• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

1
ଜଣାପଡିଲା ଗଜପତି ଜିଲ୍ଲାରେ ୧୬ ଜଣଙ୍କ ମୃତ୍ୟୁର ରହସ୍ୟ

ଗଜପତି : ଗଜପତି ଜିଲ୍ଲା ଗଙ୍ଗାବାଡ଼ ପଞ୍ଚାୟତରେ ପାହାଡ ଧସି ୧୨ ନୁହେଁ, ୧୬ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ଭିତରେ ଅଛନ୍ତି ୫ ଶିଶୁ । ତିତ୍‌ଲି ପ୍ରଭାବରେ ପ୍ରଳୟଙ୍କରୀ ବର୍ଷା ପବନରୁ ରକ୍ଷା ପାଇବାକୁ ପାହାଡ଼ ଖୋଲରେ ଅାଶ୍ରୟ ନେଇଥିବା ବେଳେ ଏମାନେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି। ଘଟଣାର ତିନି ଦିନ ପରେ ଅାଜି ଅତି ବୀଭତ୍ସ ଭାବେ ମିଳିଛି ୧୪ଟି ମୃତଦେହ। ମୃତ୍ୟୁକୁ ୪ ଦିନ ବିତି ଯାଇଥିଲେ ବି ପାହାଡ଼ରେ […]

  • Friday, 16 July 2021
vlcsnap-error689
ଏକ୍ସପାଏରୀ ଔଷଧ ଖାଇ ୩ ପିଲା ଅସୁସ୍ଥ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପ଼ଡ଼ା ବ୍ଲକ୍‌ ଖରିନାସି ଗାଁରେ ଏକ୍ସପାଏରୀ ଔଷଧ ଖାଇ ୩ ପିଲା ଅସୁସ୍ଥ ହୋଇ ପଡ଼ିଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେମାନଙ୍କୁ ପ୍ରଥମେ ରାମନଗର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ତେବେ ରାସ୍ତାରେ ପଡ଼ିଥିବା ଔଷଧକୁ ଦେଖି ଚକୋଲେଟ୍ ଭାବିକି ପିଲାମାନେ ଖାଇ ଦେଇଥିବା ଆଶଙ୍କା କରାଯାଉଛି।

  • Friday, 16 July 2021
1
ଖୋଲା ଆକାଶ ତଳେ ରାତି କଟାଉଛନ୍ତି ନିରାଶ୍ରୟ

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଅତ୍ୟଧିକ ଥଣ୍ଡା ଯୋଗୁ ଜନଜୀବନ ପ୍ରଭାବିତ ହୋଇଛି। ଏସବୁକୁ ଆଖି ଆଗରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରଙ୍କ ପକ୍ଷରୁ ରାତ୍ରୀ ଆଶ୍ରୟସ୍ଥଳୀ ଖୋଲା ଯାଇଛି। ତେବେ ଏହି ହାଡ଼ଭଙ୍ଗା ଶୀତରେ ବ୍ରହ୍ମପୁରରେ ନିରାଶ୍ରୟ ଲୋକେ ବହୁତ କଷ୍ଟରେ ରାତ୍ରୀ ଯାପନ କରୁଥିବା ଦେଖିବାକୁ ମିଳିଛି।   ପ୍ରବଳ ଥଣ୍ଡା ସାଙ୍ଗକୁ କୋହଲା ପବନ। ଜାଡ଼ରେ ଦେହ ଥରି ଯାଉଥବା ବେଳେ ରାତିରେ ଷ୍ଟେସନ୍‌ ବାହାରେ ଅନେକ ଲୋକ […]

  • Friday, 16 July 2021
dasuherra
ପାଖେଇ ଅାସୁଛି ଶାରଦୀୟ ଦୁର୍ଗା ପୂଜା

ଭୁବନେଶ୍ୱର : ପାଖେଇ ଅାସୁଛି ଶାରଦୀୟ ଦୁର୍ଗା ପୂଜା। ଷଷ୍ଠୀରୁ ପୂଜା ଅାରମ୍ଭ ହେବାକୁ ଥିବାବେଳେ, ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। କଟକରେ ମାଅା ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ସାଜସଜା କାମ ଜୋରସୋରରେ ଚାଲିଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ଚଳିତବର୍ଷ ପ୍ରାୟ ୧୭୦ରୁ ଅଧିକ ମଣ୍ଡପରେ ମାଅା ଦୁର୍ଗା ପୂଜା ପାଇବେ। ଏଥର ରସୁଲଗଡ଼ ପୂଜା ମଣ୍ଡପର ମୁଖ୍ୟ ଅାକର୍ଷଣ ରହିବ ରାଜସ୍ଥାନର ଅଲବର୍ଟ ହଲ୍ କୃତି ତୋରଣ । ତେବେ […]

