• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

tandav-up
ସାମ୍ନାକୁ ଅାସୁଛି ତିତ୍‌ଲି ତାଣ୍ଡବର ଲୋମଟାଙ୍କୁରା ଚିତ୍ର

ଗଜପତି  : ଗଜପତି ଜିଲ୍ଲାରେ ଦିନକୁ ଦିନ ସାମ୍ନାକୁ ଅାସୁଛି ତିତ୍‌ଲି ତାଣ୍ଡବର ନୂଅା ନୂଅା ଲୋମଟାଙ୍କୁରା ଚିତ୍ର। ମୃତ୍ୟୁ ସଂଖ୍ୟା ବି ବଢି ବଢି ଚାଲିଛି। ରାୟଗଡ଼ ବ୍ଲକ ଗଙ୍ଗାବାଡ଼ରେ ପାହାଡ଼ ଧସି ୧୬ ଜଣଙ୍କ ମୃତ୍ୟୁ ପରେ କଇଁପୁର ଓ ଲକ୍ଷ୍ମୀପୁର ପଞ୍ଚାୟତରେ ବି ୧୭ ନିଖୋଜ ମଧ୍ୟରୁ ୮ଟି ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ପ୍ରକୃତିର ସନ୍ତାନ ବୋଲାଉଥିବା ଅାଦିବାସୀଙ୍କ ଉପରେ ଅନେକ ଦାଉ ସାଧିଛି ପ୍ରଳୟଙ୍କରୀ ବାତ୍ୟା ତିତ୍‌ଲି। ଦିନ […]

  • Friday, 16 July 2021
k1
ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ବିଶେଷ କରି କନ୍ଧମାଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପାରଦ ତଳକୁ ତଳକୁ ଖସି ଚାଲିଛି। ହେଲେ ଏବର୍ଷ କନ୍ଧମାଳର ସଦରମହକୁମା ଫୁଲବାଣୀରେ ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଛି। ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ି ତୁଳନାରେ କମ୍‌ ରହିଛି। କନ୍ଧମାଳ ସହ କୋରାପୁଟ, କେନ୍ଦୁଝର ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଅତ୍ୟଧିକ ଶୀତ ଅନୁଭୂତ ହେଉଛି। ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ […]

  • Friday, 16 July 2021
piyus-up
ଦିନିକିଅା ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ

ଝାରସୁଗୁଡା : ଦିନିକିଅା ଓଡ଼ିଶା ଗସ୍ତରେ ଅାସି ଅାଜି ଝାରସୁଗୁଡାର ସମଲେଶ୍ୱରୀ କୋଇଲା ଖଣି ପରିଦର୍ଶନ କରିଛନ୍ତି କେନ୍ଦ୍ର କୋଇଲା ଓ ରେଳମନ୍ତ୍ରୀ ପୀୟୂଷ ଗୋୟଲ। ଏଠାରୁ କିଭଳି ଅଧିକ କୋଇଲା ଉତ୍ପାଦନ କରାଯାଇ ରେଳ ଯୋଗେ ପରିବହନ ହେବ ସେ ନେଇ ଏମସିଏଲ ଅଧିକାରୀଙ୍କ ସହ ଅାଲୋଚନା କରିଛନ୍ତି। ଏହାପରେ କେନ୍ଦ୍ରମନ୍ତ୍ରୀ ତାଳଚେର ଯାଇ ଏମସିଏଲର ଭୁବନେଶ୍ୱରୀ କୋଇଲା ଖଣି ଓ ଅନନ୍ତ କୋଇଲା ଖଣି ପରିଦର୍ଶନ କରିଥିଲେ।  ତାଙ୍କ ସହ କୋଲ ଇଣ୍ଡିଅାର ଅଧ୍ୟକ୍ଷ […]

