ମହାଳୟା ଲାଗି ଅାସନ୍ତା କାଲି ବି ଛୁଟି।  ସେଥିପାଇଁ ଛାତ୍ରଛାତ୍ରୀଙ୍କୁ ଏକାଠି କରି କଲେଜ ବାହାର ହୋଟେଲ୍‌ରେ ଅାପ୍ୟାୟିତ କରାଯାଉଛି । ଖାଇବା ପିଇବା ଅାସର ସହ ପ୍ରଚାର ବି ହେଉଛି ଜୋରଦାର।  ଅାଉ ଯେଉଁମାନଙ୍କ ପାଖରେ ପହଞ୍ଚି ହେଉନି ସେମାନଙ୍କୁ ହ୍ୱାଟ୍ସ ଅାପ୍ […]

  • Friday, 16 July 2021
arrest-up
ପୁରୀ ବନ୍ଦ ବେଳେ ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣା ; ଅାଉ ୧୫ ଜଣ ଗିରଫ

ପୁରୀ : ପୁରୀ ବନ୍ଦ ବେଳେ ଘଟିଥିବା ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣାରେ ଅାଉ ୧୫ ଜଣ ଗିରଫ । ରବିବାର ୧୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ହିଂସାକାଣ୍ଡ ଓ ଭଙ୍ଗାରୁଜା ଘଟଣାରେ ଗିରଫ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ପ୍ରଥମେ ୧୧ ଜଣ ଓ ପରେ ୧୨ ଜଣଙ୍କୁ ଗିରଫ କରାଯାଇଥିଲା । ଗତ ୩ ତାରିଖରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀରେ ବନ୍ଦ୍ ଡାକରା ଦିଅାଯାଇଥିଲା । […]

  • Friday, 16 July 2021
bjd-up
ବରିଷ୍ଠ ନେତା ଦଳରୁ ଯିବା ପରେ ୧୯ରେ ଘାଟା ଖାଇବ କି ବିଜେଡ଼ି?

ଭୁବନେଶ୍ୱର : ବିଜେଡି ଛାଡିଲେ ଅାଉ ଜଣେ ପୁରୁଖା ନେତା। ମୟୁରଭଂଜର ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁ ଦଳୀୟ ପରିଚାଳନାରେ ଅସନ୍ତୋଷ ପ୍ରକାଶ କରି ବିଜେଡି ଛାଡିଛନ୍ତି । ବିଜେଡି ଛାଡ଼ିବା ପରେ ଲକ୍ଷ୍ମଣ ଟୁଡୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଯୋଗ ଦେଇଛନ୍ତି । ଝାଡ଼ଖଣ୍ଡର ରାଞ୍ଚିଠାରେ ଅାଜି ଅନୁଷ୍ଠିତ JMMର କେନ୍ଦ୍ରୀୟ କମିଟି ବୈଠକ ଅବସରରେ ଟୁଡୁ ନୂଅା ଦଳରେ ସାମିଲ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ JMM ସୁପ୍ରିମୋ ଶିବୁ ସୋରନ୍, ଦଳର ଓଡ଼ିଶା ରାଜ୍ୟ […]

  • Friday, 16 July 2021
rain-up
୨୪ ଘଣ୍ଟାରେ ଲଘୁଚାପ ଡିପ୍ରେସନର ରୂପ ନେବା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ ପୁର୍ବ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ। ୨୪ ଘଣ୍ଟାରେ ଲଘୁଚାପ ଡିପ୍ରେସନର ରୂପ ନେବାର ସମ୍ଭାବନା ରହିଛି । ତେଣୁ ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ସମ୍ଭାବନା ରହିଛି । ମୌସୁମୀ ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବା ପରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ତା ଅାଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଅାସନ୍ତା ୧୨ ଘଣ୍ଟା ମଧ୍ୟରେ ୱେଲମାର୍କ ଲୋ-ପ୍ରେସର ରୂପ ନେବ ସହ […]