  • Friday, 16 July 2021
std
ଛାତ୍ରଙ୍କୁ ପ୍ରିନ୍ସପାଲ୍‌ଙ୍କ ନିର୍ଯାତନା

ଢେଙ୍କାନାଳ : ଛାତ୍ରଙ୍କୁ ପ୍ରିନ୍ସପାଲ୍‌ଙ୍କ ନିର୍ଯାତନା। ମାଡ ପରେ ଚିକିତ୍ସା କରାଯାଇନଥିବା ଅଭିଯୋଗ। ଏଭଳି ଅଭିଯୋଗ ଅାସିଛି ଢେଙ୍କାନାଳରେ ଥିବା ଏକ ଘରୋଇ କଲେଜ ବିରୋଧରେ। ଅଭିଯୋଗ ଅନୁସାରେ ଦୁଇଦିନ ତଳେ କିଛି ଛାତ୍ର ପରୀକ୍ଷା ସାରି କ୍ଲାସ୍‌ ରୁମରେ ବସିଥିଲେ। ଏହି ସମୟରେ କଲେଜର ପ୍ରିନ୍ସପାଲ୍ ହଠାତ ଅାସି ଛାତ୍ରଙ୍କୁ ମାଡ ମାରିଥିଲେ ଏବଂ ଘରେ ନଜଣାଇବା ପାଇଁ ଧମକ ଦେଇଥିଲେ। ତେବେ ଘଟଣା ପରେ କୌଶଳ କ୍ରମେ ଛାତ୍ର ଜଣଙ୍କ ନିଜ ଅଭିଭାବକଙ୍କୁ ଜଣାଇବା […]

  • Friday, 16 July 2021
bank-fireup
ବ୍ୟାଙ୍କର ବିଲ୍‌ଡିଂରେ ନିଅାଁ

ପାରାଦୀପ : ବ୍ୟାଙ୍କ୍‌ରେ ଲାଗିଲା ନିଆଁ। ପାରାଦୀପଗଡ଼ ସ୍ଥିତ ପଞ୍ଜାବ ଅାଣ୍ଡ ସିନ୍ଧ ବ୍ୟାଙ୍କ୍‌ରେ ନିଆଁ ଲାଗିଥିବା ଜଣାପଡିଛି। ତେବେ ଏହି ଅଗ୍ନିକାଣ୍ଡରେ କୌଣସି କର୍ମଚାରୀଙ୍କୁ କୌଣସି କ୍ଷତି ପହଞ୍ଚିନାହିଁ। ଅଗ୍ନିକାଣ୍ଡର ଖବର ପାଇ କୁଜଙ୍ଗ ଏବଂ ପାରାଦୀପରୁ ଦୁଇଟି ଦମକଳ ଗାଡି ଅାସି ନିଆଁକୁ ଅାୟତ୍ତ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ବିଲ୍ଡିଂ ଭିତରେ ପ୍ରବଳ ଧୂଅା ଭର୍ତ୍ତି ହୋଇ ରହିଥିବାରୁ ନିଆଁ ଲିଭାଇବାରେ ସମସ୍ୟା ଦେଖାଦେଇଛି।  ଅକ୍ସିଜେନ୍‌ ମାସ୍କ ଲଗାଇ ଅଗ୍ନିଶମ ବାହିନୀ ବିଲ୍ଡିଂ […]

  • Friday, 16 July 2021
villager cross river
ଟ୍ୟୁବ୍‌ର ସାହାରାରେ ନଈ ପାର ହେଉଛନ୍ତି ଲୋକେ

