• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from Odisha

m2
ପାରିବାରିକ ପତ୍ରିକା ‘ମଧୁଲିତା’ ର ଦ୍ୱାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର:  ପାରିବାରିକ ପତ୍ରିକା ‘ମଧୁଲିତା’ ର ଦ୍ୱାଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗତକାଲି ସନ୍ଧ୍ୟାରେ ଜୟଦେବ ଭବନ ପରିସରରେ ଅନୁଷ୍ଠିତ ଏହି ଉତ୍ସବ ରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଓ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ କାନୁନ୍‌ଗୋ ଅତିଥି ଭାବେ ଯୋଗ ଦେଇ ପରିବାରରେ ସାମାଜିକ ସମ୍ପର୍କ ବୃଦ୍ଧି କରିବାରେ ପତ୍ରିକାର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହା ସହିତ ସୁଶାନ୍ତ କୁମାର ସାମଲଙ୍କ ପୁସ୍ତକ […]

  • Thursday, 15 July 2021
l
ଟଙ୍କା ଦେଇ ଚାଷୀ ହତାଶ

କୋରାପୁଟ: ଚିଟ୍‌ଫଣ୍ଡ ସଂସ୍ଥା ଭଳି ସରକାରୀ ଲ୍ୟାମ୍ପସ୍‌ ଦ୍ୱାରା ଗରିବ ଖଟିଖିଆ ଚାଷୀ ଠକାମିର ଶିକାର ହୋଇଛନ୍ତି। କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ବ୍ଲକ୍‌ କୁନ୍ଦୁଲି ଅଞ୍ଚଳର ୪୪ ଜଣ ଚାଷୀ ଏବେ ବୀମା ରାଶି ଜମା କରି ହନ୍ତସନ୍ତ ହେଉଛନ୍ତି। ଅଧିକ ଲାଭର ଲୋଭ ଦେଖାଇ ଲ୍ୟାମ୍ପସ୍‌ କର୍ମଚାରୀ ଚାଷୀଙ୍କଠାରୁ ବୀମା ପ୍ରିମିୟମ୍‌ ନେଇଥିଲେ। ପ୍ରତ୍ୟେକ ଚାଷୀ ବର୍ଷକୁ ୧୮ ହଜାର ଟଙ୍କା ହିସାବରେ ୫୪ ହଜାର ଟଙ୍କା ଲେଖାଏ ଜମା କରିଥିଲେ। ହେଲେ ତିନି ବର୍ଷ […]

  • Thursday, 15 July 2021
cm
ମୁଖ୍ୟମନ୍ତ୍ରୀଙ୍କ ସୁରତ୍‌ ଗସ୍ତକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ସୁରତ୍‌ ଗସ୍ତକୁ ନେଇ ତେଜିଲା ରାଜନୀତି। ଆସନ୍ତାକାଲି ସୁରତ୍‌ରେ ଆୟୋଜିତ ଓଡ଼ିଶା ମହୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାକୁ ଯାଉଥିବା ବେଳେ ତା ପୂର୍ବରୁ ଆଜି ବିଜେପି ଓ କଂଗ୍ରେସ ବର୍ଷିଛନ୍ତି। ସୁରତ୍‌ରେ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ନବୀନ କୁମ୍ଭୀର କାନ୍ଦଣା କାନ୍ଦୁଥିବା ଧର୍ମେନ୍ଦ୍ର କହିଛନ୍ତି। ଆଗକୁ ନିର୍ବାଚନ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ସୁରତ୍‌ ଯାଉଛନ୍ତି ଏବଂ ଗଲା ୧୯ ବର୍ଷ ହେଲା ପ୍ରବାସୀ ଓଡ଼ିଆଙ୍କ ପାଇଁ ଦିନେ ହେଲେ ଚିନ୍ତା କରିନଥିବା ଧର୍ମେନ୍ଦ୍ର […]

  • Thursday, 15 July 2021
angul rape
ବିଧବା ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

