/odishatv-khabar/media/post_attachments/uploadimage/library/16_9/16_9_0/IMAGE_1734587160.jpg)
Odisha Man Flees Without Paying Bill
ଓଡ଼ିଶାରୁ ବାରାଣାସୀ ଗଲେ, ଫାଇଭ ଷ୍ଟାର୍ ହୋଟେଲରେ ୪ ଦିନ ରହିଲେ । ହଜାର ହଜାର ଟଙ୍କାର ଖାଇବା ବି ଖାଇଲେ । ହେଲେ ଟଙ୍କାଟିଏ ନଦେଇ ହୋଟେଲରୁ ଛୁ ମାରିଲେ । ଯାହାଙ୍କ ନାମ ସାର୍ଥକ ସଞ୍ଜୟ । ବାରାଣାସୀର ହୋଟେଲ ତାଜ୍ ଗ୍ୟାନଜେସ୍ ତରଫରୁ ଏନେଇ ଥାନାରେ ଅଭିଯୋଗ ହୋଇଛି ।
ଅଧିକ ପଢ଼ନ୍ତୁ: ଆଗ ପାଦ ଛୁଇଁଲେ...ପରେ ଗୁଳି ମାରିଲେ, ଦୀପାବଳିରେ ଦାଦା-ପୁତୁରାଙ୍କୁ ମାରିଦେଲେ ଦୁର୍ବୃତ୍ତ
ଅଭିଯୋଗ ଅନୁସାରେ, ସାର୍ଥକ ସଞ୍ଜୟ ନାମକ ଓଡ଼ିଶାର ଜଣେ ବ୍ୟକ୍ତି ତାଙ୍କ ହୋଟେଲରେ ଅକ୍ଟୋବର ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ରହିଥିଲେ । ୪ ଦିନ ପାଇଁ ରୁମ୍ ବାବଦକୁ ଲକ୍ଷେ ୭୦ ହଜାର ଟଙ୍କା ହୋଇଥିବା ବେଳେ ଖାଇବା ବାବଦ ଅର୍ଥ ୩୬ ହଜାର ଟଙ୍କା । ମୋଟ୍ ବିଲ୍ ହୋଇଥିଲା ୨ ଲକ୍ଷ ୪ ହଜାର ୫୨୧ ଟଙ୍କା ।
ହେଲେ ଟଙ୍କା ନଦେଇ ହୋଟେଲରୁ ଛୁ ମାରିଛନ୍ତି ସାର୍ଥକ ସଞ୍ଜୟ । ହୋଟେଲ କର୍ମଚାରୀ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିବା ବେଳେ ତାଙ୍କ ନମ୍ବର ସୁଇଚ୍ ଅଫ୍ ଦେଖାଇଥିଲା । ରୁମ୍ରେ କିଛି କପଡା ଛାଡ଼ି ୨ ଲକ୍ଷ ଟଙ୍କା ନଦେଇ ଫେରାର ହୋଇଯାଇଛନ୍ତି ସାର୍ଥକ ସଞ୍ଜୟ । ଏନେଇ ହୋଟେଲ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)