Advertisment

Coastal Security: ଗାଁରେ ଛନକା, ଉପକୂଳରେ ଭୟ ବଢ଼ାଉଛି VHF; ଏସପି କହିଲେ ତଦନ୍ତ ପରେ ଆକ୍ସନ୍

ଓଡ଼ିଶା ଉପକୂଳରେ ଭୟ ବଢ଼ାଉଛି ଭିଏଚ୍ଏଫ୍ । ବ୍ୟକ୍ତିଗତ ଭାବେ ଘରେ ଘରେ ଲଗାଯାଇଥିବା ଭିଏଚଏଫ୍‌କୁ ନେଇ ବଢ଼ିଛି ଶଙ୍କା ।

author-image
Swadesi Megha Mallhar Prusty
ଅଦ୍ୟତନ ହୋଇଛି
undefined

Coastal Security

ଓଡ଼ିଶା ଉପକୂଳରେ ସୁରକ୍ଷା ଚିନ୍ତା । ସମୁଦ୍ର ଦେଇ ଅନୁପ୍ରବେଶ ଆଶଙ୍କା ସହ ଅପରାଧିକ କାର୍ଯ୍ୟକଳାପ ରୋକିବାକୁ ନେଇ ଜାରି ରହିଥିବା କସରତ ଭିତରେ ବଂଗଳା ଭାଷାଭାଷୀ ଲୋକ ରହୁଥିବା ରାଜନଗର ଏବଂ ମହାକାଳପଡ଼ା ବ୍ଲକରେ ଉଦବେଗ ବଢ଼ାଇଛି ମାଳ ମାଳ ସନ୍ଦିଗ୍ଧ VHF ଯନ୍ତ୍ର । ବିଶେଷ କରି ଉଭୟ ବ୍ଲକର ସମୁଦ୍ର କୂଳିଆ ଗାଁରେ ଅନଧିକୃତ ଭାବେ ଘରେ ଘରେ ଭିଏଚଏଫ୍ ସେଟ୍ ଲାଗିଛି ।

Advertisment

ଓଡ଼ିଶା ଉପକୂଳରେ ଭୟ ବଢ଼ାଉଛି ଭିଏଚ୍ଏଫ୍ । ବ୍ୟକ୍ତିଗତ ଭାବେ ଘରେ ଘରେ ଲଗାଯାଇଥିବା ଭିଏଚଏଫ୍‌କୁ ନେଇ ବଢ଼ିଛି ଶଙ୍କା । ଗୋଟିଏ ନୁହେଁ କି ଯୋଡ଼ିଏ ନୁହେଁ, ପ୍ରାୟ ଘରେ ଲାଗିଛି ଭେରି ହାଇଫ୍ରିକ୍ୟୁଏନ୍ସ ରେଡିଓ ସେଟ୍ । ଅନେକଙ୍କ ଘରେ ଲାଗିଛି ଭିଏଚ୍ଏଫ୍ । ବାହାରେ ଆଣ୍ଟିନା, ଭିତରେ ସେଟଅପ୍ । ଆସୁଛି ସିଗ୍ନାଲ୍, ଚାଲିଛି ବେଧଡ଼କ କଥାବାର୍ତ୍ତା ।

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ାର ରଟପଙ୍ଗ ଗାଁ । ଅନେକଙ୍କ ଘର ଛାତରେ ଖଞ୍ଜାଯାଇଛି VHF । ଏ ହେଉଛି ସେହି ଭିଏଚଏଫ୍ ସେଟ୍ ଯାହା ଦ୍ୱାରା ଅନୁପ୍ରବେଶକାରୀ ଓ ଅପରାଧିକ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଥାଏ । ଏହାକୁ ବିଶେଷତଃ ସାମୁଦ୍ରିକ ପୋଲିସ ଓ ତଟରକ୍ଷୀ ବାହିନୀ ବ୍ୟବହାର କରିଥାନ୍ତି । ହେଲେ କାହିଁକି ?

Advertisment

ଏମିତି କି ଆବଶ୍ୟକ ପଡୁଛି ସମୁଦ୍ର ଉପକୂଳରେ ଥିବା ରଟପଙ୍ଗ ଗାଁକୁ ଭିଏଚଏଫ୍ ସଂଯୋଗ? ଏବେ ଏଭଳି ପ୍ରଶ୍ନ ଉଠାଇ ଘରେ ଘରେ ଅନଧିକୃତ ଭାବେ ଖଞ୍ଜା ଯାଇଥିବା ଭିଏଚଏଫ୍ ହଟାଇବାକୁ ଦାବି ଉଠିଛି । ଭେରି ହାଇ ଫ୍ରିକ୍ୱେନ୍ସି ବେତାର ଯନ୍ତ୍ର ବା VHF । ଗଭୀର ସମୁଦ୍ରର ଯେଉଁ ସ୍ଥାନରେ ମୋବାଇଲ୍ ନେଟୱାର୍କ ଅପହଞ୍ଚ ହୁଏ, ଏହି ବେତାର ଯନ୍ତ୍ର ସାହାଯ୍ୟରେ ଯୋଗାଯୋଗ କରାଯାଇଥାଏ ।