କେନ୍ଦ୍ରାପଡ଼ା: ଥମୁନି ଲଜ୍ଜା। ଗଣ ଦୁଷ୍କର୍ମର ଅନେକ ଲୋମହର୍ଷଣକାରୀ ଘଟଣା ମନରୁ ଲିଭି ନଥିବା ବେଳେ ଏବେ ଏଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଞ୍ଚଳରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି। ଜଣେ ବିଧବା ମହିଳାଙ୍କୁ ୬ ଜଣ ବ୍ୟକ୍ତି ଗଣ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଅଭିଯୋଗ ଅନୁସାରେ ଚାଷ କାମରେ ସହଯୋଗ କରିବା […]

  • Thursday, 15 July 2021
dead
ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁରଙ୍କ ମୃତ୍ୟୁ

ବୌଦ୍ଧ: ଜ୍ୱାଇଁର ଆକ୍ରମଣରେ ଶ୍ୱଶୁରଙ୍କ ମୃତ୍ୟୁ। ବୌଦ୍ଧ ଜିଲ୍ଲା ସଦରଥାନା ଅର୍ନ୍ତଗତ ସରସରା ଗାଁର ଟିକିରା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ଘୂର୍ଣ୍ଣିଝଡ଼ ‘ପେଥାଇ’ ଆସିବା ପୂର୍ବରୁ ବିଲରୁ ଧାନ ଉଠାଇବାକୁ ନେଇ ଶ୍ୱଶୁର ଏବଂ ଜ୍ୱାଇଁଙ୍କ ମଧ୍ୟରେ ଧାନ ବିଲରେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜ୍ୱାଇଁ ଶ୍ୱଶୁରଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। […]

  • Thursday, 15 July 2021
ele
ଦନ୍ତା ହାତୀର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଗଞ୍ଜାମ: ଦନ୍ତା ହାତୀର ମୃତଦେହ ଉଦ୍ଧାର। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ଚନ୍ଦ୍ରଗିରି ରେଞ୍ଜ ଗଡ଼ ସାମନ୍ତପୁର ବିଟ୍‌ରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି। ହାତୀଟିକୁ କେହି ଗୁଳି କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏପରିକି ହାତୀଟିର ବେକ ମଧ୍ୟ କଟା ଯାଇଥିବା ଜଣାପଡ଼ିଛି। ତେବେ ପୋର୍ଷ୍ଟମର୍ଟମ୍ ରିପୋର୍ଟ ଆସିବା ପରେ ଯାହା ଜଣା ପଡ଼ିବ ବୋଲି ରେଞ୍ଜର କହିଛନ୍ତି।

  • Thursday, 15 July 2021
fire
ଘୁଷୁରି ଗୁହାଳରେ ନିଆଁ ଲାଗି ଦୁଇ ଭାଇ ଜୀବନ୍ତ ଦଗ୍ଧ

କେନ୍ଦୁଝର: ଘୁଷୁରି ଗୁହାଳରେ ନିଆଁ ଲାଗି ଯିବାରୁ ଦୁଇ ଭାଇ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି। କେନ୍ଦୁଝର ଜିଲ୍ଲା ତେଲକୋଇର ବାଶଁପାଳ ବ୍ଲକ ଅଡାଳ ମୁଣ୍ଡା ସାହିରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁସାରେ, ପାଳ ଗଦାରୁ ଲାଗିଥିବା ନିଆଁ ଘୁଷୁରୀ ଗୁହାଳରେ ଲାଗିଯାଇଥିଲା। ତେବେ ଏହି ସମୟରେ ଖେଳୁଥିବା ଅବସ୍ଥାରେ ରାହୁଲ ଏବଂ ସାଗରଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଗୁରୁତର ଅବସ୍ଥାରେ ଉଭୟଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର […]

  • Thursday, 15 July 2021
a1
ଓଲଟିଲା ୧୦୮ ଆମ୍ବୁଲାନ୍ସ

ମୟୂରଭଞ୍ଜ: ରୋଗୀଙ୍କୁ ଆଣିବାକୁ ଯାଉଥିବା ବେଳେ ରାସ୍ତା କଡ଼କୁ ଓଲଟି ପଡ଼ିଲା ୧୦୮ ଆମ୍ୱୁଲାନ୍ସ। ମୟୂରଭଞ୍ଜ ଜିଲ୍ଲା ଉଦଳା-ବାରିପଦା ରାସ୍ତାର ପଥରା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆମ୍ୱୁଲାନ୍ସଟି ଖୁଣ୍ଟାରୁ ଉଦଳାକୁ ରୋଗୀ ଆଣିବା ପାଇଁ ଯାଉଥିଲା। ହେଲେ ପଥରା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ଯୋଗୁ ଆମ୍ୱୁଲାନ୍ସରେ ଥିବା ଜଣେ ଫର୍ମାସିଷ୍ଟ ଆହତ ହୋଇଛନ୍ତି। ତାଙ୍କୁ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଡ୍ରାଇଭର ଓ ଅନ୍ୟ […]