  • Friday, 16 July 2021
death
ପୁଣି ମେଣ୍ଢା ମାରିଲା ଅଜଣା ଜନ୍ତୁ

କଟକ: କଟକ ନରାଜରେ ପୁଣି ଅଜଣା ଜନ୍ତୁ ଆତଙ୍କ। ଗତକାଲି ରାତିରେ ପୁଣି ଆଉ ଗୋଟିଏ ମେଣ୍ଢାକୁ ଅଜଣା ଜନ୍ତୁ ମାରିଥିବା ଅଭିଯୋଗ ହୋଇଛି। ନରାଜ ଗୋପାଳ ସାହିର କୈଳାସ ସାହୁଙ୍କ ମେଣ୍ଢାଶାଳରୁ ଗୋଟିଏ ମେଣ୍ଢାକୁ ଅଜଣା ଜନ୍ତୁ ମାରି ଦେଇଥିବା ଅଭିଯୋଗ ହୋଇଛି। ରବିବାର ରାତିରେ ନରାଜ ଅଞ୍ଚଳରେ ୧୭ଟି ମେଣ୍ଢାକୁ ଅଜଣା ଜନ୍ତୁ ମାରିଥିଲା। ଗତକାଲି ପୁଣି ଆଉ ଗୋଟିଏ ମେଣ୍ଢାର ମୃତ୍ୟୁ ହେବାରୁ ଗୋପାଳ ସାହିରେ ଆତଙ୍କ ଖେଳିଯାଇଛି। ହାତୀ ପାଇଁ ସିଡିଏ […]

  • Friday, 16 July 2021
5
ତିତ୍‌ଲି ମୃତ୍ୟୁ ସଂଖ୍ୟା ଲୁଚାଉଛନ୍ତି କି ସରକାର ?

ଗଜପତି : ଗଜପତିରେ ତିତ୍‌ଲିର ତାଣ୍ଡବ । ବାତ୍ୟା ଓ ବନ୍ୟାର ପ୍ରଭାବରେ ଧ୍ୱଂସ ବିଧ୍ୱସ୍ତ ପୁରା ଜିଲ୍ଲା। ଗଜପତିରେ ଏହି ଦୈବି ଦୁର୍ବିପାକ ବଢାଇଛି ସରକାରଙ୍କ ଚିନ୍ତା। ଅାଜି ମୁଖ୍ୟ ଶାସନ ସଚିବ ପାରଳାଖେମୁଣ୍ଡି ଯାଇ ସ୍ଥିତି ସମୀକ୍ଷା ସହ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିପନ୍ନଙ୍କୁ ଦୁଇ ମାସର ଅାଗୁଅା ରାସନ୍ ସାମଗ୍ରୀ ପ୍ରଦାନ ଓ ରାସନ କାର୍ଡଧାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଏକ ହଜାର ଟଙ୍କା ସହାୟତା ପ୍ରଦାନ […]

  • Friday, 16 July 2021
6
ଶୀତରେ ଖୋଲା ଆକାଶ ତଳେ କଟୁଛି ଅସହାୟଙ୍କ ଜୀବନ

କଟକ: ପ୍ରବଳ ଥଣ୍ଡାରେ ଥରୁଛି ସାରା ରାଜ୍ୟ। ଆଉ ଏହି ଶୀତ ରାତିରେ ଏବେବି ଖୋଲା ଆକାଶ ତଳେ କଟକ ସହରରେ କଟୁଛି ଅସହାୟଙ୍କ ଜୀବନ। ରେଳ ଷ୍ଟେସନ୍ ହେଉ ବା ବସ୍‌ଷ୍ଟାଣ୍ଡ କିମ୍ବା ରାସ୍ତାକଡ଼ ସବୁଠି ରାତି କାଟୁଛନ୍ତି ନିରାଶ୍ରୟ। ଅସହାୟଙ୍କ ପାଇଁ ରାତ୍ରୀ ଆଶ୍ରୟସ୍ଥଳୀ କରାଯାଇଥିବା କଥା ପ୍ରଶାସନ କହୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା ଦେଖିବାକୁ ମିଳିଛି। ହାଡ଼ଭଙ୍ଗା ଶୀତରେ ସାରା ରାଜ୍ୟ ଥରୁଥିବା ବେଳେ କଟକ ସହରର ରାସ୍ତାକଡ଼ରେ ତ […]

