Advertisment

ବାୟା କଲା ଚୋରା ପୀରତି: ଗାର୍ଲଫ୍ରେଣ୍ଡ ସହ ଗଲେ, ଅପହରଣର ନାଟକ କଲେ

ଅପହରଣ ନୁହେଁ , ବରଂ ପୁରା ନାଟକ। ଭୁବନେଶ୍ୱରର ବହୁ ଚର୍ଚ୍ଚିତ ସ୍ୱିଗି ବୟ ଅପରହରଣ ଅଭିଯୋଗ ମାମଲାର ପର୍ଦ୍ଦାଫାସ୍ ପରେ ଏହା ଜଣାପଡ଼ିଛି। ଚୋରା ପୀରତି ପାଇଁ ଅଭିଯୁକ୍ତ ପତିତପାବନ ପୃଷ୍ଟି ଓରଫ୍ ଚିକୁନ୍ ହିଁ ଏହି ଡ୍ରାମା ରଚିଥିବା କମିଶନରେଟ୍ ପୋଲିସ୍ ସ୍ପଷ୍ଟ କରିଛି

author-image
Sarbeswar
ଅଦ୍ୟତନ ହୋଇଛି
'Swiggy' Delivery

'Swiggy' Delivery

ଭୁବନେଶ୍ୱର: ଅପହରଣ ନୁହେଁ , ବରଂ ପୁରା ନାଟକ। ଭୁବନେଶ୍ୱରର ବହୁ ଚର୍ଚ୍ଚିତ ସ୍ୱିଗି ବୟ ଅପରହରଣ ଅଭିଯୋଗ ମାମଲାର ପର୍ଦ୍ଦାଫାସ୍ ପରେ ଏହା ଜଣାପଡ଼ିଛି। ଚୋରା ପୀରତି ପାଇଁ ଅଭିଯୁକ୍ତ ପତିତପାବନ ପୃଷ୍ଟି ଓରଫ୍ ଚିକୁନ୍ ହିଁ ଏହି ଡ୍ରାମା ରଚିଥିବା କମିଶନରେଟ୍ ପୋଲିସ୍ ସ୍ପଷ୍ଟ କରିଛି। ବିବାହିତ ଚିକୁନ୍ ନିଜର ଗର୍ଲଫ୍ରେଣ୍ଡ ସହ ଟ୍ରେନରେ ଫେରାର ହେଉଥିବା ବେଳେ ଆର୍ପିଏଫ୍ ସହାୟତାରେ ଉଭୟଙ୍କୁ ମଧ୍ୟପ୍ରଦେଶରୁ ଧରାଯାଇଛି।