  • Thursday, 15 July 2021
acci
ଟ୍ରକ୍‌କୁ ପଛରୁ ପିଟିଲା ୧୦୮ ଆମ୍ବୁଲାନ୍ସ

ବାଲେଶ୍ୱର: ଟ୍ରକ୍ ପଛରେ ପିଟି ହେଲା ଆମ୍ବୁଲାନ୍ସ। ବାଲେଶ୍ୱର ଜିଲ୍ଲା ୬୦ ନମ୍ବର ଜାତୀୟ ରାଜପଥର ହଳଦୀପଦା ନିକଟରେ ୧୦୮ ଆମ୍ବୁଲାନ୍ସ ଟ୍ରକ୍ ପଛରେ ପିଟି ହେବା ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ଏଥିରେ ୬ ଜଣ ଆହତ ମଧ୍ୟ ହୋଇଛନ୍ତି। ଆହତଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆମ୍ବୁଲାନ୍ସଟି ବାଲିଆପାଳ ହାସିମପୁରରୁ ଜଣେ ରୋଗୀଙ୍କୁ ନେଇ ବାଲେଶ୍ୱର ଆସୁଥିବା […]

  • Thursday, 15 July 2021
salepur
ଜଳଖିଆ ଦୋକାନ ଉପରେ ମାଡ଼ିଗଲା ଟ୍ରକ୍

କଟକ: ଜଳଖିଆ ଦୋକାନ ଉପରେ ମାଡ଼ିଗଲା ଟ୍ରକ୍। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଉଳ ବଜାରରେ ଆଜି ସକାଳେ ଏକ ଜଳଖିଆ ଦୋକାନ ଉପରେ ଟ୍ରକ୍ ମାଡ଼ି ଯିବାରୁ ତିନି ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତ ବ୍ୟକ୍ତିମାନେ ହେଲେ- ଜଳଖିଆ ଦୋକାନୀ ଗୁରୁଚରଣ ସାହୁ ଓ ଗ୍ରାହକ ଅନାଦି ବେହେରା। ଏମାନଙ୍କୁ ପ୍ରଥମେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ କଟକ ବଡ଼ […]

  • Thursday, 15 July 2021
5
ନୀଳଗିରିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼

ବାଲେଶ୍ୱର: ଶୀତର ଆଗମନ ସହିତ ପର୍ଯ୍ୟଟକଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ବାଲେଶ୍ୱର ଜିଲ୍ଲାର ନୀଳଗିରି ଅଞ୍ଚଳ। ପଞ୍ଚଲିଙ୍ଗେଶ୍ୱରଠାରୁ ଆରମ୍ଭ କରି କୁଲ୍‌ଡିହା ଅଭୟାରଣ୍ୟରେ ବୁଲିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ପିକ୍‌ନିକ୍‌ ପାଇଁ ଏବେ ଏହି ଅଞ୍ଚଳରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଶୀତ ବଢ଼ିବା ସହ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ପାହାଡ଼ ଉପରେ ଥିବା ପଞ୍ଚଲିଙ୍ଗେଶ୍ୱର ପୀଠରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ପଞ୍ଚଲିଙ୍ଗେଶ୍ୱରଙ୍କ […]

  • Thursday, 15 July 2021
firing
ରାଜଧାନୀରେ ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଛଡ଼ାଇ ନେଲେ ଟଙ୍କା

