Advertisment

କେଉଁ ଲାଳସାରେ ବିକିଥିଲେ ଦେଶର ଗୁପ୍ତ ତଥ୍ୟ?

ଚାନ୍ଦିପୁର ITRରେ କିଏ ୧୦ ବର୍ଷ ଧରି କାମ କରୁଥିଲା, ତ ଆଉ କିଏ ୨୦ ବର୍ଷ ଧରି। ସ୍ଥାନୀୟ ଅଞ୍ଚଳର ଏତେ ପୁରୁଣା ଠିକା କର୍ମଚାରୀ ହେବା ସତ୍ତ୍ୱେ, ଏମାନେ କେମିତି ପଛାଇନଥିଲେ ଦେଶଦ୍ରୋହ ଭଳି ସଂଗୀନ ଅପରାଧ କରିବାକୁ? କେଉଁ ଲାଳସା ବାଧ୍ୟ କରିଥିଲା ଶତ୍ରୁରାଷ୍ଟ୍ର ଆଗରେ ନିଜ ଇମାନ୍ଦାରୀ ସହ ଦେଶର ଗୁପ୍ତ ତଥ୍ୟ ବିକିଦେବାକୁ?

author-image
Chandan Shishu
DRDO info leak case

DRDO info leak case

ବାଲେଶ୍ୱର: ନିଜର ନିଷ୍ଠା, ଦେଶପ୍ରେମ, ହିତାହିତ ଜ୍ଞାନ ସବୁ ଭୁଲାଇ ଦେଇଥିଲା ପାକିସ୍ତାନୀ ହନିଟ୍ରାପ୍। ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଅଭିଯୋଗରେ ଗିରଫ ହୋଇଥିବା ୪ ଜଣ ଠିକା କର୍ମଚାରୀ ଜଣେ ଯୁବତୀଙ୍କ ମାୟାଜାଲରେ ଫସି ଏଭଳି କାଣ୍ଡ ଭିଆଇଥିବା ଚର୍ଚ୍ଚା ହେଉଛି।  ଏହି ମାମଲାରେ ଗତକାଲି ମୋଟ ୫ ଜଣଙ୍କୁ ପୋଲିସ ଧରିଥିବା ବେଳେ, ଜଣଙ୍କୁ ଛାଡ଼ି ଦିଆଯାଇଛି ଏବଂ ବାକି ୪ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।  ସେପଟେ ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚ ହାତକୁ ଯିବା ପରେ, ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ବିଷୋୟୀଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍ ବାଲେଶ୍ୱର ଯାଇଛି।

Advertisment

ଚାନ୍ଦିପୁର ITRରେ କିଏ ୧୦ ବର୍ଷ ଧରି କାମ କରୁଥିଲା, ତ ଆଉ କିଏ ୨୦ ବର୍ଷ ଧରି। ସ୍ଥାନୀୟ ଅଞ୍ଚଳର ଏତେ ପୁରୁଣା ଠିକା କର୍ମଚାରୀ ହେବା ସତ୍ତ୍ୱେ, ଏମାନେ କେମିତି ପଛାଇନଥିଲେ ଦେଶଦ୍ରୋହ ଭଳି ସଂଗୀନ ଅପରାଧ କରିବାକୁ? କେଉଁ ଲାଳସା ବାଧ୍ୟ କରିଥିଲା ଶତ୍ରୁରାଷ୍ଟ୍ର ଆଗରେ ନିଜ ଇମାନ୍ଦାରୀ ସହ ଦେଶର ଗୁପ୍ତ ତଥ୍ୟ ବିକିଦେବାକୁ? କୁହାଯାଉଛି ଏହା ପଛରେ ଥିଲା ପାକିସ୍ତାନୀ ସୁନ୍ଦରୀର ମାୟାଜାଲ। ୪ ଜଣ ଯାକ କର୍ମଚାରୀ ଜଣେ ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ହନିଟ୍ରାପ୍‌ରେ ଫସି DRDOର ଗୁପ୍ତ ତଥା ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲିକ୍ କରିଥିବା ଆଶଙ୍କା କରାଯାଉଛି। ଏନେଇ ସ୍ପଷ୍ଟ ହୋଇନଥିଲେ ବି, ଏହାକୁ ଏଡ଼ାଇ ଦିଆଯାଇନପାରେ ବୋଲି କହିଛନ୍ତି ବାଲେଶ୍ୱର ଏସ୍‌ପି। ଆଜି ୪ଜଣଙ୍କୁ ବାଲେଶ୍ୱର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିବା ବେଳେ, ଆଗକୁ ଅଧିକ ତଦନ୍ତ ପାଇଁ ରିମାଣ୍ଡରେ ଅଣାଯାଇପାରେ।

