Advertisment

ବନ୍ଧା ହେଲେ କୋଟିପତି ଦିଦି

ଗତକାଲି ଦିଦିଙ୍କ ଭୁବନେଶ୍ୱର କେଶୁରା ଓ ଝାରପଡ଼ାରେ ଏକାଧିକ ବହୁତଳ କୋଠା ଠାବ ହୋଇଥିଲା। ଝାରପଡ଼ାରେ ୨ଟି ୩ ମହଲା ବିଲ୍ଡିଂ ଏବଂ ଗୋଟିଏ ଏକ ମହଲା କୋଠା ମିଳିଛି। ଏଥିସହ ୧୪ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ।

author-image
Chandan Shishu
Anganwadi didi arrested

Anganwadi didi arrested

ଭୁବନେଶ୍ୱର: କୋଟିପତି ଅଙ୍ଗନବାଡ଼ି ଦିଦି ଗିରଫ। ଭୁବନେଶ୍ୱର କୋରଡ଼କଣ୍ଟାର ଅଙ୍ଗନବାଡ଼ି ଦିଦି କବିତା ମଥାନଙ୍କୁ ଭିଜିଲାନ୍ସ ଗିରଫ କରିଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି କବିତାଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଥିଲା। ତାଙ୍କର ୪ କୋଟି ଟଙ୍କାର ସଂପତ୍ତି ଠାବ ହୋଇଥିବା ବେଳେ ତାଭିତରୁ ଆୟବହିର୍ଭୁତ ସମ୍ପତ୍ତି ହେଉଛି ପ୍ରାୟ ୩ କୋଟି ଟଙ୍କା। ଯାହାର କୌଣସି ଠୋସ୍ ହିସାବ ଦେଇପାରୁନାହାଁନ୍ତି ଅଙ୍ଗନବାଡି ଦିଦି। ସମ୍ପତ୍ତିର ପରିମାଣ ମୋଟ ଆୟ ତୁଳନାରେ ୪୯୪ ପ୍ରତିଶତ ଅଧିକ ବୋଲି ଜଣାପଡିଛି।

Advertisment

ଗତକାଲି ଦିଦିଙ୍କ ଭୁବନେଶ୍ୱର କେଶୁରା ଓ ଝାରପଡ଼ାରେ ଏକାଧିକ ବହୁତଳ କୋଠା ଠାବ ହୋଇଥିଲା। ଝାରପଡ଼ାରେ ୨ଟି ୩ ମହଲା ବିଲ୍ଡିଂ ଏବଂ ଗୋଟିଏ ଏକ ମହଲା କୋଠା ମିଳିଛି। ଏଥିସହ ୧୪ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। ସେଥିରୁ କେବଳ ଭୁବନେଶ୍ୱରରେ ରହିଛି ୧୦ଟି ପ୍ଲଟ୍। ସେହିପରି ଜଗତସିଂହପୁରରୁ ୩ଟି ଏବଂ ବାଲିଅନ୍ତାରୁ ଗୋଟିଏ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ। ଗୋଟିଏ କାର, ୩ଟି ଦୁଇ ଚକିଆ ଗାଡ଼ି, ୨.୨ ଲକ୍ଷର ବୀମା ଠାବ ହୋଇଛି। ଏହା ବ୍ୟତୀତ ଦିଦିଙ୍କ ଘରୁ ୬ ଲକ୍ଷ ୩୬ ହଜାର ମୂଲ୍ୟର ୨୧୨ ଗ୍ରାମ ସୁନା ମିଳିଛି।

ଭିଜିଲାନ୍ସର ୧୦ ଡିଏସ୍‌ପି ଓ ୫ ଇନସପେକ୍ଟର ରେଡ୍‌ କରିଥିଲେ। ଅଙ୍ଗନବାଡ଼ି ଦିଦି କବିତା ମାଥନଙ୍କ ନାଁରେ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗ ଆସିଥିଲା। ଏହା ପରେ ଭିଜିଲାନ୍ସର ୬ଟି ଟିମ୍‌ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଦିଦିଙ୍କ ସମ୍ପତ୍ତି ଦେଖି ତାଜୁବ୍‌ ହୋଇଥିଲା ଭିଜିଲାନ୍ସ। ବର୍ତ୍ତମାନ ସୁଦ୍ଧା ୪ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି।

Advertisment

ସେପଟେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ଖଣ୍ଡନ କରିଛନ୍ତି କବିତା। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଥିଲେ, ମୋର  ଆୟ ବହିର୍ଭୂତ ସମ୍ପତ୍ତି ନାହିଁ ।ମୁଁ ମୋ ଜୀବନରେ ବହୁ କଷ୍ଟ କରି ଉପରକୁ ଉଠିଛି। ମୋ ସ୍ୱାମୀ ଜମି ବେପାର କରନ୍ତି। ତାଙ୍କର ଧୂପ ଓ ଫିନାଇଲ ଫ୍ୟାକ୍ଟ୍ରି ମଧ୍ୟ ଅଛି।

Odisha Police Anganwadi Didi
Advertisment
Advertisment