ଭୁବନେଶ୍ୱର: ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କୁ ଗୁଳିମାଡ଼। ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋରେ ଜଣେ ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ତେବେ ଏହି ଗୁଳିମାଡ଼ରେ ଗୁପ୍‌ଚୁପ୍‌ ବ୍ୟବସାୟୀ ରବୀନ୍ଦ୍ର ସ୍ୱାଇଁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ, ରବୀନ୍ଦ୍ର ଗୁପ୍‌ଚୁପ୍‌ ବିକି ସାରି ଘରକୁ ଫେରୁଥିବା ବେଳେ ତାଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ତାଙ୍କଠାରୁ କିଛି ଟଙ୍କା ମଧ୍ୟ ଛଡ଼ାଇ ନେଇଛନ୍ତି। ତେବେ କିଏ ଓ କାହିଁକି ରବୀନ୍ଦ୍ରଙ୍କୁ ଗୁଳି ମାରିଲା, ତାହା ସ୍ପଷ୍ଟ […]

  • Thursday, 15 July 2021
bhadrak
ସରକାରୀ ପ୍ରକଳ୍ପକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭଦ୍ରକ: ସରକାରୀ ପ୍ରକଳ୍ପ କାର୍ଯ୍ୟକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ପରିସ୍ଥିତି ଏପରି ହେଲା ଯେ ଛୁରା ମାଡ଼ କରିବାକୁ ମଧ୍ୟ ଲୋକେ ପଛାଇ ନାହାନ୍ତି। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳର ଦୁଇଟି ଗାଁ ମଧ୍ୟରେ ଏହି ଘଟଣା ଘଟିଛି। ଗ୍ରାମାଞ୍ଚଳ ଥାନା ଆର୍ ଏନ୍ ବେତଡ଼ା ଏବଂ ଗୋହିରାଣୀ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ସଂର୍ଘଷ ହୋଇଛି। ଏହି ସଂଘର୍ଷରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର […]

  • Thursday, 15 July 2021
child
ଦେଢ଼ ବର୍ଷର ଶିଶୁକନ୍ୟାକୁ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ

କନ୍ଧମାଳ: ପୁଣି ଲଜ୍ଜା। କନ୍ଧମାଳ ଜିଲ୍ଲାରେ ବାଲିଗୁଡା ଥାନା ବାରଖାମା ଫାଣ୍ଡି ଅଞ୍ଚଳରେ ଜଣେ ଦେଢ଼ ବର୍ଷର ଶିଶୁକନ୍ୟାକୁ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, ଶିଶୁଟି ଘର ବାହାରେ ଖେଳୁଥିବା ବେଳେ ସମ୍ପର୍କୀୟ ଦାଦା ଖେଳାଇବା ବାହାନାରେ ଶିଶୁଟିକୁ ଜଙ୍ଗଲକୁ ନେଇ ଯାଇଥିଲା। ଘର ଲୋକେ ଖୋଜାଖୋଲି କରିବା ପରେ ଶିଶୁକନ୍ୟାକୁ ନପାଇବାରୁ ଏନେଇ ଥାନାରେ ଏତଲା ଦେଇଥିଲେ। କିନ୍ତୁ ତା ପରଦିନ ସକାଳୁ ନିଜେ ସମ୍ପର୍କୀୟ ଦାଦା ଘରକୁ ଆଣି […]

  • Thursday, 15 July 2021
dead body
ଦାଦନ ସର୍ଦ୍ଦାରଙ୍କ ମାଡ଼ରେ ଶ୍ରମିକଙ୍କ ମୃତ୍ୟୁ ଅଭିଯୋଗ

ବଲାଙ୍ଗିର: ଦାଦନ ସର୍ଦ୍ଦାର ମାଡ଼ରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଡୁମେରପଦର ଗାଁରେ ଏହି ଘଟଣା ଘଟିଛି। ମୃତକଙ୍କ ନାମ ଜଗଦୀଶ ମିର୍ଦ୍ଧା। ସୂଚନା ଅନୁସାରେ, ଜଗଦୀଶ ମିର୍ଦ୍ଧାଙ୍କୁ ପଣ୍ଡାମୁଣ୍ଡା ଗାଁର ଦାଦନ ସର୍ଦ୍ଦାର ଭଗବାନ ବରିହା ୧ ଲକ୍ଷ ୩୦ ହଜାର ଟଙ୍କା ବଇନା (ଅଗ୍ରିମ ଦେୟ ଅର୍ଥ) ଦେଇଥିଲେ। ହେଲେ ଜଗଦୀଶ ଦାଦନ ଖଟିବାକୁ ଯିବାରେ ବିଳମ୍ୱ ହୋଇଥିଲା। ତେବେ ଗତ ସୋମବାର ସନ୍ଧ୍ୟାରେ […]