Advertisment

ସ୍ୱିଗିବୟ ଅପହରଣ ଏପିସୋଡରେ ଟ୍ୱିଷ୍ଟ। ୪୮ ଘଣ୍ଟାର ହାଇଡ୍ରାମା ପରେ ମିଛ ଅପହରଣର ମହାଖୁଲାସା ହୋଇଛି। କିଡନାପ୍‌ ନାଟକ ପଛରେ ଥିଲା ଚୋରା ପୀରତି। ସ୍ୱିଗି ବୟ ପତିତପାବନ ଓରଫ୍ ଚିକୁନ୍ ଓ ତାର ତଥାକଥିତ ଗର୍ଲଫ୍ରେଣ୍ଡଙ୍କୁ ମଧ୍ୟପ୍ରଦେଶର କଟ୍ନୀ ଷ୍ଟେସନରେ ଅଟକ ରଖିଛି ଆର୍‌ପିଏଫ୍ । କମିଶନରେଟ୍ ପୋଲିସର ସୂଚନା ଆଧାରରେ ଦୁହିଁଙ୍କୁ ଟ୍ରେନରୁ ଧରିଥିଲା ରେଲୱେ ପୋଲିସ୍। ଚିକୁନକୁ ଅପହରଣ ଓ ଛୁରା ମାଡ଼ ଅଭିଯୋଗ ଘଟଣାର ଖୋଳତାଡ଼ କରୁ କରୁ ପୋଲିସକୁ ମିଳିଥିଲା ଏକ ନୂଆ ଆଙ୍ଗଲ୍। ପୁରୀ ଜିଲ୍ଲା ଗୋପ୍ ଥାନା ବେଦପୁର ଗାଁର ଜଣେ ବ୍ୟକ୍ତି, ତାଙ୍କ ଝିଅ ନିଖୋଜ ଥିବା ଅଭିଯୋଗ କରିଥିଲେ। ପରେ ପୋଲିସ୍ ଜାଣିବାକୁ ପାଇଥିଲା ସେହି ଯୁବତୀ ଓ ଚିକୁନ୍ ମଧ୍ୟରେ ଥିଲା ପ୍ରେମ ସଂପର୍କ। ଘଟଣାର ଖୋଳତାଡ଼ କରୁ କରୁ ଉଭୟେ ଗତକାଲି ଟ୍ରେନରେ ଯାତ୍ରା କରୁଥିବା ଜାଣିବାକୁ ପାଇଥିଲା ପୋଲିସ୍। ଉଭୟଙ୍କୁ ଆର୍‌ପିଏଫ୍ ଧରିବା ପରେ ଘଟଣା ଉପରୁ ହଟିଛି ପରଦା। ସେମାନଙ୍କୁ ଓଡ଼ିଶା ଆଣିବା ପାଇଁ ଏକ ସ୍ୱତନ୍ତ୍ର ପୋଲିସ୍ ଟିମ୍ ମଧ୍ୟପ୍ରଦେଶ ଯାଇଛି।

Advertisment

ତେବେ ନିଜର କିଡ଼୍‌ନାପ୍‌ ନେଇ ଡ୍ରାମା କରିଥିଲା ଚିକୁନ୍‌। ଖାଲି ସେତିକି ନୁହେଁ, ଚିକୁନର କହିବା ମୁତାବକ ଭୁବନେଶ୍ୱର ଉତ୍ତରା ନିକଟରେ ଯାଞ୍ଚ ବେଳେ ପୋଲିସକୁ ମିଳିଥିଲା ପର୍ସ, କପଡ଼ା ଓ ଛୁରୀ। ଏହାପରେ ପୋଲିସ୍ ଘଟଣାକୁ ଗମ୍ଭୀରତାର ସହ ନେଇଥିଲା। ତେବେ ଦି ଦିନ ପର୍ଯ୍ୟନ୍ତ କୌଣସି ଲିଡ୍ ମିଳିନଥିଲା। ପରେ ଚିକୁନ୍ ଓ ବେଦପୁରର ସଂପୃକ୍ତ ଯୁବତୀଙ୍କ ପ୍ରେମ କାହାଣୀ ନେଇ ସୁରାକ୍ ପାଇଥିଲା ପୋଲିସ୍। ସେପଟେ ମାତ୍ର ବର୍ଷେ ତଳେ ଚିକୁନଙ୍କୁ ପ୍ରେମ ବିବାହ କରିଥିବା ପତ୍ନୀ ଅହଲ୍ୟା ଏହି ଘଟଣା ଜାଣିବା ପରେ ଅବାକ୍ ହୋଇଯାଇଛନ୍ତି। କହିଛନ୍ତି ତାଙ୍କ ସ୍ୱାମୀ ନସୁଧୁରିଲେ ସେ ତାଙ୍କ ବିରୋଧରେ କେସ୍ କରିବେ। ଚିକୁନ୍ ଓ ସଂପୃକ୍ତ ଯୁବତୀଙ୍କୁ ଓଡ଼ିଶା ଅଣାଯିବା ପରେ ବାକି ଘଟଣାର ପର୍ଦ୍ଦାଫାସ୍ ହେବ ବୋଲି ପୋଲିସ୍ କହିଛି।

Odisha Crime
Advertisment
Advertisment