• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

111
ନକ୍ସଲଙ୍କ ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ଠିକାଦାର ଗିରଫ

କୋରାପୁଟ: ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ ଶେଷ ହେବାର ୨ ଦିନ ପରେ ନାରାୟଣପାଟଣା ପୁଲିସ୍‌ ଜଣେ ଠିକାଦାରଙ୍କୁ ଗିରଫ କରିଛି। ନକ୍ସଲଙ୍କ ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ପୁଲିସ୍‌ ତାଙ୍କୁ ଗିରଫ କରିଛି। ନାରାୟଣପାଟଣାର ବୋରଗୀ ପଞ୍ଚାୟତ ଅଞ୍ଚଳରେ ରାସ୍ତା କାମ ନିର୍ମାଣ କରୁଥିବା ଦୁଇଜଣ ଠିକାଦାରଙ୍କଠାରୁ ଅନ୍ୟ ଜଣେ ଠିକାଦାର ମୁରଲୀ କ୍ରିଷ୍ଣା ନକ୍ସଲଙ୍କ ନାଁରେ ୩୦ ଲକ୍ଷ ଚାନ୍ଦା ମାଗିଥିବା ଥାନାରେ ଅଭିଯୋଗ ହୋଇଥିଲା। ପୂର୍ବରୁ ମଧ୍ୟ ଏହି ସମାନ ଅଭିଯୋଗରେ ମୁରଲୀ କ୍ରିଷ୍ଣା […]

  • Thursday, 15 July 2021
child
ବାସି ଖାଦ୍ୟ ଖାଇ ୪୦ରୁ ଊର୍ଦ୍ଧ୍ୱ ଶିଶୁ ଅସୁସ୍ଥ

ଆଠଗଡ଼: ବାସି ଖାଦ୍ୟ ଖାଇ ୪୦ରୁ ଊର୍ଦ୍ଧ୍ୱ ଶିଶୁ ଅସୁସ୍ଥ। କଟକ ଜିଲ୍ଲା ଆଠଗଡ଼ ବ୍ଲକ୍‌ ପାର୍ବତୀପୁର ଗାଁରେ ବାସି ଖାଦ୍ୟ ଖାଇ ୪୦ରୁ ଊର୍ଦ୍ଧ୍ୱ ଶିଶୁ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତକାଲି ପାର୍ବତୀପୁର ଗାଁରେ ରାତିରେ ଏକ ଦଶାହ ଭୋଜି ହୋଇଥିଲା। ଭୋଜିରେ କିଛି ଖାଦ୍ୟ ବଳି ପଡ଼ିଥିଲା। ଏହି ବାସି ଖାଦ୍ୟକୁ ଆଜି ସକାଳେ ପିଲାମାନେ ଖାଇଥିଲେ। ଏହି ଖାଦ୍ୟ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇ ପଡ଼ିଥିଲେ। […]

  • Thursday, 15 July 2021
q1
ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ

ଗଜପତି: ଘରୋଇ କଳିକୁ ନେଇ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ୱାମୀ। ମୋହନା ଥାନା କିଡାସିଂ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତ ମହିଳାଙ୍କ ନାମ କ୍ଷୀର ରଣଷଣ୍ଢ। ସୂଚନା ଅନୁସାରେ କୌଣସି କାରଣକୁ ନେଇ ଗତ କିଛି ଦିନ ଧରି ସ୍ୱାମୀ କୋରା ରଣଷଣ୍ଢ ଓ ସ୍ତ୍ରୀ କ୍ଷୀର ରଣଷଣ୍ଢଙ୍କ ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଏହାକୁ ନେଇ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀକୁ ମାରିବା ପାଇଁ ଦୀର୍ଘ ଦିନ ଧରି ଯୋଜନା କରୁଥିଲା। ଆଜି ସକାଳେ […]

  • Thursday, 15 July 2021
11
ରାସ୍ତା କଡ଼ରୁ ମିଳିଲା ଯୁବକଙ୍କ ମୃତଦେହ; ହତ୍ୟା କରି ପୋଡ଼ି ଦେଇଥିବା ସନ୍ଦେହ