କୋରାପୁଟ୍ : ବିପଦ ସଂକୁଳ ଅବସ୍ଥାରେ ଟ୍ୟୁବ୍‌ର ସାହାରା ନେଇ ନଈ ପାର ହେଉଛନ୍ତି କୋରାପୁଟ୍ ପୌରପରିଷଦ ଅଞ୍ଚଳ ତେନ୍ତୁଳିଗୁଡ଼ା ଗାଁ ଲୋକେ। ଗୋଟିଏ ଗାଁରୁ ଅନ୍ୟ ଏକ ଗାଁକୁ ନୁହେଁ ବରଂ ନଈ ଅାରପାରିରେ ଥିବା ୫ଶହ ଏକ ଜମିରେ ଚାଷ କରିବା ଲାଗି ନେଉଛନ୍ତି ଟ୍ୟୁବ୍‌ର ସାହାରା। ୨୦୦୫-୨୦୦୬ ମସିହାରେ ଜଳସଂପଦ ବିଭାଗ ପକ୍ଷରୁ ତେନ୍ତୁଳିଗୁଡ଼ା ଗ୍ରାମ ନିକଟ ନଦୀରେ ଡ୍ୟାମ୍‌ ବନ୍ଧା ଯାଇଥିଲା । ଫଳରେ ଜମିକୁ ଚାଲି ଯିବା ଲାଗି ଏବେ […]

  • Friday, 16 July 2021
baitarani
ବିପଦ ସଙ୍କେତ ଉପରେ ବୈତରଣୀ ନଦୀ

ଭଦ୍ରକ  : ଲଗାଣ ବର୍ଷା ନେଇ ଭଦ୍ରକ ଜିଲ୍ଲା ଅାଖୁଅାପଦାଠାରେ ବିପଦସଙ୍କେତ ଉପରେ ରହିଛି ବୈତରଣୀ ନଦୀ। ଏଠାରେ ବିପଦ ସଙ୍କେତ ୧୭ ଦଶମିକ ୮୩ ମିଟର ଅତିକ୍ରମ କରିଛି ବନ୍ୟାଜଳ। ତେବେ ୩ ଘଣ୍ଟା ଧରି ଜଳପତ୍ତନ ସ୍ଥିର ଥିବାରୁ ବୈତରଣୀରେ ବନ୍ୟାଜଳ ହ୍ରାସ ପାଇବା ସମ୍ଭାବନା ରହିଛି। ଘଟଣାସ୍ଥଳରେ ଜିଲ୍ଲାପାଳ ଓ ବୈତରଣୀ ଜଳସେଚନ ବିଭାଗ ନିର୍ବାହୀଯନ୍ତ୍ରୀ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସାମ୍ଭାବ୍ୟ ବନ୍ୟା ଅାଶଙ୍କା କରି ବାସୁଦେବପୁର ଠାରେ ମୁତୟନ ଏନଡିଅାରଏଫ୍‌ […]

  • Friday, 16 July 2021
cow death
ପାହାଡ ଧସି ୨୦ଟି ଗୋରୁଗାଈ ପୋତି ହୋଇ ମୃତ

କନ୍ଧମାଳ : ତିତଲି ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଅନେକ କ୍ଷୟକ୍ଷତି ଘଟିଛି। ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଦାରିଙ୍ଗବାଡି ବ୍ଲକର ଦନେକବାଡି ପଞ୍ଚାୟତର ସାତାରି ନିକଟରେ ପାହାଡ ଧସି ୨୦ଟି ଗୋରୁଗାଈ ପୋତି ମୃତ୍ୟୁ ଘଟିଛି। ବ୍ଲକ୍‌ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ବି ଲଗାଣ ବର୍ଷା ଯୋଗୁଁ ଏଯାଏଁ ସଂପୂର୍ଣ୍ଣ ହୋଇନଥିବା ଜଣାପଡିଛି। ଏଥିସହ ବିଡକେବାଡି ଅଞ୍ଚଳରେ ୫ଟି ଛେଳିର ମୃତ୍ୟୁ ଘଟିଛି। ଦାରିଙ୍ଗବାଡିରୁ ସୋରଡାକୁ ସଂଯୋଗ କରୁଥିବା ଗାଜଲବାଡି ଘାଟିରେ ବଡ଼ […]

