• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଡିସେମ୍ବର ୨୮, ୨୯ ଓ ୩୦ ଭିତରୁ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିବେ ଶାହ । ଏନେଇ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ଏହି ଦୁଇ ଦିନିଆ ଗସ୍ତ ସମୟରେ ଅମିତ ଶାହ ଭୁବନେଶ୍ୱରରେ ବିଧାୟକଙ୍କ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେହିପରି ସମ୍ବଲପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟପକ୍ଷରେ କିଛି ବିକାଶମୂଳକ କାର୍ଯ୍ୟର ଉଦଘାଟନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇପାରନ୍ତି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।

ସୂଚନା ଅନୁସାରେ ଓଡ଼ିଶା ଏବେ କେନ୍ଦ୍ର ବିଜେପି ନେତୃତ୍ୱଙ୍କ ଫୋକସ୍‌ରେ ରହିଛି । ନିକଟରେ ଓଡ଼ିଶାରେ ହୋଇଥିବା ଡିଜିପି ସମ୍ମିଳନୀରେ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଓଡ଼ିଶା ଗସ୍ତରେ ଆସିଥିଲେ । ତେବେ ଏହି ଡିଜିପି ସମ୍ମିଳନୀର ଏକ ମାସ ପରେ ପୁଣିଥରେ ଓଡ଼ିଶା ଗସ୍ତରେ ଆସିବେ ଶାହ ।

ଅଧିକ ପଢ଼ନ୍ତୁ: ହସ୍ପିଟାଲ୍‌ରେ ଚାଲିଛି ପ୍ରତାପ ଷଡଙ୍ଗୀଙ୍କ ଚିକିତ୍ସା, ସଂସଦ ଇତିହାସରେ କଳା ଦିନ

ତେବେ କେବଳ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନୁହଁନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜାନୁଆରୀ ମାସରେ ଦୁଇ ଥର ଓଡ଼ିଶା ଗସ୍ତରେ ଆସିବେ । ପ୍ରବାସୀ ଭାରତୀୟ ଦିବସ ଓ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୂଚନା ଅନୁସାରେ ଆସନ୍ତା ଜାନୁଆରୀ ୮,୯ ଓ ୧୦ରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସାମିଲ ହେବା କାର୍ଯ୍ୟକ୍ରମ ରହିଛି ।

ସେହିପରି ଜାନୁଆରୀ ୨୮ ଓ ୨୯ରେ ଭୁବନେଶ୍ୱରରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଡିସେମ୍ବର ୧୬ରେ କଟକରେ ଆୟୋଜିତ ହୋଇଥିବା ରାଜ୍ୟ ପୋଲିସ୍‌ ହାବିଲଦାର କନଷ୍ଟେବଳ ସିପାହୀ ମହାସଂଘ ବାର୍ଷିକ ଉତ୍ସବରେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଅଧିକ ପଢ଼ନ୍ତୁ: ଗଞ୍ଜାମରେ ଘନଉଛି କି ବିଜେଡି କଳି ? ନବୀନ ନିବାସ ଦ୍ୱାରସ୍ଥ ହେଲେ ନେତା

OTV is now on Whatsapp

Join and get latest news update delivered to you via whatsapp

Join Now