ଅଧିକ ପଢ଼ନ୍ତୁ:ବିଶ୍ୱର ସବୁଠୁ ଉଚ୍ଚ ରେଲୱେ ବ୍ରିଜରେ ଓଟିଭି, ବ୍ରିଜର ନିର୍ମାଣ ବିସ୍ମୟ କ୍ୟାମେରାରେ କଏଦ୍

ବିନା ଅନୁମତିରେ କୌଣସି ବ୍ୟକ୍ତି ଏହାକୁ ବ୍ୟବହାର କରିବାର ପ୍ରାବଧାନ ନାହିଁ । କିନ୍ତୁ ମହାକାଳପଡ଼ା ଏବଂ ରାଜନଗର ଅଞ୍ଚଳର ବଙ୍ଗଳା ଭାଷାଭାଷୀ ଲୋକ ରହୁଥିବା ସମୁଦ୍ରକୂଳିଆ ଗାଁ ଗୁଡ଼ିକରେ ବେଧଡ଼କ ଲଗାଯାଇଛି ଭିଏଚଏଫ୍ । ଯାହାକୁ ନେଇ ନିଜେ ରାଜନଗର ଏସିଏଫ୍ ମଧ୍ୟ ଶାସନପେଟାରେ ଆୟୋଜିତ ସାମୁଦ୍ରିକ କଇଁଛ ସୁରକ୍ଷା ସଚେତନତା ଶିବିରରେ ଉଦବେଗ ପ୍ରକାଶ କରିଛନ୍ତି ।

ଏସବୁ ଭିଏଚଏଫ୍ ଲଗାଇବାକୁ କିଏ ଏମାନଙ୍କୁ ଅନୁମତି ଦେଲା? ଯଦି ପ୍ରଶାସନର ଅଜାଣତରେ ଭିଏଚଏଫ୍ ଲଗାଯାଇଛି, ତେବେ କେଉଁ ସ୍ୱାର୍ଥରେ? ବେଆଇନ ଭାବେ ମାଛ ମାରିବାକୁ ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ବନବିଭାଗର ପାଟ୍ରୋଲିଂ ସଂପର୍କରେ VHF ଜରିଆରେ ଆଗୁଆ ଖବର ଦିଆଯାଉଛି କି?

ଅନୁପ୍ରବେଶ ଉଦ୍ୟମ ଚଳାଇଥିବା ବାଂଲାଦେଶୀଙ୍କୁ ଏମାନେ ଭିଏଚଏଫ୍ ମାଧ୍ୟମରେ ବାଟ କଢ଼ାଉ ନାହାନ୍ତି ତ? ତଟସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଏହି ବେତାର ଯନ୍ତ୍ର ସହାୟତାରେ ଭାରତର ଗୁପ୍ତ ତଥ୍ୟ ଚାଲିଯାଉନି ତ ଶତ୍ରୁପକ୍ଷ ହାତକୁ? ଏଭଳି ନାନା ପ୍ରଶ୍ନ ଭିତରେ କେନ୍ଦ୍ରାପଡ଼ା ଏସପି କହିଛନ୍ତି, ବନବିଭାଗ ସହ ମିଳିତ ଭାବେ ତଦନ୍ତ କରି ଆଇନ ଅନୁଯାୟୀ ଆକ୍ସନ ନିଆଯିବ ।

ଭୁବନେଶ୍ୱରରେ ଆୟୋଜିତ ଡିଜିପି-ଆଇଜି ସମ୍ମିଳନୀରେ ଜାତୀୟ ଓ ଆଭ୍ୟନ୍ତରୀଣ ସୁରକ୍ଷା ସହ ବେଆଇନ ଅନୁପ୍ରବେଶ ଏବଂ ତଟସୁରକ୍ଷା ପ୍ରସଙ୍ଗରେ ଗୁରୁତ୍ୱାରୋପ କରାଯାଇଥିଲା । ଅଥଚ କାହାରି ନିଦ ଭାଙ୍ଗୁନି । ଫଳରେ ହାଇଆଲର୍ଟ ଜୋନରେ ଥିବା ଓଡ଼ିଶା ଉପକୂଳରେ ମାଳ ମାଳ ସନ୍ଦିଗ୍ଧ ଭିଏଚ୍ଏଫକୁ ନେଇ ବଢ଼ିଛି ନାନା ଆଶଙ୍କା ।

ଅଧିକ ପଢ଼ନ୍ତୁ:୩ ଦିନ ଧରି ଦିଲ୍ଲୀର ଏକ ତାରକା ହୋଟେଲରେ ଥିଲେ IAS ବିଷ୍ଣୁପଦ ସେଠୀ

Odisha Security
Advertisment
Advertisment