ମୟୂରଭଞ୍ଜ: ରାସ୍ତା କଡ଼ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। କେହି ଦୁର୍ବୃତ୍ତ ଯୁବକଙ୍କୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଟାଉନ୍ ଥାନା ଦାଣ୍ଡବୋଷ ଗାଁ ନିକଟରେ ଥିବା ମୁଖ୍ୟରାସ୍ତା କଡ଼ରେ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ୍‌ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ। ତେବେ ମୃତଦେହକୁ ଲୁଚାଇବା ପାଇଁ ରାସ୍ତା କଡ଼ରେ ଥିବା ଧାନ ଗଦା […]

  • Thursday, 15 July 2021
2
ବିକାଶର ବହୁ ଦୂରରେ ପୁତୁଡି ଜଳପ୍ରପାତ

କନ୍ଧମାଳ: ଶୀତ ବଢ଼ିବା ସାଙ୍ଗକୁ କନ୍ଧମାଳ ଜିଲ୍ଲାରେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ପର୍ଯ୍ୟଟକଙ୍କ ଭିଡ଼ ବଢୁଛି। ହେଲେ ଜିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥଳର ବିକାଶ ହୋଇନଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କେବଳ ଫଳକ ଲଗାଇ ପର୍ଯ୍ୟଟନ ବିଭାଗ ଚୁପ୍ ବସିଥିବାବେଳେ ଏହାର ବିକାଶ ଲାଗି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ଶୀତୁଆ ସକାଳ ସାଙ୍ଗକୁ ପ୍ରକୃତିର ମନୋରମ ଦୃଶ୍ୟ। କୁହୁଡ଼ିର ଆସ୍ତରଣରେ ଛାଇ ଯାଇଛି ପୂରା ପରିବେଶ। କନ୍ଧମାଳ ଜିଲ୍ଲା ଫୁଲବାଣୀରେ ଏମିତି ଦୃଶ୍ୟ […]

  • Thursday, 15 July 2021
arrest
ନିଖୋଜ ନାବାଳିକାର ମୃତଦେହ ପାହାଡ଼ ଉପରୁ ଉଦ୍ଧାର ହେବା ଘଟଣାର ପର୍ଦ୍ଦାଫାସ୍‌

ବରଗଡ଼: ବରଗଡ଼ ଜିଲ୍ଲା ଥୁଆପାଲିରେ ଏକ ପାହାଡ଼ ଉପରୁ ନିଖୋଜ ନାବାଳିକାର ମୃତଦେହ ଉଦ୍ଧାର ହେବା ଘଟଣାର ପର୍ଦ୍ଦାଫାସ୍‌ ହୋଇଛି।  ଏହି ଘଟଣାରେ ପୁଲିସ୍‌ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ କୈଳାସ ଚନ୍ଦ୍ର ବାରିକ ଓ ରମେଶ ଓରଫ ଛୋଟୁ ସାହିନି। ଅଭିଯୁକ୍ତମାନେ ନାବାଳିକାକୁ ହତ୍ୟା କରିଥିବା ପୁଲିସ୍ ଆଗରେ ସ୍ୱୀକାର କରିଛନ୍ତି। ଏଥିସହ ପୁଲିସ୍‌ ହତ୍ୟାରେ ବ୍ୟବହୃତ ଏକ ମୋଟର ସାଇକେଲକୁ ମଧ୍ୟ ଜବତ କରିଛି। ମୃତ ନାବାଳିକାଙ୍କ ସହ କୈଳାସର […]

  • Thursday, 15 July 2021
dead-murder-suicide.jpg.image.784.410
୩ଦିନ ପୂର୍ବରୁ ଅପହରଣ ହୋଇଥିବା ଯୁବକଙ୍କ ମିଳିଲା ମୃତଦେହ