  • Friday, 16 July 2021
sn patra
ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ଘଟଣା : ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କ ତାତ୍ସଲ୍ୟକୁ ନେଇ ଚର୍ଚ୍ଚା

ଗଜପତି  : ଗଜପତି ଜିଲ୍ଲା ରାୟଗଡ଼ରେ ପାହାଡ଼ ଧସି ୧୨ ଜଣଙ୍କ ମୃତ୍ୟୁ ଘଟଣା ଉପରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ତାତ୍ସଲ୍ୟକୁ ନେଇ ଚର୍ଚ୍ଚା ଖବରକୁ ବାଏଁ ବାଏଁ ଉଡ଼ାଇ ଦେଲେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର । ମୁଁ ଜାଣିନି, OTV ପାଖରେ ଖବର ଥିବ ବୋଲି ତାତ୍ସଲ୍ୟ କରି କହିଛନ୍ତି ମନ୍ତ୍ରୀ । ଜିଲ୍ଲାପାଳ ଓ ଉପଜିଲ୍ଲାପାଲଙ୍କ ସହିତ ସେ କଥା ହୋଇଛନ୍ତି। କିନ୍ତୁ ସେ ସଂପର୍କରେ କିଛି ଜାଣି ନାହାନ୍ତି ,ଏପରିକି ଓଟିଭି […]

  • Friday, 16 July 2021
6
ତର୍ଜମାର ଅାଇନାରେ ନବୀନଙ୍କ ବ୍ୟକ୍ତିତ୍ୱ

ଭୁବନେଶ୍ୱର : ବଦଳି ଗଲେଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟ ଅତୀତରେ ଘଟିଥିବା କିଛି ଘଟଣାର ଉଦାହରଣ ରଖି ଏହା କହିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ନିଜେ ନିଷ୍ପତ୍ତି ନନେଇ ଗୁରୁତ୍ୱପୂର୍ଣ୍ଣ ବିଷୟର ଦାୟିତ୍ୱ ଅନ୍ୟ ନେତା ଓ ଅଫିସରଙ୍କ ଉପରେ ଛାଡିବା, ଦୁର୍ନୀତି ଓ ଯୌନ କେଳେଙ୍କାରୀରେ ଫସିଥିବା ବିଜେଡି ନେତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନନେବା, ଦୁର୍ନୀତିଗ୍ରସ୍ତ ଅଫିସରକୁ ଗୁରୁତ୍ୱପୂର୍ଣ ପଦରେ ନିଯୁକ୍ତି ଦେବା ଓ କୋଟେରୀ ପ୍ରଭାବରେ ଅାସି ବିଜୁ ଅନୁଗତ […]

  • Friday, 16 July 2021
cyclone-pkg-up
ତାଣ୍ଡବ ରଚିଲା ‘ତିତ୍‌ଲି’ : ଗଜପତି ଓ ଗଞ୍ଜାମରେ ବ୍ୟାପକ କ୍ଷୟକ୍ଷତି

ଭୁବନେଶ୍ୱର : ବାତ୍ୟା ‘ତିତ୍‌ଲି’ ସବୁଠୁ ଅଧିକ କ୍ଷତି କରିଛି ଗଜପତି ଜିଲ୍ଲାରେ। ଅାନ୍ଧ୍ରର ପଲାସା ନିକଟରେ ଲ୍ୟାଣ୍ଡଫଲ୍ କରିବା ପରେ ତା ପ୍ରଭାବରେ ଭୋର୍‌ରୁ ଏଠି ଅାରମ୍ଭ ହୋଇଥିଲା ଅଣଚାଷ ପବନ ସାଙ୍ଗକୁ ପ୍ରବଳ ବର୍ଷା। ରାସ୍ତା ଉପରେ ଉପୁଡ଼ି ପଡ଼ିଛି ବଡ଼ ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ। ପାରଳାଖେମୁଣ୍ଡିରୁ ବିଭିନ୍ନ ସ୍ଥାନକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ । ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବସ୍ତି ଅଞ୍ଚଳର ଲୋକେ। ବହୁ କଚା ଘର ଭାଙ୍ଗି ପଡ଼ିଥିବାବେଳେ […]

