• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସହଜ ଓ ସରଳ ଉପାୟରେ ବନାନ୍ତୁ 'ରୁଟି ସମୋସା'

ଘରେ ଅନେକ ସମୟରେ ବଳକା ରୁଟି ରହିଯାଇଥାଏ । ଆମେ ସେହି ବଳକା ରୁଟିରେ ଗୋଟିଏ ଭଲ ରେସିପି ପ୍ରସ୍ତୁତ କରିପାରିବା । ଆଜି ଆମେ ବଳକା ରୁଟିରେ ପ୍ରସ୍ତୁତ ଏକ ନୂଆ ରେସିପି ବିଷୟରେ କହିବାକୁ ଯାଉଛୁ । ଏହି ରେସିପିର ନାଁ ହେଉଛି ‘ରୁଟି ସମୋସା’। ଏହି ରେସିପିଟି ଆପଣମାନେ ଅତ୍ୟନ୍ତ ସହଜ ଓ ସରଳ ଉପାୟରେ ଘରେ ବନେଇ ପାରିବେ । ତେବେ ଏହାକୁ କିଭଳି ପ୍ରସ୍ତୁତ କରାଯାଏ ଆସନ୍ତୁ ଜାଣିବା ।

'ରୁଟି ସମୋସା' ବନେଇବା ପାଇଁ ସାମଗ୍ରୀ:

ରୁଟି, ସିଝା ଆଳୁ ଚକଟା, କଟା ବନ୍ଧାକୋବି, କଟା କ୍ୟାପସିକମ୍, ଗ୍ରୀନ ମଟର, କଟା ବିନ୍, ମଇଦା, କଟା ଟମାଟୋ, କଟା ଗାଜର, କୋରା ପନିର, ଗୋଲମରିଚ ଗୁଣ୍ଡ, ଗରମ ମସଲା, ରିଫାଇନ୍ ତେଲ ଓ ସ୍ୱାଦନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ :

  • ପ୍ରଥମେ ଚୁଲିରେ କଡ଼େଇ ବସାଇ ତେଲ ଗରମ କରନ୍ତୁ
  • ତେଲ ଗରମ ହୋଇଗଲା ପରେ କଟା ପିଆଜ ପକାଇ ଭାଜନ୍ତୁ।
  • ପିଆଜ ଭାଜି ହୋଇଗଲେ ପରେ ସେଥିରେ କଟା କୋବି, କଟା କ୍ୟାପସିକମ୍ ଓ ଗ୍ରୀନ ମଟର ପକାଇ ଭାଜନ୍ତୁ।
  • ଏହାପରେ କଟା ବିନ୍, କଟା ଟମାଟୋ ଓ ଗାଜର ପକେଇ ଭଲ ଭାବେ ଭାଜନ୍ତୁ ।
  • ପରିବା ସବୁ ଭାଜି ହୋଇଗଲେ ପରେ କୋରା ପନିର, ଗୋଲମରିଚ ଗୁଣ୍ଡ, ଗରମ ମସଲା ଓ ସ୍ୱାଦ ଅନୁସାରେ ଲୁଣ, ପକାନ୍ତୁ।
  • ଏହାପରେ ସିଝା ଆଳୁକୁ ଚକଟି ପରିବା ଓ ମସଲା ମିଶ୍ରଣରେ ପକେଇ ଭଲଭାବେ ଗୋଳେଇ ଘୋଡେ଼ଇ ଦିଅନ୍ତୁ।
  • କିଛି ସମୟ ପରେ ପରିବାରେ ପ୍ରସ୍ତୁତ ହୋଇଥିବା ପୂରକୁ ବାହାର କରି ରଖନ୍ତୁ ।
  • ଏହାପରେ ରୁଟିକୁ ଦୁଇ ଭାଗ କରି ସମୋସା ବା ସିଙ୍ଗଡ଼ା ଆକାରରେ ଗଢି ରଖନ୍ତୁ ।
  • ଏହାପରେ ଗୋଟିଏ ଚାମଚ ମଇଦାରେ ଅଳ୍ପ ପାଣି ଦେଇ ଏକ ବହଳିଆ ମିଶ୍ରଣ ପ୍ରସ୍ତୁତ କରନ୍ତୁ ।
  • ଏହାପରେ ଆଗରୁ ମସଲା ଆଳୁ ପରିବା ପୁରକୁ ରୁଟି କୋନ୍‌ରେ ଭର୍ତ୍ତି କରି ମଇଦାକୁ ଲଗାଇ ସମୋସା ପ୍ରସ୍ତୁତ କରନ୍ତୁ ।
  • ଏହାପରେ କଡେଇରେ ତେଲ ଗରମ କରି ସମୋସା ଗୁଡିକ ତେଲରେ ଛାଣି ଏକ ପାତ୍ରକୁ କାଢି ଦିଅନ୍ତୁ ।

ଏବେ ପ୍ରସ୍ତୁତ ହୋଇଗଲା ଗରମାଗରମ ‘ରୁଟି ସମୋସା’ । ଏହି ‘ରୁଟି ସମୋସା’ ରେସିପିଟିକୁ ଚଟଣୀ ବା ସସ୍ ସହିତ ଖାଇଲେ ବେଶୀ ସୁଆଦିଆ ଲାଗିଥାଏ । ଏହି ରେସିପିଟିକୁ ନିଜେ ଖାଆନ୍ତୁ ଓ ଘର ଲୋକଙ୍କୁ ପରଷନ୍ତୁ ।