ଢେଙ୍କାନାଳ: ଢେଙ୍କାନାଳରେ ୩ ଦିନ ପୂର୍ବରୁ ଅପହରଣ ହୋଇଥିବା ଯୁବକଙ୍କ ମୃତଦେହ ମିଳିଛି। ଆଜି ସକାଳେ ବନମାଳୀପ୍ରସାଦର ଏକ କାଜୁ ଜଙ୍ଗଲରୁ ମୃତଦେହ ମିଳିଛି। ଯୁବକ ଜଣକ ଗତ ୩ ତାରିଖରୁ ନିଖୋଜ ଥିଲେ। ନିଖୋଜ ହେବା ପରଦିନ ତାଙ୍କ ପରିବାର ଲୋକଙ୍କୁ ଅଜଣା ଫୋନ୍‌ କଲ ଆସିଥିବା ଅଭିଯୋଗ ହୋଇଛି। ଯୁବକଙ୍କୁ ମୁକ୍ତ କରିବାକୁ ଅଜଣା ଦୁର୍ବୃତ୍ତ ୨ ଲକ୍ଷ ଟଙ୍କା ଦାବି କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଅପହରଣ ପରେ ଯୁବକଙ୍କୁ […]

  • Thursday, 15 July 2021
school
ଆଶ୍ରମ ସ୍କୁଲରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା

ଖୋର୍ଦ୍ଧା: ଖୋର୍ଦ୍ଧା ବାଣପୁର ନୀଳାଦ୍ରୀ ପ୍ରସାଦ ଆଶ୍ରମ ସ୍କୁଲରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଛାତ୍ର ମୃତ୍ୟୁକୁ ନେଇ ଅନ୍ୟ ଛାତ୍ରମାନଙ୍କୁ ସେମାନଙ୍କ ଅଭିଭାବକମାନେ ଘରକୁ ନେବାକୁ ଜିଦ୍‌ ଧରି ବସିଛନ୍ତି। ଏହାସହ ଛାତ୍ର ମୃତ୍ୟୁକୁ ନେଇ ବିଦ୍ୟାଳୟର ସମସ୍ତ ଶିକ୍ଷକଙ୍କୁ ବଦଳି କରିବାକୁ ଦାବି କରାଯାଇଛି। ଗତ ମଙ୍ଗଳବାର ଦିନ ସ୍କୁଲ ଛାତ୍ରାବାସରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ବିକାଶ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା। ଗତ ୨ ତାରିଖରେ ହଷ୍ଟେଲରେ ସେ ହଠାତ୍‌ […]

  • Thursday, 15 July 2021
launch
ଅାରମ୍ଭ ହେଲା ଇ-ଚାଲାଣ ପ୍ରକଳ୍ପ

ଭୁବନେଶ୍ୱର: ଏଣିକି ମୋଟର ଯାନ ଆଇନ୍‌ ଉଲ୍ଲଂଘନକାରୀଙ୍କ ଦ୍ୱାରା ଘଟୁଥିବା ଅପରାଧର ଅନଲାଇନରେ ରେକର୍ଡ ରହିବ।ଏହାଦ୍ୱାରା ବାରମ୍ବାର ମୋଟର ଯାନ ଆଇନ୍‌ର ଉଲ୍ଲଂଘନ କରୁଥିବା ଲୋକଙ୍କ ଠାରୁ ଅଧିକ ଜରିମାନା ଆଦାୟ କରାଯିବ। ଏହାକୁ ନେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଇ-ଚାଲାଣ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ ଘଟଣା ସ୍ଥଳରେ ଜରିମାନା ଆଦାୟ ହେବ। ଏହି ଡିଜିଟାଲ ମୋଡ୍‌ ମାଧ୍ୟମରେ କର, ଶୁକ୍ଳ ଓ ଜରିମାନା […]

  • Thursday, 15 July 2021
BeFunky-collage
ଶ୍ରୀକାନ୍ତ ଜେନାଙ୍କ ସ୍ଥାନରେ ଗଣେଶ୍ୱର ବେହେରା ଅଧ୍ୟକ୍ଷ