  • Friday, 16 July 2021
1
ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ଡଃ ଅବଦୁଲ୍‌ କଲାମ ଦ୍ୱୀପରୁ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୪ର ବ୍ୟବହାରିକ ପରୀକ୍ଷଣ କରାଯାଇଛି। ସକାଳ ୮ଟା୩୦ରେ ହୋଇଥିବା ଏହି ପରୀକ୍ଷଣ ସଫଳ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା ବାଲିଷ୍ଟିକ୍‌ ମିସାଇଲ୍‌ ଅଗ୍ନି-୪ର ଲକ୍ଷ୍ୟଭେଦ କ୍ଷମତା ୪ ହଜାର କିଲୋମିଟର ପର୍ଯ୍ୟନ୍ତ ରହିଛି। ଏହାର ଲମ୍ବ ୨୦ ମିଟର, ଓଜନ ୧୭ଟନ୍ ରହିଛି। ଏହି କ୍ଷେପଣାସ୍ତ୍ର ଏକ ଟନ୍‌ ଓଜନର ଉଭୟ ପାରମ୍ପରିକ ଓ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବ। ଗତବର୍ଷ ଜାନୁଆରୀ ୨ ତାରିଖରେ […]

  • Friday, 16 July 2021
b1
ଟ୍ରକ୍‌ ପଛରେ ପିଟି ହେଲା ଟ୍ରକ୍‌

ଭଦ୍ରକ: ଓଭର ବ୍ରିଜ୍‌ ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଧକ୍କା ଦେଲା ଆଉ ଏକ ଟ୍ରକ୍‌। ଭଦ୍ରକ ଜିଲ୍ଲା ୧୬ ନମ୍ୱର ଜାତୀୟ ରାଜପଥର ବନ୍ତ ଛକ ଓଭର ବ୍ରିଜ୍‌ ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବ୍ରିଜ୍‌ ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛରୁ ଆଉ ଏକ ଟ୍ରକ୍‌ ଧକ୍କା ଦେଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ତାଙ୍କ ନାଁ ସୁନାରାମ ମୁଣ୍ଡା। ସୁନାରାମଙ୍କ ଘର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ […]

  • Friday, 16 July 2021
titili
‘ତିତ୍‌ଲି’ ବହିବା ଦିନ ଶିଶୁ କନ୍ୟାର ଜନ୍ମ

ନୟାଗଡ଼ା  : ବାତ୍ୟା ‘ତିତ୍‌ଲି’ର କରାଳ ରୂପ ଦେଖିଛନ୍ତି ଲୋକେ। କେଉଁଠି ଲୋକଙ୍କ ଘର ଦ୍ୱାର ଭାଙ୍ଗି ଯାଇଥିବା ବେଳେ ପବନ ଉଡ଼ାଇ ନେଇଛି ସବୁକିଛି । ହେଲେ ନୟାଗଡ଼ା ସହରର ଦେବୀ ପ୍ରସାଦଙ୍କ ଘରେ ଖେଳି ଯାଇଛି ଖୁସିର ଲହରି । ଅାଜି ସକାଳୁ ଦେବୀ ପ୍ରସାଦଙ୍କ ପତ୍ନୀ ଜନ୍ମ ଦେଇଛନ୍ତି ଏକ ଶିଶୁ କନ୍ୟାକୁ । ବାତ୍ୟା ‘ତିତ୍‌ଲି’ ବହିବା ଦିନ କନ୍ୟା ଜନ୍ମ ହୋଇଥିବାରୁ ତା ନାଁ ‘ତିତ୍‌ଲି’ ଦିଅାଯାଇଛି। ସେହିପରି ଅାସିକା […]

  • Friday, 16 July 2021
MODI---UP
କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଭୁବନେଶ୍ୱର IIT କ୍ୟାମ୍ପସ୍‌ର ଶୁଭ ଉଦ୍‌ଘାଟନ କରିବେ। ଏହାସହ ନାଇଜର କ୍ୟାମ୍ପସ୍‌ ଷ୍ଟାଡିୟମ୍‌ରେ ଆୟୋଜିତ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ। ଏଠାରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ଲାଗି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଲାଗି କ୍ରାଇମ୍‌ବ୍ରାଞ୍ଚ୍‌ ଏଡିଜି ସନ୍ତୋଷ ଉପାଧ୍ୟାୟ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ୍‌ କରିଛନ୍ତି। […]