  • Friday, 16 July 2021
dhankari-up
ଗ୍ରୀନ୍ ଟ୍ରିବ୍ୟୁନାଲ ଛାଟ ପରେ ପଶିଲା ଚେତା

ଯାଜପୁର : ଡଙ୍କାରୀରେ ପ୍ରଶାସନ ମାରୁଛି ନାଲି ପତକା। ଜାରି ହୋଇଛି ୧୪୪ ଧାରା । ପାହାଡ ପାଖରେ ଥିବା ଓଜନ ମାପକ ଯନ୍ତ୍ରକୁ ଖୋଳି ବାହାର କରୁଛି ପ୍ରଶାସନ। ପଥର ଖାଦାନର ୧୬ଟି ଉତ୍ସ, ସବୁଗୁଡିକୁ ସିଲ୍ କରାଯାଇଛି। ପାଖରେ ଥିବା କ୍ରସ୍‌ର ୟୁନିଟକୁ ମାପଚୁପ କରାଯାଇଥିଲେ ମଧ୍ୟ ସିଲ୍ କରାଯାଇନାହିଁ। କ୍ରସରରେ ବି କୋଟି କୋଟି ଟଙ୍କାର ଚିପ୍‌ସ ମହଜୁଦ ରହିଛି। ଗ୍ରୀନ ଟ୍ରିବ୍ୟୁନାଲର ଛାଟ ପରେ ଡଙ୍କାରୀରେ ପଡ଼ିଛି ଜିଲ୍ଲା ପ୍ରଶାସନର ପାଦ। […]

  • Friday, 16 July 2021
killer
ଧର୍ମଗଡ଼ ସୂର୍ଯ୍ୟକାନ୍ତି ମେହେର ହତ୍ୟାର ପର୍ଦ୍ଦାଫାସ୍

କଳାହାଣ୍ଡି : ଯାଅାକୁ ହତ୍ୟା ପାଇଁ ସୁପାରୀ। କଳାହାଣ୍ଡି ଧର୍ମଗଡ଼ର ଚର୍ଚ୍ଚିତ ସୂର୍ଯ୍ୟକାନ୍ତି ମେହେର ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ୍‌। ସୂର୍ଯ୍ୟକାନ୍ତିଙ୍କ ହତ୍ୟା ପାଇଁ ଯାଅା ସୁପାରୀ ଦେଇଥିବା ଜଣାପଡିଛି। ଅଭିଯୁକ୍ତ ଯାଅା ଚନ୍ଦ୍ରକାନ୍ତି ଓ ସୁପାରୀ କିଲର ଟଙ୍କଧର ପାଣ୍ଡେକୁ ଗିରଫ କରିଛି ପୁଲିସ୍‌। ଗତ ଫେବ୍ରୁଅାରୀ ୧୮ ତାରିଖରେ ଜୁନାଗଡ଼ ମାଟିଗାଁରେ ଘଟିଥିଲା ଏହି ହତ୍ୟାକାଣ୍ଡ। ସୂର୍ଯ୍ୟକାନ୍ତିଙ୍କ ତଣ୍ଟିକାଟି ପଥରରେ ଛେଚି ମାରିଥିଲା ଟଙ୍କଧର। ପାରିବାରିକ କଳହ ପାଇଁ ସୂର୍ଯ୍ୟକାନ୍ତିଙ୍କ ହତ୍ୟା ଯୋଜନା […]

  • Friday, 16 July 2021
bus accident
ପୋଲ ଉପରୁ ଖସି ପଡିଲା ବସ୍ : ୩୦ ଯାତ୍ରୀ ଅାହତ, ୫ ଗୁରୁତର

ମାଲକାନଗିରି  : ପୋଲ ତଳକୁ ଖସିଲା ବସ୍‌। ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲି ନିକଟରେ ଥିବା ଏକ ବ୍ରିଜ୍‌ ଉପରୁ ବସ୍‌ଟି ତଳକୁ ଖସି ଯାଇଥିବା ଜଣାପଡିଛି। ବସ୍‌ ଦୁର୍ଘଟଣାରେ ୩୦ ଜଣ ଅାହତ ହୋଇଥିବାବେଳେ ୫ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଗୋବିନ୍ଦପାଲି, ମାଥିଲି, ଖଇରପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି।  ଜୟପୁରା ଠାରୁ ଜାନବାଇ ଅଭିମୁଖେ ଯିବାବେଳେ ମହାବାହୁ ନାମକ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  ଏଥିରେ ୫୦ରୁ ଅଧିକ ଯାତ୍ରୀ ଥିଲେ। ଅାହତ ଯାତ୍ରୀଙ୍କୁ ପ୍ରଥମେ ବିଏସ୍ଏଫ୍ […]