ଭୁବନେଶ୍ୱର: ଇସ୍ତାହାର କମିଟି ଘୋଷଣା କଲା ରାଜ୍ୟ କଂଗ୍ରେସ। ଏଆଇସିସି ଇସ୍ତାହାର କମିଟି ଅଧ୍ୟକ୍ଷ ଭାବେ ଗଣେଶ୍ୱର ବେହେରାଙ୍କୁ ଦାୟିତ୍ୱ ମିଳିଛି। ପୂର୍ବରୁ ଏହି ଦାୟିତ୍ୱରେ ଥିବା ଶ୍ରୀକାନ୍ତ ଜେନାଙ୍କୁ ପଦରୁ ହଟାଇଦିଆଯାଇଛି। ଗଣେଶ୍ୱରଙ୍କ ଅଧ୍ୟକ୍ଷତାରେ ୧୦ ଜଣିଆ କମିଟି ଘୋଷଣା କରାଯାଇଛି। ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ, ସୁଦର୍ଶନ ଦାସ, ଶ୍ୟାମସୁନ୍ଦର ହାଁସଦା, ମେରି ସୁରିନ, ନଟବର ଖୁଣ୍ଟିଆ, ଲିଆକତ ଅଲ୍ଲୀ, ସତ୍ୟପ୍ରକାଶ ନାୟକ, ବିସ୍ମୟ ମହାପାତ୍ର ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି।

  • Thursday, 15 July 2021
temple2
ମନ୍ଦିର ଛପର କଣା କରି ଅଳଙ୍କାର ଲୁଟ୍‌

କେନ୍ଦ୍ରାପଡ଼ା: ମନ୍ଦିର ଛପର କଣା କରି ଠାକୁରଙ୍କ ଅଳଙ୍କାର ଲୁଟ୍‌। କେନ୍ଦ୍ରାପଡ଼ା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନାର ସରକାର ପଡ଼ା ଗାଁରେ ଥିବା ରାମେଶ୍ୱର ମନ୍ଦିରର ଛପର କଣା କରି ଦୁର୍ବୃତ୍ତମାନେ ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏଥିସହ ଦୁର୍ବୃତ୍ତମାନେ ମନ୍ଦିର ପରିସରରେ ଥିବା ପୋଥି ଓ ଅନ୍ୟାନ୍ୟ ଆସବାବପତ୍ର ପୋଡ଼ି ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି।

  • Thursday, 15 July 2021
fire
ଅଗ୍ନିକାଣ୍ଡରେ ୬ ବଖରା ଘର ପୋଡ଼ି ପାଉଁଶ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍‌ ଅନ୍ତର୍ଗତ ତେନ୍ତୁଳିଆପଡ଼ାରେ ଭୟାବହ ଅଗ୍ନିକାଣ୍ଡରେ ୬ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ସୂଚନା ଅନୁସାରେ, ଗାଁରେ ଥିବା ରାଜେଶ ଘଡେଇଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା। ପରେ ଏହି ନିଆଁ ରାଜେଶଙ୍କ ପଡ଼ୋଶୀଙ୍କ ଘରକୁ ବ୍ୟାପି ଯାଇଥିଲା। ଏପରିକି ଘରେ ଥିବା ଗ୍ୟାସ୍‌ ସିଲିଣ୍ଡରରେ ମଧ୍ୟ ନିଆଁ ଲାଗି ବିସ୍ଫୋରଣ ଘଟିଥିଲା। ଅଗ୍ନିକାଣ୍ଡ ଖବର ପାଇଁ ଖଇରା ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ।  

  • Thursday, 15 July 2021
vlcsnap-error336
ଗୋଟିଏ ପରିବାରର ୪ଜଣଙ୍କୁ ଭୁଜାଲିରେ ଆକ୍ରମଣ

ବରଗଡ଼: ଗୋଟିଏ ପରିବାରର ସଦସ୍ୟଙ୍କ ଉପରେ ଦୁର୍ବୃତ୍ତମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି। ବରଗଡ଼ ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବୈରଖପାଲି ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି। ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଅଭିଯୋଗ ଅନୁଯାୟୀ, ବୈରଖପାଲି ଗାଁର କ୍ଷୀରୋନ୍ଦ୍ର ମେହେରଙ୍କ ପରିବାର ରାତିରେ ଶୋଇଥିବା ବେଳେ ଚାରିଜଣ ଦୁର୍ବୃତ୍ତ ଘରେ ପହଞ୍ଚି ଭୁଜାଲିରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ କ୍ଷୀରୋନ୍ଦ୍ରଙ୍କ ସହ […]

