ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼ରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅନେକ ଘର ମଧ୍ୟ ଭାଙ୍ଗି ଯାଇଛି।
ସ୍କୁଲ ଆନ୍ଧ୍ରର, ପିଲା କିନ୍ତୁ ଓଡ଼ିଆରେ ପଢୁଛନ୍ତି ପାଠ । ତାହା ପୁଣି ପୂରା ପ୍ରାଂଜଳ ଭାବରେ । ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ପାରଳାଖେମୁଣ୍ଡିର ଗୋଟିଏ ଅଞ୍ଚଳ ଆନ୍ଧ୍ର ପ୍ରଦେଶର ମିଳିଆପୁଟି ରାଜସ୍ୱ ମଣ୍ଡଳରେ ମିଶିଯାଇଛି । ମହେନ୍ଦ୍ରତନୟା ନଦୀ ଗୋଟିଏ ପାର୍ଶ୍ଵ ଓଡ଼ିଶାରେ ରହିଯିବା ବେଳେ ଅପରପାର୍ଶ୍ଵ ଆନ୍ଧ୍ର ପ୍ରଦେଶର ପୁରୁଣାପାଟଣା ରାଜସ୍ୱ ମଣ୍ଡଳରେ ମିଶିଗଲା । ମିଳିଆପୁଟି ରାଜସ୍ୱ ମଣ୍ଡଳରେ ଥିବା ନାର୍ସନ୍ଦ୍ରା ଗାଁ ଆନ୍ଧ୍ରରେ ମିଶିଗଲା ସତ ହେଲେ ସେଠାକାର ଲୋକ ଓଡ଼ିଆ ଭାଷାକୁ ଭୁଲିଲେ ନାହିଁ କି ପରମ୍ପରାକୁ ବି ଭୁଲିଲେ ନାହିଁ ।
ମହଙ୍ଗା ପଡ଼ିଲା ପୁଅ -ବୋହୂ କଳହ ସମାଧାନ। ଯାଇଥିଲେ ସମାଧାନ କରିବାକୁ ହେଲେ ଗୁଳି ଖାଇ ମେଡିକାଲ୍ରେ ଭର୍ତ୍ତି ହେଲେ।
ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୨ ତାରିଖ ରବିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଭୁବନେଶ୍ୱରର ଜଣେ ଯୁବକଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ବିବାଦ ଦେଖା ଦେଇଛି। ଏହା ହତ୍ୟା ନା ଆତ୍ମହତ୍ୟା ସେନେଇ ସସପେନ୍ସ ଲାଗି ରହିଛି।
୬ ବର୍ଷରେ ୮ ଥର ଅପରେସନ୍ ହେଲେଣି । ଗୋଟିଏ ହାତ ବି ହରାଇଲେଣି । କିନ୍ତୁ ସେ ହାର ମାନିନାହାନ୍ତି...ବଞ୍ଚିବା ଲାଗି ସଂଘର୍ଷ କରୁଛନ୍ତି ୮୦ ବର୍ଷର ବୁଢୀ ମାଉସୀ
ବିଶ୍ୱ ଅଟିଜିମ୍ ସଚେତନତା ଦିବସ ପ୍ରତିବର୍ଷ ୨ ଏପ୍ରିଲରେ ପାଳନ କରାଯାଏ। ମିଳିତ ଜାତିସଂଘର ସଦସ୍ୟ ରାଷ୍ଟ୍ରମାନଙ୍କୁ ସାରା ବିଶ୍ୱରେ ଅଟିଜିମ୍ ସ୍ପେକ୍ଟ୍ରମ୍ ବ୍ୟାଧି ଥିବା ଲୋକଙ୍କ ବିଷୟରେ ସଚେତନତା ସୃଷ୍ଟି କରିବାକୁ ପଦକ୍ଷେପ ନେବାକୁ ଉତ୍ସାହିତ କରାଯାଏ।
ଆଜି ଯାଏଁ ୨୨୫ଟି ମାମଲାର ତଦନ୍ତ ନେଇ ମାତ୍ର ୪୫ଟିର ଚାର୍ଜସିଟ୍ କରିପାରିଛି କ୍ରାଇମବ୍ରାଞ୍ଚ । ସରକାରୀ ଦଳର ଏଜେଣ୍ଟ ସାଜିଥିବା କ୍ରାଇମବ୍ରାଞ୍ଚ ଅନ୍ୟ ଘଟଣା ଭଳି ଏ ଘଟଣାକୁ ବି ଚପାଇଦେବ ।
ଆୟକରଦାତା ଯଦି କୌଣସି ଟିକସ ବିକଳ୍ପ ଚୟନ ନ କରନ୍ତି, ସେ ନୂଆ ଟିକସ ଢାଞ୍ଚା ବାଛିଛନ୍ତି ବୋଲି ବିବେଚନା କରାଯିବ । ଏହାବ୍ୟତୀତ ବଜେଟ୍ ଘୋଷଣା ଅନୁସାରେ, ସିଗାରେଟ୍, ପାନ ମସଲା ଓ ଅନ୍ୟ ତମାଖୁ ଉତ୍ପାଦ ଉପରେ ଲାଗୁ ହୋଇଛି ବର୍ଦ୍ଧିତ ଆମଦାନୀ ଶୁଳ୍କ ।
