• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସଂକ୍ଷେପରେ ଆଜିର ତାଜା ଖବର - Monday, 18 October 2021

ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪ ଘଣ୍ଟା ଅପ୍‌ଡେଟ୍‌ ରହିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ । ଦିନ ତମାମର ଛୋଟ ବଡ଼ ଖବର ସହ ବ୍ରେକିଙ୍ଗ ନ୍ୟୂଜ଼ ପାଇଁ କ୍ଲିକ୍‌ କରନ୍ତୁ । ଦେଶ ବିଦେଶର ଗୁରୁତ୍ୱପୂର୍ଣ୍ଣ ଖବର ସହ ଅନେକ ରୋଚକ ଖବର ପୁଣି ତା’ସାଙ୍ଗକୁ ଦେବୁ ବଲିଉଡ୍ ହଲିଉଡ୍‌ର ମଜାଦାର ତଥ୍ୟ ।

  • Chandan Shishu
  • 3 years ago

ଶିକ୍ଷାନୁଷ୍ଠାନରେ ସେକ୍ସ ରାକେଟ୍ ଚାଲୁଛି: ମମିତାଙ୍କ ବାପା

ରାତି ତମାମ୍ ନାକାବନ୍ଦୀ କରି ତନାଘନା ପରେ ବି ପାଉନି ପତ୍ତା। ଏହାକୁ ନେଇ ଅସନ୍ତୋଷ ଝାଡ଼ିବା ସହ ଶିକ୍ଷାନୁଷ୍ଠାନରେ ଗୋବିନ୍ଦ ଚଳାଇଥିବା ନାନା କେଳେଙ୍କାରୀର ଗୁମର ଖୋଲିଛନ୍ତି ନିଖୋଜ ଶିକ୍ଷୟିତ୍ରୀଙ୍କ ବାପା। ଅଭିଯୋଗ କରିଛନ୍ତି ଶିକ୍ଷାନୁଷ୍ଠାନରେ ସେକ୍ସ ରାକେଟ୍ ଚାଲୁଛି। More
  • Otv Khabar Bureau
  • 3 years ago

ଚାଲିଛି ଗଞ୍ଜେଇ ଧରା, କିନ୍ତୁ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୂନ୍‌!

ଓଡିଶାରେ ବିଭିନ୍ନ ସ୍ଥାନରୁ ଜବତ ହେଉଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ । କୋରାପୁଟଜିଲ୍ଲାରୁ ୩୯୯ କ୍ୱିଣ୍ଟାଲ, ମାଲକାନଗିରିରୁ ୧୬୯ କ୍ୱିଣ୍ଟାଲ, କନ୍ଧମାଳରୁ ୧୪୩ କ୍ୱିଣ୍ଟାଲ, ରାୟଗଡାରୁ ୧୩୧ କ୍ୱିଣ୍ଟାଲ, ଗଜପତିରୁ ୧୦୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି । ଏ ହିସାବ ହେଉଛି ଗତ ୮ ମାସରେ ଜବତ ହୋଇଥିବା ବେଆଇନ ଗଞ୍ଜେଇ ଚାଲାଣର । More
  • Chandan Shishu
  • 3 years ago

କେବଳ ପ୍ରଦୀପ କାହିଁକି: ରାଜନୈତିକ ଆକ୍ରୋଶ ନା ପୂର୍ବ ରାଗ?

