• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

bandh1
ବିଭିନ୍ନ ଦାବିକୁ ନେଇ ୧୨ ଘଣ୍ଟିଆ ପୁରୁଷୋତ୍ତମପୁର ବନ୍ଦ ଡାକରା

ବ୍ରହ୍ମପୁର: ବିଭିନ୍ନ ଦାବିକୁ ନେଇ ୧୨ ଘଣ୍ଟିଆ ପୁରୁଷୋତ୍ତମପୁର ବନ୍ଦ ଡାକରା ଦିଆଯାଇଛି। ଓକିଲ ଓ ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଡାକରା ଯୋଗୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ସବ୍ ଜଜ୍ କୋର୍ଟ ସ୍ଥାପନ ଦାବିରେ ଓକିଲ ସଂଘ ବନ୍ଦ ଡାକରା ଦେଇଥିବା ବେଳେ ରାସ୍ତା ନିର୍ମାଣ ଦାବିରେ ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

  • Thursday, 15 July 2021
bandh
ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ଡାକରା

ବରଗଡ଼: ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି କରି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ପାଳନରେ ୩୨ଟି ସଂଗଠନ ସାମିଲ ହୋଇଛନ୍ତି। ବନ୍ଦ ଡାକରା ଯୋଗୁ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଲୋକଙ୍କ ଅଭିଯୋଗ ହେଲା, ପଦ୍ମପୁର ଉପଖଣ୍ଡରେ ଥିବା କିଛି ବ୍ଲକ୍‌ ଓ ଗାଁ ବରଗଡ଼ ଜିଲ୍ଲା ସଦର ମହକୁମାରୁ ୧୫୦-୧୬୦ କିଲୋମିଟର ଦୂରରେ ଥିବାରୁ ଏହି ଅଞ୍ଚଳ ପ୍ରତି […]

  • Thursday, 15 July 2021
odia boy1
ହକି ବିଶ୍ୱକପ୍‌ର ପ୍ରଚାର କଲେ ଓଡ଼ିଆ ପୁଅ

ଭୁବନେଶ୍ୱର: ବିଭିନ୍ନ ରାଜ୍ୟରେ ହକି ବିଶ୍ୱକପ୍‌ର ପ୍ରଚାର କଲେ ଓଡ଼ିଆ ପୁଅ ବିଜୟ କୁମାର ମଲ୍ଲିକ। ବିଜୟ ୨୦ ଦିନ ପୂର୍ବରୁ ଏହି ପ୍ରଚାର ଅଭିଯାନରେ ବାହାରି ଥିଲେ। ମୁମ୍ବାଇ, ବେଙ୍ଗାଲୁରୁ ଓ ଆନ୍ଧ୍ରପ୍ରଦେଶ ଇତ୍ୟାଦି ବିଭିନ୍ନ ସ୍ଥାନ ବୁଲି ହକି ବିଶ୍ୱକପ୍‌ର ପ୍ରଚାର ସାରି ଭୁବନେଶ୍ୱର ଫେରିଛନ୍ତି। ଭୁବନେଶ୍ୱରରେ ହେବାକୁ ଥିବା ହକି ବିଶ୍ୱକପ୍ ସମ୍ପର୍କରେ ଯେମିତି ବାହାର ରାଜ୍ୟର ଲୋକେ ଜାଣି ପାରିବେ ଏବଂ ଏହାକୁ ଦେଖିବେ, ସେଥିପାଇଁ ସେ ଏହି ପ୍ରଚାର ଅଭିଯାନ […]

  • Thursday, 15 July 2021
jharsuguda airport
ଝାରସୁଗୁଡ଼ାରେ ଉଡ଼ାନ୍ ଯୋଜନା ଫେଲ୍‌

ଝାରସୁଗୁଡ଼ା: ଦେଶର ଅଧିକରୁ ଅଧିକ ଲୋକେ ବିମାନରେ ଉଡ଼ିବେ। ଅଧିକାଂଶ ସ୍ଥାନକୁ ଆକାଶମାର୍ଗରେ ସଂଯୋଗ କରିହେବ। ଏହି ସ୍ୱପ୍ନ ନେଇ କେନ୍ଦ୍ର ସରକାର ଆରମ୍ଭ କରିଥିବା ଉଡ଼ାନ୍ ଯୋଜନାକୁ ଶକ୍ତ ଧକ୍କା ଲାଗିଛି। ଏୟାର ଓଡ଼ିଶାର ଚୁକ୍ତି ବାତିଲ୍‌ ପାଇଁ ଏକ ପ୍ରକାର ପ୍ରକ୍ରିୟା ଆରମ୍ଭ ହୋଇଛି। ଉଡ଼ାନ୍ ଯୋଜନା ପାଇଁ ଏୟାର ଓଡ଼ିଶା ପାଇଥିବା ସମସ୍ତ ରୁଟ୍‌ର ଚୁକ୍ତିକୁ ବାତିଲ୍‌ କରିବାକୁ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି। ଚୁକ୍ତିର ଖିଲାପ […]

