Advertisment

ଜୀବନ ଓ ଜୀବିକା ଗୁରୁତ୍ୱ ଦେଲେ ରାଜ୍ୟ ସରକାର

କମୁଛି ଦୈନିକ ସଂକ୍ରମଣ, ଖସୁଛି ପଜିଟିଭିଟି ରେଟ୍। ଏହାରି ଭିତରେ ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର। ଜାରି କରିଛନ୍ତି ନୂଆ ଗାଇଡଲାଇନ୍।

author-image
Chandan Shishu
ଅଦ୍ୟତନ ହୋଇଛି
ଜୀବନ ଓ ଜୀବିକା ଗୁରୁତ୍ୱ ଦେଲେ ରାଜ୍ୟ ସରକାର

Covid catagory districts

ଭୁବନେଶ୍ୱର: ରାଜ୍ୟରେ କମୁଥିବା କରୋନା ସଂକ୍ରମଣ ଏବଂ ଖସିଚାଲିଥିବା ଟେଷ୍ଟ ପଜିଟିଭିଟି ରେଟ୍ ଭିତରେ ଆଜି ଆସିଛି ଜୁଲାଇ ମାସ ପାଇଁ ଆଂଶିକ ଲକଡାଉନ ସଂପର୍କିତ ନୂଆ ନିୟମାବଳୀ। ଅଗଷ୍ଟ ୧ ଯାଏଁ ସାରା ରାଜ୍ୟରେ ଆଂଶିକ ଲକଡାଉନ ଜାରି ରହିବ। ନୂଆ ନିୟମାବଳୀ ଅନୁସାରେ ରାଜ୍ୟରେ ବିୟୁଟି ପାର୍ଲର, ସ୍ପା, ଜିମ୍ ଖୋଲିିବ,ଯାତ୍ରୀବାହୀ ବସ୍, ଟ୍ୟାକ୍ସି, ଅଟୋ ରିକ୍ସା ଚଳାଚଳ କରିପାରିବ। ପୂର୍ବ ଭଳି କାଟାଗୋରୀ A ଓ Bରେ ଥିବା ଜିଲ୍ଲା ସଂଖ୍ୟାକୁ ଅପରିବର୍ତ୍ତିତ ରଖାଯାଇଛି। ତେବେ ଉଭୟ କାଟାଗୋରୀ ଜିଲ୍ଲାରେ ଦୋକାନ ବଜାର ଖୋଲାରହିବା ସମୟ କୋହଳ କରାଯାଇଛି। ଇନଡୋର ଓ ଆଉଟଡୋର ଫିଲ୍ମ ସୁଟିଂକୁ ସରକାର ଅନୁମତି ଦେଇଥିବା ବେଳେ ପାର୍କ, ମଲ୍, ସିନେମା ହଲ୍, ମେଳା, ପ୍ରଦର୍ଶନୀ, ଯାତ୍ରା ପୂର୍ବ ଭଳି ବନ୍ଦ ରହିବ।

Advertisment

କମୁଛି ଦୈନିକ ସଂକ୍ରମଣ, ଖସୁଛି ପଜିଟିଭିଟି ରେଟ୍। ଏହାରି ଭିତରେ ଜୀବନ ଓ ଜୀବିକା ଉଭୟକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାର। ଜାରି କରିଛନ୍ତି ନୂଆ ଗାଇଡଲାଇନ୍। ସଂକ୍ରମଣ ସ୍ଥିତିକୁ ଦେଖି A ଓ B କ୍ୟାଟେଗୋରୀ ଜିଲ୍ଲାସଂଖ୍ୟାକୁ ଅପରିବର୍ତ୍ତିତ ରଖାଯାଇଛି। କାଟେଗୋରୀ Aରେ ଥିବା ୨୦ ଜିଲ୍ଲାରେ ସବୁଦିନ ଦୋକାନବଜାର ଖୋଲିବ। ସଂଧ୍ୟା ୬ଟା ପରିବର୍ତ୍ତେ ରାତି ୮ଟା ଯାଏ ଦୋକାନବଜାର ଖୋଲା ରହିବ। ରାତି ୮ଟାରୁ ନାଇଟ କର୍ଫ୍ୟୁ ଲାଗୁ ହେବ।

କାଟେଗୋରୀ Bରେ ଥିବା ୧୦ ଜିଲ୍ଲାରେ ବି ଦୋକାନବଜାର ଖୋଲିବା ସମୟକୁ ଦିନ ଦୁଇଟା ବଦଳରେ ଅପରାହ୍ନ ୫ଟା ଯାଏଁ ବଢାଯାଇଛି। ତେବେ ଏସବୁ ଜିଲ୍ଲାରେ ନାଇଟ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ୍ ପୂର୍ବ ଭଳି ବଳବତ୍ତର ରହିବ। ତେବେ ସବୁ ଜିଲ୍ଲାରେ ପାର୍କ, ସ୍ବିମିଂପୁଲ୍, ମଲ୍, ସିନେମା ହଲ୍, ମେଳା, ପ୍ରଦର୍ଶନୀ, ଯାତ୍ରା ପ୍ରଦର୍ଶନ ପୂର୍ବ ଭଳି ବନ୍ଦ ରହିବ। କାଟେଗୋରୀ ବି ଜିଲ୍ଲାଗୁଡ଼ିକରେ ଦୈନିକ ଓ ସାପ୍ତାହିକ ହାଟ ବି ବନ୍ଦ ରହିବ। ରାଜ୍ୟରେ କୋଭିଡ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନଥିବାରୁ ସରକାର କଟକଣା ଜାରି ରଖିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ।