  • Friday, 16 July 2021
sashti
ଅାଜି ମଣ୍ଡପରେ ଷଷ୍ଠୀ, ପୀଠରେ ସପ୍ତମୀ ପୂଜା

ଭୁବନେଶ୍ୱର : ଜଗତ ଜନନୀ ମା’ ଦୁର୍ଗାଙ୍କ ପୂଜା ପାଇଁ ଚଳଚଞ୍ଚଳ ସାରା ରାଜ୍ୟ। ଅାଜି ମଣ୍ଡପ ଗୁଡିକରେ ମାଅାଙ୍କର ହେବ ଷଷ୍ଠୀ ପୂଜା। ଷଷ୍ଠୀ ପୂଜାରେ ବିଲ୍ୱବରଣ ସହ ଅନ୍ୟାନ୍ୟ ରୀତିନୀତି ରହିଛି। ବିଲ୍ୱବରଣ ପରେ ଦୁର୍ଗତିନାଶିନୀ ମାଆ ଦୁର୍ଗା ସୁସଜ୍ଜିତ ପୂଜା ମଣ୍ଡପରେ ବିଜେ କରିଥାନ୍ତି। କାଲି ମହାସପ୍ତମୀରେ ମାଆଙ୍କର ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପନ କରାଯିବ। ଅାଜିଠୁ ମାଆଙ୍କର ଯଥାରୀତି ପୂଜାର୍ଚ୍ଚନା ଅାରମ୍ଭ ହେଉଥିବାରୁ ପୂଜା ମଣ୍ଡପ ଗୁଡିକରେ ଲାଗିଗଲାଣି ଗହଳି […]

  • Friday, 16 July 2021
death in gajapti
ଗଜପତିରେ ବଢୁଛି ମୃତ୍ୟୁ ସଂଖ୍ୟା

ଗଜପତି : ବାତ୍ୟା ତିତ୍‌ଲି ପ୍ରଭାବରେ ଗଜପତି ଜିଲ୍ଲାରେ ବଢିଚାଲିଛି ମୃତ୍ୟୁ ସଂଖ୍ୟା। ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତରେ ପାହାଡ଼ ଧସି ୧୬ ଜଣଙ୍କ ମୃତ୍ୟୁ ପରେ ଅାଉ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ଅାଶଙ୍କା କରାଯାଉଛି। କଇଁପୁର ପଞ୍ଚାୟତରେ ପାହାଡ଼ ଧସି ୧୫ ଜଣ ନିଖୋଜ ଥିଲେ। ଏପର୍ଯ୍ୟନ୍ତ ନିଖୋଜ ୧୫ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି। ସେପଟେ ଲକ୍ଷ୍ମୀପୁରରେ ୨ ନିଖୋଜଙ୍କ ମଧ୍ୟରୁ ଜଣଙ୍କର ମୃତଦେହ ଠାବ […]

  • Friday, 16 July 2021
puja
ଅାଜି ଦେବୀ ପୀଠରେ ଷଷ୍ଠୀ ପୂଜା, କାଲି ମଣ୍ଡପରେ ଷଷ୍ଠୀ

କଟକ : ଦଶହରା ପାଇଁ ଚଳଚଞ୍ଚଳ ଗାଁଠୁ ସହର । ଅାଜି ଦେବୀ ପୀଠ ଗୁଡ଼ିକରେ ଷଷ୍ଠୀ ପୂଜା କରାଯାଉଥିବା ବେଳେ ଅାସନ୍ତାକାଲି ମଣ୍ଡପରେ ମାଅାଙ୍କର ହେବ ଷଷ୍ଠୀ ପୂଜା। ବିଲ୍ୱବରଣ ସହ ଜଗତ ଜନନୀଙ୍କ ଅାବାହନ ପାଇଁ ସବୁଠି ଚାଲିଛି ପ୍ରସ୍ତୁତି। ପୂଜା ମଣ୍ଡପ ଓ ତୋରଣରେ ଝଲସୁଛି ସହର ବଜାର। କଟକରେ ମା’ଙ୍କ ପୂଜା ପାଇଁ ହୋଇଛି ବ୍ୟାପକ ପ୍ରସ୍ତୁତି।  ପୂଜା ମଣ୍ଡପ ଗୁଡିକରେ ମା’ଙ୍କୁ ବିଭିନ୍ନ ଅଳଙ୍କାରରେ ଅାଭୂଷିତ କରାଯାଉଛି। ସେପେଟେ ମାଆ […]

