/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734616302.jpg)
ଅଶ୍ୱିନଙ୍କ ପରେ ବିରାଟ- ରୋହିତ !
ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଗତ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଅଷ୍ଟ୍ରେଲିଆରେ ଭାରତ ବର୍ଡର-ଗାଭାସ୍କର ଟ୍ରଫି ଖେଳୁଥିବାବେଳେ ଅଶ୍ୱିନ ହଠାତ୍ ଅବସର ନେବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଅଶ୍ୱିନଙ୍କ ଅବସର କେବଳ ଆରମ୍ଭ । ଆଗକୁ ଆହୁରି ଅନେକ ବଡ଼ କ୍ରିକେଟର ଅବସର ନେଇପାରନ୍ତି ବୋଲି ଏକ ରିପୋର୍ଟରେ ଦର୍ଶାଯାଇଛି । ରବି ଅଶ୍ୱିନଙ୍କ ପରେ ବିରାଟ କୋହଲି ଓ ରୋହିତ ଶର୍ମା ଅବସର ନେଇପାରନ୍ତି ବୋଲି ଏବେ ଚର୍ଚ୍ଚା ଜାରି ରହିଛି ।
ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରେ କୁହାଯାଇଛି ଯେ, ଭାରତୀୟ କ୍ରିକେଟ୍ ଏକ ବଡ଼ ପରିବର୍ତ୍ତନ ଆଡ଼କୁ ଯାଉଛି । କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ବହୁ ବରିଷ୍ଠ ଖେଳାଳି ଆସନ୍ତା ବର୍ଷ ଜୁନ୍-ଜୁଲାଇରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଅବସର ନେଇପାରନ୍ତି । ଯେଉଁଥିରେ ବିରାଟ କୋହଲି, ରୋହିତ ଶର୍ମା, ଅଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ରବୀନ୍ଦ୍ର ଜାଡେଜାଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ନାମ ଅନ୍ତର୍ଭୁକ୍ତ ରହିଛି ।
ଏହାର ଗୋଟିଏ କାରଣ ହେଉଛି ଯଦିଓ ଭାରତୀୟ ଦଳ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ୨୦୨୫ର ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ସକ୍ଷମ ନ ହୋଇପାରେ । ତେବେ ଅନେକ ବରିଷ୍ଠ ଖେଳାଳି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିପାରନ୍ତି । ଅନ୍ୟପକ୍ଷରେ ପର୍ଥ ଟେଷ୍ଟରେ ୱାଶିଂଟନ୍ ସୁନ୍ଦରଙ୍କୁ ଅଶ୍ୱିନଙ୍କ ସ୍ଥାନରେ ଖେଳାଯାଇଥିଲା, ଯାହା ସ୍ପଷ୍ଟ କରିଥିଲା ​​ଯେ ଅଶ୍ୱିନଙ୍କୁ ବର୍ତ୍ତମାନ ଆଉ ଅଧିକ ସୁଯୋଗ ମିଳିବ ନାହିଁ । ୫୦୦ରୁ ଅଧିକ ୱିକେଟ୍ ନେଇଥିବା ଅଶ୍ୱିନଙ୍କ ପରି ଜଣେ ଅଭିଜ୍ଞ ଖେଳାଳିଙ୍କ ପାଇଁ ଏହା ଆଶ୍ଚର୍ଯ୍ୟଜନକ ଥିଲା ।
ଅଧିକ ପଢ଼ନ୍ତୁ: ଟିମ୍ ଇଣ୍ଡିଆ ଜର୍ସିରେ ଆଉ ଦିଶିବେନି ଅଶ୍ବିନ, ଅନ୍ତର୍ଜାତୀୟ କ୍ରିକେଟରୁ ନେଲେ ଅବସର
ତେବେ ଏପର୍ଯ୍ୟନ୍ତ ଏନେଇ ବିସିସିଆଇ କିମ୍ବା କୌଣସି ଖେଳାଳିଙ୍କ ପକ୍ଷରୁ ଔପଚାରିକ ଭାବେ ଘୋଷଣା କରାଯାଇନାହିଁ । ଏହା କେବଳ ଦାବି କରାଯାଉଛି । ଏବେ ଚାଲୁଥିବା ବର୍ଡର-ଗାଭାସ୍କର ଟ୍ରଫି ପରେ ଦଳରେ କ’ଣ ଘଟୁଛି ତାହା ଦେଖିବାର ବିଷୟ । ସୂଚନା ଅନୁସାରେ ବର୍ଡର-ଗାଭାସ୍କର ଟ୍ରଫିର ୫ ଟିକିଆ ସିରିଜ୍ରେ ବର୍ତ୍ତମାନ ସୁଦ୍ଧା ୩ଟି ମ୍ୟାଚ୍ ଖେଳାସରିଛି । ତିନୋଟି ମ୍ୟାଚ୍ରୁ ଭାରତ ଓ ଅଷ୍ଟ୍ରେଲିଆ ଗୋଟିଏ ଗୋଟିଏ ମ୍ୟାଚ୍ରେ ବିଜୟଲାଭ କରିଥିବାବେଳେ ଗୋଟିଏ ମ୍ୟାଚ୍ ଡ୍ର’ ରହିଥିଲା । ତେବେ ବାକି ଥିବା ଦୁଇଟି ମ୍ୟାଚ୍ରେ ଭାରତ କମବ୍ୟାକ୍ କରି ଏହି ସିରିଜ୍କୁ ନିଜ ନାଁରେ କରିବାକୁ ଚେଷ୍ଟା କରିବ । କାହିଁକି ନା ଏହି ସିରିଜ୍ ବିଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲର ଭାଗ୍ୟ ନିର୍ଭର କରୁଛି ।
ସେପଟେ ଚଳିତ ଅଷ୍ଟ୍ରେଲିଆ ସିରିଜ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କ ପ୍ରଦର୍ଶନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାହିଁକି ଗତ ୩ଟି ମ୍ୟାଚ୍ରେ ଭାରତୟ ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ କରିପାରିନାହାନ୍ତି । ବିଶେଷକରି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ଅଧିକ ଚାପ ରହିବ । କାହିଁକି ନା ଲଗାତର କିଛି ମ୍ୟାଚ୍ ହେବ ରୋହିତଙ୍କ ବ୍ୟାଟ୍ରୁ ବଡ଼ ସ୍କୋର ଦେଖିବାକୁ ମିଳିନି । ତେଣୁ ଏହି ଦୁଇଟି ମ୍ୟାଚ୍ ରୋହିତଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)