  • Friday, 16 July 2021
chilika
‘ତିତ୍‌ଲି’ ପ୍ରଭାବରେ ଚିଲିକାରେ ଖୋଲିଲା ମୁହାଣ

ଚିଲିକା : ବାତ୍ୟା ‘ତିତ୍‌ଲି’ ପ୍ରଭାବରେ ଚିଲିକାରେ ନୂଅା ମୁହାଣ ସୃଷ୍ଟି ହୋଇଛି। ଅରଖକୁଦ ନିକଟରେ ପ୍ରାକୃତିକ ମୁହାଣ ହୋଇଛି। ଏଥିଯୋଗୁଁ ୧୫ରୁ ଅଧିକ ଗାଁ ପ୍ରତି ବିପଦ ଅାଶଙ୍କା ଦେଖାଦେଇଛି। କିଛି ଗାଁକୁ ଚିଲିକା ପାଣି ପଶିଯାଇଥିବା ଦେଖିବାକୁ ମିଳିଛି।

  • Friday, 16 July 2021
body1
ହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ଗଞ୍ଜାମ: ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ଚୁଡଙ୍ଗପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚିନ୍ତାଖାଲି ଗାଁରେ ଏହି ଘଟଣା ଘଟିଛି। ମୃତ ଚାଷୀଙ୍କ ନାମ ଆର୍ ଜୁରିଆ ପାତ୍ର। ସେ ବିଲକୁ ଫସଲ ଦେଖିବାକୁ ଯାଇଥିବା ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ବନବିଭାଗ କିନ୍ତୁ ଏହି ଘଟଣାକୁ ଅସ୍ୱୀକାର କରିବାରୁ ଗାଁ ଲୋକେ ଉତ୍ତ୍ୟକ୍ତ ହୋଇ ଦିଗପହଣ୍ଡି-ଆସିକା ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଖବର ପାଇ […]

  • Friday, 16 July 2021
aska
ଘର ଉପରେ ଥିବା ଗୋଟିଏ ପରିବାରର ୬ ନିଖୋଜ

ଗଞ୍ଜାମ  : ବାତ୍ୟା ‘ତିତ୍‌ଲି’ ପରେ ଅଘଟଣ । ଘର ସହ ନଈରେ ଭାସିଗଲେ ୬ ଜଣ । ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ୍‌ ଗାଜଲବାଡ଼ି ପଞ୍ଚାୟତର ଭୂତପଙ୍କାଳ ଗାଁରେ ଘଟିଛି ଅଘଟଣ । ଗାଜଲବାଡ଼ି ପଞ୍ଚାୟତ ଭୂତପଙ୍କାଳ ଗାଁର ଗୋଟିଏ ପରିବାରର ୬ ଜଣ ବନ୍ୟା ଜଳରେ ଭାସି ଯାଇ ନିଖୋଜ ଅଛନ୍ତି । ଗାଁ ଦେଇ ଯାଇଥିବା ଅଡ଼ାଙ୍ଗି ନଦୀରେ ହଠାତ୍ ପାଣି ଅାସିବାରୁ ୬ ଜଣ ଭାସି ଯାଇଥିବ ସୂଚନା ମିଳିଛିା  ପାଣି […]