  • Thursday, 15 July 2021
cong
‘କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରିବ କଂଗ୍ରେସ’

ଭୁବନେଶ୍ୱର: କଂଗ୍ରେସ କ୍ଷମତାକୁ ଆସିଲେ ଚାଷୀଙ୍କ ଋଣ ଛାଡ଼ କରିବ। ଚାଷୀଙ୍କୁ ସୋଲାର ପମ୍ପ ମଧ୍ୟ ଯୋଗାଇ ଦିଆଯିବ।  କଂଗ୍ରେସ ଭବନରେ ଆଜି ବସିଥିବା ପିସିସି ଇସ୍ତାହାର କମିଟିର ବୈଠକ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। ୫ ବର୍ଷ ଲାଗି ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି। ସେହିଭଳି ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତାକୁ ୩ ଶହରୁ ୧ ହଜାରକୁ ବୃଦ୍ଧି କରାଯିବ ବୋଲି ନିରଞ୍ଜନ କହିଛନ୍ତି। ସେ କହିଛନ୍ତି, […]

  • Thursday, 15 July 2021
dead body
ପୁଅର ଠେଙ୍ଗାମାଡ଼ରେ ବାପାର ମୃତ୍ୟୁ

ବରଗଡ଼: ବରଗଡ଼ ପଦ୍ମପୁରରେ ପୁଅର ଜଘନ୍ୟକାଣ୍ଡ। ନିଶାଶକ୍ତ ଅବସ୍ଥାରେ ବାପାକୁ ପିଟି ପିଟି ମାରିଲା ପୁଅ। ପଦ୍ମପୁରର ଜଗଦଳପୁର ଥାନା ବିଜୋରାଭଟା ଗାଁର ଆଶାରାମ ଭୋଇଙ୍କୁ ପୁଅ ଦିଲୀପ ଠେଙ୍ଗାରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ଅଭିଯୁକ୍ତ ଦିଲୀପକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି। ଏହାସହ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ କରିଛି।

  • Thursday, 15 July 2021
odias
ଓମାନ୍‌ରେ ଫସିଛନ୍ତି ୧୭ ଓଡ଼ିଆ

ଗଞ୍ଜାମ: ବିଦେଶରେ ପୁଣି ଥରେ ହଟହଟା ହୋଇଛନ୍ତି ଓଡ଼ିଆ। ଓମାନ୍‌ର ରାଜଧାନୀ ମସ୍‌କଟ୍‌ରେ ୧୭ ଜଣ ଓଡ଼ିଆ ଫସି ରହିଛନ୍ତି। ଗଞ୍ଜାମ ଜିଲ୍ଲାରୁ ଯାଇଥିବା ଏହି ଶ୍ରମିକଙ୍କୁ ଦୀର୍ଘ ଦିନ ଧରି ଦରମା ମିଳିନଥିବା ଅଭିଯୋଗ ହୋଇଛି। J AND P କମ୍ପାନୀ ଶ୍ରମିକଙ୍କୁ ୫ ମାସ ହେବ ଦରମା ଦେଇନି। ଏହାସହ ଆବଶ୍ୟକ ମୁତାବକ ଖାଦ୍ୟ ବି ଶ୍ରମିକଙ୍କୁ ଦିଆଯାଉନଥିବା ଅଭିଯୋଗ ହୋଇଛି। କେବଳ ଏତିକି ନୁହେଁ, ଶ୍ରମିକଙ୍କୁ ସେମାନଙ୍କ ଭିସା ଓ ପାସ୍‌ପୋର୍ଟ ପ୍ରଦାନ […]

  • Thursday, 15 July 2021
ele
ମାଈ ହାତୀର ମୃତଦେହ ଠାବ

କଟକ: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ସୁକାସନ ସଂରକ୍ଷିତ ଜଙ୍ଗଲରେ ହାତୀର ମୃତଦେହ ଠାବ ହୋଇଛି। ରାଜନଗର ସବର ତଇଲା ନିକଟରେ ଏକ ମାଈ ହାତୀର ମୃତଦେହକୁ ଉଦ୍ଧାର କରାଯାଇଛି। ତାର ବୟସ ପ୍ରାୟ ୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ହାତୀର ମୁହଁରୁ ରକ୍ତ ବାହାରିଛି। କେମିତି ତାର ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହୋଇନି। ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିଛି ଦିନ ତଳେ ସେହି ଅଞ୍ଚଳକୁ ଏକ […]

