• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

KALIA Scheme
ଉତ୍କଳ ଦିବସରେ ଚାଷୀଙ୍କୁ ମିଳିଲା ‘କାଳିଆ’ ସହାୟତା

ଆଜି ଉତ୍କଳ ଦିବସରେ ରାଜ୍ୟର ହଜାର ହଜାର ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Jayanarayan Mishra
ନକଲି ସାର୍ଟିଫିକେଟ୍‌ ବିକ୍ରି ମାମଲା, କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କଲେ କିଛି ବାହାରିବନି କହିଲେ ଜୟ

ନବ ଦାସ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲା, କ’ଣ ହେଲା ବୋଲି ପ୍ରଶ୍ନ କଲେ । ଏହି କେସ୍‌ରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରି ନ୍ୟାୟ ଦେଇପାରିବ ନାହିଁ କହିଲେ ଜୟନାରାୟଣ ।

Sridevi shooting in rain for this song suffering from 103 degree fever
୧୦୩ ଜରକୁ ଖାତିର ନ କରି ଗୀତ ପାଇଁ ବର୍ଷାରେ ଭିଜିଥିଲେ ଏହି ମହିଳା ସୁପର୍‌ଷ୍ଟାର୍‌

ନିଜ କାମ ପାଇଁ ଶ୍ରୀଦେବୀ ସବୁବେଳେ ଦାୟିତ୍ୱବାନ ଥିଲେ। ବାସ୍ତବ ଜୀବନରେ ସେ ଯେତେ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହୋଇଥିଲେ ବି ରିଲ୍ ଲାଇଫ୍‌ରେ ସେ ସମସ୍ୟାଗୁଡ଼ିକୁ ନିଜ କାମରେ ଆସିବାକୁ ଦେଇ ନଥିଲେ। ୧୦୩ ଜରକୁ ବି ଖାତିର ନ କରି ଗୀତ ପାଇଁ ବର୍ଷାରେ ଭିଜିଥିଲେ।

Arijit Singh touches MS Dhoni's feet during IPL
ଆଇପିଏଲ୍‌ ମଞ୍ଚରେ କ୍ୟାପ୍‌ଟେନ୍‌ କୁଲ୍‌ଙ୍କ ପାଦ ଛୁଇଁଲେ ଅରିଜିତ୍‌ ସିଂ, ଭାଇରାଲ ହେଲା ଫଟୋ

ଗତକାଲି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଆରମ୍ଭ ହୋଇଯାଇଛି ଆଇପିଏଲ୍‌ ୨୦୨୩ ମହାସମର । ଏହି ସମୟରେ ବଲିଉଡ୍‌ ଗାୟକ ଅରିଜିତ ସିଂ ଧୋନୀଙ୍କ ପାଦ ଛୁଇଁ ପ୍ରଣାମ କରୁଥିବାର ଦେଖିବାକୁ ମିଳିଥିଲା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Protest
ସ୍କୁଲ ଅଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟ, ଛାତ୍ରଛାତ୍ରୀଙ୍କୁ ଜାଣିଶୁଣି ଫେଲ କଲେ !

ଛାତ୍ରଛାତ୍ରୀଙ୍କୁ ଜାଣିଶୁଣି ଫେଲ କରାଯାଇଥିବା ଅଭିଯୋଗ । ସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ନେଇ କହିଲେ ଅଭିଭାବକ ।

Narasingha Mishra
ନକଲି ସାର୍ଟିଫିକେଟ୍ ବିକ୍ରି ମାମଲାରେ ବିଜେଡି ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ପୁଣି ବର୍ଷିଲେ ନରସିଂହ

ଅନୁସନ୍ଧାନ ନକଲେ ସନ୍ଦେହ ରହିବ ବୋଲି କହିଛନ୍ତି ନରସିଂହ । ଅନ୍ୟପଟେ ନରସିଂହଙ୍କ ଅଭିଯୋଗ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

Metro Train
ଟ୍ୱିନ୍‌ ସିଟିରେ ଗଡ଼ିବ ମେଟ୍ରୋ ଟ୍ରେନ୍‌

ବିମାନ ବନ୍ଦର, ରେଲୱେ ଷ୍ଟେସନ, ବାଣୀବିହାର, ଜୟଦେବ ବିହାର, ପଟିଆ, ନନ୍ଦନକାନନ ଏବଂ ତ୍ରିଶୁଲିଆ ଦେଇ ମେଟ୍ରୋ ଚଳାଇବାକୁ ଯୋଜନା ରହିଛି ।

Jagatsinghpur
ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧୁଥିଲେ...ଏବେ ରାସ୍ତା କଡ଼ରେ ଚା' ଦୋକାନ କରିଛନ୍ତି