  • Friday, 16 July 2021
padmalochan
କଂଗ୍ରେସ ଦଳ ଛାଡ଼ିଲେ ପଦ୍ମଲୋଚନ ପଣ୍ଡା

ବାଲେଶ୍ୱର : କଂଗ୍ରେସ ଦଳ ଛାଡ଼ିଲେ ବରିଷ୍ଠ କଂଗ୍ରେସ ନେତା ତଥା ବାଲେଶ୍ୱର ସିମୁଳିଅାର ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା। ଦଳର ପ୍ରାଥମିକ  ସଦସ୍ୟ ପଦର ଇସ୍ତଫା ଦେଇଥିବା ବାଲେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ପଦ୍ମଲୋଚନଙ୍କ ସହିତ ଛାତ୍ର କଂଗ୍ରେସର ସଂପାଦକ ନୀଳମାଧବ ପଣ୍ଡା, ଶୁଭଙ୍କର ମହାପାତ୍ରଙ୍କ ସହ ବ୍ଲକ୍ ସ୍ତରୀୟ ନେତା ବି ଦଳ ଛାଡିଥିବା ସୂଚନା ମିଳିଛି । ତେବେ ଦଳରେ ଗୋଷ୍ଠୀ କନ୍ଦଳ ଓ ସମନ୍ୱୟର ଅଭାବ ରହିଛି […]

  • Friday, 16 July 2021
fever
ଅଜଣା ଜ୍ୱର ଅାତଙ୍କ

ଗଞ୍ଜାମ  : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ସାନତୁଳସୀପଲ୍ଲୀ ଗ୍ରାମରେ ଅଜଣା ଜ୍ୱରରେ ୩୬ ଜଣ ଅାକ୍ରାନ୍ତ ହୋଇଛନ୍ତି। ଗାଁରେ ପ୍ରାୟ ୩୦ ପରିବାର ବାସ କରୁଥିବା ବେଳେ ଅଧିକାଂଶ ଲୋକ ଗରିବ ଶ୍ରେଣୀର। ଅର୍ଥାଭାବରୁ ସେମାନେ ଚିକିତ୍ସା କରିପାରୁନଥିବା ବେଳେ ଏ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଯାଇଥିଲା। ଖବର ପାଇବାପରେ ଏସ୍‌ଡିଏମଓ ଗାଁକୁ ଏକ ଟିମ୍ ପଠାଇ ପ୍ରାୟ ୨୭ ଜଣଙ୍କ ରକ୍ତ ନମୂନା ସଂଗ୍ରହ କରିଛନ୍ତି।  ସମସ୍ତଙ୍କ ରକ୍ତ ନମୂନା ମ୍ୟାଲେରିଅା ନେଗେଟିଭ୍ […]

  • Friday, 16 July 2021
mao-police
ମାଓବାଦୀ-ପୁଲିସ୍ ମୁହାଁମୁହିଁ

କୋରାପୁଟ  : କୋରାପୁଟ ପଟାଙ୍ଗି ଓ ସୁଙ୍କି ଅଂଚଳରେ ମାଓବାଦୀ-ପୁଲିସ୍ ମୁହାଁମୁହିଁ । ଅାନ୍ଧ୍ର-ଓଡିଶା ସୀମାରେ ପୁଲିସ୍ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିବା ସୂଚନା ମିଳିଛି। ସର୍ଚ୍ଚ ଅପରେସନ ବେଳେ ଗୋଟିଏ ମାଓ କ୍ୟାମ୍ପ୍ ଠାବ ହୋଇଥିବା ନେଇ ସୂଚନା ଦେଇଛନ୍ତି କୋରାପୁଟ ଏସ୍‌ପି କେ.ଭି.ସିଂ . ତେବେ ଏସପିଙ୍କ ସୂଚନା ମୁତାବକ, ଏହି ସୀମାନ୍ତ ଅଂଚଳରେ ପ୍ରାୟ ୧୫ ଜଣ ମାଓବାଦୀ ଥିବାର ସୂଚନା ମିଳିବା ପରେ ଏହି ଅପରେସନ୍ କରାଯାଇଛି।

  • Friday, 16 July 2021
iimsar
ଗିରଫ ହେଲେ ଶିକ୍ଷାନୁଷ୍ଠାନର ମାଲିକ

ଭୁବନେଶ୍ୱର : ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ମାମଲାରେ କାର୍ଯ୍ୟାନୁଷ୍ଠାନ। ଶିକ୍ଷାନୁଷ୍ଠାନର ମାଲିକ ତଥା ନିର୍ଦ୍ଦେଶକ କୋଦଣ୍ଡଧର ସାହୁଙ୍କ ଗିରଫ କରିଛି ପୁଲିସ। ଗତକାଲି ତାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଅାଣିଥିଲେ ପାରା ମେଡିକାଲ୍ ଛାତ୍ରୀ । ଭରତପୁର ଜିଏ କଲୋନୀରେ ଥିବା ଇନ୍ଦିରା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଅାଣ୍ଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ମାଲିକ କୋଦଣ୍ଡ ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଏବଂ ଅଶ୍ଳୀଳ ଅାଚରଣ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି। ଏନେଇ […]