ପୁରା ଫିଲ୍ମ ଷ୍ଟାଇଲ୍‌ରେ ଦିନ-ରାତି ୨୩ ଘଣ୍ଟା ଧରି ଚାଲିଥିଲା ଚଢଉ। ପ୍ରଦୀପଙ୍କ ଘରୁ ଭିଜିଲାନ୍ସ ୧କିଲୋ ୪୪୦ଗ୍ରାମ୍ ସୁନା, ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ ଡିଜାଇନର୍ ନେକଲେସ୍ ଜବତ କରିଛି। ପ୍ରଦୀପଙ୍କ ସଂପତ୍ତିି ଆଟାଚ୍ ସହିତ ପ୍ରଦୀପ ଓ ତାଙ୍କ ପରିବାର ସଦସ୍ୟଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିବାକୁ ଭିଜିଲାନ୍ସ ପଦକ୍ଷେପ ନେଇଛି। More
  • Chandan Shishu
  • 3 years ago

କୋଟିଏ ଲୋକ ନେଲେଣି କରୋନା ଟିକାର ଡବଲ ଡୋଜ୍‌

ଏକ କୋଟି ଲୋକ କରୋନାର ଦୁଇଟି ଯାକ ଡୋଜ୍ ଟିକା ନେଇ ସାରିଥିବା ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସେପଟେ କୃଷି ଉତ୍ପାଦନ କମିଶନର ରାଜ କୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ACS ଭାବେ ଦାୟିତ୍ୱ ଦିଆଯାଇଛି। More
  • Chandan Shishu
  • 3 years ago

ସ୍କୁଲ ଖୋଲିବା ନେଇ ଜାରି ହେଲା ମାର୍ଗଦର୍ଶିକା

ବିଦ୍ୟାଳୟ ପରିସରକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ସ୍କୁଲ ଖୋଲାଯିବାର ପୂର୍ବ ଦିନ ଜିଲ୍ଲା ଶିକ୍ଷାଧତ୍କାରୀଙ୍କୁ ଜଣାଇବେ ପ୍ରଧାନଶିକ୍ଷକ। ପ୍ରଥମ ଦୁଇଦିନ ପାଠ ପଢ଼ା ଯିବନି, କେବଳ ପିଲାମାନଙ୍କ ସହ ଆଲୋଚନା କରାଯିବ।  More
  • Chandan Shishu
  • 3 years ago

ମନୀଷ ଦାସ ହତ୍ୟା ମାମଲା: ରିମାଣ୍ଡରେ ଗଲେ ୩ ଅଭିଯୁକ୍ତ

ଶେଷରେ ସମସ୍ତଙ୍କୁ ଜେରା କରି ଓ ଅନ୍ୟ ତଥ୍ୟପ୍ରମାଣ ଆଧାରରେ ମନୀଷ ମୃତ୍ୟୁର ଖୁଲାସା କରିଛି କମିଶନରେଟ ପୋଲିସ। ଗତ ୧୦ ତାରିଖରେ ପାତ୍ରପଡ଼ା ଗାଁ ପୋଖରୀରୁ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା। More
  • Rajalaxmi Sahoo
  • 3 years ago

ବିଜେପିରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା

ବିଜେପିରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା। ଆଜି ରାଜ୍ୟ ବିଜେପି ମୁଖ୍ୟାଳୟରେ ଏକ ମିଶ୍ରଣ ପର୍ବ ଆୟୋଜନ କରାଯାଇଥିଲା। ଯେଉଁଥିରେ ହିନ୍ଦୋଳର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ମିଶିଛନ୍ତି। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବରିଷ୍ଠ ନେତା ଉପସ୍ଥିତ ଥିଲେ। 

