ସ୍ଥିତି ଏମିତି ହେଲାଣି ଯେ ଶ୍ରେଣୀ ଗୃହର ବାରଣ୍ଡାରେ ପିଲାମାନଙ୍କୁ ପାଠ ପଢା ଯାଉଛି । କେତେବେଳେ ଯେ ଏଇ ସ୍କୁଲ ଗୃହ ଭୁଷୁଡି ପଡିବ ତାହା କେହି ମଧ୍ୟ କରିପାରିବେ ନାହିଁ ବିଦ୍ୟାଳୟର ଏଇ ସମସ୍ୟାକୁ ନେଇ ସ୍କୁଲ କମିଟି ଓ ପ୍ରଧାନ ଶିକ୍ଷକ ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ କଲାପରେ ମଧ୍ୟ କୌଣସି ଲାଭ ମିଳିନଥିବା ଅଭିଯୋଗ ହୋଇଛି ।
ସମସ୍ତଙ୍କ ନଜର ହଟାଇବା ପାଇଁ ନୂଆ କୌଶଳ ଆପଣାଉଛନ୍ତି କାର୍ଯ୍ୟାଦେଶ ନେଇ କାମ କରୁଥିବା ଠିକାଦାର ଓ ଅଧିକାରୀ । ସରକାରୀ ଛୁଟି ଦିନରେ ମେସିନ ସାହାଯ୍ୟରେ କାର୍ଯ୍ୟ ହେଉଥିବା ବେଳେ ଅନେକ କ୍ଷେତ୍ରରେ ରାତିରେ ମେସିନ ସାହାଯ୍ୟରେ କାମ ହେଉନଥିବା ଅଭିଯୋଗ ହୋଇଛି ।
କାଳ ହେଲା ରାମନବମୀ ଯାତ୍ରା ଦେଖିବା...ବିଳମ୍ବିତ ରାତିରେ ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣାର ଶିକାର ହେଲେ ୩ ଯୁବକ । ଖାଲି ଦୁର୍ଘଟଣାର ଶିକାର ହେଲେ ତାହା ନୁହେଁ ବରଂ ୩ ଜଣଙ୍କର ଚାଲିଗଲା ଜୀବନ । ଗଛରେ ଗାଡ଼ି ଏମିତି ପିଟି ହେଲା ଯେ ତିନି ଜଣଯାକ ସାଙ୍ଗଙ୍କର ଗଲା ପ୍ରାଣ । ନୟାଗଡ଼ ଓଡଗାଁରେ ଚାଲିଥିବା ଶ୍ରୀରାମ ନବମୀ ଯାତ୍ରା ଦେଖି ଫେରୁଥିବାବେଳେ କୋମଣ୍ଡ ପଥରାସ୍ଥିତ ବୃଦ୍ଧାଶ୍ରମ ନିକଟରେ ବରଗଛକୁ ପିଟିଥିଲା ବାଇକ
ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ଭୁଜାଲିରେ ହାଣିବା ପରେ ସ୍ୱାମୀ ପିଇଲା ବିଷ । ଝାଡ଼କଟା ଗାଁର ପର୍ଶୁରାମ ନିଜ କାମରେ ଘରୁ ବାହାରକୁ ଯାଇଥିଲେ । ଆସିଲା ବେଳକୁ ଦେଖିଥିଲେ ସ୍ତ୍ରୀ କାହା ସହ ଫୋନରେ କଥାହେଉଛନ୍ତି । ଏହାକୁ ବିରୋଧ କରିବା ସହିତ ସ୍ତ୍ରୀ ପାର୍ବତୀଙ୍କ ମୁଣ୍ଡ ଓ ପେଟକୁ ଗଭୀର ଭାବରେ ଆଘାତ ଦେଇଥିଲେ । ଆକ୍ରମଣରେ ସ୍ତ୍ରୀ ଗୁରୁତର ହେବା ପରେ ପର୍ଶୁରାମ ନିଜେ ବିଷ ପିଇଦେଇଥିଲେ । ଏମିତି ଘଟଣା ସମ୍ପର୍କରେ ଗାଁ ଲୋକେ ଖବର ପାଇବା ପରେ ତୁରନ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।
ଘଞ୍ଚ ଜଙ୍ଗଲ ଭିତରୁ ମିଳିଲା ନର କଙ୍କାଳ। ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ।
