• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଠକେଇ ଗ୍ୟାଙ୍ଗରେ ପୂରା ପରିବାର । ମାଆ ପୁଅ ଓ ଝିଅ ମିଶି ସାରା ରାଜ୍ୟରେ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ କଟକ ବିଡାନାସୀ ଥାନାରେ ଅଭିଯୋଗ ହୋଇଛି । ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଆଇଏଏସ୍ ଅଧିକାରୀ ପରିଚୟରେ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ: ହୋଟେଲ୍‌ରେ ଖାଇଲେ-ପିଇଲେ, ଅୟସ କଲେ; ଟଙ୍କା ନଦେଇ ଛୁ' ମାରିଲେ

ରେଳବାଇ, ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ, ଓଡ଼ିଶା ଲୋକସେବା ଆୟୋଗ ମାଧ୍ୟମରେ ହେଉଥିବା ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ଚାକିରି କରାଇ ଦେବାକୁ କହି ଏକାଧିକ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଥିବା କଟକ ବିଡାନାସୀ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।

ଅଭିଯୁକ୍ତ ଜଣକ ବିଡ଼ାନାସୀ ସୁଭଦ୍ରାନଗର ଅଞ୍ଚଳର ଡାନିଏଲ୍ ରାଜ୍ । ଆଉ ଦୁଇଜଣ ଏହି ଘଟଣାରେ ଫେରାର ଅଛନ୍ତି । ସେହି ଦୁଇ ଜଣ ହେଲେ ଗିରଫ ଅଭିଯୁକ୍ତର ମାଆ ଓ ଭଉଣୀ । ଅଭିଯୁକ୍ତର ମାଆ ହେଉଛି ଏହି ରାକେଟର ମାଷ୍ଟର ମାଇଣ୍ଡ । ସେ ନିଜକୁ ଆଇଏଏସ୍ ଅଫିସର କହି ଲୋକଙ୍କୁ ଚୁନା ମାରୁଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

OTV is now on Whatsapp

Join and get latest news update delivered to you via whatsapp

Join Now