  • Thursday, 15 July 2021
rayagada
ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ପଦବୀ ଅସିଦ୍ଧ ଘୋଷଣା

ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଂଗ୍ରେସକୁ ଲାଗିଛି ବଡ଼ ଝଟକା। ଗୋପନୀୟତାର ବିରୋଧାଚରଣକୁ ନେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀକୁ ରାୟଗଡ଼ା ଜିଲ୍ଲା ଦୌରାଜଜ୍‌ ଅସିଦ୍ଧ ଘୋଷଣା କରିଛନ୍ତି। ଏଥିସହ ପୁନଃନିର୍ବାଚନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯାହାଦ୍ୱାରା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗ ହାତରୁ ଅଧ୍ୟକ୍ଷ ପଦବୀ ଖସି ଯାଇଛି। ସୂଚନାଯୋଗ୍ୟ, ୨୦୧୭ ମସିହା ମାର୍ଚ୍ଚ ମାସ ୧୨ ତାରିଖରେ ଏଠାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ବିଜେପି ଦଳର […]

  • Thursday, 15 July 2021
p1
ବିଷାକ୍ତ ଫଳ ଖାଇ ୧୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ପ୍ରାଥମିକ ବିଦ୍ୟାଳୟର ୧୦ରୁ ଅଧିକ ଛାତ୍ରଛାତ୍ରୀ ବିଷାକ୍ତ ଫଳ ଖାଇ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଛାତ୍ରଛାତ୍ରୀମାନେ ଗତକାଲି ମଧ୍ୟାହ୍ନ ଭୋଜନ ଖାଇବା ପରେ ସ୍କୁଲ ପାଚେରି କଡ଼ରେ ଥିବା କିଛି ଗଛର ଫଳ ଖାଇଥିଲେ। ସେହି ଫଳ ଖାଇବା ପରେ ଛାତ୍ରଛାତ୍ରୀମାନେ ଅସୁସ୍ଥ ହୋଇ ପଡ଼ିଥିଲେ। ଶିକ୍ଷକମାନେ ପଚରାଉଚରା କରିବା ପରେ ଛାତ୍ରଛାତ୍ରୀମାନେ ବିଷାକ୍ତ ଫଳ ଖାଇଥିବା ଜଣାପଡ଼ିଥିଲା। ଚିକିତ୍ସା ପରେ ଛାତ୍ରଛାତ୍ରୀ ସୁସ୍ଥ […]

  • Thursday, 15 July 2021
anugul
କଂଗ୍ରେସର ସଫଳତା ନେଇ ଉତ୍ସାହିତ ରାଜ୍ୟର କଂଗ୍ରେସ କର୍ମୀ

ଅନୁଗୁଳ: ୩ ବିଧାନସଭା ନିର୍ବାଚନରେ କଂଗ୍ରେସର ସଫଳତା ନେଇ ଉତ୍ସାହିତ ରାଜ୍ୟର କଂଗ୍ରେସ କର୍ମୀ।  ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନରେ ଆୟୋଜିତ ହୋଇଥିଲା ବିଜୟ ଉତ୍ସବ। ଜିଲ୍ଲା କଂଗ୍ରେସ ସଭାପତିଙ୍କ ସହ ଜିଲ୍ଲାର ଅନେକ କଂଗ୍ରେସ କର୍ମୀ ଏହି ଉତ୍ସବରେ ସାମିଲ ହୋଇଥିଲେ।  ବାଣ ଫୁଟାଇ, ବାଜା ବଜାଇ ଉତ୍ସବ ପାଳିଥିଲେ କଂଗ୍ରେସ କର୍ମୀ। ରାଜ୍ୟର ସଂଗଠିତ ହୋଇ କାମ କଲେ କଂଗ୍ରେସର ବିଜୟ ନିଶ୍ଚିତ ବୋଲି ମତପ୍ରକାଶ ପାଇଥିଲା। ସେହିପରି ସୁନ୍ଦରଗଡ଼ରେ ମଧ୍ୟ […]

