Advertisment

୧୦୩ ଜରକୁ ଖାତିର ନ କରି ଗୀତ ପାଇଁ ବର୍ଷାରେ ଭିଜିଥିଲେ ଏହି ମହିଳା ସୁପର୍‌ଷ୍ଟାର୍‌

ନିଜ କାମ ପାଇଁ ଶ୍ରୀଦେବୀ ସବୁବେଳେ ଦାୟିତ୍ୱବାନ ଥିଲେ। ବାସ୍ତବ ଜୀବନରେ ସେ ଯେତେ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହୋଇଥିଲେ ବି ରିଲ୍ ଲାଇଫ୍‌ରେ ସେ ସମସ୍ୟାଗୁଡ଼ିକୁ ନିଜ କାମରେ ଆସିବାକୁ ଦେଇ ନଥିଲେ। ୧୦୩ ଜରକୁ ବି ଖାତିର ନ କରି ଗୀତ ପାଇଁ ବର୍ଷାରେ ଭିଜିଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Sridevi Shooting In Rain For This Song Suffering From 103 Degree Fever

Sridevi shooting in rain for this song suffering from 103 degree fever

ଭାରତୀୟ ସିନେମାର ପ୍ରଥମ ମହିଳା ସୁପର୍‌ଷ୍ଟାର ଶ୍ରୀଦେବୀ ଆଜି ଏ ଦୁନିଆରେ ନାହାନ୍ତି ସତ କିନ୍ତୁ ସେ କରିଥିବା ଚଳଚ୍ଚିତ୍ର ଏବଂ ସେ ଅଭିନୟ କରିଥିବା ଚରିତ୍ରକୁ ଲୋକମାନେ କେବେ ବି ଭୁଲିବେ ନାହିଁ। ସେ ନିଜ କାମ ପାଇଁ ସବୁବେଳେ ଦାୟିତ୍ୱବାନ ଥିଲେ। ବାସ୍ତବ ଜୀବନରେ ସେ ଯେତେ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହୋଇଥିଲେ ବି ରିଲ୍ ଲାଇଫ୍‌ରେ ସେ ସମସ୍ୟାଗୁଡ଼ିକୁ ନିଜ କାମରେ ଆସିବାକୁ ଦେଇ ନଥିଲେ।

Advertisment

ଶ୍ରୀଦେବୀ ତାଙ୍କ କାମକୁ ନେଇ କେତେ ସକ୍ରିୟ ଥିଲେ, ତାଙ୍କ ସହ କାମ କରିଥିବା ପ୍ରତ୍ୟେକ ବ୍ୟକ୍ତି ସେ ବିଷୟରେ କୁହନ୍ତି। ତାଙ୍କୁ ଖାଲି ଖାଲିରେ ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର କୁହାଯାଉ ନଥିଲା। ତାଙ୍କୁ ଏନେଇ ଅନେକ ପରିଶ୍ରମ ମଧ୍ୟ କରିବାକୁ ପଡିଛି। ତାଙ୍କ ଜୀବନରେ ଯେତେ ଦୁଃଖ କଷ୍ଟ ଆସୁ ନା କାହିଁକି ସେ କେବେ ବି ନିଜ କାମକୁ ବନ୍ଦ କରିବାକୁ ଦେଉ ନଥିଲେ। ଲୋକମାନେ ସେଟ୍‌ରେ ତାଙ୍କର ଏଭଳି କାମ ପ୍ରତି ଭଲପାଇବା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ। ତେବେ ଆସନ୍ତୁ ତାଙ୍କ ସହ ଜଡିତ କିଛି କାହାଣୀ ଉପରେ ନଜର ପକେଇ ନେବା।

ଅଧିକ ପଢ଼ନ୍ତୁ: ରୂପର ରାଣୀ ଶ୍ରୀଦେବୀଙ୍କ ସୌନ୍ଦର୍ଯ୍ୟର ଉପମା ନାହିଁ

ଅଭିନୟ ପ୍ରତି ତାଙ୍କର ଆଗ୍ରହ ମଧ୍ୟ ତାଙ୍କ ବ୍ୟକ୍ତିଗତ କାମରେ ମଧ୍ୟ ଦୃଶ୍ୟମାନ ହେଉଥିଲା। ଅଭିନେତ୍ରୀଙ୍କ ମିଷ୍ଟର ଇଣ୍ଡିଆ, ଚାନ୍ଦନୀ, ଚାଲବାଜ ଏବଂ ଖୁଦା ଗବାହ ଭଳି ଅନେକ ଚଳଚ୍ଚିତ୍ର ଅଛି ଯେଉଁଥିରେ ସେଟ୍‌ରେ ତାଙ୍କୁ ନେଇ ଅନେକ ସ୍ମୃତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଆଜି ଆମେ ଆପଣଙ୍କୁ ଏପରି ଏକ ଆଶ୍ଚର୍ଯ୍ୟଜନକ କାହାଣୀ କହୁଛୁ ଆସନ୍ତୁ ଜାଣିବା।