  • Friday, 16 July 2021
ganita-up
ପ୍ରକୃତ ଗରିବ ପାଉନାହାନ୍ତି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା କାର୍ଡ

ଭୁବନେଶ୍ୱର : ନୂଅା ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଅଡୁଅାରେ ସରକାର। ଅାବେଦନକାରୀଙ୍କ ସଂଖ୍ୟା ୩୫ ଲକ୍ଷ ଟପିଯିବା ପରେ ବିଗିଡ଼ି ଯାଇଛି ସରକାରଙ୍କ ଗରିବ ଗଣିତ। ଏହାସତ୍ତ୍ୱେ ବି ଅନେକ ସ୍ଥାନରେ କାର୍ଡ ପାଇନାହାନ୍ତି ଯୋଗ୍ୟ ହିତାଧିକାରୀ । ନିଜସ୍ୱ ସ୍କିମ୍‌ରେ ସରକାର ନିୟମ କୋହଳ କରିଥିବାରୁ ହିତାଧୀକାରୀଙ୍କ ସଂଖ୍ୟା ବଢୁଛି । ତେବେ ଦଳୀୟ ସମର୍ଥନ ଭିତ୍ତିରେ ବି କାର୍ଡ ବଣ୍ଟାଯାଉଥିବା ନେଇ ବିରୋଧୀ ଅଭିଯୋଗ ଅାଣିବା ପରେ ସରକାରଙ୍କ ଉଦ୍ଦେଶ୍ୟକୁ […]

  • Friday, 16 July 2021
jay-panda
ଟ୍ୱିଟ୍ କରି ସୁଷମା ସ୍ୱରାଜଙ୍କୁ ଧନ୍ୟବାଦ ଜଣାଇଲେ ବୈଜୟନ୍ତ

ଭୁବନେଶ୍ୱର : କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ ଯୋଗୁଁ ଘରକୁ ଫେରିଲେ ଅାବୁଧାବିରେ ଫସିଥିବା ଓଡ଼ିଆ ଯୁବକ ସନ୍ତୋଷ କୁମାର ସ୍ୱାଇଁ। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା କଳାଙ୍ଗ ପାଇକସାହିର ସନ୍ତୋଷ, ଜଣେ ସ୍ଥାନୀୟ ଏଜେଣ୍ଟଙ୍କ ଜରିଅାରେ ଅାବୁଧାବି ଯାଇ ଏକ ଘରୋଇ କମ୍ପାନୀରେ ୯ମାସ ହେଲା କାମ କରୁଥିଲେ, ହେଲେ ସେଠାରେ ତାଙ୍କୁ ଦରମା ମିଳୁନଥିବା ସହ ଦୟନୀୟ ଅବସ୍ଥାରେ କାମ କରାଯାଉଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ସେଠାରୁ ଫେରାଇ […]