  • Thursday, 15 July 2021
b12
ବାଙ୍କି ରଗଡ଼ିରେ ଚାଲିଥିବା କାର୍ତ୍ତିକେଶ୍ୱର ମହୋତ୍ସବ ଉଦ୍‌ଯାପିତ

କଟକ: କଟକ ଜିଲ୍ଲା ବାଙ୍କି ରଗଡ଼ିରେ ଚାଲିଥିବା କାର୍ତ୍ତିକେଶ୍ୱର ମହୋତ୍ସବ ଉଦ୍‌ଯାପିତ ହୋଇଛି। ଗତକାଲି ଶେଷ ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯୋଗ ଦେଇଥିଲେ। ବାଙ୍କି ହରିହରରେ ପହଞ୍ଚିବା ପରେ ବୈଜୟନ୍ତ ପଣ୍ଡାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହ ଏକ ବାଇକ୍‌ ଶୋଭାଯାତ୍ରାରେ ମହୋତ୍ସବ ସ୍ଥଳୀ ପର୍ଯ୍ୟନ୍ତ ନିଆଯାଇଥିଲା। ପରେ ପ୍ରଦୀପ ପ୍ରଜ୍ୱଳନ କରି ସେ ଶେଷ ଉଦ୍‌ଯାପନୀ ସନ୍ଧ୍ୟାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାଜ୍ୟର […]

  • Thursday, 15 July 2021
a2
ବାଲେଶ୍ୱର ବାଲିଘାଟରେ ନିଆରା ମେଳା

ବାଲେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମାରେ ବାଲେଶ୍ୱର ବାଲିଘାଟ ନିକଟରେ ଅନୁଷ୍ଠିତ ହୋଇଛି ଏକ ନିଆରା ମେଳା। ସ୍ଥାନୀୟ ଲୋକେ ଏହାକୁ ଭିକ୍ଷୁକ ମେଳା ବୋଲି କହିଥାନ୍ତି। ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଆଦି ରାଜ୍ୟର ବହୁ ଭିକ୍ଷୁକମାନେ ଏହି ମେଳାରେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ବହୁ କୁଷ୍ଠରୋଗରେ ଆକ୍ରାନ୍ତ ବି ଥିଲେ। ମହିଳା ଭିକ୍ଷୁକଙ୍କ ସଂଖ୍ୟା ବି କିଛି କମ୍ ନୁହେଁ। ବାଲିଘାଟରୁ ୧ କିଲୋମିଟର ପର୍ଯ୍ୟନ୍ତ ଏହି ଭିକ୍ଷୁକମାନେ ରାସ୍ତାର ଦୁଇ ପାର୍ଶ୍ୱରେ ବସିଥାନ୍ତି। ଏହି ଭିକ୍ଷୁକ […]

  • Thursday, 15 July 2021
b2
ଅଟକି ଯାଇଛି ବଲାଙ୍ଗିର ବାଇପାସ୍ ସ୍ୱପ୍ନ

ବଲାଙ୍ଗିର: ହେଉ ହେଉ ଅଟକି ଗଲା ବଲାଙ୍ଗିର ବାଇପାସ୍। ଜମି ଅଧିଗ୍ରହଣର କ୍ଷତିପୂରଣ ଦରକୁ ନେଇ ସୃଷ୍ଟି ହୋଇଛି କେଁ। ରାଜ୍ୟ ସରକାରଙ୍କୁ ଏ ବାବଦରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ପଷ୍ଟୀକରଣ ମଗାଯାଇଛି। ଏହା ଦ୍ୱାରା ବଲାଙ୍ଗିର ବାଇପାସ୍ ଶୀଘ୍ର ହେବାର ଯେଉଁ ଆଶା ଦିଶୁଥିଲା ତାହା ମଉଳି ଯାଇଛି। ବଲାଙ୍ଗିର ବାଇପାସ୍‌ର ସୂଚନା ଫଳକ ଭାଙ୍ଗି ଯାଇଛି । ଏହି ସୂଚନା ଫଳକ ଭାଙ୍ଗିବା ପରି ଭାଙ୍ଗି ଯାଇଛି ବଲାଙ୍ଗିର ବାଇପାସ୍ ଶୀଘ୍ର ହେବାର ଆଶା। […]