  • Rajalaxmi Sahoo
  • 3 years ago

ବୁର୍ଲା ପାଓ୍ୱାର ଚ୍ୟାନେଲ୍ ବ୍ରିଜରୁ ତଳକୁ ଡେଇଁଲେ ମହିଳା

ବୁର୍ଲା ପାଓ୍ୱାର ଚ୍ୟାନେଲ୍ ବ୍ରିଜରୁ ତଳକୁ ଡେଇଁଲେ ମହିଳା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ତାଙ୍କୁ ତୁରନ୍ତ ପାଣିରୁ ଉଦ୍ଧାର କରିଛନ୍ତି। ମହିଳାଙ୍କୁ  ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡିଛି। ପାଣିକୁ ଡେଇଁଥିବା ମହିଳା ଜଣକ ବୁର୍ଲା ସଦେଇପାଲିରେ ବୋଲି ଜଣାପଡିଛି। ଆଜି ସ୍ୱାମୀସ୍ତ୍ରୀ ହୀରାକୁଦ ଷ୍ଟେସନ ଅଞ୍ଚଳକୁ ବୁଲାବୁଲି କରି ଯାଇଥିଲେ। ଏହି ସମୟରେ ମହିଳା ଜଣକ  ବ୍ରିଜ ତଳକୁ ଡେଇଁ ପଡିଥିବା ଜଣାପଡିଛି। ସ୍ୱାମୀଙ୍କ ସହ ମନାନ୍ତର ଏବଂ ପାରିବାରିକ ଅଶାନ୍ତି କାରଣରୁ ସେ ପାଣିକି ଡେଇଁ ପଡିଥିଲେ ବୋଲି ପୋଲିସ ସୂଚନା ଦେଇଛି।  

  • Rajalaxmi Sahoo
  • 3 years ago

ସ୍ୱାମୀସ୍ତ୍ରୀଙ୍କ ଝଗଡାରେ ହସ୍ତକ୍ଷେପ କରିବାରୁ ବୃଦ୍ଧଙ୍କୁ ଆକ୍ରମଣ

ସ୍ୱାମୀସ୍ତ୍ରୀଙ୍କ ଝଗଡାରେ ହସ୍ତକ୍ଷେପ କରିବାରୁ ବୃଦ୍ଧଙ୍କୁ ଆକ୍ରମଣ। ଢେଙ୍କାନାଳ ଟାଉନ ଥାନା କୁମ୍ଭାରସାହିରେ ଗତକାଲି ରାତିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ୱାମୀସ୍ତ୍ରୀଙ୍କ ଝଗଡାରେ ହସ୍ତକ୍ଷେପ କରିବାରୁ ବୃଦ୍ଧ ପ୍ରହଲ୍ଲାଦଙ୍କୁ କାତିରେ ଆକ୍ରମଣ ହୋଇଛି। ଗୁରୁତର ଅବସ୍ଥାରେ ଢେଙ୍କାନାଳ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ପ୍ରହଲ୍ଲାଦଙ୍କ ମୁଣ୍ଡ ଓ ପିଠିରେ ଗଭୀର ଆଘାତ ଲାଗିଛି। ଗତକାଲି ରାତିରେ ଅଭିଯୁକ୍ତ ସ୍ୱାମୀ ଚତୁର୍ଭୁଜ ରାଉତଙ୍କର ସ୍ତ୍ରୀଙ୍କ ସହ ଘର ବାହାରେ ଝଗଡା ହେଉଥିଲା। ପ୍ରହଲ୍ଲାଦ ଏହାର ପ୍ରତିବାଦ କରିବାରୁ କ୍ରୋଧର ବଶବର୍ତ୍ତୀ ହୋଇ ଏକ ତାଙ୍କୁ କାତିରେ ଆକ୍ରମଣ ହୋଇଛି। ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ସ୍ୱାମୀ ଫେରାର ଅଛନ୍ତି। 