କନ୍ଧମାଳର ଫୁଲବାଣୀ ହେଉ କି କୋରାପୁଟର ଜୟପୁର ସବୁଠି ଆମ ମାତୃଭାଷା ଓଡ଼ିଆ ଅବହେଳିତ। ୨୦୧୮ରେ ରାଜ୍ୟ ସରକାର କଡ଼ା ନିୟମ କରିଛନ୍ତି। କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ପ୍ରତି ଦୋକାନର ନାମଫଳକ ଓଡ଼ିଆ ଭାଷାରେ ଲେଖିବା ବାଧ୍ୟତାମୂଳକ। ନିୟମ ନ ମାନିଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି। ହେଲେ ଏଠି ସବୁ ସତେ ଯେମିତି ଧୁଆଁବାଣରେ ପରିଣତ ହୋଇଯାଇଛି।
ଆନ୍ଧ୍ର ଗୋ' ବ୍ୟାକ୍... ଉତ୍କଳ ଦିବସ ଅବସରରେ କୋଟିଆ ଗସ୍ତ କରି ଏହି ନାରା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋରାପୁଟ ଜିଲ୍ଲାର ବହୁ ବିବାଦୀୟ ସୀମାବର୍ତ୍ତି ଗ୍ରାମପୁଞ୍ଜ 'କୋଟିଆ' ଉପରେ, ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଲୋଲୁପ ଦୃଷ୍ଟି ପକାଇଥିବା ବେଳେ; ଆଜି ସେଠାରେ ଆଡ଼ମ୍ବର ସହକାରେ ଉତ୍କଳ ଦିବସ ପାଳିଛନ୍ତି ଧର୍ମେନ୍ଦ୍ର ।
ଫଳରେ ଆପାର୍ଟମେଣ୍ଟ ପଂଜୀକରଣ ଲାଗି ବାଟ ଫିଟିବ ବୋଲି ଯାହା କୁହାଯାଉଥିଲା, ତାହା ପୁଣି ଅଟକି ଯାଇଛି । ସେପଟେ ୬ଦିନ ପୂର୍ବରୁ ବିଧାନସଭା ବନ୍ଦ ହେବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ।
ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରକଳ୍ପର ଅନୁମୋଦନ ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ, ଫାଇଭ୍ ଟି ସଚିବ, ବାଣିଜ୍ୟ ଓ ପରିବହନ ଏବଂ ନଗର ଉନ୍ନୟନ ବିଭାଗର ସଚିବ ମାନେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସ୍ଥିତିର ଅନୁଧ୍ୟାନ କରିଥିଲେ ।
ପ୍ଲେନ୍ଟିରେ ମୋଟ୍ ୯୨ଜଣ ଯାତ୍ରୀ ଯାତ୍ରା କରୁଥିଲେ । LANSA Flight 508ରେ ଜୁଲିୟନଙ୍କ ସହ ତାଙ୍କ ମା’ ମଧ୍ୟ ରହିଥିଲେ । ସେହି ସମୟରେ ନିଜର ବୁଦ୍ଧି ଖଟାଇ ଜୁଲିୟନ ପ୍ଲେନରୁ ତଳକୁ ଡେଇଁପଡ଼ିଥିଲେ ।
ପୂର୍ବରୁ ଉକ୍ତ ଓଲାଗି ବାନର ଦର ୨୦୦ଟଙ୍କା ଥିଲା । ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ସବକମିଟିର ନିଷ୍ପତ୍ତିକ୍ରମେ ଦର ବୃଦ୍ଧି କରାଯାଇଛି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।
ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ର ୧୬ତମ ସଂସ୍କରଣରେ କିଏ ଜିତିବ ମୁକୁଟ? ଏହାକୁ ନେଇ ଏବେ କ୍ରିକେଟ୍ ମହଲରେ ଚର୍ଚ୍ଚା । ଗୁଜରାଟ ଟାଇଟନ୍ସର ମୁକୁଟ ବଜାୟ ରଖିପାରିବେ କି ହାର୍ଦ୍ଦିକ ପାଣ୍ଡ୍ୟା? ପାଞ୍ଚ ଥର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚାରି ଥର ଚାମ୍ପିଅନ୍ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ମିଳିପାରିବ କି ସଫଳତା? ନା ଟୁର୍ଣ୍ଣାମେଣ୍ଟକୁ ଏଥର ମିଳିବ ନୂଆ ଚାମ୍ପିଅନ୍?