  • Friday, 16 July 2021
jharkhanda
ପାଣ୍ଡିଆନଙ୍କ ଦୁର୍ନୀତିର ଗୁମର ଖୋଲିଲେ ଲକ୍ଷ୍ମଣ ଟୁଡୁ

ବାରିପଦା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍‌ଙ୍କ ବିରୋଧରେ ବିଷ ଓଗାଳିଛନ୍ତି ପୂର୍ବତନ ବିଜେଡି ସାଂସଦ ଲକ୍ଷ୍ମଣ ଟୁଡୁ। ଆଜି ସେ ସିଧାସଳଖ ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ କରିଛନ୍ତି। ପାଣ୍ଡିଆନ୍‌ ଲୁହାପଥର ଚୋରା ଚାଲାଣରେ ସମ୍ପୃକ୍ତ ରହିଥିବା ସେ ଅଭିଯୋଗ କରିଛନ୍ତି। ଶ୍ରୀ ଟୁଡୁ କହିଛନ୍ତି-“ଭିକେ ପାଣ୍ଡିଆନ ମୟୂରଭଞ୍ଜର ଜିଲ୍ଲାପାଳ ଥିବା ବେଳେ ସୁଦାମ ମାର୍ଣ୍ଣି ସାଂସଦ ଥିଲେ। ସେତେବେଳେ ଉଭୟଙ୍କ ମଧ୍ୟରେ ଲୁହାପଥର ଚୋରା ଚାଲାଣର ଭିତିରି ବୁଝାମଣା ଥିଲା। ସେଥିପାଇଁ ପାଣ୍ଡିଆନ୍‌ଙ୍କ […]

  • Friday, 16 July 2021
rain sonpur
ସୁବର୍ଣ୍ଣପୁର ଜିଲ୍ଲାରେ ସୁନା ସାଜିଲା ବରଷା

ସୁବର୍ଣ୍ଣପୁର  : ବାତ୍ୟା ତିତ୍‌ଲି ଜନିତ ଲଗାଣ ବର୍ଷାରେ ଅନେକ ସ୍ଥାନରେ କ୍ଷତି ହୋଇଛି, ହେଲେ ଅନେକ ସ୍ଥାନରେ ବର୍ଷାକୁ ଚାଷୀଙ୍କ ଲାଗି ସୁନା ବର୍ଷା ସହ ତୁଳନା କରାଯାଇଛି। ବିଶେଷ କରି ସୁବର୍ଣ୍ଣପୁର ଜିଲ୍ଲାରେ ତିତ୍‌ଲି ପ୍ରଭାବରେ ହୋଇଥିବା ବର୍ଷା ଚାଷୀଙ୍କ ଲାଗି ଅାଣିଛି ଅାଶ୍ୱସ୍ତି। ପୂର୍ବରୁ ଜଳ ଅଭାବ ଯୋଗୁଁ ଏଠାକାର ଜମି ଫାଟି ଆଁ କରିଥିଲା ,ହେଲେ ତିତ୍‌ଲିର ପ୍ରଭାବରେ ଏଠାରେ ବର୍ଷା ହେବା ଫଳରେ ସମସ୍ତ କ୍ଷେତରେ ପାଣି ଭରିଛି। ବର୍ଷା […]

  • Friday, 16 July 2021
balasore flood
ବିପଦ ସଙ୍କେତ ତଳକୁ ଖସିଲା ବୁଢ଼ାବଳଙ୍ଗ ନଦୀ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ବିଭିନ୍ନ ନଦୀଗୁଡ଼ିକର ଜଳସ୍ତର କମିଛି, ତଥାପି ବନ୍ୟା ସ୍ଥିତି ଉଦବେଗଜନକ ରହିଛି। ବୁଢ଼ାବଳଙ୍ଗ ନଦୀରେ ବିପଦ ସଙ୍କେତ ତଳକୁ ଖସିଛି। ବାରୁଣୀଘାଟରେ ବିପଦ ସଙ୍କେତ ୮.୧୩ ମିଟର ଥିବା ବେଳେ ଜଳସ୍ତର ୭.୮ ମିଟର ରହିଛି। ଜଳକାର ଜଳସ୍ତର ମଧ୍ୟ ଖସିଛି, ତଥାପି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବାଲିଅାପାଳ-ବସ୍ତା ରାସ୍ତାର ପେଜଗଳା ଠାରେ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ମଥାନୀ, ସଦାନନ୍ଦପୁର , ଚକୁରାଇ, ସିନ୍ଦୁରହତା ଏବଂ […]