ଜଗତସିଂହପୁର ଜିଲ୍ଳାର ସଦର ବ୍ଲକ୍ ଅନ୍ତର୍ଗତ ଅଳା ପଂଚାୟତ ମକରମପୁର ଗ୍ରାମର ସାଗରବାଳା ପଟ୍ଟନାୟକ । ବାସନ୍ତୀ ଅପା ନାଁରେ ଘରେ ଘରେ ପରିଚିତ ସାଗରବାଳା ।୧୯୬୫ ମସିହାରେ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏଥିସହିତ ଆକାଶବାଣୀ କଟକର ନାଟକ ବିଭାଗରେ କଳା ପରିବେଷଣ କରିବା ସହିତ ଶେଷଶ୍ରାବଣ ଓ ମନଆକାଶ ପ୍ରଭୃତି ୧୦ ରୁ ଉର୍ଦ୍ଧ୍ୱ ଚଳଚିତ୍ରରେ ମଧ୍ୟ ସହ କଳାକାର ଭାବେ ଅଭିନୟ କରିଥିଲେ ସାଗରବାଳା

Surgery specialist
ପୋଷ୍ଟମର୍ଟମ ଲାଗି ଟଙ୍କା ମାଗୁଥିଲେ...ଏବେ ଚାକିରିରୁ ତଡ଼ା ଖାଇଲେ

ଡାକ୍ତର ଗଣପତି ତେଲକୋଇ ଥାନା କରଦାଙ୍ଗି ଗ୍ରାମର କଳାବତୀ ବେହେରା ନାମକ ଜଣେ ବୃଦ୍ଧାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ଦୁଇଟି କିସ୍ତିରେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ, ଲାଞ୍ଚ ଦେଲାବେଳେ ବୃଦ୍ଧାଙ୍କ ନାତି ଭିଡିଓ କରି ଭାଇରଲ କରିଥିଲେ । ଲାଞ୍ଚ ମାଗୁଥିବାର ଘୃଣ୍ୟ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରଲ ହୋଇଥିଲା ଯାହାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା ।

School Problem
ଚେଇଁ ଶୋଇଛି ପ୍ରଶାସନ :କ୍ଲାସ୍‌ ଚାଲୁଥିବା ବେଳେ ପିଲାଙ୍କ ଉପରେ ପଡ଼ୁଛି ସିମେଣ୍ଟ ଖଣ୍ଡ

ସ୍ଥିତି ଏମିତି ହେଲାଣି ଯେ ଶ୍ରେଣୀ ଗୃହର ବାରଣ୍ଡାରେ ପିଲାମାନଙ୍କୁ ପାଠ ପଢା ଯାଉଛି । କେତେବେଳେ ଯେ ଏଇ ସ୍କୁଲ ଗୃହ ଭୁଷୁଡି ପଡିବ ତାହା କେହି ମଧ୍ୟ କରିପାରିବେ ନାହିଁ ବିଦ୍ୟାଳୟର ଏଇ ସମସ୍ୟାକୁ ନେଇ ସ୍କୁଲ କମିଟି ଓ ପ୍ରଧାନ ଶିକ୍ଷକ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କଲାପରେ ମଧ୍ୟ କୌଣସି ଲାଭ ମିଳିନଥିବା ଅଭିଯୋଗ ହୋଇଛି । 

MGNREGA works
କିଛି ଜାଣିପାରୁନାହାନ୍ତି ବଡ଼ ବାବୁ : ମଣିଷ ବଦଳରେ ମେସିନ୍‌ କରୁଛି କାମ

ସମସ୍ତଙ୍କ ନଜର ହଟାଇବା ପାଇଁ ନୂଆ କୌଶଳ ଆପଣାଉଛନ୍ତି କାର୍ଯ୍ୟାଦେଶ ନେଇ କାମ କରୁଥିବା ଠିକାଦାର ଓ ଅଧିକାରୀ । ସରକାରୀ ଛୁଟି ଦିନରେ ମେସିନ ସାହାଯ୍ୟରେ କାର୍ଯ୍ୟ ହେଉଥିବା ବେଳେ ଅନେକ କ୍ଷେତ୍ରରେ ରାତିରେ ମେସିନ ସାହାଯ୍ୟରେ କାମ ହେଉନଥିବା ଅଭିଯୋଗ ହୋଇଛି ।