  • Thursday, 15 July 2021
ele3
ନୀଳଗିରି ଛାଡ଼ିଲେ ଝାଡଖଣ୍ଡୀ ହାତୀ ପଲ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀପଲ ଦୀର୍ଘ ୧୦ ଦିନ ଧରି ଉପଦ୍ରବ କରିବା ପରେ ହାତୀପଲକୁ ସେହି ଅଞ୍ଚଳରୁ ଘଉଡ଼ାଇବାରେ ବନ ବିଭାଗ ସଫଳ ହୋଇଛି। ହାତୀ ଘଉଡ଼ାଇବାରେ ପୁଲିସ୍‌, ରାଜସ୍ୱ ବିଭାଗ ଓ ସ୍ଥାନୀୟ ଲୋକେ ବନ ବିଭାଗକୁ ସାହାଯ୍ୟ କରିଥିଲେ। ବାଜା ବଜାଇ, ବାଣ ଫୁଟାଇ ହାତୀପଲକୁ ତିନିକୋଶିଆର ବୁଦୁସାହି ଜଙ୍ଗଲକୁ ଘଉଡ଼ାଇ ଯଡ଼ିବାଲି ଜଙ୍ଗଲକୁ ପଠାଇ ଦିଆଯାଇଥିଲା। ସେଠାରୁ ଗୋପାଳପୁର ଜଙ୍ଗଲ ଦେଇ ପାଟଣା, କାଠପାଳ, ପୁନ୍ଦାଳ, ଦୁର୍ଗାଦେବୀ […]

  • Thursday, 15 July 2021
representational image
ଡଙ୍ଗା ଭସାଇବା ବେଳେ ବୁଡ଼ିଗଲେ ୯ ବର୍ଷର ବାଳକ

କେନ୍ଦୁଝର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଣ ବେଳେ ଅଘଟଣ ଘଟିଛି। କେନ୍ଦୁଝର ଆନନ୍ଦପୁର କୁଶେଇ ନଦୀରେ ବୁଡ଼ି ଯାଇ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ନୂଆଗଡ଼ ଗାଁ କୁଶେଇ ନଦୀରେ ଡଙ୍ଗା ଭସା ବେଳେ ୯ ବର୍ଷର ବାଳକ ଶୁଭମ୍ ରାଉତ ଭାସି ଯାଇଛନ୍ତି। ଆଜି ବଢ଼ି ଭୋରରୁ ଡଙ୍ଗା ଭସାଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଶୁଭମଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି […]

  • Thursday, 15 July 2021
minor girl
ଗାଧୋଇବା ଘର ଟାଙ୍କିରୁ ମିଳିଲା ନାବାଳିକାଙ୍କ ମୃତଦେହ

ପାଟଣାଗଡ଼ : ବଲାଙ୍ଗିର ବେଲପାହାଡ଼ ଭରୁଆମୁଣ୍ଡା ଗାଁରେ ନାବାଳିକାଙ୍କ ମୃତଦେହ ଉଦ୍ଧାର। ଗାଧୋଇବା ଘର ଟାଙ୍କିରୁ ନାବାଳିକାଙ୍କ ମୃତଦେହ ମିଳିଛି। ମାମଲାରେ ପୁଲିସ୍‌ ସାବତ ମାଆକୁ ଗିରଫ କରି କୋର୍ଟ ଚାଲଣା କରିଛି। ଭରୁଆମୁଣ୍ଡା ଗାଁର ପ୍ରଦୀପ ମେହେରଙ୍କ ସାତ ବର୍ଷର ଝିଅ ରଶ୍ମିତା ଗତକାଲି ଅପରାହ୍ନରୁ ନିଖୋଜ ଥିଲେ। ଏହାକୁନେଇ ପରିବାରଲୋକେ ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ତେବେ ସଂଧ୍ୟା ବେଳେ ତାଙ୍କ ମୃତଦେହ ମିଳିଥିଲା। ଏହି ଘଟଣାକୁ ନେଇ ବେଲପାହାଡ଼ ଥାନାରେ ମାମଲା ରୁଜୁ […]

