• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

୧ ଏପ୍ରିଲ୍ ୧୯୩୬ରେ  ଓଡ଼ିଶା ଏକ ଭାଷାଭିତ୍ତିକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା। ଏହିଦିନ ଓଡିଶା ମାଡ୍ରାସ୍ ପ୍ରେସିଡେନ୍ସିରୁ ଅଲଗା ହୋଇ ସ୍ୱତନ୍ତ୍ର ଓଡ଼ିଶା ତିଆରି ହୋଇଥିଲା। ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ।

ଓଡିଶାର ଶେଷ ରାଜା ମୁକୁନ୍ଦଦେବଙ୍କ ପରାଜୟ ଏବଂ ଦେହାନ୍ତ ପରେ ୧୫୬୮ ମସିହାରେ ଏହା ରାଜନୈତିକ ପରିଚୟ ସମ୍ପୂର୍ଣ୍ଣ ହରାଇଥିଲା। ବ୍ରିଟିଶ ଶାସନରୁ ଅଲଗା କରି ଏକ "ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ" ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା। ପ୍ରଥମେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଓଡ଼ିଶାକୁ ସ୍ୱତନ୍ତ୍ର ପ୍ରଦେଶ କରିବାରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଭୂମିକା

ଇସିହାସ:

ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ୧୯୦୩ରେ ମଧୁସୂଦନ ଦାସଙ୍କ ଦ୍ୱାରା ଉତ୍କଳ ସମ୍ମିଳନୀ ଗଠନ ହେଲା। ଏହି ଦିନଠାରୁ ବିପ୍ଳବ ତିନି ଦଶନ୍ଧି ଧରି ଲାଗିରହିଥିଲା ଓ ଏହା ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ମୂଳଦୁଆ ସ୍ଥାପନ କରିଥିଲା। ସାର୍‌ ଅଷ୍ଟିନ୍‌ ହବାକ୍‌ ଓଡ଼ିଶାର ପ୍ରଥମ ରାଜ୍ୟପାଳ ଭାବରେ ଶପଥ ନେଇଥିଲେ। ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା।

୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା। ପ୍ରତି ବର୍ଷ ଏପ୍ରିଲ ପହିଲାକୁ ଉତ୍କଳ ଦିବସ ନାମରେ ପାଳନ କରାଯାଇ ସ୍ୱତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣକରାଯାଏ।

ସଂକ୍ଷେପରେ ଓଡ଼ିଶା:

  • ବୈଦିକ ଓଡ଼ିଶା - କୃଷ୍ଣ ଯଜୁର୍ବେଦ ବୌଧାୟନ କଳ୍ପସୂତ୍ର ଅନୁସାରେ (ଖ୍ରୀପୂ. ଷଷ୍ଠ ଶତାବ୍ଦୀ), ବୈଦିକ ସଭ୍ୟତା ବାହାରେ କଳିଙ୍ଗ ଥିଲା ଭିନ୍ନ ଏକ ସଭ୍ୟତା। ଏହାର ନା ଥିଲା ଆର୍ଯ୍ୟ ବା ଦ୍ରାବିଡ।
  • ପୌରାଣିକ ଓଡ଼ିଶା - ମହାଭାରତ ଅନୁସାରେ, କଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା।
  • କିମ୍ବଦନ୍ତୀରେ ଓଡ଼ିଶା - ଏଠି କଳା ଓ ବାଣିଜ୍ୟର ସଂସ୍କୃତି ପ୍ରଭାବ ବିସ୍ତାର କରିଥିଲା । ଶ୍ରୀଲଙ୍କା, ଜାଭା, ସୁମାତ୍ରା, ବାଲି, ମିଆଁମାର, ଥାଇଲାଣ୍ଡ, କାମ୍ବୋଡ଼ିଆ, ଭିଏତନାମ, ଚୀନ, ଜାପାନ, କୋରିଆ, ମେକ୍ସିକୋ, ଇଜିପ୍ଟ, ଆରବ, ଇରାକ ପ୍ରଭୃତି ସ୍ଥାନରେ କଳିଙ୍ଗ ସହ ନିର୍ମାଣ-କଳା ଓ ବାଣିଜ୍ୟ-ସଂସ୍କୃତି-ଇତିହାସ ଆଦି ସମ୍ବନ୍ଧ ଦେଖିବାକୁ ମିଳିଥାଏ।
  • ୭୯୫ ଖ୍ରୀ.ରେ ସ୍ଥାପନ ହେଲା କେଶରୀ ରାଜବଂଶ। ଯଯାତି କେଶରୀ କଳିଙ୍ଗ, କୋଶଳ ଓ ଉତ୍କଳକୁ ଏକତ୍ର କଲେ। ଯାଜପୁରରେ ରାଜଧାନୀ ସ୍ଥାପନ କଲେ।
  • ୧୦୭୮-୧୪୩୪ ଖ୍ରୀ. - ଅନନ୍ତବର୍ମା ଚୋଳଗଙ୍ଗ ଦେବଙ୍କ ରାଜତ୍ୱ ଆରମ୍ଭ।
  • ୧୦୭୮-୧୧୫୦ ଖ୍ରୀ. - ଚୋଳଗଙ୍ଗ ଦେବଙ୍କ ରାଜୁତି। ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନବୀକରଣ ଆରମ୍ଭ। କଟକ ହେଲା ନୂଆ ରାଜଧାନୀ।
  • ୧୧୭୦-୧୧୯୮ ଖ୍ରୀ. - ଆରମ୍ଭ ହେଲା ଦ୍ୱିତୀୟ ଅନଙ୍ଗଭୀମଦେବଙ୍କ ରାଜତ୍ୱ। ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ।
  • ୧୨୨୯ ଖ୍ରୀ. - ତୃତୀୟ ଅନଙ୍ଗଭୀମଦେବଙ୍କ ଦ୍ୱାରା ବାରବାଟି ଦୁର୍ଗ ନିର୍ମିତ।
  • ୧୨୩୮-୧୨୬୪ ଖ୍ରୀ. - ଲାଙ୍ଗୁଳା ନରସିଂହଦେବଙ୍କ ରାଜତ୍ୱ । କୋଣାର୍କ ସୂର୍ଯ୍ୟ-ମନ୍ଦିର ନିର୍ମିତ
  • ୧୫୬୮ ଖ୍ରୀ. - ବଙ୍ଗର ମୁସଲିମ ଶାସକ ସୁଲେମାନ କରାଣୀ ତଥା ତାଙ୍କ ସେନାପତି 'କଳାପାହାଡ଼'ଦ୍ୱାରା ଓଡ଼ିଶା ଅଧିକୃତ।
  • ୧୫୭୬ ଖ୍ରୀ. - ମୋଗଲମାନଙ୍କର ଓଡ଼ିଶା ଅଧିକାର।
  • ୧୭୫୧ ଖ୍ରୀ. - ମରହଟ୍ଟାମାନଙ୍କର ଓଡ଼ିଶା ଅଧିକାର।
  • ୧୮୦୩ ଖ୍ରୀ. - ବ୍ରିଟିଶମାନଙ୍କର ଓଡ଼ିଶା ଅଧିକାର।
  • ୧୯୧୨ ଖ୍ରୀ. - ବିହାର-ଓଡ଼ିଶା ବଙ୍ଗରୁ ଅଲଗା ପ୍ରାନ୍ତ ଭାବେ ଗଠିତ।
  • ୧୯୪୮ ଖ୍ରୀ. - ଭୁବନେଶ୍ୱର ନୂଆ ରାଜଧାନୀ (ଅପ୍ରେଲ ୧୩)।
  • ୧୯୫୦ ଖ୍ରୀ. - ସ୍ୱାଧୀନ ଭାରତରେ ଏକ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା-ପ୍ରାପ୍ତ।