  • Rajalaxmi Sahoo
  • 3 years ago

ବାହାର ରାଜ୍ୟକୁ ଦାଦନ ଚାଲାଣ ବେଳେ ଶ୍ରମିକ ଉଦ୍ଧାର

ବାହାର ରାଜ୍ୟକୁ ଦାଦନ ଚାଲାଣ ବେଳେ ଶ୍ରମିକ ଉଦ୍ଧାର। ବଲାଙ୍ଗିର ପାଟଣାଗଡ଼ ଉପଖଣ୍ଡ ଖପ୍ରାପୋଲ ପୋଲିସ ୨୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୧୧ ଜଣ ମହିଳା ଓ ଜଣେ ଶିଶୁ ରହିଛନ୍ତି ।  ସମସ୍ତ ଶ୍ରମିକ ଲଖାନା ଅଂଚଳର ବୋଲି ଜଣାପଡିଛି । ସେମାନଙ୍କୁ ଆନ୍ଧ୍ରର ବିଜୟଓ୍ୱାଡା ଏବଂ ହାଇଦ୍ରାବାଦକୁ ଚାଲାଣ କରାଯାଉଥିଲା। ଖବର ପାଇ ବୈଜଳସାଗର ଏବଂ କପସିପାଲି ଛକରୁ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିଲା। ଶ୍ରମିକଙ୍କୁ ବାହାର ରାଜ୍ୟକୁ ଚାଲାଣ କରୁଥିବା ଅଭିଯୋଗରେ ୨ ଜଣ ଦଲାଲଙ୍କୁ ଗିରଫ କରିଛି ପୋଲିସ।

  • Rajalaxmi Sahoo
  • 3 years ago

ପୋଲିସ୍ ଉପରକୁ ଆକ୍ରମଣ କଲେ ଗଞ୍ଜେଇ ଚାଲାଣକାରୀଙ୍କ ସମ୍ପର୍କୀୟ

ପୋଲିସ୍ ଉପରକୁ ଆକ୍ରମଣ କଲେ ଗଞ୍ଜେଇ ଚାଲାଣକାରୀଙ୍କ ସମ୍ପର୍କୀୟ। ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍ ଲମ୍ବାସିଙ୍ଗି ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଆନ୍ଧ୍ରରୁ ତେଲେଙ୍ଗାନା ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା ତେଲେଙ୍ଗାନାର ନାଲଗୋଣ୍ଡା ପୋଲିସ୍। ତେଳେଙ୍ଗାନା ପୋଲିସ୍ ଅଭିଯୁକ୍ତଙ୍କୁ ନିଜ କବ୍‌ଜାକୁ ନେବା ପାଇଁ ଯାଇଥିଲେ। ହେଲେ ୧୫ରୁ ୨୦ ଅଭିଯୁକ୍ତଙ୍କ ସମ୍ପର୍କୀୟ ଆନ୍ଧ୍ର ତୁରବବାଗେଡ଼ା ନିକଟରେ ଆକ୍ରମଣ କରିଥିଲେ। ପୋଲିସ୍ ଉପରକୁ ଆଖି ବୁଜା ଆକ୍ରମଣ କରିଥିଲେ ଅଭିଯୁକ୍ତଙ୍କ ସମ୍ପର୍କୀୟ। ଏହି ସମୟରେ ପୋଲିସ୍ ଓ ଆକ୍ରମଣକାରୀଙ୍କ ମଧ୍ୟରେ ଗୁଳି ମାଡ଼ ହୋଇଛି। ଯେଉଁଥିରେ ଦୁଇ ଜଣ ଆହତ ହୋଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

  • Rajalaxmi Sahoo
  • 3 years ago

ରାସ୍ତାରୋକ ପରେ ରେଳ ରୋକକୁ ଓହ୍ଲାଇଲେ କୃଷକ ସଂଗଠନ

ରାସ୍ତାରୋକ ପରେ ରେଳ ରୋକକୁ ଓହ୍ଲାଇଲେ କୃଷକ ସଂଗଠନ। ଆଜି ସାରା ଦେଶରେ ୬ ଘଣ୍ଟା ପାଇଁ ରେଳରୋକ କରିଛନ୍ତି ସଂଯୁକ୍ତ କିଷାନ ମୋର୍ଚ୍ଚା। ସକାଳ ୧୦ରୁ ଏହି ‌ଆନ୍ଦୋଳନ ଆରମ୍ଭ ହୋଇଛି। ଲଖିମପୁରଖେରୀ ଘଟଣାରେ କେନ୍ଦ୍ରୀ ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ସହ ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଏହି ଆନ୍ଦୋଳନ କରାଯାଇଛି। ତାସହ କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ବି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ଜୟପୁର, ସମ୍ବଲପୁର ଭଳି ବିଭିନ୍ନ ସହରର ରେଳ ଷ୍ଟେସନ୍‌ରେ ବିକ୍ଷୋଭ ପ୍ରଦଶର୍ନ କରିଛନ୍ତି ଚାଷୀ ମାନେ। 