ଚର୍ଚ୍ଚା ହେଉଛି, ISI ମହିଳା ଏଜେଣ୍ଟ ଜଣକ ପ୍ରଥମେ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ଫେସବୁକ୍‌ରେ ବନ୍ଧୁତା କରିଥିଲେ  ନିଜକୁ ଉତ୍ତରପ୍ରଦେଶର ଯୁବତୀ ଭାବେ ପରିଚୟ ଦେଇ ଆତ୍ମୀୟତା ବଢାଇଥିଲେ ଏବଂ ପରେ ଚାନ୍ଦିପୁର ବୁଲି ଆସିବାକୁ ଇଚ୍ଛା କରିବା ସହ, ଏକ ସ୍ଥାନୀୟ ସିମ୍ କାର୍ଡ ଯୋଗାଡ଼ କରିବାକୁ କହିଥିଲେ। ଏହାପରେ ସଂପୃକ୍ତ କର୍ମଚାରୀଙ୍କ ଆକାଉଣ୍ଟକୁ ମୋଟା ଅଙ୍କର ଟଙ୍କା ପଠାଇବା ସହ ବିଶ୍ୱାସ ଭାଜନ ହୋଇଥିଲେ।  କର୍ମଚାରୀ ଜଣଙ୍କ ନିଜ ନାଁରେ ସିମ୍ କାର୍ଡ ଆଣି ସଂପୃକ୍ତ ଏଜେଣ୍ଟକୁ ନମ୍ବର ଦେବା ପରେ, ସେ ସେଇ ନମ୍ବରରେ ଏକ ସୁନ୍ଦରୀ ଯୁବତୀର ଫଟୋ ରଖି ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲି ଜଣକ ପରେ ଜଣେ, ୪ଜଣ ଯାକ କର୍ମଚାରୀଙ୍କୁ ପ୍ରଲୋଭିତ କରିଥିଲେ ଏବଂ ଗୁପ୍ତ ତଥ୍ୟ ହାସର କରିଥିଲେ। ଅନ୍ୟପକ୍ଷରେ ଅଭିଯୁକ୍ତମାନେ ନିଜ ବିରୋଧରେ ଆସିଥିବା ସବୁ ଅଭିଯୋଗକୁ ମିଛ ବୋଲି କହିଥିଲେ ବି, ଫେସବୁକରେ ଚାଟ୍ କରିବା କଥାକୁ ସ୍ୱୀକାର କରିଛିି ହେମନ୍ତ ମିସ୍ତ୍ରୀ।

Advertisment

ଗୁଇନ୍ଦା ସଂସ୍ଥାମାନେ ଯୁବତୀଙ୍କୁ ବ୍ୟବହାର କରି ଶତ୍ରୁପକ୍ଷର ପ୍ରତିରକ୍ଷା ଓ ଗବେଷଣାତ୍ମକ ଗୋପନ ତଥ୍ୟ ହାସଲ କରିବା କିଛି ନୂଆ କଥା ନୁହେଁ। ଶାରୀରିକ ପ୍ରଲୋଭନ ହେଉ, ଅବା ଅନ୍ତରଙ୍ଗ ଫଟୋ, ଭିଡିଓ ଚାଟ୍ ଓ ମେସେଜ୍ ଜରିଆରେ ବ୍ଲାକମେଲ ଗୁଇନ୍ଦାଗିରିରେ ତଥ୍ୟ ଆଦାୟ ସହ ଠକମାନେ ଟଙ୍କା ଆଦାୟ ପାଇଁ ମଧ୍ୟ ବ୍ୟବହାର କରିଥାନ୍ତି ହନିଟ୍ରାପ୍ କୌଶଳ। ଯେଉଁଥିରେ କେତେବେଳେ ସେନା ଯବାନ୍ ତ କେତେବେଳେ ଚାନ୍ଦିପୁର ଭଲି ଗୁରୁତ୍ୱପୂର୍ଣ୍ଣ ସାମରିକ ପ୍ରତିଷ୍ଠାନର କର୍ମଚାରୀ ଫସିଯାଉଛନ୍ତି।  

ରିପୋର୍ଟ: ରଣଜିତ ପାକଳ ଓ ରଶ୍ମୀରଂଜନ ଦାସ

Odisha DRDO Honey Trap Spying On DRDO
Advertisment
Advertisment