ବାଙ୍କି ମହାବିଦ୍ୟାଳୟର ଖେଳ ପଡ଼ିଆରେ ଦର୍ଶକଙ୍କ ପାଇଁ ନୂଆ କରି ତିଆରି ହୋଇଥିଲା ଗ୍ୟାଲେରୀ । ଆଉ ଗ୍ୟାଲେରୀ ଲୋକାର୍ପଣ ହେବାର ମାତ୍ର ୭ ଦିନରେ ତାହା ଭୁଶୁଡ଼ି ପଡ଼ିଛି ।
ଆମ ଭାଷାର ସ୍ୱତନ୍ତ୍ର ଲିପି ଅଛି, ବର୍ଣ୍ଣ ଅଛି ବ୍ୟାକରଣ ଅଛି । ଆମ ଭାଷା ଯେ ଏକ ସମୃଦ୍ଧ ସ୍ୱତନ୍ତ୍ର ଭାଷା ତାର ପଟାନ୍ତର ନାହିଁ । ମୂଳ ସଂସ୍କୃତ ଭାଷାରୁ ଆସିଥିବା ଆମ ମାତୃଭାଷା ସବୁ ଦିଗରୁ ଉନ୍ନତ ଏବଂ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ।
ରାଜ୍ୟ ସରକାରର ତଥା ବିଭିନ୍ନ ଘରୋଇ ସଂସ୍ଥା ଏବଂ ସଂଗଠନ ପକ୍ଷରୁ ମଧ୍ୟ ଉତ୍କଳ ଦିବସ ପାଳନ କରାଯାଉଛି ।
ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୧ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଫେକ୍ ସାର୍ଟିଫିକେଟ୍ ରାକେଟର ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କ ସହ ପୂର୍ବତନ ମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହାରାଙ୍କ ଫଟୋ ଥିବା କହି ସରକାରଙ୍କୁ ନିଶାନା କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।
ଆଜି ଥଟ୍ଟା ପରିହାସର ଦିନ, ଏପ୍ରିଲ୍ ଫୁଲ୍ର ଦିନ। ଅନ୍ୟକୁ ବୋକା ବନେଇ ମଜ୍ଜା ନେବାର ଦିନ। ସାଙ୍ଗ ସାଥୀ ହୁଅନ୍ତୁ ବା କେହି ଅନ୍ତରଙ୍ଗ ଲୋକଙ୍କୁ ମିଛ କହି ବୋକା କଲା ପରେ ଚିଲ୍ଲେଇକି ଏପ୍ରିଲ୍ ଫୁଲ୍ କହିବାର ମଜ୍ଜା ନିଆରା। ତେବେ ଏହି ଦିନ କେବେଠାରୁ ଆରମ୍ଭ ହେଲା ଓ କେଉଁଠି ପ୍ରଥମ ପାଳନ ହେଲା ଆସନ୍ତୁ ଜାଣିବା।
ଭାଇଚାରାର ଦେଶ ଭାରତ। ଏଠି ସବୁ ଧର୍ମ ଓ ବର୍ଣ୍ଣକୁ ସମାନ ଅଧିକାର ଓ ସମ୍ମାନ ଦିଆଯାଏ। ସମସ୍ତେ ସବୁ ଧର୍ମର ପରମ୍ପରାକୁ ମିଳିମିଶି ପାଳନ କରନ୍ତି। ବର୍ତ୍ତମାନ ଜଣେ ମୁସ୍ଲିମ୍ ମହିଳା ରମଜାନ ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଗୀତ ଗାଉଥିବା ନଜର ଆସିଛନ୍ତି। ଏହା ଭାଇରାଲ୍ ହେବାରେ ଲାଗିଛି।