  • Friday, 16 July 2021
burla2
ଲୁଣ ଚିକିତ୍ସାକୁ ନେଇ ଏକାଧିକ ଭିଡିଓ ଭାଇରାଲ ନେଇ ଦ୍ୱନ୍ଦ

ସମ୍ବଲପୁର: ବୁର୍ଲା ଭିମ୍‌ସାର ନିର୍ଦ୍ଦେଶକଙ୍କ ଲୁଣ ଚିକିତ୍ସା ଉପରେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କର ଏକାଧିକ ଭାଇରାଲ ଭିଡିଓକୁ ନେଇ ଦ୍ୱନ୍ଦ୍ୱ ଦେଖା ଦେଇଛି। କେଉଁ ଭିଡିଓରେ ସଲ୍‌ଟ୍‌ ଥେରାପି(ଲୁଣ ଚିକିତ୍ସା)ରେ ରୋଗୀ ଭଲ ହୋଇଥିବା ବେଳେ ଆଉ କେଉଁ ଭିଡିଓରେ ରୋଗୀର ମୃତ୍ୟୁ ଘଟିଥିବା କୁହାଯାଉଛି। ଏହା ଭିତରେ ପ୍ରଫେସର ଅଶ୍ୱିନୀ ପୂଜାହାରୀ ସୋ କଜ୍ ନୋଟିସ୍‌ରେ ଉତ୍ତର ଦେଇ ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରିଛନ୍ତି। ନିର୍ଦ୍ଦେଶକ ଡାକ୍ତର ଅଶ୍ୱିନୀ ପୂଜାହାରୀଙ୍କୁ ଛୁଟିରେ ପଠାଇବା ପରେ […]

  • Friday, 16 July 2021
athagarh-up
ବାତ୍ୟା ‘ତିତ୍‌ଲି’ ପ୍ରଭାବରେ ଅାଠଗଡ ବ୍ଲକରେ କ୍ଷୟକ୍ଷତି

କଟକ : ବାତ୍ୟା ‘ତିତ୍‌ଲି’ ପ୍ରଭାବରେ କଟକ ଜିଲ୍ଲା ଅାଠଗଡ ବ୍ଲକରେ କ୍ଷୟକ୍ଷତି ହୋଇଛି। ଯୋରନ୍ଦା, ଗୋପୀନାଥପୁର, ଇଶ୍ୱରା, ହରିପୁର, ପାଇକରାପୁର ଅାଦି ଗାଁରେ ଚାଳଘର ଭାଙ୍ଗିଯାଇଛି।   ଗୋପୀନାଥପୁର- ଯୋରନ୍ଦା ରାସ୍ତାରେ ଗଛ ପଡିଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। କିଛି ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଥିବାରୁ ବିଦ୍ୟୁତ୍‌ ଯୋଗାଣ ବ୍ୟାହତ ହୋଇଛି।

  • Friday, 16 July 2021
train-up
ବାତ୍ୟା ‘ତିତ୍‌ଲି’ ପ୍ରଭାବ : ପୂର୍ବତଟ ରେଳପଥ ପକ୍ଷରୁ ୬ଟି ଟ୍ରେନ୍‌ ବାତିଲ

ଭୁବନେଶ୍ୱର : ବାତ୍ୟା ‘ତିତ୍‌ଲି’ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୬ଟି ଟ୍ରେନ୍‌ ବାତିଲ କରାଯାଇଥିବା ବେଳେ କିଛି ଟ୍ରେନ୍‌ର ଗତିପଥ ବଦଳାଯାଇଛି। ୨୨୮୧୯/୨୨୮୨୦ ଭୁବନେଶ୍ୱର-ବିଶାଖାପଟନମ୍-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ଉଭୟ ଦିଗରୁ ବାତିଲ କରାଯାଇଛି । ୨୨୮୭୪ ବିଶାଖାପଟନମ୍-ଦୀଘା ଏକ୍ସପ୍ରେସ୍ ବାତିଲ କରାଯାଇଛି। ୧୨୮୬୪ ଯଶବନ୍ତପୁର- ହାୱଡା ଏକ୍ସପ୍ରେସ୍, ୧୨୫୦୯ ବେଙ୍ଗାଲୁରୁ -ଗୌହାଟୀ ଏକ୍ସପ୍ରେସ, ୧୫୨୨୭ ଯଶବନ୍ତପୁର- ମୁଜାଫରପୁର ଏକ୍ସପ୍ରେସ୍, ୧୮୪୬୫ ହାୱଡା ହାଇଦ୍ରାବାଦ୍ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍ ବାତିଲ କରାଯାଇଛି। ଏଥିସହ୧୨୭୦୩ ହାୱଡା- ସିକନ୍ଦରାବାଦ୍ ଏକ୍ସପ୍ରେସ୍‌ ଗତିପଥ […]