  • Friday, 16 July 2021
face lubricant
ନକଲି ମୋବିଲ୍ କାରଖାନା ଠାବ

କଟକ : କଟକରେ ପୁଣି ନକଲି ମୋବିଲ୍ କାରଖାନା ଠାବ। ୩ଟି ନକଲି ମୋବିଲ୍ କାରଖାନା ଠାବ କରିଛି ପୁଲିସ। ଜଗତପୁର ଭଇରିପୁରରେ ପୁଲିସ ଏହି କାରଖାନା ଗୁଡିକ ଉପରେ ଚଢ଼ାଉ କରି ୨୦ ହଜାର ଲିଟରରୁ ଅଧିକ ମୋବିଲ୍ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଅଟକ ରଖିଛି।

  • Friday, 16 July 2021
puri-up
ପୁରୀ ହିଂସାକାଣ୍ଡ ଘଟଣା

ପୁରୀ  : ପୁରୀ ହିଂସାକାଣ୍ଡ ମାମଲାରେ ୧୫ ଜଣଙ୍କ ନାଁରେ ରୁଜୁ ହୋଇଛି ମାମଲା। ଓଟିଭିକୁ ଏହି ସୂଚନା ଦେଇଛନ୍ତି ପୁରୀ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ। ସେ କହିଛନ୍ତି, ସିସିଟିଭି ଫୁଟେଜ୍ ଅାଧାରରେ ୪୬/୪୭ ଜଣଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ବୁଲୁ ଖୁଣ୍ଟିଅା, ବିନାୟକ ଦାସମହାପାତ୍ର ଓ ଦାମ ମହାସୁଅାର । ବୁଲୁ ଖୁଣ୍ଟିଅା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଘରେ ଭଙ୍ଗାରୁଜା କରିଥିବା ଏସ୍‌ପି କହିଛନ୍ତି। ଶାନ୍ତି କମିଟି ସଦସ୍ୟଙ୍କ ନାଁରେ ମାମଲା କରାଯାଇଛି […]

  • Friday, 16 July 2021
smruti
ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନି

ଭୁବନେଶ୍ୱର : ନବୀନ ସରକାରକୁ ଗାଦିଚ୍ୟୁତ କରିବାକୁ ରାଜ୍ୟ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ସଂକଳ୍ପ  ନିଅାଯାଇଛି। ୧୨୦ ପ୍ଲସ୍ ମିଶନ ଦୋହରାଇଛନ୍ତି କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନି। ସେ କହିଛନ୍ତି, ଏହି ମିଶନ ପୂରଣ ହୋଇ ସରକାର ଗଠନ କରିବ ବିଜେପି। ଏହା ସହିତ ସିଧାସଳଖ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି ସ୍ମୃତି ଇରାନି। କହିଛନ୍ତି, ରାଜ୍ୟର ବିକାଶ ଏବଂ ମହିଳାଙ୍କୁ ସୁରକ୍ଷା ଦେବାରେ ନବୀନ ସରକାର ବିଫଳ।  ୬୦ ପ୍ରତିଶତ ମହିଳା ଓ […]

  • Friday, 16 July 2021
paradip
ପାରାଦୀପରେ ପହଞ୍ଚିଲା ତଟରକ୍ଷୀ ବାହିନୀର ଜାହାଜ ବିଜୟ

ପାରାଦୀପ : ପାରାଦୀପରେ ପହଞ୍ଚିଲା ତଟରକ୍ଷୀ ବାହିନୀର ଜାହାଜ ବିଜୟ। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଜାହାଜ ପରାଦୀପରେ ରହି ଓଡ଼ିଶା ଉପକୂଳର ସୁରକ୍ଷା କରିବ। ଉପକୂଳ ସୁରକ୍ଷା, ପରିବେଶ ସୁରକ୍ଷା, ପ୍ରାକୃତିକ ଦୁର୍ବିପାକ, ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରରେ ସହାୟତା କରିବ। ଗୁରବାର ଏହି ଜାହାଜ ପାରାଦୀପରେ ପହଞ୍ଚିବା ପରେ କୋଷ୍ଟଗାର୍ଡ ଡିଅାଇଜି ରାଜେଶ ମକ୍ୱାନା ସ୍ୱାଗତ କରିଥିଲେ । ଏଥିରେ ୧୨ ଜଣ ଅଫିସର, ୯୧ ଯବାନ ଅଛନ୍ତି। ଜାହାଜର ଲମ୍ବ ୯୮ ମିଟର, […]

