/odishatv-khabar/media/post_attachments/uploadimage/library/16_9/16_9_0/SRC_1631635412.jpg)
SRC
ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷାରେ ୨୦ ଜିଲ୍ଲାର ୧୧୧ ବ୍ଲକ ପ୍ରଭାବିତ ହୋଇଛି। ପ୍ରାଥମିକ ସୂଚନା ଅନୁସାରେ ୩ ହଜାର ୬ଶହ ୯୬ଟି ଗାଁ ଏବଂ ୨୭ଟି ପୌରାଞ୍ଚଳ ପ୍ରଭାବିତ ହୋଇଛି। ତେବେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ ଲକ୍ଷ ୪୬ ହଜାର ୨୨ ଜଣ ଲଗାଣ ବର୍ଷାରେ ପ୍ରଭାବିତ ହୋଇଛନ୍ତି । କେନ୍ଦ୍ରାପଡ଼ାରୁ ୨ ଜଣ ଏବଂ ଖୋର୍ଦ୍ଧା ଓ ଗଞ୍ଜାମରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।
Also Read
ଲଗାଣ ବର୍ଷାରେ ମୋଟ୍ ୨୮୭୦ ଟି ଘର ଭାଙ୍ଗିଥିବା ସୂଚନା ଦେଇଛନ୍ତି ଏସ୍ଆର୍ସି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଛି ପ୍ରାଥମିକ ରିପୋର୍ଟ। ସେହିପରି ୧୩ ହଜାର ୫୩୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଏଯାଏଁ କଟକ ଜିଲ୍ଲା ନିଶ୍ଚିନ୍ତିକୋଇଲି ବ୍ଲକର ଜଣେ ନିଖୋଜ ଥିବା ଦର୍ଶାଯାଇଛି ଏହି ପ୍ରାଥମିକ ରିପୋର୍ଟରେ। ଏହି ଲଗାଣ ବର୍ଷାରେ ଜଗତସିଂପୁର ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି। ଏହି ଜିଲ୍ଲାରେ ୧୩ଶହ ୨୧ଟି ଗାଁ ଏବଂ ୧୧ ଲକ୍ଷ ୩୬ ହଜାର ୯ଶହ ୭୧ ଜଣ ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନ ଆଧାରରେ ରିପୋର୍ଟ ଦେଇଛି ଏସ୍ଆରସିଙ୍କ କାର୍ଯ୍ୟାଳୟ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)