  • Friday, 16 July 2021
naxal
ଛତିଶଗଡ଼ରୁ ନକ୍ସଲ ନେତା ଗିରଫ

ରାୟପୁର: ଛତିଶଗଡ଼ ରାଜନନ୍ଦଗାଓଁରୁ ନକ୍ସଲ ଜାତୀୟ ସଂଯୋଜକ ଏନ୍‌ଭି ରାଓଙ୍କୁ ଛତିଶଗଡ଼ ପୁଲିସ୍‌ ଗିରଫ କରିଛି। ନକ୍ସଲଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ପରେ ପୁଲିସ୍‌ ୨୩ଟି ଡେଟୋନେଟର, ଗୋଟିଏ ମୋବାଇଲ ଓ ନକ୍ସଲ ପତ୍ରିକା ଜବତ କରିଛି। ସେ ହାଇଦ୍ରାବାଦ୍‌ ସ୍ଥିତ ନ୍ୟାସ୍‌ନାଲ୍‌ ଜିଓଫିଜିକାଲ ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌ରେ ସିନିଅର୍‌ ଟେକ୍ନିକାଲ୍‌ ଅଫିସର ଭାବେ କାର୍ଯ୍ୟରତ ଥିଲେ। ସେ ମଧ୍ୟ ଜଣେ ଏକ୍ସପ୍ଲୋସିଭ୍‌ ଏକ୍ସପର୍ଟ ବୋଲି ଜଣାପଡ଼ିଛି।

  • Friday, 16 July 2021
gajapti
ଉଦ୍ଧାର ହେଲା ଅାଉ ଦୁଇ ଜଣଙ୍କ ମୃତ ଦେହ

ଗଜପତି  : ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତ ବାରଘରରେ ପାହାଡ଼ ଧସିବା ଘଟଣାରେ ଅାଜି ମିଳିଲା ଅାଉ ଦୁଇ ଜଣଙ୍କ ମୃତଦେହ । ଏବେ ମୃତ୍ୟୁ ସଂଖ୍ୟା ୧୫ରେ ପହଞ୍ଚିଛି । ଏ ସମସ୍ତଙ୍କ ମୃତ ଶରୀରର ପୋଷ୍ଟମଟର୍ମ ପରେ ଶେଷକୃତ୍ୟ ସମ୍ପନ୍ନ କରାଯିବ । ଉଦ୍ଧାରସ୍ଥଳରେ ହିଁ ମେଡିକାଲ ଟିମ୍ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲା ଏସ୍‌ପି ଅମୂଲ୍ୟ ଦାସ। ଗତକାଲି ପାହାଡ଼ ଅତଡ଼ା ଭିତରରୁ ୧୩ ଜଣଙ୍କ ମୃତଦେହ […]

  • Friday, 16 July 2021
ele1
ମହିଳାଙ୍କୁ ଦଳିଦେଲା ହାତୀ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଅନ୍ତର୍ଗତ ଭୋଇମୁଣ୍ଡାରେ ହାତୀ ଆତଙ୍କ ଦେଖାଯାଇଛି। ଜଣେ ମହିଳାଙ୍କୁ ହାତୀ ଦଳି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି। ଆଜି ଭୋରରେ ଗୋଟିଏ ହାତୀ ଗାଁକୁ ପଶି ଆସିଥିଲା। ତେବେ ମହିଳା ଜଣଙ୍କ ହାତୀ ସମ୍ମୁଖରେ ପଡ଼ି ଯିବା ପରେ ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ପୁଲିସ୍ ଓ ବନ ବିଭାଗ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

  • Friday, 16 July 2021
Rathayatra Rituals
ଆଜି ହେରାପଞ୍ଚମୀ; ରାଗରେ ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ରଥଯାତ୍ରା ପରମ୍ପରାର ଏହା ଏକ ଅଂଶ। ଭାଇଭଉଣୀଙ୍କୁ ଧରି ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଚାଲି ଆସିଲେ ବୋଲି ରାଗିଛନ୍ତି ମହାଲକ୍ଷ୍ମୀ। ସାଧାରଣ ସ୍ତ୍ରୀଙ୍କ ପରି ରାଗରେ ଗରଗର ହୋଇ ଆସି ଭାଙ୍ଗି ଦେବେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ...