  • Rajalaxmi Sahoo
  • 3 years ago

ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା

ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା। ଭୁବନେଶ୍ୱରରେ ବିଡିଏ ପକ୍ଷରୁ ବସ୍ତି ଉଚ୍ଛେଦ ବେଳେ ଉତ୍ତେଜନା ଦେଖା ଦେଇଛି। ଶ୍ୟାମପୁର ଅଂଚଳରେ ଥିବା ବେଆଇନ ବସ୍ତି ଉଚ୍ଛେଦ ବେଳେ ସ୍ଥାନୀୟ ଲୋକଙ୍କ ବିରୋଧରୁ ଉତ୍ତେଜନା ଦେଖା ଦେଇଛି। ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ। ସୁଚନା ପାଇ ଘଟଣାସ୍ଥଳରେ ପହଞ୍ଚିଛି କମିଶନରେଟ ପୋଲିସର ଟିମ୍।  ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ୍‌ ସ୍କ୍ୱାଡ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। 

  • Prangyan Parimita
  • 3 years ago

ଠେକୁଆ ମାଂସ ପାଇଁ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ସୂଚନା ଅନୁସାରେ ୫ ବର୍ଷ ତଳେ ପୁରନ୍ଦର ଠେଲକୋଛାପର ଗାଁରେ ବିବାହ କରିଥିଲେ । ବେଶ ହସ ଖୁସିରେ ପରିବାର ଚାଲୁଥିଲା । ପୁରନ୍ଦର ଗାଁରେ ଦେଶୀ ମଦ ବିକ୍ରୟ କରୁଥୁଲେ । ଆଉ ସେବେଠାରୁ ଅସୁବିଧା ଆରମ୍ଭ ହୋଇଥିଲା ସବୁ ଅସୁବିଧା । ମଦ ବିକ୍ରି କରିବା ସହ ମଦ ପିଇବାରେ ମଧ୍ୟ ଅଭ୍ୟସ୍ତ ଥିଲା ଅଭିଯୁକ୍ତ ସ୍ୱାମୀ । More

  • Prangyan Parimita
  • 3 years ago

ଅନନ୍ୟ ଉଦାହରଣ : ପୁଅର କର୍ତ୍ତବ୍ୟ କଲା ଝିଅ,ମା’ମୁହଁରେ ମୁଖାଗ୍ନି ଦେଲେ ସୀମା

ପୁଅ ନଥିବାରୁ ମା’ ମୃତ୍ୟୁ ପରେ ସମସ୍ତ ରୀତିନୀତି କରିବ ଅସହାୟ ଝିଅ । ପରମ୍ପରା ଅନୁସାରେ ବାପାମା’ଙ୍କ ଦାହ ସଂସ୍କାର କରନ୍ତି ପୁଅ । ମୁଖାଗ୍ନି ଦେବା, ଶବ ନେବା ଠାରୁ ଆରମ୍ଭ କରି ଓ ଶୁଦ୍ଧି କ୍ରିୟା ଉପରେ ପୁଅର ଅଧିକାର ଥାଏ More

  • Rajalaxmi Sahoo
  • 3 years ago

ବିଜେପି ଆଣିଲା ସାଂଘାତିକ ଅଭିଯୋଗ- ମିଛ ବାହାନା କରି ମେଡିକାଲରେ ଅଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

କ୍ୟାପିଟାଲ ହସ୍ପିଟାଲ୍‌ରେ ମିଛ ବାହାନା କରି ଅଛନ୍ତି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆଜି କିଛି ଏଭଳି ଅଭିଯୋଗ କରିଛି ବିଜେପି। ଗିରଫ ହେବା ପରେ ବି ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ଦର୍ଶାଇ ପ୍ରଶାନ୍ତ ଜଗଦ୍ଦେବ ହସ୍ପିଟାଲ୍‌ରେ ଅଛନ୍ତି। More