  • Thursday, 15 July 2021
4
ବାରିପଦାରେ ଚାଲିଛି ମାଆ ଜଗଦ୍ଧାତ୍ରୀଙ୍କ ପୂଜା

ବାରିପଦା: ସୁଉଚ୍ଚ ତୋରଣ, ରଙ୍ଗୀନ ଆଲୋକମାଳା ସହ ବାହୁବଳୀ ସିନେମାରେ ନଜର ଆସିଛି ମାହିଷ୍ମତୀ ତୋରଣ। ବାରିପଦା ସହରରେ ଚାଲିଥିବା ମାଆ ଜଗଦ୍ଧାତ୍ରୀଙ୍କ ପୂଜା ପାଇଁ ଭବ୍ୟ ମହଲ ସଦୃଶ ମଣ୍ଡପକୁ ଏହିଭଳି ଭାବରେ ସଜା ଯାଇଛି। ଯାହାକୁ ଦେଖିବାକୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଛୁଟୁଛି। ମାଆ ଦୁର୍ଗାଙ୍କ ଅନନ୍ୟ ଅବତାର ଭାବେ ଜଗଦ୍ଧାତ୍ରୀଙ୍କ ପୂଜା କରାଯାଉଛି। କାର୍ତ୍ତିକ ପଞ୍ଚୁକରୁ ଆରମ୍ଭ ହୋଇଛି ମାଆଙ୍କ ପୂଜାର୍ଚ୍ଚନା। ମାଆ ଦୁର୍ଗାଙ୍କ ଶାନ୍ତ ରୂପ ହେଉଛନ୍ତି ଜଗଦ୍ଧାତ୍ରୀ। ଉଭୟ ଓଡ଼ିଆ […]

  • Thursday, 15 July 2021
11
ମହାନଦୀ ବସ୍ ଟ୍ରାଜେଡିର ତଦନ୍ତ ଆରମ୍ଭ

କଟକ: କଟକ ମହାନଦୀ ବସ୍ ଟ୍ରାଜେଡିର ୩ ବିଭାଗର ୧୦ ଜଣିଆ ଟିମ୍ ତଦନ୍ତ ଆରମ୍ଭ କରିଛି । ପୁଲିସ୍‌, ପରିବହନ ଓ ଜାତୀୟ ରାଜପଥ ପ୍ରାଧିକରଣର ତିନି ଅଧିକାରୀଙ୍କ ନେତୃତ୍ୱରେ ଏହି ଟିମ୍ ଦୁର୍ଘଟଣାର ମିଳିତ ତଦନ୍ତ କରୁଛନ୍ତି। ଆଜି ଏହି ଟିମ୍ ଦୁର୍ଘଟଣା ସ୍ଥଳକୁ ଆସି ସରଜମିନ ତଦନ୍ତ କରୁଛନ୍ତି। ଏହି ଟିମ୍‌ ଦୁର୍ଘଟଣାର କାରଣ ଓ ଅନ୍ୟ ଦିଗ ସମ୍ପର୍କରେ ଛାନ୍‌ଭିନ୍ କରିବ। ଟିମର ନେତୃତ୍ୱ ନେଇଛନ୍ତି ଜଣେ ଏମ୍‌ଭିଆଇ, ଜଣେ ପୁଲିସ୍‌ […]

  • Thursday, 15 July 2021
fake
ଧାନ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ବରଗଡ଼: ବରଗଡ଼ ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଏମିତିକି ଜାଲ୍‌ କାଗଜ ପତ୍ରରେ ଜାଲ୍ କାର୍ଡ ତିଆରି ହେଉଛି। ଏହି ଜାଲ୍‌ କାର୍ଡ ସାହାଯ୍ୟରେ ଦଲାଲ୍‌ମାନେ ସମବାୟ ସମିତି ଜରିଆରେ ଧାନ ବିକ୍ରି କରୁଥିବା ଅଭିଯୋଗ ଆସିଛି। ଚାଷୀଙ୍କ ଡକ୍ୟୁମେଣ୍ଟରେ ଦଲାଲମାନେ ନିଜ ନାଁରେ ଜାଲ୍ କାର୍ଡ ପଞ୍ଜୀକରଣ କରୁଥିବା ନେଇ ଅଭିଯୋଗ ହୋଇଛି। ଦଲାଲ୍‌ମାନେ ଚାଷୀଙ୍କ ଠାରୁ କମ୍ ଦରରେ କିଣି ଜାଲ୍‌ କାର୍ଡ ମାଧ୍ୟମରେ ସମବାୟ ସମିତିରେ ଧାନ […]