Accident
ରାମନବମୀ ଯାତ୍ରା ହେଲା ଶେଷ ଯାତ୍ରା : ଦୁର୍ଘଟଣାରେ ଚାଲିଗଲେ ୩ ସାଙ୍ଗ

କାଳ ହେଲା ରାମନବମୀ ଯାତ୍ରା ଦେଖିବା...ବିଳମ୍ବିତ ରାତିରେ ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣାର ଶିକାର ହେଲେ ୩ ଯୁବକ । ଖାଲି ଦୁର୍ଘଟଣାର ଶିକାର ହେଲେ ତାହା ନୁହେଁ ବରଂ ୩ ଜଣଙ୍କର ଚାଲିଗଲା ଜୀବନ । ଗଛରେ ଗାଡ଼ି ଏମିତି ପିଟି ହେଲା ଯେ ତିନି ଜଣଯାକ ସାଙ୍ଗଙ୍କର ଗଲା ପ୍ରାଣ । ନୟାଗଡ଼ ଓଡଗାଁରେ ଚାଲିଥିବା ଶ୍ରୀରାମ ନବମୀ ଯାତ୍ରା ଦେଖି ଫେରୁଥିବାବେଳେ କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ ବରଗଛକୁ ପିଟିଥିଲା ବାଇକ

relationship exposed
ସବୁ ସାରିଦେଲା ଫୋନ୍‌...ସ୍ତ୍ରୀକୁ ହାଣିଲା , ନିଜେ ବିଷ ପିଇଦେଲା

ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ଭୁଜାଲିରେ ହାଣିବା ପରେ ସ୍ୱାମୀ ପିଇଲା ବିଷ । ଝାଡ଼କଟା ଗାଁର ପର୍ଶୁରାମ ନିଜ କାମରେ ଘରୁ ବାହାରକୁ ଯାଇଥିଲେ । ଆସିଲା ବେଳକୁ ଦେଖିଥିଲେ ସ୍ତ୍ରୀ କାହା ସହ ଫୋନରେ କଥାହେଉଛନ୍ତି । ଏହାକୁ ବିରୋଧ କରିବା ସହିତ ସ୍ତ୍ରୀ ପାର୍ବତୀଙ୍କ ମୁଣ୍ଡ ଓ ପେଟକୁ ଗଭୀର ଭାବରେ ଆଘାତ ଦେଇଥିଲେ । ଆକ୍ରମଣରେ ସ୍ତ୍ରୀ ଗୁରୁତର ହେବା ପରେ ପର୍ଶୁରାମ ନିଜେ ବିଷ ପିଇଦେଇଥିଲେ । ଏମିତି ଘଟଣା ସମ୍ପର୍କରେ ଗାଁ ଲୋକେ ଖବର ପାଇବା ପରେ ତୁରନ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

Human Skeletons
ଜଙ୍ଗଲରୁ ମିଳିଲା ମଣିଷ ଖପୁରୀ ଓ ମେରୁଦଣ୍ଡ ହାଡ଼

ଘଞ୍ଚ ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ। ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ।

Gallery
ଏମିତି ହେଉଛି ସରକାରୀ କାମ ! ନିର୍ମାଣର ୭ ଦିନ ପରେ ଭୁଶୁଡ଼ିଗଲା ଦର୍ଶକ ଗ୍ୟାଳେରୀ

ବାଙ୍କି ମହାବିଦ୍ୟାଳୟର ଖେଳ ପଡ଼ିଆରେ ଦର୍ଶକଙ୍କ ପାଇଁ ନୂଆ କରି ତିଆରି ହୋଇଥିଲା ଗ୍ୟାଲେରୀ । ଆଉ ଗ୍ୟାଲେରୀ ଲୋକାର୍ପଣ ହେବାର ମାତ୍ର ୭ ଦିନରେ ତାହା ଭୁଶୁଡ଼ି ପଡ଼ିଛି ।

Utkal Divas
ଆମେ ଓଡ଼ିଆ ଭାରି ବଢ଼ିଆ: ଆମ ଭାଷାର ରହିଛି ସ୍ୱତନ୍ତ୍ର ଲିପି-ବର୍ଣ୍ଣ-ବ୍ୟାକରଣ

ଆମ ଭାଷାର ସ୍ୱତନ୍ତ୍ର ଲିପି ଅଛି, ବର୍ଣ୍ଣ ଅଛି ବ୍ୟାକରଣ ଅଛି । ଆମ ଭାଷା ଯେ ଏକ ସମୃଦ୍ଧ ସ୍ୱତନ୍ତ୍ର ଭାଷା ତାର ପଟାନ୍ତର ନାହିଁ । ମୂଳ ସଂସ୍କୃତ ଭାଷାରୁ ଆସିଥିବା ଆମ ମାତୃଭାଷା ସବୁ ଦିଗରୁ ଉନ୍ନତ ଏବଂ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ।

Kotia
ସାରା ରାଜ୍ୟରେ ଉତ୍କଳ ଦିବସ ପାଳିତ, କୋଟିଆରେ ବିଜେଡି-ବିଜେପିର ଶକ୍ତି ପ୍ରଦର୍ଶନ

ରାଜ୍ୟ ସରକାରର ତଥା ବିଭିନ୍ନ ଘରୋଇ ସଂସ୍ଥା ଏବଂ ସଂଗଠନ ପକ୍ଷରୁ ମଧ୍ୟ ଉତ୍କଳ ଦିବସ ପାଳନ କରାଯାଉଛି ।