Advertisment

ସରୋଜ ଖାନ ତାଙ୍କର ଏକ ସାକ୍ଷାତକାରରେ ଶ୍ରୀଦେବୀଙ୍କ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିଛନ୍ତି। ସେଥିମଧ୍ୟରୁ ଗୋଟିଏ ହେଲା ତାଙ୍କ ଚଳଚ୍ଚିତ୍ର ‘ଚାଲବାଜ୍’ ସମୟର ଏକ କାହାଣୀ। ୧୯୮୯ ମସିହାରେ ଶ୍ରୀଦେବୀ, ରଜନୀକାନ୍ତ ଏବଂ ସନି ଦେଓଲଙ୍କ ଫିଲ୍ମ ‘ଚାଲବାଜ୍’ର ସୁଟିଂ ଚାଲିଥିଲା। ଏହି ଚଳଚ୍ଚିତ୍ରର ଅନେକ ଗୀତ ସେହି ସମୟରେ ଧମାଲ ମଚେଇଥିଲା। ଏଥିରେ ଶ୍ରୀଦେବୀଙ୍କୁ ନେଇ ଏପରି ଏକ ଲୋକପ୍ରିୟ ଗୀତ ହେଲା 'କିସି କେ ହାଥ ନା ଆଏଗି ୟେ ଲଡକି'।

ସରୋଜ ଖାନ ତାଙ୍କ ସାକ୍ଷାତକାରରେ କହିଥିଲେ ଯେ ଏହି ଗୀତ ବେଳେ ଶ୍ରୀଦେବୀଙ୍କୁ ୧୦୩ ଡିଗ୍ରୀ ଜ୍ୱର ହୋଇଥିଲା। ଏହି ଗୀତଟି ବର୍ଷାରେ ସୁଟିଂ କରାଯାଉଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ଦେହ ତାତିରେ ଖଇ ଫୁଟୁଥିଲେ ବି ଶ୍ରୀଦେବୀ ଏହି ଗୀତକୁ ବର୍ଷାରେ ବି ସୁଟ୍ କରିଥିଲେ। ସେଟରେ ନିର୍ମାତା ମଧ୍ୟ ଖୁବ୍‌ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ଶ୍ରୀଦେବୀ ଏହି ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀର ଫିଲ୍ମଫେୟାର ପୁରସ୍କାର ପାଇଥିଲେ।

ସେ ସମୟରେ ଶ୍ରୀଦେବୀଙ୍କୁ ଲେଡି ଅମିତାଭ ବଚ୍ଚନ ମଧ୍ୟ କୁହାଯାଉଥିଲା। ତାଙ୍କ ଅଭିନୟ କ୍ୟାରିୟରରେ ସେ ଏପରି ଅନେକ ଚଳଚ୍ଚିତ୍ର ଏବଂ ଗୀତ କରିଛନ୍ତି ଯାହା ତାଙ୍କୁ ସୁପର୍‌ଷ୍ଟାର୍‌ କରିପାରିଛି। ଶ୍ରୀଦେବୀ ମାତ୍ର ଚାରି ବର୍ଷ ବୟସରେ ତାମିଲ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଅଭିନୟ ସହିତ ଶ୍ରୀଦେବୀ ମଧ୍ୟ ତାଙ୍କ ନୃତ୍ୟ ପାଇଁ ବହୁତ ଲୋକପ୍ରିୟ ଥିଲେ। ତାଙ୍କ ଅଭିନୟକୁ ଦେଖି ନିର୍ମାତା ବୋନି କପୁର ଫିଦା ହୋଇଯାଇଥିଲେ ଏବଂ ତାଙ୍କୁ ବିବାହ କରିଥିଲେ।

ଶ୍ରୀଦେବୀଙ୍କ ପୂରା ନାଁ ଥିଲା ଶ୍ରୀ ଅମ୍ମା ୟଙ୍ଗର ଆୟାପନ୍। ପାଞ୍ଚ ଦଶନ୍ଧି ଧରି ତାଙ୍କ କ୍ୟାରିଅରରେ ଶ୍ରୀଦେବୀ ପ୍ରାୟ ୨୦୦ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଶ୍ରୀଦେବୀଙ୍କ ଚଳଚ୍ଚିତ୍ର ମଧ୍ୟରେ 'ଚାନ୍ଦନୀ', 'ନାଗିନ୍‌', 'ଜୁଦାଇ', 'ହିର୍‌-ରଞ୍ଜା', 'ଖୁଦା ଗାବାହ', 'ଚାଲବାଜ', 'ମିଷ୍ଟର୍ ଇଣ୍ଡିଆ' ଭଳି ଚଳଚ୍ଚିତ୍ର ରହିଛି ଯାହା ସବୁବେଳେ ସ୍ମରଣୀୟ। ଏହାକୁ ଲୋକେ କେବେ ବି ଭୁଲି ପାରିବେ ନାହିଁ।

Sridevi Bollywood
Advertisment
Advertisment