  • Pallipuspa Samal
  • 3 years ago

ସଂଧ୍ୟା ଜଳଖିଆରେ ପ୍ରସ୍ତୁତ କରନ୍ତୁ ‘ମୋଗଲାଇ ପରଟା’

ଘରେ ଆମେ ବିଭିନ୍ନ ପ୍ରକାରର ପରଟା ପ୍ରସ୍ତୁତ କରି ଖାଇଥାଉ । କେବେ ଆପଣ ମୁଗଲାଇ ପରଟା ଖାଇଛନ୍ତି କି? ଆଜି ଆମେ ଆପଣଙ୍କ ପାଇଁ ପରଟାର ଏକ ନୂଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ମୋଗଲାଇ ପରଟା’ । ଏହି ରେସିପିଟି ଆପଣ ଘରେ ଅତି ସହଜ ଓ କମ୍ ଖର୍ଚ୍ଚରେ ବନେଇ ପାରିବେ । More

  • Rajalaxmi Sahoo
  • 3 years ago

ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଖାଉଟି: ହୁ ହୁ ହୋଇ ବଢ଼ୁଛି ତୈଳ ଦର, ଆକଶ ଛୁଆଁ ପରିବା ଦର

ଦର ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି ଖାଉଟି। ଗୋଟିଏପଟେ ତୈଳ ଦର ହୁ ହୁ ହୋଇ ବଢ଼ିବାରେ ଲାଗି ଥିବାବେଳେ ଅନ୍ୟପକ୍ଷେ ପରିବା ଦର ଆକାଶ ଛୁଆଁ। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।  More

  • Rajalaxmi Sahoo
  • 3 years ago

ଓଡ଼ିଶାରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୦ ଆକ୍ରାନ୍ତ

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ୨୪ ଘଣ୍ଟାରେ ରାଜ୍ୟରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୦ ଆକ୍ରାନ୍ତ ଅଛନ୍ତି। More

  • Rajalaxmi Sahoo
  • 3 years ago

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ୧,୪୪୦ ଗ୍ରାମ ସୁନା ଜବତ

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ୨୩ ଘଣ୍ଟାର ରେଡ୍ ପରେ ଭିଜିଲାନ୍ସ ଟିମ୍ ୧ କିଲୋ ୪୪୦ ଗ୍ରାମ ସୁନା ଜବତ କରିଛି। ଏହାସହ ୨୪ ଲକ୍ଷ ୨୫ ହଜାର ଟଙ୍କାର ସବ୍ୟସାଚୀ ବ୍ରାଣ୍ଡ୍‌ ଡିଜାଇନର ନେକ୍ଲେସ୍ ମିଳିଥିବା ଭିଜିଲାନ୍ସ ସୂଚନା ଦେଇଛି।   More

  • Rajalaxmi Sahoo
  • 3 years ago

ପଥ କଠିନ ଥିଲେ ଶେଷରେ ମିଳିଲା ସଫଳତା: ନୌସେନା ଅଧିକାରୀରୁ OAS ଅଫିସର

ପରିଶ୍ରମ ହିଁ ସଫଳତାର ଚାବିକାଠି। ନୌସେନା ଅଧିକାରୀରୁ OASର ଯାତ୍ରା। ପଥ ଯେତେ କଠିନ ଥିଲେ ବି ଶେଷରେ ମିଳିଛି ସଫଳତା। କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ବଳରେ ସବୁକିଛି ସମ୍ଭବ। More