  • Thursday, 15 July 2021
land
ତାଳଚେରରେ ମାଟି ଦବିବା ଘଟଣାକୁ ନେଇ ବନ୍ଦ ଡାକରା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ମାଟି ଦବିବା ଘଟଣାକୁ ନେଇ ସହରବାସୀ ପ୍ରତିବାଦ କରିଛନ୍ତି।  ଏମସିଏଲ୍‌ର କୋଇଲା ଖଣି ପରିଚାଳନାରେ ତ୍ରୁଟି ଥିବା ଦର୍ଶାଇ ସହରବାସୀ ଆଜି ତାଳଚେର ବନ୍ଦ ପାଳନ କରୁଛନ୍ତି। ଗତକାଲି ତାଳଚେର ଥାନା ସାମ୍ନାରେ ଥିବା ଏକ ଘର ଭିତରେ ମାଟି ଦବି ଗର୍ତ୍ତ ସୃଷ୍ଟି ହୋଇଥିଲା। ଏହାକୁ ନେଇ ସହରରେ ଭୟର ବାତାବରଣ ଖେଳିଯାଇଥିଲା। ତେବେ କେଉଁ କାରଣରୁ ଘରେ ଗର୍ତ୍ତ ସୃଷ୍ଟି ହୋଇଛି ତାହାର କାରଣ ଜଣାପଡ଼ିନାହିଁ। ଭୂତଳ କୋଇଲା […]

  • Thursday, 15 July 2021
hirakud
ହୀରାକୁଦ ଡ୍ୟାମ୍‌ ସୁରକ୍ଷା ଚିନ୍ତା; ନିର୍ମାଣ ହେବାକୁ ଯାଉଛି ଅତିରକ୍ତ ସ୍ପିଲେୱ

ସମ୍ବଲପୁର : ହୀରାକୁଦ ଡ୍ୟାମ୍‌ର ସୁରକ୍ଷା ଚିନ୍ତା। ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି ଅତିରିକ୍ତ ସ୍ପିଲେୱ। ଡ୍ୟାମ୍‌ର ଉଭୟ ବାମ ଓ ଡାହାଣ ପାର୍ଶ୍ୱରେ ମୃତ୍ତିକା ପରୀକ୍ଷା କରାଯାଇ ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ପଟେ ଅତିରିକ୍ତ ସ୍ପିଲେୱ ନିର୍ମାଣ ହେବ। ତୁର୍କୀର ଇଜିସ ନାମକ ସଂସ୍ଥା ସହ ଜଏଣ୍ଟ ଭେଞ୍ଚରରେ ଏହି କାମ ହାତକୁ ନେଇଛି। ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଡ୍ୟାମ୍‌ ନିର୍ମାଣରେ ସେହି ସଂସ୍ଥାର ଖ୍ୟାତି ଥିବାରୁ ସ୍ପିଲେୱ କାମ ତୁର୍କୀର ଇଞ୍ଜିନିୟରିଂ କୌଶଳରେ […]

  • Thursday, 15 July 2021
tanker
ବ୍ରିଜ୍ ତଳକୁ ଖସିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍

ମୟୁରଭଞ୍ଜ: ଏକ ଗ୍ୟାସ୍‌ ସିଲିଣ୍ଡର ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ମୟୂରଭଞ୍ଜ ରାଇରଙ୍ଗପୁର ବିଶୋଇ ଥାନା ନିକଟରେ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକଟି ବ୍ରିଜ୍‌ ତଳକୁ ଖସି ପଡ଼ିଛି। ଗାଡ଼ିର ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ବିଶୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜାମ୍‌ଶେଦ୍‌ପୁରରୁ ବାରିପଦା ଆସୁଥିବାବେଳେ ଟ୍ରକ୍‌ଟି ଭାରସାମ୍ୟ ହରାଇ ବ୍ରିଜ୍‌ ତଳକୁ ଖସି ପଡ଼ିଥିଲା। ପୁଲିସ୍‌ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଡ୍ରାଇଭର ଜଣଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ଦୁର୍ଘଟଣା ଘଟିଥିବା ପୋଲର […]

  • Thursday, 15 July 2021
maoist
ମାଓବାଦୀ ସଙ୍ଗଠନ ନାମରେ ଚାନ୍ଦା ଆଦାୟ ଅଭିଯୋଗରେ ଦୁଇ ଗିରଫ

ରାୟଗଡ଼ା: ନକଲି ମାଓବାଦୀ ସାଜି ମାଓ ସଙ୍ଗଠନ ନାମରେ ଦାଦାବଟି ଆଦାୟ କରୁଥିବା ଦୁଇ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଏହିଭଳି ଘଟଣା ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି। ପୁଲିସ୍‌ ତଦନ୍ତ କରିଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ନକଲି ମାଓବାଦୀଙ୍କୁ କୋର୍ଟରେ ହାଜର କରାଯାଇଛି। ମାଓ ସଙ୍ଗଠନ ନାମରେ ସଂପୃକ୍ତ ଯୁବକମାନେ ଜଣେ ଠିକାଦାରଙ୍କ ଠାରୁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ। ଏହି ଘଟଣାରେ ପୂର୍ବରୁ ଜଣଙ୍କୁ ଗିରଫ କରିଥିବା ବେଳେ […]

  • Thursday, 15 July 2021
home1
ସେଲ୍‌ଟର ହୋମ୍ କେଳଙ୍କାରୀ : ଆଜି ସରୁଛି ଫୟାଜ ରେହମାନର ରିମାଣ୍ଡ

ଢେଙ୍କାନାଳ : ଢେଙ୍କାନାଳ ବେଲଟିକିରି ସେଲ୍‌ଟର ହୋମ୍ କେଳଙ୍କାରୀର ନାୟକ ଫୟାଜ ରହେମନଙ୍କ ଦୁଇ ଦିନିଆ ପୁଲିସ୍‌ ରିମାଣ୍ଡ ଆଜି ସରୁଛି। ଢେଙ୍କାନାଳ ପୁଲିସ୍‌ ସେଲଟର ହୋମ୍ ନିର୍ଯାତନା ଘଟଣାରେ ଘନ ଘନ ଜେରା କରିଥିବା ଜଣାପଡ଼ିଛି। ରିମାଣ୍ଡର ଶେଷ ଦିନରେ ମଧ୍ୟ ପୁଲିସ୍‌ ସେଲ୍‌ଟର ହୋମ୍ କେଳେଙ୍କାରୀ ନେଇ ପ୍ରଶ୍ନ କରିବ। କିପରି ବେଆଇନ୍ ଭାବେ ବର୍ଷ ବର୍ଷ ଧରି ଚାଲିଥିଲା ସେଲ୍‌ଟର ହୋମ୍, ନିରୀହ ନାବାଳିକାଙ୍କ ସହିତ କିପରି ଚାଲିଥିଲା ଯୌନ ଶୋଷଣ ଏବଂ […]

  • Thursday, 15 July 2021
mines
ନିଲାମ ହେବ ୧୬ଟି ଖଣି

ଭୁବନେଶ୍ୱର: ନିଲାମ ହେବ ୧୬ଟି ଖଣି। ଏହି ଖଣିରେ ୧୦ଟି ଲୁହାପଥର ଓ ୬ଟି ଅନ୍ୟ ଖଣି ରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ମାର୍ଚ୍ଚ ସୁଦ୍ଧା ନିଲାମ କାର୍ଯ୍ୟ ପାଇଁ ରାଜ୍ୟ ସରକାର ଟାର୍ଗେଟ ରଖିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ଅନୁମତି ନିଆଯାଇ ନିଲାମ କରାଯିବ ବୋଲି ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି। ଖଣି ଦୁର୍ନୀତିରେ ଜରିମାନା ଦେଇ ନ ଥବା ୬ଟି ଖଣିର ଲିଜ୍ ବାତିଲ୍ […]

  • Thursday, 15 July 2021
body
ସତରେ କ’ଣ ଚିକିତ୍ସା ଅବହେଳାରୁ ମରିଗଲେ?

