/odishatv-khabar/media/post_attachments/uploadimage/library/16_9/16_9_0/Arun_Sahoo_1626366954.jpg)
Arun Sahoo
ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପାଇଁ ଆଜିଠାରୁ ଚାଷୀଙ୍କ ପଞ୍ଜିକରଣ ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଚାଷୀ ନିଜର ବିଷଦ ବିବରଣୀ ସହ ସମିତିରୁ ପଞ୍ଜିକରଣ ଫର୍ମ ସଂଗ୍ରହ କରିବେ । ଏହାପରେ ତାହା ପୂରଣ କରି ଆଜିଠାରୁ ଆସନ୍ତା ଅଗଷ୍ଟ ୧୬ ତାରିଖ ମଧ୍ୟରେ ଦାଖଲ କରିବେ ।
ଚଳିତ ବର୍ଷ ଚାଷୀଙ୍କ ନବୀକରଣ ପଦ୍ଧତି ଉଚ୍ଛେଦ କରାଯାଇଛି । ତେଣୁ ଚାଷୀଙ୍କୁ ପୁଣିଥରେ ନୂଆକରି ପଞ୍ଜିକରଣ କରିବା ଆବଶ୍ୟକ । ଫୁଡ୍ଓଡ଼ିଶା ଡଟ୍ ଇନ୍ବ ୱେବସାଇଟ୍ରେ ଏହି ଫର୍ମ ଉପଲବ୍ଧ ହେଉଛି । ନୂଆ ଫର୍ମରେ ଚାଷୀଙ୍କ ସମସ୍ତ ବ୍ୟକ୍ତିଗତ ତଥ୍ୟ ସହ ଚାଷ ହୋଇଥିବା ଜମିର ବିଷଦ ବିବରଣୀ ଦେବାକୁ ହେବ ।
Also Read
ଏଥିଲାଗ ବ୍ୟାଙ୍କ ପାସ୍ବୁକ୍, ଆଧାରକାର୍ଡ, ଜମିର ବିବରଣୀ, ମୋବାଇଲ ଫୋନ ନମ୍ବର ଭଳି ତଥ୍ୟ ପ୍ରଦାନ କରିବାକୁ ହେବ । ଭାଗ ଚାଷୀମାନେ ମଧ୍ୟ ଏଥିଲାଗି ପଞ୍ଜିକରଣ କରିବେ । ଭାଗଚାଷୀ ସମ୍ପୃକ୍ତ ଜମି ମାଲିକଙ୍କ ସହମତି ପତ୍ର ସହ ଆଧାର କାର୍ଡ ନକଲ ଦାଖଲ କରିବାକୁ ହେବ । ଏହି ନୂତନ ପଞ୍ଜିକରଣ ପ୍ରକ୍ରିୟା ଦ୍ୱାରା ଅଧିକରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଧାନ୍ ସଂଗ୍ରହରେ ଅନ୍ତର୍ଭୁକ୍ତ କରିବା ଲକ୍ଷ୍ୟ ରହିଛି । ନୂତନ ଚାଷୀଙ୍କ ପଞ୍ଜିକରଣ ପରେ ଆସନ୍ତା ନଭେମ୍ବର ପହିଲା ୨୦୨୧ରୁ ମାର୍ଚ୍ଚ ୩୧, ୨୦୨୨ ମଧ୍ୟରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)