  • Thursday, 15 July 2021
5
ଦଲାଲ୍ ସାଜୁଛନ୍ତି ନକଲି ଆର୍‌ଟିଓ

ଭୁବନେଶ୍ୱର: ଦଲାଲଙ୍କ କବ୍‌ଜାରେ ଓଡ଼ିଶା ସୀମାରେ ଥିବା ଆନ୍ତଃରାଜ୍ୟ ପ୍ରବେଶ ପଥ। ମିଛ ରସିଦ୍ ଦେଇ ଦିନ ଦ୍ୱିପ୍ରହରରେ ବାହାର ରାଜ୍ୟର ଟ୍ରକ୍‌ ଚାଳକଙ୍କଠାରୁ ଲୁଟ୍ ହେଉଛି କୋଟି କୋଟି ଟଙ୍କା। କେତେବେଳେ ଆର୍‌ଟିଓ ଅଫିସ୍ ଆଗରେ ତ ଆଉ କେତେବେଳେ ଥାନା ଆଗରେ ଖୋଦ୍ ଆର୍‌ଟିଓଙ୍କ ଗାଡ଼ିରେ ବସି ଟଙ୍କା ଆଦାୟ କରୁଛନ୍ତି ନକଲି କର୍ମଚାରୀ। ସବୁ ଜାଣି ସମସ୍ତେ ଚୁପ୍ ଯାହାକୁ ନେଇ ସାଂଘାତିକ ସନ୍ଦେହ ସୃଷ୍ଟି ହୋଇଛି। ଓଡ଼ିଶା ସୀମାରେ ପଶିବାକୁ ହେଲେ […]

  • Thursday, 15 July 2021
accident
ସଡ଼କ ଦୁର୍ଘଟଣା ବୃଦ୍ଧିକୁ ନେଇ ବଢ଼ୁଛି ଚିନ୍ତା

କଟକ: କଟକ ବସ୍ ଟ୍ରାଜେଡି ପରେ ଏବେ ବଡ଼ ଚିନ୍ତା, କେମିତି କମିବ ସଡ଼କ ଦୁର୍ଘଟଣା ? ଦିନକୁ ଦିନ ରାସ୍ତାରେ ଗାଡ଼ି ସଂଖ୍ୟା ବଢୁଥିବା ବେଳେ ସେହି ଅନୁପାତରେ ଦୁର୍ଘଟଣା ମଧ୍ୟ ବଢ଼ି ଚାଲିଛି। ରାଜ୍ୟରେ ଦୈନିକ ପ୍ରାୟ ୧୨ ଜଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି। କଟକ ବସ୍ ଟ୍ରାଜେଡିର ୨୪ ଘଣ୍ଟା ମଧ୍ୟରେ ଆଉ ୪ଟି ବଡ଼ ଦୁର୍ଘଟଣା ଘଟି ଯାଇଛି। ଯେଉଁଥିରେ ୪ଜଣଙ୍କ ମୁଣ୍ଡ ଗଡ଼ିଛି। ଜଗତ୍ସିଂହପୁର ଜିଲ୍ଲା ଚାରିପୋଲିଆ, ବାଲେଶ୍ୱର […]

  • Thursday, 15 July 2021
ele
ହାତୀକୁ ଧକ୍କା ଦେଲା ଟ୍ରେନ୍‌

କେନ୍ଦୁଝର: ଦୁର୍ଘଟଣାରେ ପୁଣି ଆଉ ଏକ ହାତୀର ମୃତ୍ୟୁ ଘଟିଛି। କେନ୍ଦୁଝର ସଦର ରେଞ୍ଜ ନରଣପୁର ବିଟ୍ ରାମଚନ୍ଦ୍ରପୁର ନିକଟରେ ଏକ ମାଲ୍‌ବାହୀ ଟ୍ରେନ୍ ଧକ୍କା ଦେବାରୁ ମାଈ ହାତୀଟିର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଟ୍ରେନ୍‌ଟି ଯଖପୁରା ପଟୁ ଯୋଡ଼ା ଅଭିମୁଖେ ଯାଉଥିବା ସମୟରେ ରାମଚନ୍ଦ୍ରପୁର ନିକଟରେ ହାତୀଟିକୁ ଧକ୍କା ଦେଇଥିଲା। ମିଳିଥିବା ସୂଚନା ଅନୁସାରେ, ଏକ ହାତୀ ପଲ ରେଳ ଧାରଣା ପାର ହେଉଥିଲେ। ହାତୀ ପଲରେ ପ୍ରାୟ […]