Today Panchang
Today Panchang 1st April 2023: ଜାଣନ୍ତୁ ଆଜିର ପଞ୍ଜାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

LPG
ଖୁସି ଖବର ! କମିଲା LPG ଦର

ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇ ନଥିବା ସୂଚନା ।

Fake Certificate
ନକଲି ସାର୍ଟିଫିକେଟ୍‌ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଫେକ୍ ସାର୍ଟିଫିକେଟ୍ ରାକେଟର ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କ ସହ ପୂର୍ବତନ ମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହାରାଙ୍କ ଫଟୋ ଥିବା କହି ସରକାରଙ୍କୁ ନିଶାନା କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।

History why we celebrate april fool day
April Fool Day: ଏପ୍ରିଲ୍ ଫୁଲ୍ ଦିବସ ଏହି ଦେଶରୁ ହୋଇଥିଲା ଆରମ୍ଭ; ଜାଣନ୍ତୁ କାରଣ…

ଆଜି ଥଟ୍ଟା ପରିହାସର ଦିନ, ଏପ୍ରିଲ୍ ଫୁଲ୍‌ର ଦିନ। ଅନ୍ୟକୁ ବୋକା ବନେଇ ମଜ୍ଜା ନେବାର ଦିନ। ସାଙ୍ଗ ସାଥୀ ହୁଅନ୍ତୁ ବା କେହି ଅନ୍ତରଙ୍ଗ ଲୋକଙ୍କୁ ମିଛ କହି ବୋକା କଲା ପରେ ଚିଲ୍ଲେଇକି ଏପ୍ରିଲ୍ ଫୁଲ୍ କହିବାର ମଜ୍ଜା ନିଆରା। ତେବେ ଏହି ଦିନ କେବେଠାରୁ ଆରମ୍ଭ ହେଲା ଓ କେଉଁଠି ପ୍ରଥମ ପାଳନ ହେଲା ଆସନ୍ତୁ ଜାଣିବା।

Muslim woman sings kanhaiya on the eve of ramadan
Viral Video: ରମଜାନ ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଗୀତ ଗାଇଲେ ମୁସ୍‌ଲିମ୍ ମହିଳା

ଭାଇଚାରାର ଦେଶ ଭାରତ। ଏଠି ସବୁ ଧର୍ମ ଓ ବର୍ଣ୍ଣକୁ ସମାନ ଅଧିକାର ଓ ସମ୍ମାନ ଦିଆଯାଏ। ସମସ୍ତେ ସବୁ ଧର୍ମର ପରମ୍ପରାକୁ ମିଳିମିଶି ପାଳନ କରନ୍ତି। ବର୍ତ୍ତମାନ ଜଣେ ମୁସ୍‌ଲିମ୍ ମହିଳା ରମଜାନ ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଗୀତ ଗାଉଥିବା ନଜର ଆସିଛନ୍ତି। ଏହା ଭାଇରାଲ୍‌ ହେବାରେ ଲାଗିଛି।

Utkal Dibas 2023
Utkal Dibas: ତିନି ଦଶନ୍ଧିର ବିପ୍ଳବ ପରେ ମିଳିଲା ସ୍ୱତନ୍ତ୍ର ଓଡ଼ିଶା

୧ ଏପ୍ରିଲ୍ ୧୯୩୬ରେ ଓଡ଼ିଶା ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା। ଏହିଦିନ ମାଡ୍ରାସ୍ ପ୍ରେସିଡେନ୍ସିରୁ ଅଲଗା ହୋଇ ସ୍ୱତନ୍ତ୍ର ଓଡ଼ିଶା ତିଆରି ହୋଇଥିଲା। ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ।

Alcohol to become costlier
ମହଙ୍ଗା ହେବ ବିଦେଶୀ ମଦ, ସି-ବିଚ୍‌ରେ ଖୋଲିବ ଲିକର ସପ୍

ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତିକୁ କଡ଼ା ସମାଲୋଚନା କରିଛନ୍ତି ନିଶା ନିବାରଣ କର୍ମୀ।

Will CM Naveen Patnaik’s Japan tour yield?
କେତେ ଫଳପ୍ରଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ?

ପୋସ୍କୋ ଓଡ଼ିଶାରୁ ଫେରିଯିବା ଘଟଣା ବିଦେଶରେ ରାଜ୍ୟ ପାଇଁ ଦୁର୍ନାମ ଆଣିଛି କହିଲେ ଶିଳ୍ପସଂଘ ଓ ବିଶେଷଜ୍ଞ