  • Rajalaxmi Sahoo
  • 3 years ago

ଶିକ୍ଷୟିତ୍ରୀ ନିଖୋଜ ଘଟଣା: ପୋଲିସ୍ ହେପାଜତରୁ ସ୍କୁଲ୍‌ ପରିଚାଳନା କମିଟି ସଭାପତି ଚମ୍ପଟ

ବହୁ ଚର୍ଚ୍ଚିତ ବଲାଙ୍ଗିର ମହାଲିଙ୍ଗର ସ୍କୁଲ୍‌ ଅଧ୍ୟକ୍ଷା ନିଖୋଜ ମାମଲାରେ ଅଟକ ଥିବା ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ପୋଲିସ୍‌ ହେପାଜତରୁ ଚମ୍ପଟ ମାରିଛନ୍ତି। ହାତ ଧୋଇବାକୁ ଯିବାକୁ କହି ପୋଲିସ୍ ବ୍ୟାରେକ୍‌ ସେ ଖସି ଯାଇଛନ୍ତି। More

  • Rajalaxmi Sahoo
  • 3 years ago

Daily Horoscope,18 Oct 2021: ଜାଣନ୍ତୁ ଆଜିର ରାଶିଫଳ…

ଆଜି ୨୦୨୧ ମସିହା, ଅକ୍ଟୋବର ମାସ ୧୮ ତାରିଖ, ସୋମବାର, ତୁଳା ୨ ଦିନ, ଆଶ୍ୱିନ ମାସର ୨୬ ଦିନ, ଶୁକ୍ଳପକ୍ଷ, ତ୍ରୟୋଦଶୀ ତିଥି, ପୂର୍ବଭାଦ୍ରପଦ ନକ୍ଷତ୍ର। ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ... More

  • Rajalaxmi Sahoo
  • 3 years ago

ଆଜି ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ତେଣୁ ଏହି ୭ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। More

  • Rajalaxmi Sahoo
  • 3 years ago

୨୩ ଘଣ୍ଟା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ଫେରିଲା ଭିଜିଲାନ୍ସ ଟିମ୍‌

ପ୍ରାୟ ୨୩ ଘଣ୍ଟାର ଛାନ୍‌ଭିନ୍‌ ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସରକାରୀ ବସଭବନରୁ ଫେରିଲା ଭିଜିଲାନ୍ସ ଟିମ୍‌। ରବିବାର ସକାଳ ପ୍ରାୟ ୭ଟା ୩୦ରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଚାଲିଥିଲା ଭିଜିଲାନ୍ସ ରେଡ୍। More

  • Chandan Shishu
  • 3 years ago

ସପ୍ତାହକୁ ୫ଦିନ ୟୁଟ୍ୟୁବ୍‌ କ୍ଲାସ୍ !

ଆସନ୍ତା ୨୧ରୁ ଖୋଲିବ ଏକାଦଶ। ତେବେ ସଂକ୍ରମଣମୁକ୍ତ ଶିକ୍ଷାଦାନ ଲାଗି ଉଭୟ ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ମନିଟରିଂ କରିବେ ସ୍ପେଶାଲ ସର୍ଭିଲାନ୍ସ ଟିମ୍‌ର ନଜର ରହିବ ପିଲାଙ୍କ ଉପରେ। More