କେନ୍ଦୁଝର: ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ବାଂଶପାଳ ବ୍ଲକ୍‌ ଶୁଆକାଠି ଗାଁର ଯୋଗେନ୍ଦ୍ର ମୁଣ୍ଡାଙ୍କ ସ୍ତ୍ରୀ ଝୁନୁମୁଣ୍ଡାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଗତକାଲି ରାତିରେ ଆଶା ଦିଦିଙ୍କୁ ଫୋନ୍‌ କରିଥିଲେ। କିନ୍ତୁ ଆଶା ଦିଦି ତାଙ୍କୁ ଅଟୋରେ ଡାକ୍ତରଖାନାକୁ ନେବାକୁ ପରାମର୍ଶ ଦେଇଥିଲେ। ପରେ ଯୋଗେନ୍ଦ୍ର ରାତି ୧ଟାରେ ସ୍ତ୍ରୀଙ୍କୁ ନେଇ ଡାକ୍ତରଖାନାରେ ପହଞ୍ଚିଥିଲେ। କିନ୍ତୁ ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଡାକ୍ତର ଏହି […]

  • Thursday, 15 July 2021
jail2
ଜେଲ୍‌ ସୁରକ୍ଷାକୁ ନେଇ ଚର୍ଚ୍ଚା

ବ୍ରହ୍ମପୁର: ଜେଲ୍‌ ସୁରକ୍ଷାକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚା। କେଉଁଠି ଜେଲର୍‌ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଛି ତ ଆଉ କେଉଁଠି ଜେଲର୍‌ଙ୍କ ବଦଳରେ ତାଙ୍କ ସ୍ୱାମୀ କାର୍ଯ୍ୟ ତୁଲାଉଛନ୍ତି । ବ୍ରହ୍ମପୁରରେ ଥିବା ସର୍କଲ ଜେଲ୍‌ରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ସେପ୍ଟେମ୍ବର ୩୦ରେ ଦାୟିତ୍ୱରେ ଥିବା ବରିଷ୍ଠ ଜେଲ୍‌ ଅଧୀକ୍ଷକ ଅବସର ନେଇଥିଲେ। ସେହିଦିନଠାରୁ ୨ ମାସ ଧରି ଜେଲ୍‌ ଅଧୀକ୍ଷକ ପଦବୀ ଖାଲି ପଡ଼ିଛି। ବ୍ରହ୍ମପୁର ଜେଲ ଅତି ସ୍ପର୍ଶକାତର […]

  • Thursday, 15 July 2021
2
ଖୋଲା ଆକାଶ ତଳେ ଶହ ଶହ ଧାନ ବସ୍ତା

ବରଗଡ଼: ଚଳିତ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ହେଲେ ମଣ୍ଡିରେ ଅବ୍ୟବସ୍ଥା ଯୋଗୁ ଧାନ ବିକ୍ରି ନହୋଇ ପଡ଼ି ରହିଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। କିଛି ସ୍ଥାନରେ ଧାନ ଅମଳ ସରିଥିବା ବେଳେ ମଣ୍ଡି ଖୋଲିନଥିବାରୁ ଚାଷୀମାନେ ଧାନ ବିକ୍ରି କରି ପାରୁନାହନ୍ତି। ଅନ୍ୟପଟେ, ଧାନ ସଂଗ୍ରହ ଠିକ୍‌ ଚାଲିଥିବା ମନ୍ତ୍ରୀ କହିଛନ୍ତି। ତେବେ FAQ ଟେଷ୍ଟକୁ କିଛି ଚାଷୀ ମାନୁନଥିବାରୁ ସମସ୍ୟା ଦେଖାଦେଇଥିବା ମନ୍ତ୍ରୀ ସଫେଇ ଦେଇଛନ୍ତି। ଖୋଲା ଆକାଶ […]