  • Thursday, 15 July 2021
1
ଗଞ୍ଜାମ କବିସୂର୍ଯ୍ୟନଗର ନାବାଳିକା ଦୁଷ୍କର୍ମ ମାମଲାରେ ୩ଗିରଫ

ଗଞ୍ଜାମ: ଗଞ୍ଜାମ କବିସୂର୍ଯ୍ୟନଗର ନାବାଳିକା ଦୁଷ୍କର୍ମ ମାମଲାରେ ୩ ଜଣ ଗିରଫ ହୋଇଛନ୍ତି। ଗତ ଅକ୍ଟୋବର ୩୧ ତାରିଖରେ ଏହି ଗଣଦୁଷ୍କର୍ମ ହୋଇଥିଲା। ଦୁର୍ବୃତ୍ତମାନେ ଚୋରି କରିବାକୁ ଆସି ଘରୁ ୮ ବର୍ଷର ନାବାଳିକାକୁ ଉଠାଇ ନେଇଥିଲେ। ଧାନ ବିଲକୁ ନେଇ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ। ପୁଲିସ୍‌ ଏହାର ତନାଘନା କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୧୧ଟି ମାମଲା ଥିବା ପୁଲିସ୍‌ ସୂଚନା ଦେଇଛି।

  • Thursday, 15 July 2021
d1
ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍‌

ଭୁବନେଶ୍ୱର: ବିୟର ଫ୍ୟାକ୍ଟ୍ରି ପାଇଁ ରାଜ୍ୟ ସରକାର ଜାଗା ଦେଉଛନ୍ତି। କିନ୍ତୁ ପାଇକ ବିଦ୍ରୋହର ସ୍ମାରକୀ ପାଇଁ ଜମି ଦେବାକୁ ଆଗ୍ରହ ନାହିଁ। ଏଭଳି ଅଭିଯୋଗ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଡଃ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ଅବସରରେ ସେ କହିଛନ୍ତି, ରାଜ୍ୟ ସରକାର ବଡ଼ ଘରର ପୁଅ ଆମେ ଗୁଣ୍ଡୁଚି ମୂଷା। ଶୁଣନ୍ତୁ କ’ଣ କହୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ… ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜାଗା […]

  • Thursday, 15 July 2021
b1q
ବଲାଙ୍ଗିର ବାଇପାସ୍‌କୁ ନେଇ ରାଜନୀତି

ବଲାଙ୍ଗିର: ବଲାଙ୍ଗିର ବାଇପାସ୍‌କୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଶ୍ରେୟ ନେବାକୁ ତିନି ପ୍ରମୁଖ ରାଜନୀତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ଦେଖା ଦେଇଛି। ୧୭ ବର୍ଷ ତଳେ ବଲାଙ୍ଗିର ବାଇପାସ୍‌ ରାସ୍ତାର ଶିଳାନ୍ୟାସ ହୋଇଥିଲା। କିନ୍ତୁ ଏଯାଏ କାମ ଆରମ୍ଭ ହେଇପାରିନି। ଏବେ କିନ୍ତୁ ଜମି ଅଧିଗ୍ରହଣ ପାଇଁ ୧୯୦ କୋଟି ଟଙ୍କା ମଞ୍ଜୁର କରିବାକୁ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେବା ପରେ ଏହାର ଶ୍ରେୟ ନେବା ପାଇଁ ଲଢ଼େଇ […]

  • Thursday, 15 July 2021
bbsr2
ଟିକେଟ ନଥିଲେ ବି ହକି ବିଶ୍ୱକପର ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ଦେଖିପାରିବେ