  • Thursday, 15 July 2021
iic
ଭିଜିଲାନ୍ସ ହାତରେ IIC

ଭଦ୍ରକ: ଭିଜିଲାନ୍ସ ହାତରେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଆଇଆଇସି ଅମିତ୍‌ କୁମାର ବିଶ୍ୱାଳ। ଭିଜିଲାନ୍ସ ଟିମ୍‌ ଚଢ଼ାଉ କରି ତାଙ୍କ ନିକଟରୁ ୭୩ ହଜାର ୫ଶହ ଟଙ୍କା ଜବତ କରିଛି। ସେ ବାରିପଦା ଯାଉଥିବା ବେଳେ ବାଲେଶ୍ୱର ସେରଗଡ଼ ଟୋଲଗେଟ୍‌ ନିକଟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା।  ଏହାସହ ଆଇଆଇସିଙ୍କ ଭଣ୍ଡାରିପୋଖରୀ ବାସଭବନ ସମେତ ବାରିପଦା ସହର ନିକଟରେ ଥିବା ଭଞ୍ଜପୁର ବାସଭବନରେ ମଧ୍ୟ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି। ଆଇଆଇସି ଅମିତ୍‌ କୁମାର ବିଶ୍ୱାଳଙ୍କୁ ଭିଜିଲାନ୍ସ ଅଟକ […]

  • Thursday, 15 July 2021
raid
ଭିଜିଲାନ୍ସ ଜାଲରେ ଲ୍ୟାମ୍ପସ୍‌ ସୁପରଭାଇଜର

ଉମରକୋଟ: ଭିଜିଲାନ୍ସ ଜାଲରେ ଝରିଗାଁ ଲ୍ୟାମ୍ପସ୍‌ ସୁପରଭାଇଜର ଗୟାରାମ ମାଠିଆ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ଗୟାରାମଙ୍କ ୪ଟି ଘର, ପେଟ୍ରୋଲ ପମ୍ପ, ଗ୍ୟାସ୍ ଏଜେନ୍ସି ସମେତ ୮ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଶେଷ ଖବର ସୁଦ୍ଧା ଚାରିଜଣ ଡିଏସ୍‌ପି ଓ ଛଅ ଜଣ ଇନ୍ସପେକ୍ଟର, ଅନ୍ୟ ଷ୍ଟାପ୍‌ଙ୍କ ମିଳିତ ସହଯୋଗରେ ଏହି ଚଢ଼ାଉ କରାଯାଇଛି।      

  • Thursday, 15 July 2021
car
ବିଲ୍‌ଡର୍‌ଙ୍କ ଗାଡ଼ି ଉପରକୁ ଗୁଳିମାଡ଼

ରାଉରକେଲା: ବିଲ୍‌ଡର୍‌ଙ୍କ କାର୍‌ ଉପରକୁ ଗୁଳିମାଡ଼। ରାଉରକେଲାର ବେଲଡ଼ିହି ନିକଟରେ ବିଲ୍‌ଡର୍‌ ଅନମୋଲ ସିଂହଙ୍କ ଗାଡ଼ି ଉପରକୁ  ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି। ସୌଭାଗ୍ୟବଶତଃ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗୁଳିମାଡ଼ରେ ଅନମୋଲଙ୍କ ଅଙ୍ଗରକ୍ଷୀ ମିଠୁ ସିଂ ଆହତ ହୋଇଛନ୍ତି। ମିଠୁଙ୍କ ମୁଣ୍ଡରେ ଗୁଳି ବାଜିଛି। ଏହାସହ କାର୍‌ରେ ୩ଟି ଗୁଳି ବାଜିଛି। ପୁଲିସ୍‌ ଘଟଣାସ୍ଥଳରୁ ୫ଟି ଖୋକା ଜବତ କରିବା ସହ ଘଟଣାର ତଦନ୍ତ କରୁଛି। ଅନମୋଲ ଘରକୁ ଫେରୁଥିବା ବେଳେ ବେଲଡ଼ିହି ନିକଟରେ ତାଙ୍କ ଗାଡ଼ି […]

  • Thursday, 15 July 2021