  • Friday, 16 July 2021
4
ସାତକୋଶିଅା କୋର୍ ଏରିଅାରେ ସୁନ୍ଦରୀ, ପାଖାପାଖି ବୁଲୁଛି ସାଥୀ ମହାବଳ

ଅନୁଗୁଳ : ସାତକୋଶିଅା କୋର ଏରିଅାରେ ରହୁଛି ବାଘୁଣୀ ସୁନ୍ଦରୀ। ପରିବେଶ ସହ ବି ଖାପ ଖୁଅାଇଲାଣି । ଏଣେ ସୁନ୍ଦରୀ ପାଖାପାଖି ବୁଲୁଛି କାହ୍ନାରୁ ଅାସିଥିବା ମହାବଳ । ଫଳରେ ଉଭୟଙ୍କ ଭିତରେ ମିଳନର ଯଥେଷ୍ଟ ସମ୍ଭାବନା ଦେଖୁଛି ବନ ବିଭାଗ । ତେଣୁ ସାତକୋଶିଅାରେ ବାଘ ବଂଶ ବିସ୍ତାର ହେବା ନେଇ ବନ ବିଭାଗର ଯୋଜନା ଅାଗକୁ ଫଳପ୍ରଦ ହେବାକୁ ଯାଉଛି । ଏଣେ ସୁନ୍ଦରୀ କୋର ଏରିଅାକୁ ଚାଲିଯିବା ପରେ ଅାଠମଲ୍ଲିକ ଅଞ୍ଚଳର […]

  • Friday, 16 July 2021
dhadi-up
ଶ୍ରୀକ୍ଷେତ୍ରରେ ତୁଟୁନି ଧାଡ଼ି ଅଡୁଅା

ପୁରୀ : ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନକୁ ବିରୋଧ କରି ପୋଡ଼ାଜଳା, ଭଙ୍ଗାରୁଜା ଓ ଖଣ୍ଡଯୁଦ୍ଧ ପରେ ଫେରିଛି ଶାନ୍ତି। ପୂର୍ବ ୩ ଦିନ ଭଳି ଅାଜି ବ୍ୟବସ୍ଥିତ ଓ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଭକ୍ତ। ତେବେ କାଲିର ଘଟଣା ପରେ ଶାନ୍ତି କମିଟିର ନିଷ୍ପତ୍ତି ଅନୁସାରେ ବଡ଼ଦେଉଳର ଅନ୍ୟ ୩ ଦ୍ୱାର ଦେଇ ସ୍ଥାନୀୟ ବାସିନ୍ଦାଙ୍କ ପ୍ରବେଶ ଉପରୁ କଟକଣା ହଟିଛି। ନିଷ୍ପତ୍ତି ଅନୁସାରେ ସ୍ଥାନୀୟ ବାସିନ୍ଦାଙ୍କୁ ସାଙ୍ଗରେ ଅାଣିବାକୁ ପଡୁଛି […]

  • Friday, 16 July 2021
dkl
ପରକୀୟା ପ୍ରୀତି ଯୋଗୁଁ ହତ୍ୟାକାଣ୍ଡ

ଢେଙ୍କାନାଳ  : ଢେଙ୍କାନାଳ ମୀନାବଜାରସ୍ଥିତ ପଟ୍ଟନାୟକ ସାହିରେ ବ୍ୟବସାୟୀ ମଣ୍ଟୁ ପାତ୍ର ମର୍ଡର ଘଟଣାର ପର୍ଦ୍ଦାଫାଶ । ହତ୍ୟା ଅଭିଯୋଗରେ ମଣ୍ଟୁଙ୍କ ପତ୍ନୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୁଲିସ। ଅନ୍ୟ ଯୁବକଙ୍କ ସହ ପ୍ରେମ ସଂପର୍କ ଯୋଗୁଁ ପତିପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ତେଣୁ ରାସ୍ତାରୁ ହଟାଇବା ଲାଗି ସ୍ତ୍ରୀ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କରିଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଢେଙ୍କାନାଳର ଅତିରିକ୍ତ ଏସପି […]