ଭୁବନେଶ୍ୱର: ଟିକେଟ ନଥିଲେ ମଧ୍ୟ ହକି ବିଶ୍ୱକପର ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବକୁ ଲୋକମାନେ ବିଗ୍‌ ଏଲ୍‌ଇଡି ସ୍କ୍ରିନ୍‌ରେ ଦେଖି ମଜା ଉଠାଇ ପାରିବେ। କାହିଁକି ନା ବିଶ୍ୱକପ ହକି ଉଦ୍‌ଘାଟନୀ ସମାରୋହ ପାଇଁ ରାଜଧାନୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜଧାନୀରେ ୧୨ଟି ସ୍ଥାନରେ ବଡ଼ବଡ଼ ଏଲ୍ଇଡି ଲାଗିବ। ବଡ଼ବଡ଼ ମଲ୍‌, ଖୋଲା ପଡ଼ିଆରେ ଏହି ଏଲ୍ଇଡି ଲାଗିବାକୁ ଥିବାବେଳେ, ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେପଟେ ମ୍ୟାଚ୍‌ ଏବଂ ଉଦ୍‌ଘାଟନୀ ସମାରୋହ ବେଳେ ସୁରକ୍ଷା ନେଇ […]

  • Thursday, 15 July 2021
b1
ସ୍ଥାୟୀ ନିଯୁକ୍ତି ଦାବିରେ ଡାଟାଏଣ୍ଟ୍ରି ଅପରେଟର ସଂଘର ଧାରଣା

ଭୁବନେଶ୍ୱର: ସ୍ଥାୟୀ ନିଯୁକ୍ତି ଦାବିରେ ରାଜ୍ୟ ତହସିଲ ଡାଟାଏଣ୍ଟ୍ରି ଅପରେଟର ସଂଘର ବିଧାନସଭା ସମ୍ମୁଖରେ ଧାରଣା। ୧୨ ବର୍ଷ ପରେ ମଧ୍ୟ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିନଥିବାରୁ ସଂଘ ପକ୍ଷରୁ ଧାରଣା ଦିଆ ଯାଇଛି। ୨୦୦୭ ମସିହାରେ ପ୍ରାୟ ୬୦୦ ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ପାଇଥିଲେ। ୬ ବର୍ଷ ଠିକା ଭାବେ କାମ କରୁଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାପାଇଁ ନିୟମ ଥିଲେ ମଧ୍ୟ ଡାଟାଏଣ୍ଟ୍ରି ଅପରେଟରଙ୍କ କ୍ଷେତ୍ରରେ ଲାଗୁ ହୋଇନଥିବା ଅଭିଯୋଗ ହୋଇଛି। ପୂର୍ବରୁ ସରକାରଙ୍କ […]

  • Thursday, 15 July 2021
m1
କଣ୍ଟାମାଳରେ କାର୍ଯ୍ୟକ୍ଷମ ହୋଇପାରନି ମେଗା ଉଠା ଜଳସେଚନ ପ୍ରକଳ୍ପ

ବୌଦ୍ଧ: ୩ ବର୍ଷ ବିତିଗଲାଣି ତଥାପି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଅଣ ଜଳସେଚିତ ଅଞ୍ଚଳରେ ପାର୍ବତୀ ଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନାହିଁ। ଚାଷୀଙ୍କ ଜମିକୁ ଜଳ ଯୋଗାଣ ଲାଗି ବୌଦ୍ଧ ଜିଲ୍ଲାର ଚାରିଟି ସ୍ଥାନରେ ସରକାରଙ୍କ ତରଫରୁ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ଲାଗି ଯୋଜନା ହୋଇଥିଲା। ତେବେ କଣ୍ଟାମାଳ ବ୍ଲକରେ ଏହା କାର୍ଯ୍ୟକ୍ଷମ ହୋଇନଥିବାରୁ ମରୁଡ଼ି ହୋଇଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଣଜଳସେଚିତ ଚାଷ […]