  • Otv Khabar Bureau
  • 3 years ago

ଯାତ୍ରୀ ଜନତା ଆକ୍ତାମାକ୍ତା; ଲଗାମ ଛଡା ତୈଳ ଦର

ନିଇତି ନୂଆ ରେକର୍ଡ କରୁଛି ନନଷ୍ଟପ୍ ପେଟ୍ରୋଲ-ଡିଜେଲ ଦର । ଜନତାଙ୍କ ଠୁ ଯାତ୍ରୀ ଯାଏଁ ସମସ୍ତଙ୍କୁ ଆକ୍ତାମାକ୍ତା କରୁଛି ମହଙ୍ଗା ତୈଳ ଦର । ସେମ୍ବେର ୨୮ରୁ ଆଜି ସୁଦ୍ଧା ପ୍ରାୟ ୨୦ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୪ ଟଙ୍କା ୫୦ ପଇସା ଓ ଡିଜେଲ ୫ ଟଙ୍କା ୪୯ ପଇସା ମହଙ୍ଗା ହେଲାଣି । ଏପ୍ରିଲ ପହିଲାରୁ ହିସାବକୁ ନେଲେ ସାଢ଼େ ୬ ମାସରେ ଉଭୟ ପେଟ୍ରୋଲ ଓ ଡିଜେଲ ୧୫ଟଙ୍କାରୁ ଅଧିକ ବଢ଼ି ସାରିଲାଣି । ଏଭଳି ସ୍ଥିତିରେ ସବୁଠୁ ଅଧିକ କଲବଲ ହେଉଛନ୍ତି ବସଯାତ୍ରୀ । More

  • Otv Khabar Bureau
  • 3 years ago

ମମିତା ମ୍ୟାଡାମ୍ କେଉଁଠି? ଆସିଲା ଚାଞ୍ଚଲ୍ୟକର ଅଡିଓ!

କୁଆଡେ ଗଲେ ମହାଲିଙ୍ଗ ସନସାଇନ୍ ଇଂଲିଶ ମିଡିୟମ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର? ୧୦ ଦିନ ବିତିଗଲା, ମିଳୁନି ଦିଦିଙ୍କ ପତ୍ତା । ୮ଦିନ ହେଲା, ୮ଟି ଟିମ୍ କରି କଳାହାଣ୍ଡି, ନୂଆପଡା, ବଲାଙ୍ଗିରରେ ଖୋଜୁଛି ପୋଲିସ । ତଥାପି ପୋଲିସ୍ ହାତରେ ଲାଗିପାରୁନି ଦିଦିଙ୍କ ଠିକଣା । ଏହା ଭିତରେ ଆସିଛି ଏକ ଚାଞ୍ଚଲ୍ୟକର ଅଡ଼ିଓ । More

  • Chandan Shishu
  • 3 years ago

ଶ୍ରଦ୍ଧାଳୁଙ୍କ ଉପରେ କାର ମାଡ଼ିଯିବା ଘଟଣା: ଓଡ଼ିଶା ସରକାରଙ୍କୁ ଦୋଷ ଦେଲେ ଭୂପେଶ

ଗଞ୍ଜେଇ ଚୋରା ଚାଲାଣ ନେଇ ଓଡ଼ିଶା ସରକାରଙ୍କ ଉପରେ ଦୋଷ ଲଦିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଛତିଶଗଡ଼ରେ ଲୋକଙ୍କ ଉପରେ ଏକ ଗଂଜେଇ ଭର୍ତ୍ତି କାର୍ ମାଡ଼ିଯିବା ଘଟଣା ଉପରେ ପ୍ରତିକ୍ରିୟା ରଖିବାବେଳେ ଏଭଳି ଉଦ୍ବେଗଜନକ ବୟାନ ଦେଇଛନ୍ତି ସେଠାକାର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଯାହାକୁ ନେଇ ତେଜିଛି ଓଡ଼ିଶା ରାଜନୀତି। More

  • Chandan Shishu
  • 3 years ago

ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ପ୍ରକ୍ରିୟାରେ ତ୍ରୁଟି ରହିଛି: ବିଜେପି

ପୌର ଓ ପଂଚାୟତ ନିର୍ବାଚନରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗଙ୍କ ନିମନ୍ତେ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ରଖିବା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ମ୍ୟୁନିସପାଲ ଆଇନ-୧୯୫୦ ଏବଂ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ-୨୦୦୩ ସମେତ ଓଡ଼ିଶା ଗ୍ରାମପଂଚାୟତ ଆଇନ-୧୯୬୪, ଓଡ଼ିଶା ପଂଚାୟତ ସମିତି ଆଇନ-୧୯୯୯ ଓ ଓଡ଼ିଶା ଜିଲ୍ଲା ପରିଷଦ ଆଇନ-୧୯୯୧ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି। More