Advertisment

ମହିଳା ବିରୋଧୀ ଅପରାଧରେ ଓଡ଼ିଶାର ସ୍ଥାନ କଣ?

ଏହାକୁ ନେଇ ସବୁବେଳେ ଆରୋପ-ପ୍ରତ୍ୟାରୋପ ଲାଗି ରହିଥିବା ବେଳେ ନ୍ୟାସନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ ଦ୍ୱାରା ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆ-୨୦୨୦ ରିପୋର୍ଟ ପ୍ରକୃତ ଚିତ୍ର ସାମ୍ନାକୁ ଆଣିଛି। କିଛି ଦିନ ପୂର୍ବରୁ ବିଧାନସଭାରେ ନାବାଳିକା ଯୌନ ନିର୍ଯାତନା, ହତ୍ୟା, ଯୌତୁକ ଜନିତ ହତ୍ୟା, ନାରୀ ନିର୍ଯାତନା ସଂଖ୍ୟା ବଢିବା ନେଇ ଉଦବେଗଜନକ ତଥ୍ୟ ସାମନାକୁ ଆସିଥିଲା। ଯାହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ

author-image
Chandan Shishu
Women Harassment

Women Harassment

ଭୁବନେଶ୍ୱର: ରାଜ୍ୟରେ କେତେ ସୁରକ୍ଷିତ ମହିଳା? ମହିଳା ବିରୋଧୀ ଅପରାଧରେ ଓଡ଼ିଶାର ସ୍ଥାନ କଣ? ଏହାକୁ ନେଇ ସବୁବେଳେ ଆରୋପ-ପ୍ରତ୍ୟାରୋପ ଲାଗି ରହିଥିବା ବେଳେ ନ୍ୟାସନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ ଦ୍ୱାରା ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆ-୨୦୨୦ ରିପୋର୍ଟ ପ୍ରକୃତ ଚିତ୍ର ସାମ୍ନାକୁ ଆଣିଛି। ରାଜ୍ୟରେ ମହିଳାମାନେ ସୁରିକ୍ଷତ ନେଇ କରାଯାଉଥିବା ଦାବିର ଏହା ଗୁମର ଖୋଲିଛି। ୨୦୧୮ରୁ ୨୦୨୦, ଏହି ୩ ବର୍ଷରେ ମହିଳାଙ୍କ ବିରୋଧରେ ଅପରାଧ ତଥ୍ୟ ଦେଖିଲେ ଏହା ଜଳଜଳ ଦିଶୁଛି। ରିପୋର୍ଟ କହୁଛି ଗତବର୍ଷ ମୋଟ୍ ୨୫ ହଜାର ୪୮୯ଟି ମାମଲା ସାମ୍ନାକୁ ଆସିଥିଲା।

Advertisment

୨୦୧୯ରେ ଏହି ସଂଖ୍ୟା ୨୩ ହଜାର ୧୮୩  ଓ ୨୦୧୮ରେ ୨୦ ହଜାର ୨୭୪ ଥିଲା। ଉଦବେଗର ବିଷୟ ହେଉଛି ୨୦୨୦ରେ ମହିଳାଙ୍କ ବିରୋଧରେ ମୋଟ୍ ଅପରାଧ ହାର ଥିଲା ୧୧୨. ୯ ଅର୍ଥାତ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ପାଖାପାଖି ୧୧୩ଟି ମହିଳା ବିରୋଧୀ ଅପରାଧ ଘଟଣା ଘଟୁଛି। ଯାହାକି ସାରା ଦେଶରେ ଦ୍ୱିତୀୟ ସର୍ବାଧିକ। ସେହିପରି ୨୦୨୦ରେ ୧୭ ଜଣ ନାବାଳିକାଙ୍କ ସମେତ ସମୁଦାୟ ୧୨ଶହ ୧୧ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଦୁଷ୍କର୍ମ ପରେ ହତ୍ୟାର ଶିକାର ହୋଇଛନ୍ତି ୨୦ ଜଣ ଶିଶୁ।

ଅପରାଧ କ୍ଷେତ୍ରରେ ବି ଓଡ଼ିଶାର ସ୍ଥିତି ଭଲ ନାହିଁ। ୨୦୧୮ରେ ୫ ହଜାର ୨୧୭, ୨୦୧୯ରେ ୭୦୧୨ ଓ ୨୦୨୦ରେ ୬୩୩୦ ଶିଶୁ ଅପରାଧ ମାମଲା ହୋଇଥିବା ରିପୋର୍ଟରେ କୁହାଯାଇଛି। ସେପଟେ ୨୦୨୦ରେ ୧୨ ଶିଶୁଙ୍କୁ ହତ୍ୟା କରାଯାଇଥିବା ବେଳେ ସେଥିମଧ୍ୟରୁ ୯ ଜଣଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଛି।

Advertisment

ରାଜ୍ୟରେ ହତ୍ୟା ଘଟଣା ବି ବଢ଼ିବାରେ ଲାଗିଛି। NCRBର ତଥ୍ୟ ଅନୁଯାୟୀ, ୨୦୧୮ରେ ୧୩୭୮ ଓ ୨୦୧୯ରେ ୧୩୫୬ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ୨୦୨୦ରେ ତାହା ବଢ଼ି ୧୪୭୦ରେ ପହଞ୍ଚିଛି। ଏସବୁକୁ ଦେଖିଲେ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ୨୦୨୦ରେ ଅପରାଧ ହାର ବେଶ୍ ବଢିଛି।  ୨୦୧୮ରେ ମୋଟ୍ ୧ ଲକ୍ଷ ୭ ହଜାର ୪୦୮ଟି ଅପରାଧିକ ମାମଲା ହୋଇଥିବା ବେଳେ ୨୦୧୯ରେ ୧ ଲକ୍ଷ ୨୧ ହଜାର ୫୨୫ ଏବଂ ୨୦୨୦ରେ ଏହା ୧ଲକ୍ଷ ୩୪ ହଜାର ୨୩୦ରେ ପହଞ୍ଚିଛି। ରିପୋର୍ଟରୁ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗୁଡୁଥିବା ସ୍ପଷ୍ଟ ଜଣାପଡ଼ୁଥିଲେ ବି ରାଜ୍ୟ ସରକାର କିନ୍ତୁ ତାକୁ ମାନିବାକୁ ନାରାଜ।

କିଛି ଦିନ ପୂର୍ବରୁ ବିଧାନସଭାରେ ନାବାଳିକା ଯୌନ ନିର୍ଯାତନା, ହତ୍ୟା, ଯୌତୁକ ଜନିତ ହତ୍ୟା, ନାରୀ ନିର୍ଯାତନା ସଂଖ୍ୟା ବଢିବା ନେଇ ଉଦବେଗଜନକ ତଥ୍ୟ ସାମନାକୁ ଆସିଥିଲା। ଯାହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ

ରିପୋର୍ଟ: ଅତୁଲ୍ୟ ବାଉତ, ହରିହର ଚାନ୍ଦ

Odisha Women Harrasment
Advertisment
Advertisment