• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ସିଲ୍ ହେଲା ପୁରୀ ଅକ୍ଷୟପାତ୍ର ଫାଉଣ୍ଡେସନ ବିଲ୍ଡିଂ ।

  • ସିଲ୍ କରିଛି ଜିଲ୍ଲା ପ୍ରଶାସନ ।

  • ଇସ୍କନ ଭକ୍ତ ବିଲ୍ଡିଂ ଛାତରେ ରହି ରଥଯାତ୍ରା ଦେଖୁଥିଲେ ।

ପୁରୀ: ରଥଯାତ୍ରା ସମୟରେ କଟକଣା ଉଲଘଂନ ଅଭିଯୋଗରେ ସିଲ୍ ହେଲା ଅକ୍ଷୟପାତ୍ର ଫାଉଣ୍ଡେସନ ବିଲ୍ଡିଂ । ପୁରୀ ବଡ ଦାଣ୍ଡରେ ଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନ ବିଲ୍ଡିଂକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । ରଥଯାତ୍ରା ବେଳେ କିଛି ଇସ୍କନ ଭକ୍ତ ବିଲ୍ଡିଂ ଛାତରେ ରହି ରଥଯାତ୍ରା ଦେଖିଥିବା ନେଇ ଅଭିଯୋଗ ହୋଇଥିଲା । ଏହା ପରେ ପ୍ରଶାସନ ପକ୍ଷରୁ କାର୍ଯାନୁଷ୍ଠାନ ନିଆଯାଇଛି । ସମାନ ଅଭିଯୋଗ କ୍ରମେ ଗତକାଲି ମଧ୍ୟ ପୁରୀର ଏକ ଲଜ୍‌କୁ ସିଲ୍ କରିଥିଲା ପ୍ରଶାସନ ।

ସେହିଭଳି ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ଲାଗିଥିବା ବେଳେ କିଛି ଲୋକ ନିୟମ ଉଲ୍ଲଂଘନ କରିଥିଲେ । ଫଳରେ ଏବେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୋଲିସ ୧୦ ଜଣ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । 

ଉକ୍ତ ୧୦ ଜଣଙ୍କ ମଧ୍ୟରେ ହରିୟାଣାର ଗୋବିନ୍ଦକ୍ରିଷ୍ଣା ଦାସ ଓ ଅତୁଲକ୍ରିଷ୍ଣାଙ୍କ ସହ ଅନ୍ୟ ୮ ଜଣ ରହିଛନ୍ତି । ସେହି ୮ ଜଣ ହେଉଚନ୍ତି ପୁରୀର ସ୍ଥାନୀୟ ଅଞ୍ଚଳର ଲୋକ । ସେମାନଙ୍କ ବିରୋଧରେ କର୍ଫ୍ୟୁ ନିୟମ ଉଲଂଘନ କରିଥିବା ଅଭିଯୋଗ ହୋଇଛି । ଏମାନଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ ପରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛି ପୋଲିସ ।

ତେବେ ଗତ ଥର ଭଳି ଏଥର ମଧ୍ୟ କଡ଼ ଲେଉଟାଇଲା ଇତିହାସ । ଶ୍ରୀକ୍ଷେତ୍ରରେ ପୁଣି ଥରେ ଭକ୍ତ ବିନା ଗଡ଼ିଛି ରଥ । ଏ ବର୍ଷ ବି ସେହି କରୋନା କଟକଣା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ବଦଳରେ ହାତଗଣତି ସେବାୟତ ରୂପୀ ଭକ୍ତଙ୍କୁ ନେଇ ସମ୍ପୂର୍ଣ୍ଣ ହୋଇଛି ମହାପ୍ରଭୁଙ୍କ ରଥଟଣା ନୀତି । ଆଉ ଏପଟେ ଲଗାତର ଦ୍ୱିତୀୟ ଥର ପାଇଁ ଆଖି ସାମ୍ନାରେ ଦିଅଁ ଓ ରଥ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଅଗଣିତ ଭକ୍ତ ।

ଏ କଷ୍ଟ ଏମିତି, ଯାହାକୁ କହି ହେବ ନା ସହି ହେବ । ଭାଷାରେ ବର୍ଣ୍ଣନା କି ଭାବରେ ପ୍ରକାଶ ବେଳେ ଭିଜି ଯାଉଛି ଆଖି, ଫାଟି ଯାଉଛି ଭକ୍ତର ଛାତି । ଶଂଖକ୍ଷେତ୍ର ଶ୍ରୀକ୍ଷେତ୍ରରେ ବର୍ଷକେ ଥରୁଟିଏ ଯାହା ପାଇଁ ଏତେ ବିଶାଳ ଆୟୋଜନ, ଏତେବଡ଼ ଯାତ୍ରା, ତାହା ଭକ୍ତ ବିନା ଶେଷ ହୋଇଛି । ଘୋଷଯାତ୍ରାର ପ୍ରଥମ ଚରଣ ଆଉ ଏଣେ ଲଗାତର ଦ୍ୱିତୀୟ ଥର ପାଇଁ କାଳିଆର ଶ୍ରୀମୁଖ ଦର୍ଶନ, କି ରଥକୁ ଟିକିଏ ଆଖି ପୁରାଇ ଦେଖି ନପାରି କଇଁ କଇଁ କାନ୍ଦି ଉଠିଥିଲା ଭକ୍ତର ପ୍ରାଣ । ହେଲେ ଭକ୍ତର ନିରୁପାୟ । ଘରେ ବସି ଟିଭିରେ ଦେଖିଲା ରଥଟଣା ।