ରୋଗୀଙ୍କୁ ଆଡମିଶନ କରାଇ ଆଉ ଏକ ହସପିଟାଲରୁ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା ଜେ. ଏମ୍ . କେୟାର ନର୍ସିଂହୋମ ବିରୋଧରେ ।
ଅନ୍ୟପଟେ ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବ, ବର୍ଷା କମିବା ସହ ଉତ୍ତାପ ବଢିବ ।
ବର୍ତ୍ତମାନ ନୂଆ ଚ୍ୟାଲେଞ୍ଜ ସାମ୍ନାକୁ ଆସିଛି, ଯାହାର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ । ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ପ୍ରତି ସଜାଗ ରହିଛୁ । ଆମ ପାଖରେ ଥିବା ଜ୍ଞାନକୌଶଳକୁ ଆଧୁନିକୀକରଣ କରିଛୁ ।
ଘଟଣାର ତିନି ଦିନ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାହିଁକି ପୋଲିସ୍ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି ନା ପୋଲିସ୍ କର୍ମଚାରୀ ଗୁଳି କରିଥିବା ପୋଲିସ ଜାଣି ମଧ୍ୟ ଘଟଣାକୁ ଚାପିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚାର ବିଷୟ ପାଲଟିଛି ।
SAILରେ ମ୍ୟାନେଜର, ମେଡିକାଲ୍ ଅଫିସର୍, ଆଟେଣ୍ଡାଣ୍ଟ୍ କମ୍ ଟେକ୍ନିସିଆନ ସମେତ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। ପଦବୀ ଅନୁସାରେ ୫୦ ହଜାରରୁ ୨ଲକ୍ଷ ୨୦ ହଜାର ଟଙ୍କା ଦରମା ରହିଛି। ଅନ୍ୟାନ୍ୟ ସୂଚନା ପାଇଁ ପଢନ୍ତୁ…
ବର୍ତ୍ତମାନ ମୋଟ୍ ୪୨% ମହଙ୍ଗା ଭତ୍ତା କର୍ମଚାରୀମାନେ ପାଉଥିବାବେଳେ ଜୁନ୍ ୨୦୨୩ ଯାଏଁ କର୍ମଚାରୀମାନେ ଏହି ବେତନ ପାଇବେ । ପରେ ଜୁଲାଇ ପହିଲାରୁ କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହୋଇପାରେ ।
ପାଠପଢ଼ା ଆରମ୍ଭ ନେଇ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ଦେଇଛନ୍ତି ।
ମଧୁବାଲାଙ୍କ ସୌନ୍ଦର୍ଯ୍ୟ ପ୍ରତି କେବଳ ଦର୍ଶକ ନୁହଁନ୍ତି ଚଳଚ୍ଚିତ୍ର ଦୁନିଆର ଅନେକ କଳାକାର ମଧ୍ୟ ପାଗଳ ହେଉଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଥିଲେ କପୁର ପରିବାରର ସନ୍ତାନ। ମଧୁବାଲାଙ୍କ ସୌନ୍ଦର୍ଯ୍ୟ ଦେଖି କପୁର ପରିବାରର ଏହି ସନ୍ତାନ ଏତେ ପାଗଳ ହୋଇଯାଇଥିଲେ ଯେ ସେ ସଂଳାପ ଭୁଲିଯାଉଥିଲେ।