  • Friday, 16 July 2021
tanuja
ତନୁଜା ଅାଇଚ୍ ମର୍ଡର ଘଟଣାର ପର୍ଦ୍ଦାଫାଶ୍

ଭୁବନେଶ୍ୱର : ପରକୀୟା ପ୍ରୀତିର କରୁଣ ପରିଣାମ। ଗାର୍ଲଫ୍ରେଣ୍ଡ ପାଇଁ ପତ୍ନୀକୁ ହତ୍ୟା। ହତ୍ୟା ସହ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ଗାର୍ଲଫ୍ରେଣ୍ଡ ସହ ଅଭିଯୁକ୍ତ ସ୍ୱାମୀ ଗିରଫ। ଦୁର୍ଘଟଣା ଯୋଗୁ ପତ୍ନୀର ମୃତ ନୁହେଁ, ବରଂ ଯୋଜନା ବଦ୍ଧ ଭାବେ ମୃତଦେହକୁ ଡିସ୍‌ପୋଜ କରିବା ବେଳେ ହୋଇଥିଲା ଦୁର୍ଘଟଣା। ଭୁବନେଶ୍ୱର ସାମନ୍ତରାପୁରରେ କାରରୁ ତନୁଜା ଅାଇଚଙ୍କ ମୃତଦେହ ଉଦ୍ଧାର ଘଟଣାର ଏଭଳି ରହସ୍ୟ ଉନ୍ମୋଚନ କରିଛି ପୁଲିସ। ହତ୍ୟା ଅଭିଯୋଗରେ ସ୍ୱାମୀ ସଂଗ୍ରାମ ଅାଇଚଙ୍କୁ କୋଲକାତାରୁ […]

  • Friday, 16 July 2021
teacher
ପୁଣି ଗୁରୁ-ଶିଷ୍ୟ ସମ୍ପର୍କରେ ଦାଗ

ଭଦ୍ରକ  : ପୁଣି ଗୁରୁଙ୍କ ନାମରେ ଛାତ୍ରୀଙ୍କୁ ଅସଦାଚାରଣ ଭଳି ସାଙ୍ଘାତିକ ଅଭିଯୋଗ। ଭଦ୍ରକ ଜିଲ୍ଲା ବାସୁଦେବପୁର ଶିକ୍ଷା ସର୍କଲ ନନ୍ଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଏକ ନିନ୍ଦନୀୟ ଘଟଣା। ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଅଶ୍ଳୀଳ ବ୍ୟବହାର ସହ ଏ ସମ୍ପର୍କରେ କାହାରିକୁ ନକହିବା ପାଇଁ ଜଣେ ଶିକ୍ଷକ ଧମକ ଦେବା ଅଭିଭାବକ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ସ୍କୁଲରେ ପହଞ୍ଚିଥିଲେ […]

  • Friday, 16 July 2021
deadbody
ମୃତକଙ୍କୁ ବଞ୍ଚାଇବାକୁ ଗୁଣିଗାରେଡି

ବଲାଙ୍ଗୀର  : ମୃତଦେହକୁ ଝଡାଫୁଙ୍କା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ମୁଖ୍ୟ ହସପିଟାଲରେ। ଗତକାଲି ସନ୍ଧ୍ୟାରେ ପୋଷ୍ଟମର୍ଟମ ରୁମରେ ଏଭଳି ଘଟଣା ଘଟିଛି। ସାପ କାମୁଡାରେ ମୃତ ଜଣେ ନାବାଳକକୁ ବଞ୍ଚାଇବାକୁ କରାଯାଇଛି ଗୁଣିଗାରେଡ଼ି। ଗତ ମଙ୍ଗଳବାର ଦିନ ବଲାଙ୍ଗୀର ସିନ୍ଧେକେଲା ଥାନା ଦିଗସିରା ଗାଁର ୧୫ ବର୍ଷର ନାବାଳକ ମଧୁ ପୟାସିଂହଙ୍କୁ ସାପ କାମୁଡି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ତାଙ୍କର ମୃତ୍ୟୁ […]

  • Friday, 16 July 2021