Advertisment

ଅବକାରୀ ବିଭାଗ ଓ ପୋଲିସକୁ ବଡ଼ ସଫଳତା: ଅଢେଇ କୋଟିର ବ୍ରାଉନସୁଗାର ଜବତ

ଜାଣି ଆଶ୍ଚର୍ଯ୍ୟ ହେବେ, ଗିରଫ ହୋଇଥିବା ଜଣେ ହୋଟେଲ ମାଲିକ ଆଗରୁ ମଧ୍ୟ ଦେହ ବ୍ୟବସାୟ କାରବାରରେ ଧରାପଡ଼ି ଗିରଫ ହୋଇଥିଲେ। ତାଙ୍କର ଗତିବିଧିକୁ ନେଇ ପୋଲିସ୍ ଅନେକ ଦିନ ଛକି ରହିଥିଲା ପୋଲିସ। ଆଜି ତାକୁ ଗିରଫ କରିଛି ପୋଲିସ।

author-image
Chandan Shishu
ଅଦ୍ୟତନ ହୋଇଛି
Brown Sugar Seized

Brown Sugar Seized

ସୋର(ଅଜିତ ଦାଶ): ଅବକାରୀ ବିଭାଗ ଓ ପୋଲିସକୁ ବଡ଼ ସଫଳତା। ଅଢେଇ କୋଟିର ବ୍ରାଉନସୁଗାର ଜବତ। ଜଳେଶ୍ୱରରୁ ଜବତ ହୋଇଛି ଅଢେଇ କୋଟି ମୂଲ୍ୟର ବ୍ରାଉନସୁଗାର। ଜଳେଶ୍ୱର ଥାନା ଝାଡେଶ୍ୱରପୁରରେ ଅବକାରୀ ଓ ପୋଲିସ ମିଳିତ ଚଢ଼ାଉ କରିଥିବା ବେଳେ ଘରୁ ୨ କିଲୋ ୪୦୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ୨ ଜଣ ମହିଳାଙ୍କ ସମେତ ଜଣେ ହୋଟେଲ ମାଲିକଙ୍କୁ ଗିରଫ କରାଯାଇଛି। ତେବେ ଏତେ ପରିମାଣର ବ୍ରାଉନସୁଗର କେଉଁଠୁ ଆସିଲା, କୁଆଡେ ସପ୍ଲାଏ ହୋଇଥାନ୍ତା, ଏନେଇ ପୋଲିସ୍ ଅଧିକ ତଦନ୍ତ କରୁଛି। 

Advertisment

ପ୍ରାଥମିକ ସୂଚନା ଅନୁସାରେ, ଏହି ବ୍ରାଉନସୁଗର ଲାଲଗୋଲାରୁ ଆସିଥିବା ଜଣାପଡ଼ିଛି। ସୋରରେ ଏତେ ପରିମାଣରେ ବ୍ରାଉନସୁଗର ଥିବା ଖବର ଜାଣିବା ପରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ ଚଢଉ କରିଥିଲେ। ଏହି ଚଢଉରେ ୫ ଜଣଙ୍କୁ ଅଟକ ରଖାଯାଇଥିଲା। ଏମାନଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ମଧ୍ୟରେ ୨ ମହିଳା ଓ ହୋଟେଲ ମାଲିକ ଅଛନ୍ତି। 

 ପ୍ରଥମେ ୧ କିଲୋ ୧୨୦ ଗ୍ରାମ ଜବତ କରିଥିଲେ। ସେହିପରି ଆଉ ୨ ଜଣଙ୍କ ଠାରୁ ମଧ୍ୟ ୧ କିଲୋ ୧୨୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ଅଢେଇ କୋଟି ଟଙ୍କାର ହେବ। ଏତେ ପରିମାଣର ବ୍ରାଉନସୁଗର ସେମାନେ ତାଙ୍କର ଘରେ ରଖିଥିଲେ। ପୋଲିସ ଗୋଟିଏ ପ୍ଲାଟୁନ୍ ଫୋର୍ସ ସହ ଚଢଉ କରିଥିଲା।

Advertisment

ଜାଣି ଆଶ୍ଚର୍ଯ୍ୟ ହେବେ, ଗିରଫ ହୋଇଥିବା ଜଣେ ହୋଟେଲ ମାଲିକ ଆଗରୁ ମଧ୍ୟ ଦେହ ବ୍ୟବସାୟ କାରବାରରେ ଧରାପଡ଼ି ଗିରଫ ହୋଇଥିଲେ।ତାଙ୍କ ଜ୍ୱାଇଁଙ୍କ ଗତିବିଧିକୁ ନେଇ ପୋଲିସ୍ ଅନେକ ଦିନ ଛକି ରହିଥିଲା ପୋଲିସ। ଆଜି ତାକୁ ଗିରଫ କରିଛି।  

ଏନେଇ ଅଭିଯୁକ୍ତ ମୁକ୍ତାର ଅଲ୍ଲୀ ଖାନ୍ କହିଛନ୍ତି ଯେ, ମୁଁ ବ୍ରାଉନସୁଗର କାରବାର କରେନି। ପୋଲିସ୍ ରାତିରେ ମୋ ସହ କଥା ହୋଇଥିଲେ ଓ ଘରକୁ ଯିବା ପାଇଁ କହିଥିଲେ। ଘରକୁ ଆସିବା ପରେ ପୋଲିସ ଏସବୁ ବ୍ରାଉନସୁଗାର କେଉଁଠୁ ବାହାର କଲା, ମୁଁ ଜାଣିନାହିଁ। ଏଥିରେ ସମ୍ପୃକ୍ତି ନେଇ ମୋ ଶାଶୂ, ସ୍ତ୍ରୀ ଓ ୨ ଚାକରାଣୀଙ୍କୁ ଅଟକ ରଖିଛି ପୋଲିସ। 

Odisha Police Brown Sugar Seized
Advertisment
Advertisment