/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634579781.jpg)
ମମିତା ମାମଲାରେ ମୋଡ଼
କଳାହାଣ୍ଡି: ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ଆଉ ପାଦେ ଆଗେଇଲା କଳାହାଣ୍ଡି ପୋଲିସ। ଆଞ୍ଚଳିକ ମହାବିଦ୍ୟାଳୟର ଯୁକ୍ତ ଦୁଇ କଲେଜର ପ୍ରିନ୍ସିପାଲ ରଞ୍ଜିତ ସାହୁଙ୍କୁ ବର୍ତ୍ତମାନ ବୋର୍ଡା ଥାନାରେ ଅଟକ ରଖି ପଚରାଉଚରା କରୁଛି। କଳାହାଣ୍ଡି ଏସ୍.ପି ନିଜେ ରଞ୍ଜିତ ସାହୁଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି। ତାସହ ଯୁକ୍ତ ୩ର ଜଣେ ଛାତ୍ରୀଙ୍କୁ ମଧ୍ୟ ପୋଲିସ ପଚରାଉଚରା କରୁଛି। ସେପଟେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତ ଗୋବିନ୍ଦ ସାହୁର ପତ୍ତା ପାଉନି ପୋଲିସ। ଏବେ ବି ପୋଲିସ ଗୋବିନ୍ଦକୁ ଠାବ କରିବାକୁ ଉଦ୍ୟମ ଜାରି ରଖିଛି।
ଏସବୁ ଭିତରେ ଫେରାର ଅଭିଯୁକ୍ତ ତଥା ମହାଲିଙ୍ଗ୍ ସନସାଇନ୍ ଇଂଲିଶ ମିଡିୟମ୍ ସ୍କୁଲ ସଭାପତି ଗୋବିନ୍ଦ ସାହୁଙ୍କ ଫୋନ୍କଲ୍ ରେକର୍ଡକୁ ନେଇ ଜିଲ୍ଲାରେ ହଟଚମଟ ସୃଷ୍ଟି ହୋଇଛି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅପହୃତ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର ପାଇଁ ଜଣେ ସମ୍ପର୍କୀୟଙ୍କୁ କହୁଥିବା ଶୁଣିବାକୁ ମିଳିଛି। କଳ, ବଳ, କୌଶଳ ଖଟାଇ ମମିତାଙ୍କୁ ଉଦ୍ଧାର ପାଇଁ ଭରସା ଦେଇଥିଲେ ଗୋବିନ୍ଦ। ହେଲେ ସେହି ଗୋବିନ୍ଦ ଟିଟିଲାଗଡ ପୋଲିସ ବାରାକ୍ରୁ ଏମିତି ବାଗରେ ଚମ୍ପଟ ମାରିଲେ ଯେ, ଧରିପାରୁନି ପୋଲିସ।
ରାତି ତମାମ୍ ନାକାବନ୍ଦୀ କରି ତନାଘନା ପରେ ବି ପାଉନି ପତ୍ତା। ଏହାକୁ ନେଇ ଅସନ୍ତୋଷ ଝାଡ଼ିବା ସହ ଶିକ୍ଷାନୁଷ୍ଠାନରେ ଗୋବିନ୍ଦ ଚଳାଇଥିବା ନାନା କେଳେଙ୍କାରୀର ଗୁମର ଖୋଲିଛନ୍ତି ନିଖୋଜ ଶିକ୍ଷୟିତ୍ରୀଙ୍କ ବାପା। ଅଭିଯୋଗ କରିଛନ୍ତି ଶିକ୍ଷାନୁଷ୍ଠାନରେ ସେକ୍ସ ରାକେଟ୍ ଚାଲୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)