/odishatv-khabar/media/post_attachments/uploadimage/library/16_9/16_9_0/homemade-mask_1627280279.jpg)
mask
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ୨୪ ଘଣ୍ଟାରେ ରାଜ୍ୟରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୦ ଆକ୍ରାନ୍ତ ଅଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୯୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୪୧ ରହିଛି। ଖୋର୍ଦ୍ଧାରୁ ସର୍ବାଧିକ ୧୪୯ ପଜିଟିଭ୍ ବାହାରିଛନ୍ତି। ରାଜ୍ୟର ଅନ୍ୟ ଜିଲ୍ଲାରେ କରୋନା ସଂକ୍ରମଣ ଧୀରେ ଧୀରେ କମୁ ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।
ସେହିପରି ଆଉ ୫ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୨୯୦ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୪୧୭ରେ ପହଞ୍ଚି ଥିବାବେଳେ ଆକ୍ଟିଭ୍ କେସ୍ ୪,୮୨୪ରହିଛି। ୧୦,୨୨,୨୫୦ ଜଣ ସୁସ୍ଥ ହୋଇଛନ୍ତି।
Covid-19 Report For 17th October
New Positive Cases: 340
Of which 0-18 years: 50
In quarantine: 199
Local contacts: 141(Details of local contacts will be shared by concerned Dist Administration)
1. Angul: 3
2. Balasore: 13
3. Bargarh: 6
4. Bhadrak: 4
5. Balangir: 1— I & PR Department, Odisha (@IPR_Odisha) October 18, 2021
6. Cuttack: 43
7. Deogarh: 1
8. Dhenkanal: 1
9. Ganjam: 4
10. Jagatsinghpur: 10
11. Jajpur: 9
12. Kendrapada: 15
13. Khurda: 149
14. Koraput: 3
15. Mayurbhanj: 14
16. Nawarangpur: 1
17. Nayagarh: 2
18. Puri: 7
19. Rayagada: 4
20. Sambalpur: 12
21. Sundargarh: 2
22. State Pool: 36
— I & PR Department, Odisha (@IPR_Odisha) October 18, 2021
New recoveries: 508
Cumulative tested: 21118450
Positive: 1035417
Recovered: 1022250
Active cases: 4824
— I & PR Department, Odisha (@IPR_Odisha) October 18, 2021
ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ଡବଲ୍ ଡୋଜ୍ ଟିକାକରଣ ୧ କୋଟି ଛୁଇଁବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୩ କୋଟି ୪୦ ଲକ୍ଷ ୭୪ ହଜାର ୪୫୦ ଜଣ ଟିକା ନେଇଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରଥମ ଡୋଜ୍ ୨ କୋଟି ୪୧ ଲକ୍ଷ ୫୧ ହଜାର ୬୦୫ ଜଣ ନେଇଥିବା ବେଳେ ଡବଲ୍ ଡୋଜ୍ ୯୯ ଲକ୍ଷ ୨୨ ହଜାର ୮୪୫ ଜଣ ନେଇଛନ୍ତି। ୭୮% ପ୍ରଥମ ଡୋଜ୍, ୩୨% ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି।’
‘ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଦେବାକୁ ଲକ୍ଷ୍ୟ ରହିଛି। ବ୍ରହ୍ମପୁର, ଭୁବନେଶ୍ୱର ପୌରାଞ୍ଚଳରେ ଶତ ପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ ହୋଇଛି। ୩୫୪୦ଟି ଗାଁରେ ଶତ ପ୍ରତିଶତ ପ୍ରଥମ ଡୋଜ୍ ଟିକାକରଣ ହୋଇଛି। RMRC ଷ୍ଟଡି ଅନୁସାରେ ଲୋକଙ୍କ ଦେହରେ ଭଲ ଆଣ୍ଟିବଡି ଅଛି’ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)