ଭୁବନେଶ୍ବର ବିମାନବନ୍ଦରରେ କଲରାପତରିଆ ବାଘ ଆତଙ୍କ। ବିମାନବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘ ବୁଲୁଥିବା ଅଭିଯୋଗ ହୋଇଛି।
ଆପାର୍ଟମେଣ୍ଟରେ ଚୋରି ରୋକିବାକୁ କମିଶନରେଟ୍ ପୋଲିସର ପଦକ୍ଷେପ । ଏଣିକି ସବୁ ଆପାର୍ଟମେଣ୍ଟରେ ଲାଗିବ IP କ୍ୟାମେରା। ସହରର ସବୁ ଆପାର୍ଟମେଣ୍ଟରେ IP ବ୍ୟବସ୍ଥା ଥିବା କ୍ୟାମେରା ଲଗାଇବାକୁ ପରାମର୍ଶ ଦେଇଛି କମିଶନରେଟ୍ ପୋଲିସ ।
ବିମାନ ବନ୍ଦରରେ କଲରାପତରିଆ ବାଘ ଆତଙ୍କ ପରେ ଯନ୍ତା ବସାଇଛି ବନବିଭାଗ । ବାଘ ଧରିବାକୁ କୁକୁଡା ଥୋପ ଦେଇଛି ବନବିଭାଗ।
ସାଉଦି ଆରବରେ ନିର୍ମାଣ କରାଯାଉଛି ଦୁନିଆର ସବୁଠୁ ବଡ ନଭଶ୍ଚୁମ୍ଭୀ କୋଠା ‘ମୁକାବ ଟାୱାର’। ଏହା ଏତେ ବଡ ଯେ ୨୦ଟି ସାମ୍ରାଜ୍ୟର ଷ୍ଟେଟ୍ ବିଲଡିଂ ଏହା ଭିତରେ ରଖିବାର କ୍ଷମତା ରଖେ। ଏହାର ଉଚ୍ଚତା ରହିଛି ୧୩୦୦ ଫୁଟ ଓ ଚଉଡା ୧୨୦୦ ଫୁଟ ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ମାନସ କୁମାର ମଲ୍ଲିକ । ସେ ଜଣେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଆଉ ତାଙ୍କର ସାହାସିକତା ପାଇଁ ଆଜି ବଞ୍ଚି ଯାଇଛି ଜଣେ ମହିଳାଙ୍କ ଜୀବନ । ମଣିଷରୂପୀ ଭଗବାନ ସାଜି ମହିଳାଙ୍କୁ ସାହାଯ୍ୟ କରିଛନ୍ତି।
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ଭାରତ। ଦେଶରେ ଓପନ ସୋର୍ସ ଏଆଇ ଇନୋଭେସନ୍, R&D ଏବଂ ଦକ୍ଷତା ବିକାଶକୁ ଆଗେଇ ନେବା ପାଇଁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ନେଇଛି ବଡ଼ ପଦକ୍ଷେପ।
ସାଧାସିଧା ଦେଖାଯାଉଥିବା ବଲିଉଡ୍ର ଜଣାଶୁଣା ଅଭିନେତା ପଙ୍କଜ ତ୍ରିପାଠୀ ବାସ୍ତବ ଜୀବନରେ ବହୁତ ରୋମାଣ୍ଟିକ୍। ସେ ଅନେକ ସମୟରେ ନିଜ ପ୍ରେମ କାହାଣୀକୁ ଅନେକ ପ୍ଲାଟଫର୍ମରେ ଶେୟାର କରିଛନ୍ତି। ଏଥର ତାଙ୍କ ପତ୍ନୀ ମୃଦୁଲା ସେହିଦିନର ପ୍ରେମ କାହାଣୀ କହିଛନ୍ତି।
ଫିଲ୍ମରେ ନୁହେଁ ବରଂ ରିୟଲରେ ବେଆଇନ ଭାବରେ ରହୁଥିବା ଭାରତୀୟଙ୍କ ବିରୋଧରେ ଆମେରିକା ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେମାନଙ୍କୁ ଏକ ସ୍ୱତନ୍ତ୍ର ଫ୍ଲାଇଟ୍ ଯୋଗେ ଭାରତକୁ ପଠାଇ ଦିଆଯାଇଛି।
ପୁଣି ଟ୍ରେନ୍କୁ ଟାର୍ଗେଟ୍। କିଛି ଦିନର ବ୍ୟବଧାନ ପରେ ଟ୍ରେନ୍କୁ ଲାଇନଚ୍ୟୁତ ଉଦ୍ୟମ। ଲକ୍ଷ୍ନୌ ନିକଟ ମାଲିହାବାଦ ରେଳ ଷ୍ଟେସନ ନିକଟରେ ବଡ଼ ଅଘଟଣରୁ ବର୍ତ୍ତିଲା ବରେଲି-ବାରାଣାସୀ ଏକ୍ସପ୍ରେସ।
ବାତ୍ୟା ପରେ ରାଜ୍ୟରେ ବନ୍ୟାସ୍ଥତି ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି ରାଜ୍ୟରେ ବନ୍ୟା ସ୍ଥିତି ହୋଇନି ।
ବୈବାହିକ ସଂପର୍କରେ ଏମିତି କିଛି ଘଟଣା ଆସେ ଯାହାକୁ ଆମେ ଅତି ସାଧାରଣ ବୋଲି ମନେକରୁ। ତେବେ ଏହି ଘଟଣାଗୁଡ଼ିକୁ ଅଣଦେଖା କରିବା କେବଳ ଆପଣଙ୍କ ମଧ୍ୟରେ ଦୂରତା ବଢାଇବ ନାହିଁ, ଏହା ସମ୍ପର୍କର ମୂଳଦୁଆକୁ ମଧ୍ୟ ଦୁର୍ବଳ କରିଦେବ, ପରେ ବିବାହ ବିଚ୍ଛେଦ ମଧ୍ୟ ହୋଇପାରେ।
ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା । ଆମେରିକାର ହ୍ୟୁଷ୍ଟନ ସହରରେ ଅଦିନିଆ ସ୍ନାନ ଯାତ୍ରା ଓ ରଥଯାତ୍ରା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଇସ୍କନର ହ୍ୟୁଷ୍ଟନ ଶାଖା ।
ଆସନ୍ତୁ ଜାଣିବା କେମିତି ଓ କାହିଁକି ପିତାମହ ବ୍ରହ୍ମାଙ୍କ କଥାରେ ଶେଷନାଗ ପୃଥିବୀକୁ ନିଜ ମୁଣ୍ଡରେ ଧାରଣ କଲେ ଓ କେମିତି ବାସୁକୀନାଗ ଖୋଜି ପାଇଲେ ନିଜ ମାଆଙ୍କ ଅଭିଶାପରୁ ସମଗ୍ର ସର୍ପ କୂଳକୁ ବଞ୍ଚାଇବାର ବାଟ।
କେନ୍ଦ୍ରାପଡା ରାଜନଗର ଅଞ୍ଚଳ ଗସ୍ତରେ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।
ଗୁଣାତ୍ମକ ମାନ ପରୀକ୍ଷାଣରେ ବିଫଳ ହେଲା ମେଡିସିନ୍ ।
ହେନ୍ତାଳ ବଣ ପାଇଁ କମିଲା ବାତ୍ୟା କ୍ଷୟକ୍ଷତି । ଏହି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।
ମହିଳାଙ୍କୁ ୪୦ ବର୍ଷ ହୋଇଗଲେ ଶରୀରରେ ଅନେକ ପ୍ରକାରର ହର୍ମୋନାଲ୍ ପରିବର୍ତ୍ତନ ଘଟିବା ଆରମ୍ଭ ହୁଏ, ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ପ୍ରଭାବ ପକାଏ। ଏହି ସମୟରେ ଶାରୀରିକ ଏବଂ ମାନସିକ ସୁସ୍ଥତା ବଜାୟ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଅଧିକାଂଶ ଲୋକ ଜିମ୍ରେ ଅନେକ ଭୁଲ୍ କରୁଥିବା ଦେଖାଯାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଜିମ୍ରେ କେତେକ ତ୍ରୁଟିକୁ ଜାଣିବା ଏବଂ ଏଡ଼ାଇବା ଅତ୍ୟନ୍ତ ଜରୁରୀ। ବେଳେବେଳେ ଏହି ଭୁଲଗୁଡ଼ିକ ଗମ୍ଭୀର ସମସ୍ୟାର କାରଣ ମଧ୍ୟ ହୋଇପାରେ।
ଭାରତ-ଚୀନ୍ ସୀମାରେ ଫେରୁଛି ଶାନ୍ତି । ଉଭୟ ଦେଶ ମଧ୍ୟରେ ଲାଇନ୍ ଅଫ୍ ଆକଚୁଆଲ କଣ୍ଟ୍ରୋଲ୍-LACରେ ପାଟ୍ରୋଲିଂକୁ ନେଇ ସହମତି ପରେ, ସୈନ୍ୟ ଅପସାରଣ ପାଇଁ ହେଲା ବଡ଼ ନିଷ୍ପତ୍ତି ।
ବର୍ଡର ଗାଊଭାସ୍କର ଟ୍ରଫି ପାଇଁ ଭାରତୀୟ ଟିମ୍ ଘୋଷଣା । ରୋହିତ ଶର୍ମାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଗସ୍ତ କରିବ ଟିମ୍ ଇଣ୍ଡିଆ ।
ସୌର ତୁଳା ମାସ କାର୍ତ୍ତିକ କୃଷ୍ଣପକ୍ଷ । ଇଂରାଜୀରେ ୨୬ ତାରିଖ ଶନିବାର । ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଦୁର୍ବଳ ପଡୁଛି ବାତ୍ୟା ଦାନାର ଅବଶିଷ୍ଟାଂଶ । ଆହୁରି ଦୁର୍ବଳ ପଡ଼ି ଡିପ୍ରେସନରେ ପରିଣତ ହୋଇଛି ।
ବାତ୍ୟା ଦାନା କେତେ କ୍ଷୟକ୍ଷତି କରିଛି ? କେଉଁ ଜିଲ୍ଲାରେ କେତେ କ୍ଷତି ?
ଶିବାନୀଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାହସିକତା ପାଇଁ ଶିବାନୀଙ୍କୁ ସାବାସୀ ଦେଲେ ମୁଖ୍ୟମନ୍ତ୍ରୀ ।
ତାଙ୍କର ଏକ୍ଜିକ୍ୟୁଟିଭ୍ ଆସିଷ୍ଟାଣ୍ଟ ଶାନ୍ତନୁ ନାଇଡ଼ୁଙ୍କ ବିଦେଶରେ ଶିକ୍ଷା ଖର୍ଚ୍ଚକୁ ଛାଡ଼ କରିବା ସହିତ, ଶାନ୍ତନୁଙ୍କ ସଂସ୍ଥା ଗୁଡଫେଲୋରେ ନିଜ ଅଂଶଧନକୁ ଛାଡ଼ି ଦେଇଛନ୍ତି ରତନ ଟାଟା । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।