  • Friday, 16 July 2021
badadina
ବଡ଼ଦିନ ପାଳନ ପାଇଁ ଚଳଚଞ୍ଚଳ କନ୍ଧମାଳ

କନ୍ଧମାଳ: ଦିନକ ପରେ ବଡ଼ଦିନ ଏଥିପାଇଁ ସଜେଇ ହେଲାଣି ଚର୍ଚ୍ଚ। ଖ୍ରୀଷ୍ଟମାସ୍‌ ସେଲେବ୍ରେସନ୍‌କୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲାରେ ବଡ଼ଦିନକୁ ଧୁମ୍‌ଧାମ୍‌ରେ ପାଳନ ପାଇଁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଏବେଠୁ ଗାଡ଼ି ମୋଟର ଯାଞ୍ଚ କରାଯାଉଛି। ବଡ଼ଦିନ ପାଳନ ପାଇଁ କନ୍ଧମାଳ ଜିଲ୍ଲା ଚଳଚଞ୍ଚଳ ହୋଇପଡ଼ିଛି। ସାଜସଜ୍ଜା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖ୍ରୀଷ୍ଟମାସ୍‌ ଟ୍ରି, କାର୍ଡ, ସାନ୍ତାକ୍ଲଜ୍‌ […]

  • Friday, 16 July 2021
adibasi youth2
ନିଖୋଜ ଆଦିବାସୀ ଯୁବକଙ୍କ ପରିବାରକୁ ନ୍ୟାୟ ଦାବିରେ ଶୋଭାଯାତ୍ରା

ରାୟଗଡ଼ା: ୧୫ ବର୍ଷ ଧରି ନିଖୋଜ ଥିବା ଆଦିବାସୀ ଯୁବକଙ୍କ ପରିବାରକୁ ନ୍ୟାୟ ଦାବିରେ ବିରାଟ ଶୋଭାଯାତ୍ରା। ରାୟଗଡ଼ାର ଯୁବ ଆଦିବାସୀ ସମାଜ ସେବା ସଂଘ ପକ୍ଷରୁ ଏହି ଶୋଭାଯାତ୍ରା କରାଯାଇଛି। ଅଭିଯୋଗ ଅନୁସାରେ, ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଟିକିରି ଅଞ୍ଚଳର ଜଣେ ଆଦିବାସୀ ଯୁବକ ସୁରେନ୍ଦ୍ର ନାୟକଙ୍କୁ ୧୫ ବର୍ଷ ତଳେ ସ୍ଥାନୀୟ ଏକ ଘରୋଇ କମ୍ପାନୀର ଅଧିକାରୀ ଚାକିରି ଦେବାକୁ କହି ଭୁବନେଶ୍ୱର ଆଣିଥିଲେ। ତେବେ ଯୁବକ ଜଣଙ୍କ ଆଜି ପର୍ଯ୍ୟନ୍ତ ଘରକୁ […]

  • Friday, 16 July 2021
batya
ବାତ୍ୟା ପୂର୍ବରୁ କ’ଣ କରିବେ ,ପଢନ୍ତୁ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ପୂର୍ବରୁ କ’ଣ କରିବେ ଏବଂ ବାତ୍ୟା ପରେ କ’ଣ କରିବେ, ଏଥିନେଇ NDMA ପକ୍ଷରୁ ଜାରି କରାଯାଇଛି ସୂଚନା। ଅାସନ୍ତୁ ଜାଣିବା- ବାତ୍ୟା ପୂର୍ବରୁ କ’ଣ କରିବେ : – ସ୍ଥିତିକୁ ନେଇ ଶାନ୍ତ ରୁହନ୍ତୁ, ଭୟଭୀତ ହୁଅନ୍ତୁ ନାହିଁ। -ମିଥ୍ୟା ଗୁଜବକୁ ଅଣଦେଖା କରନ୍ତୁ। ନିଜର ମୋବାଇଲ ଫୋନ୍ ଚାର୍ଜ ରଖନ୍ତୁ। ଏସ୍‌ଏମଏସ୍‌ ବ୍ୟବହାର କରନ୍ତୁ। -ପାଣିପାଗର ଖବର ପାଇଁ ରେଡିଓ, ଟିଭି, ଖବରକାଗଜ ପଢ଼ନ୍ତୁ। ଅାବଶକୀୟ କାଗଜପତ୍ର ଓ […]

  • Friday, 16 July 2021