bridge
ବଣାଇରେ ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍ ; ୨୦ ଅାହତ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ବଣାଇରେ ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍। କେବଳାଙ୍ଗ ଥାନା ଜାମୁଡେହି କାଞ୍ଜିପାଣି ନିକଟରେ ଘଟିଛି ଏ ଅଘଟଣ। ବ୍ରିଜ୍‌ ଭୁଶୁଡି ୨୦ ଜଣ ଅାହତ ହୋଇଥିବା ଜଣାପଡିଛି। ଅାହତଙ୍କ ମଧ୍ୟରୁ ୫ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ମେଡିକାଲରେ ଭର୍ତ୍ତି କରାଯାଇଛି। ବ୍ରିଜ୍ କାମ ଚାଲିଥିବା ବେଳେ ଶ୍ରମିକଙ୍କ ଉପରେ ବ୍ରିଜ୍ ଭୁଶୁଡ଼ି ପଡିଥିଲା।

  • Friday, 16 July 2021
viral vedio
ମନ୍ତ୍ରୀଙ୍କ ଅଶୋଭନୀୟ ଆଚରଣର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍‌

ପୁରୀ: ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଏକ ଅଶୋଭନୀୟ ଆଚରଣର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ପୁରୀ ଜିଲ୍ଲା ପିପିଲି ବ୍ଳକ୍‌ ତେଇଶିପୁର ପଞ୍ଚାୟତର ୨୪ ନମ୍ବର ଜୋନ୍‌ରେ ବିଜେଡି କାର୍ଯ୍ୟକାରିଣୀ ବୈଠକରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗ ଦେଇଥିଲେ। ତେବେ ବୈଠକ ପୂର୍ବରୁ ସଭା ମଞ୍ଚର କିଛି ଦୂରରେ ମନ୍ତ୍ରୀ ନିଜ କର୍ମୀମାନଙ୍କ ଗହଣରେ ଠିଆ ହୋଇଥିଲେ। ଏହି ସମୟରେ ସେହି ବାଟ ଦେଇ ଜଣେ ଛୋଟ ପିଲା ଯାଉଥିଲା। ତେବେ ମନ୍ତ୍ରୀ ପିଲାଟିକୁ […]

  • Friday, 16 July 2021
protest
ଚୋରା ମଦ କାରବାରକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ମହିଳା

ଜଗତସିଂହପୁର: ଚୋରା ମଦ କାରବାରକୁ ଲୋକଙ୍କ ବିରୋଧ। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍‌ ଅନ୍ତର୍ଗତ ଢିଅସାହିରେ ଚୋରା ମଦ କାରବାରକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି। ଏହାର ପ୍ରତିବାଦ କରି ଢିଅସାହିରେ ଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟ ରାସ୍ତାରେ ଟାୟାର୍‌ ଜାଳି ରାସ୍ତା ଅବରୋଧ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ଏଥିପ୍ରତି ରୋକ୍ ଲଗାଇବାକୁ ଅବକାରୀ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ସେମାନେ କହିଛନ୍ତି। […]

  • Friday, 16 July 2021
2
ବିପର୍ଯ୍ୟୟ ପରେ ଦୁର୍ଦ୍ଦଶାର କରୁଣ ଚିତ୍ର

ଗଞ୍ଜାମ  : ବିପର୍ଯ୍ୟୟ ପରେ ଦୁର୍ଦ୍ଦଶାର ଚିତ୍ର ଅତି କରୁଣ। ବାତ୍ୟା ତିତ୍‌ଲି ଯେତିକି ଅାତଙ୍କ ଖେଳାଇଥିଲା ,ତା ପରର ବର୍ଷା ଓ ବନ୍ୟା ତା’ଠୁ ଅଧିକ ଉଗ୍ର ରୂପ ଦେଖାଇଲା । ଗଞ୍ଜାମ ଜିଲ୍ଲାରେ ଲୋକଙ୍କ ଜୀବନ ଓ ଜୀବିକାକୁ ଯେମିତି ଭସାଇ ନେଇଛି ରୂଷିକୂଲ୍ୟାର ଜଳ ପ୍ରଳୟ। ଏବେ ସବୁଠି ପ୍ରଳୟର ଛାପ।  ଋଷିକୂଲ୍ୟା ନଦୀରେ ଘାଇ ହେବାରୁ ଅଚାନକ ବନ୍ୟା ଅାସି ବୁଡ଼ାଇ ଥିଲା ସମ୍ପୂର୍ଣ୍ଣ ଅାସ୍କା ସହରକୁ । ଚାଲୁଥିଲା ୮ […]

  • Friday, 16 July 2021