  • Thursday, 15 July 2021
q6
ଅଦରକାରୀ ପଦାର୍ଥରୁ ତିଆରି ହେଉଛି ସୁନ୍ଦର ପ୍ରତିକୃତି

ବ୍ରହ୍ମପୁର: ନଷ୍ଟ ପଦାର୍ଥରୁ ଶ୍ରେଷ୍ଠ ସୃଷ୍ଟି। ବ୍ରହ୍ମପୁର ସରକାରୀ ଆଇଟିଆଇର ୱାର୍କସପ୍ ଗୁଡ଼ିକରୁ ବାହାରୁଥିବା ବିଭିନ୍ନ ସ୍କ୍ରାପ୍‌ ତଥା ଅଦରକାରୀ ଜିନିଷରୁ ବହୁ ସୁନ୍ଦର ପ୍ରତିକୃତି ତିଆରି ହେଉଛି। ଆଇଟିଆଇ ପ୍ରଶିକ୍ଷାର୍ଥୀଙ୍କ ହାତ, ବିଚକ୍ଷଣ ବୁଦ୍ଧିର ସ୍ପର୍ଶରେ ଅଦରକାରୀ ପଦାର୍ଥ ସବୁ ଜୀବନ୍ତ ହୋଇ ଉଠିଛି। ଏବେ ସେହି ସ୍କ୍ରାପ୍‌ରୁ ତିଆରି ହେଉଛି ୧୨ ଫୁଟ ଉଚ୍ଚର ପ୍ରିଡେଟର। ବ୍ରହ୍ମପୁର ସରକାରୀ ଆଇଟିଆଇ ସ୍କ୍ରାପ୍‌ ମ୍ୟୁଜିୟମରେ ବିଶାଳକାୟ ହଲିଉଡ୍‌ ଫିଲ୍ମର ନେଗେଟିଭ ଚରିତ୍ର ପ୍ରିଡେଟର ନିର୍ମାଣ ଚାଲିଛି। […]

  • Thursday, 15 July 2021
elephant
ରାଜ୍ୟରେ ଅସୁରକ୍ଷିତ ବନ୍ୟଜନ୍ତୁ

ଭୁବନେଶ୍ୱର: ପରିବେଶ ସନ୍ତୁଳନ ପାଇଁ ବନ୍ୟପ୍ରାଣୀ ସୁରକ୍ଷା ଅତ୍ୟନ୍ତ ଜରୁରୀ। ହେଲେ ଏହାକୁ ମାନୁଛି କିଏ ? ଗତ ପାଞ୍ଚ ବର୍ଷରେ ଅଢ଼େଇ ହଜାରରୁ ଅଧିକ ବନ୍ୟଜନ୍ତୁଙ୍କ ଜୀବନ ଯିବା, ବର୍ତ୍ତମାନ ପରିବେଶ ପାଇଁ ସାଂଘାତିକ ବିପଦ ସୃଷ୍ଟି କରିଛି। କେବେ ଦୈବୀ ଦୁର୍ଘଟଣାରେ ତ ଆଉ କେବେ ମନୁଷ୍ୟକୃତ କାରଣ ଯୋଗୁ ବାଘ, ହାତୀ, ଭାଲୁ, ହରିଣ ଓ ମୟୁର ସହ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ମୃତ୍ୟୁ ମୁଖରେ ପଡୁଛନ୍ତି। ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର […]

  • Thursday, 15 July 2021
bali yatra..
ତିନି ଦିନ ପରେ ବାଲିଯାତ୍ରା; ଚିନ୍ତାରେ ଦୋଳି ବ୍ୟବସାୟୀ

କଟକ: ଏଥର ବିବାଦ ଯେମିତି ବାଲିଯାତ୍ରାର ପିଛା ଛାଡ଼ୁନି। କଟକ ବାଲିଯାତ୍ରାକୁ ଆଉ ମାତ୍ର ତିନି ଦିନ ଥିବାବେଳେ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ପ୍ଲଟ୍‌ ଆବଣ୍ଟନ ବିବାଦ ସିନା ତୁଟିଗଲା, କିନ୍ତୁ କ୍ଷୁଦ୍ର ବ୍ୟବସାୟୀମାନେ ଜାଗା ପାଉନଥିବା ଅଭିଯୋଗ କରିଛନ୍ତି। ଦୋଳି ବ୍ୟବସାୟୀଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ପୁରୁଣା ଜାଗା ଦେଉନଥିବାରୁ ବର୍ଦ୍ଧିତ ଦରରେ ବାଲିଯାତ୍ରାକୁ ଆସିବେ ନାହିଁ ବୋଲି ବ୍ୟବସାୟୀ କହିଛନ୍ତି। ପ୍ରତିବର୍ଷ ବାଲିଯାତ୍ରା ଆରମ୍ଭ ହେବାର ୧୦ଦିନ ଆଗରୁ କୋଲକାତାରୁ ଟେରାକୋଟା […]

  • Thursday, 15 July 2021