  • Thursday, 15 July 2021
school
ସ୍କୁଲରେ ପଶି ପିଅନଙ୍କୁ ନିସ୍ତୁକ ପିଟିଲେ

ମୟୂରଭଞ୍ଜ: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ସ୍କୁଲରେ ପଶି ପ୍ରଧାନଶିକ୍ଷକ ଓ ପିଅନଙ୍କୁ ନିସ୍ତୁକ ମାଡ଼। ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ହାତୀପୁତୁକା ସ୍ଥିତ ଆଦିବାସୀ ଛାତ୍ରୀ ନିବାସରେ ଗତ ଶନିବାର ଦିନ ଏହି ଘଟଣା ଘଟିଛି। ଛାତ୍ରୀଙ୍କୁ ପିଅନ ଜଣଙ୍କ ଅସଦାଚରଣ ଘଟଣାକୁ ନେଇ ସ୍କୁଲରେ ପଶି ପ୍ରଧାନ ଶିକ୍ଷକ ଓ ପିଅନଙ୍କୁ ବାନ୍ଧି ଲୋକମାନେ ମାଡ଼ ମାରିଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ପିଅନକୁ ଅଟକ ରଖିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ […]

  • Thursday, 15 July 2021
q3
ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ତାମଡ଼ା ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। କୁନ୍ଦିପୋଷ, ବଡ଼ପୋଷ, କେଲ ଓ ଖୁଟୁଗାଁ ଅଞ୍ଚଳରେ ହାତୀପଲ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ହାତୀ ଉପଦ୍ରବ ଯୋଗୁ ପରିବା ଚାଷ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। କୁନ୍ଦିପୋଷ ଅଞ୍ଚଳରେ ହାତୀ ରହିଥିବା ସନ୍ଦେହ କରାଯାଉଛି।  ହାତୀ ରହିଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସେପଟେ ବନବିଭାଗ ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିବା […]

  • Thursday, 15 July 2021
vlcsnap-error740
ସବ୍‌ଜେଲ୍ ଅଧୀକ୍ଷକଙ୍କ କାର୍ଯ୍ୟ ତାଙ୍କ ସ୍ୱାମୀ କରୁଥିବା ଘଟଣାରେ ପ୍ରତିକ୍ରିୟା ରଖିଲେ ଅଧୀକ୍ଷକ

ନୀଳଗିରି: ନୀଳଗିରି ସବ୍‌ଜେଲ୍ ଅଧୀକ୍ଷକଙ୍କ କାର୍ଯ୍ୟ ତାଙ୍କ ସ୍ୱାମୀ କରୁଥିବା ଘଟଣାକୁ ନେଇ ସବ୍‌ଜେଲ୍ ଅଧୀକ୍ଷକ ମମତାବାଳା ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ତାଙ୍କ କମ୍ପ୍ୟୁଟର ସଫ୍ଟୱେର୍‌ ସମସ୍ୟା ହେଲେ ସେ ତାଙ୍କ ସ୍ୱାମୀ ହୁଅନ୍ତି କି ଆଉ କାହାକୁ ଡାକିକି ସମସ୍ୟାର ସମାଧାନ କରିଥାନ୍ତି ବୋଲି କହିଛନ୍ତି। ଜାଣିଶୁଣି, ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ନୀଳଗିରି ସବ୍‌ଜେଲ୍ ଅଧୀକ୍ଷକ ମମତାବାଳା ପାତ୍ରଙ୍କ ସ୍ୱାମୀ ମାଧବାନନ୍ଦ ଜତିଶ ଜେଲ୍‌ ଭିତରେ କମ୍ପ୍ୟୁଟର ବ୍ୟବହାର କରୁଥିବା […]

  • Thursday, 15 July 2021