Advertisment

ପୂର୍ବରୁ କେବଳ କ୍ୟାଟେଗୋରୀ-ଏରେ ବସ୍ ଚାଲିବା ପାଇଁ ଅନୁମତି ମିଳିଥିବା ବେଳେ ଏବେ କିନ୍ତୁ ରାଜ୍ୟବ୍ୟାପୀ ବସ୍ ଗଡ଼ିବ। ବସ୍ ଚଳାଚଳ ନେଇ ସମୟ କଟକଣା ରହିବ ନାହିଁ। ତେବେ ବସରେ ଯେତିକି ସିଟ୍, ସେତିକି ଯାତ୍ରୀଙ୍କୁ ବସିବାକୁ ଅନୁମତି ମିଳିବ। ରଥଯାତ୍ରା ଚାଲିଥିବାରୁ ଆସନ୍ତା ୨୫ ଯାଏ ପୁରୀ ସହରକୁ ବସ୍ ଚଳାଚଳ ବନ୍ଦ ରହିବ। ନୀଳାଦ୍ରି ବିଜେ ଅର୍ଥାତ୍ ୨୩ ଜୁଲାଇ ଯାଏଁ ପୁରୀକୁ ଟ୍ରେନ୍ ଚଳାଚଳ ମଧ୍ୟ ବନ୍ଦ ରହିଛି।

ରାଜ୍ୟରେ ଟ୍ୟାକ୍ସି, ଅଟୋ ରିକ୍ସା ଚଳାଚଳ ଲାଗି ଅନୁମତି ଦେଇଛନ୍ତି ସରକାର। ବଜାର ଯେତିକି ସମୟ ଖୋଲିବ, ସେତିକି ସମୟ ଟ୍ୟାକ୍ସି ଓ ଅଟୋ ଚାଲିବ। ବିୟୁଟି ପାର୍ଲର, ସ୍ପା, ଜିମ୍ ଓ ସେଲୁନ୍ ମଧ୍ୟ ଖୋଲିବାକୁ ବି ଅନୁମତି ଦିଆଯାଇଛି। ସେହିପରି ଇନଡୋର୍ ଓ ଆଉଟଡୋର ଫିଲ୍ମ-ସିରିଏଲ୍ ସୁୁଟିଂକୁ ବି ଅନୁମତି ମିଳିଛି। ଆଉଟଡୋର୍ ସ୍ପୋର୍ଟସ୍ ପାଇଁ ମଧ୍ୟ ଅନୁମତି ଦିଆଯାଇଛି ହେଲେ ଦର୍ଶକଙ୍କୁ ବାରଣ କରାଯାଇଛି।

ବିବାହ କାର୍ଯ୍ୟକ୍ରମ, ଶୁଦ୍ଧିକ୍ରିୟା ପାଇଁ ପୂର୍ବରୁ ଯେଉଁ କଟକଣା ଥିଲା, ତାହା ବଳବତ୍ତର ରହିବ। ସ୍କୁଲ୍, କଲେଜ, କୋଚିଂ ସେଣ୍ଟର ପୂର୍ବଭଳି ବନ୍ଦ ରହିବ। ରାଜ୍ୟରେ ବାର୍ ଖୋଲିବାକୁ ଅନୁମତି ମିଳିନାହିଁ। ରେଷ୍ଟୁରାଣ୍ଟ ଖୋଲିବ, ହେଲେ ପୂର୍ବଭଳି କେବଳ ଖାଦ୍ୟ ପାର୍ସଲ୍ ନେଇପାରିବେ, ବସି କି ଖାଇହେବ ନାହିଁ। ସବୁ ଧାର୍ମିକସ୍ଥଳିରେ ସୀମିତ ପୂଜକଙ୍କୁ ନେଇ ନୀତିକାନ୍ତି ଚାଲିବ, କିନ୍ତୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି ରହିବ। ସବୁ ଅଫିସିଆଲ୍ ମିଟିଂ କି ପ୍ରଶିକ୍ଷଣ ସର୍ବାଧିକ ଶହେ ଲୋକଙ୍କୁ ନେଇ ହେବ, ତେବେ ଶିଳାନ୍ୟାସ, ଉଦଘାଟନ ଭଲି କାର୍ଯ୍ୟକ୍ରମରେ ୩୦ ଜଣଙ୍କୁ ହିଁ ଅନୁମତି ମିଳିବ।

COVID-19 COVID-19 Lockdown #OdishaFightsCorona
Advertisment
Advertisment