୧ ଏପ୍ରିଲ୍ ୧୯୩୬ରେ ଓଡ଼ିଶା ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା। ଏହିଦିନ ମାଡ୍ରାସ୍ ପ୍ରେସିଡେନ୍ସିରୁ ଅଲଗା ହୋଇ ସ୍ୱତନ୍ତ୍ର ଓଡ଼ିଶା ତିଆରି ହୋଇଥିଲା। ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ।
ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତିକୁ କଡ଼ା ସମାଲୋଚନା କରିଛନ୍ତି ନିଶା ନିବାରଣ କର୍ମୀ।
ପୋସ୍କୋ ଓଡ଼ିଶାରୁ ଫେରିଯିବା ଘଟଣା ବିଦେଶରେ ରାଜ୍ୟ ପାଇଁ ଦୁର୍ନାମ ଆଣିଛି କହିଲେ ଶିଳ୍ପସଂଘ ଓ ବିଶେଷଜ୍ଞ
ମୁହୂର୍ତ୍ତକ ମଧ୍ୟରେ ଶୋକରେ ବୁଡ଼ିଗଲା ବାହାଘରର ଖୁସି ।
କଂଗ୍ରେସର ପ୍ରାର୍ଥୀ ଖୋଜା ଜାରି । ନବ ହତ୍ୟା ଷଡ଼ଯନ୍ତ୍ର ଇମ୍ପାକ୍ଟକୁ ନେଇ ଚର୍ଚ୍ଚା ।
ବିଧାନସଭାରେ ବଣିକ କୋଚିଂ ଓ ଫେକ୍ ସାର୍ଟିଫିକେଟ ତାତି । ବିଜେଡି ଲିଙ୍କ ଅଭିଯୋଗ ଆଣି ବିରୋଧୀଙ୍କ ହଙ୍ଗାମା ।
BECIL ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି। ଏହି ନିଯୁକ୍ତି ଅଧୀନରେ ପଦବୀଗୁଡିକ ଦିଲ୍ଲୀର AIIMSରେ ପୂରଣ ହେବ। ଜାଣନ୍ତୁ ଅନ୍ୟାନ୍ୟ ତଥ୍ୟ।
ଏପ୍ରିଲ ଫୁଲ୍ ନୁହେଁ ପ୍ରଥମେ ଏହାକୁ ଏପ୍ରିଲ ହୋଲି ବୋଲି କୁହାଯାଉଥିଲା ଏବଂ ଏହାକୁ ପାଳନ ମଧ୍ୟ କରାଯାଉଥିଲା ।
ଆସନ୍ତାକଲି ପାଇଁ ଉତ୍ତର ଓଡିଶାର ଅଧିକାଂଶ ଅଞ୍ଚଳ ଏବଂ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ଗତ କିଛିଦିନ ଧରି ନୂଆପଡା ଜିଲ୍ଲାରେ ଆତଙ୍କ ଖେଳାଇ ଥିବା ବାଘର ଫଟୋ କ୍ୟାମେରାରେ କଏଦ ହୋଇଛି । ସୁନାବେଡା ଅଭୟାରଣ୍ୟର ଜଳମଡେଇ ଗାଁରେ ଜଣେ ବୃଦ୍ଧାଙ୍କୁ ବାଘ ମାରି ଖାଇବା ପରେ ଗାଁରେ ୧୩ଟି ଟ୍ରାକ୍ କ୍ୟାମେରା ଲଗା ଯାଇଥିଲା । ଟ୍ରାକ୍ କ୍ୟାମେରାରେ ବାଘର ଫଟୋ ଆସିଥିବା ବେଳେ ସଦର ରେଞ୍ଜ ତରିଆମହୁଆଭଟା ଗାଁରେ ଲଗା ଯାଇଥିବା କ୍ୟାମେରାରେ ମଧ୍ୟ ବାଘର ଫଟୋ ଆସିଛି ।
ଅପହରଣକାରୀ କବଳରୁ ବଂଚି ନୂଆ ଜୀବନ ପାଇଥିବା ମନୋଜ ନିଜ ପ୍ରତିକ୍ରିୟାରେ ଏହା କହିଛନ୍ତି ।
ଦିଲ୍ଲୀ ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗ ମାମଲାରେ ମନିଷ ସିସୋଦିଆଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି ।