ବିନା ସ୍ୱାର୍ଥରେ ନିଜର ସବୁକିଛି ପିଲାଙ୍କ ପାଇଁ ସମର୍ପି ଦେଉଥିବା ବାପାମାଆକୁ କିନ୍ତୁ ପିଲାମାନେ ପାଣି ଗିଲାସଟେ ବି ଯାଚୁ ନାହାନ୍ତି । ଏମିତିକି ହାତ ଉଠେଇବାକୁ ବି ପଛାଉନାହାନ୍ତି । ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଇଲେ ନାହିଁ ପିତାମାତା । ମରିବା ପୂର୍ବରୁ ଲେଖିଗଲେ ସୁଇସାଇଡ୍ ନୋଟ୍ ।
ଜେଣେ ବ୍ୟକ୍ତି ଅଫିସ୍ରୁ ଏତ ଥର ବ୍ରେକ୍ ନେଇଛନ୍ତି ଯେ, ଅଫିସ୍ କର୍ତ୍ତୃପକ୍ଷ ଦେଖି ତାଟକା ।
ନାନୀଙ୍କ ଫିଲ୍ମ 'ଦସରା' ବକ୍ସ ଅଫିସ୍ରେ କମାଲ୍ କରିଛି ଆଉ ତାଙ୍କ କ୍ୟାରିୟରର ସବୁଠୁ ବଡ ଓପନିଂ ଫିଲ୍ମ ପାଲଟିଯାଇଛି। ପ୍ରଥମ ଦିନରେ ଭାରତର ସମସ୍ତ ଭାଷାରେ ପ୍ରାୟ ୧୭ କୋଟି ଟଙ୍କା ରୋଜଗାର କରିଛି। ‘ଭୋଲା’ର ପ୍ରାରମ୍ଭିକ ବକ୍ସ ଅଫିସ୍ ରୋଜଗାର ପ୍ରାୟ ୧୧.୨୦ କୋଟି ହୋଇଛି।
ଆସନ୍ତାକାଲିଠୁ ଅର୍ଥାତ୍ ଏପ୍ରିଲ ୧ରୁ କିଛି ନୂଆ ନିୟମ ଲାଗୁ ହେବାକୁ ଥିବା ବେଳେ ଆଉ କିଛି ଜିନିଷରେ ପରିବର୍ତ୍ତନ ହେବାକୁ ଯାଉଛି। ଯଦ୍ୱାରା ଜନତାଙ୍କ ଉପରେ ସିଧାସଳଖ ଏହାର ପ୍ରଭାବ ପଡ଼ିବ ବୋଲି ଜଣାପଡ଼ିଛି।
ଦୁଃଖ ଓ ପରିତାପର ବିଷୟ ହେଲା ଅଞ୍ଚଳରେ ନେଟୱର୍କ ସୁବିଧା ନ ଥିବାରୁ ନିଇତି ଛଣବଣିଆ ଗାଁ ଠାରୁ ଏକ କିମି ପାହାଡ ଚଢ଼ି ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଲୋକଙ୍କୁ ସେବା ଯୋଗାଉଛନ୍ତି । ଗଛରେ ମିଶନ ଶକ୍ତିର ବ୍ୟାନର ବନ୍ଧା ହୋଇଛି, ଆଉ ଗଛ ଡ଼ାଳରେ ୱାଇଫାଇ ଟଙ୍ଗା ହୋଇଛି । ମୋବାଇଲରେ ନେଟୱର୍କ କନେକ୍ସନ୍ କରି ଲୋକଙ୍କୁ ସେବା ଯୋଗାଉଛନ୍ତି ବ୍ୟାଙ୍କ୍ ସଖି ।
ଶିକ୍ଷିତ ଯୁବକ, ଯେଉଁମାନେ କି ବେକାର ସେମାନଙ୍କ ପାଇଁ ବେକାରୀ ଭତ୍ତା ଘୋଷଣା ହୋଇଛି। ମାସକୁ ଅଢ଼େଇ ହଜାର ଟଙ୍କା ପ୍ରଦାନ ଲାଗି ଛତିଶଗଡ଼ ସରକାର ଘୋଷଣା କରିଛନ୍ତି।
ପାକିସ୍ତାନରେ ଅଟା ପାଇଁ ହାହାକାର । ହୋସ୍ ଉଡ଼ାଉଛି ଆକାଶଛୁଆଁ ଅଟା ଦର । ରୁଟି ଖଣ୍ଡେ ପାଇଁ ଡହଳବିକଳ ଗରିବଗୁରୁବା । ପାକିସ୍ତାନରେ ୨୦ କେଜିଆ ଅଟା ପ୍ୟାକେଟ୍ ଦାମ୍ ଏବେ ୩ ହଜାର ଟଙ୍କା ଥିବା ସୂଚନା ମିଳିଛି ।
ମଶାଧୂପ ଲଗାଇ ରାତିରେ ଶୋଉଛନ୍ତି କି ? କାହିଁକି ନା କେତେବେଳେ ବି ଆପଣଙ୍କ ଜୀବନ ନେଇପାରେ ମଶାଧୂପ । ମଶାଧୂପ ଲଗାଇ ରାତିରେ ଶୋଇଥିବା ବେଳେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି।
ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୯୫ ଜଣ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ୩୦୧୬ ଥିଲା ।
ମସିହା ୨୦୧୮, ସ୍ଥାନ- ଭଦ୍ରକର ଛେଡାକ ଗାଁ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଁର ତିନିଜଣ ଯୁବକ ଦେବେନ୍ଦ୍ର ଦାସଙ୍କ ସାନ ଝିଅକୁ ପେଟ୍ରୋଲ ଢ଼ାଳି ମାରି ଦେଇଥିଲେ । ଆଖି ସାମ୍ନାରେ ଝିଅର ମୃତ୍ୟୁକୁ ବିରୋଧ କରିବା ସହିତ ଥାନାରେ ଏନେଇ କେସ୍ କରିଥିଲେ ମାଆ ଟୁନି ଦାସ୍ । ତେବେ ଥାନାରେ ମାମଲା ଦାୟର କରିବାରୁ ଗତ ୨୩ /୦୨/୨୩ ତାରିଖରେ ଟୁନିଙ୍କୁ ଉଠାଇ ନେଇଥିଲେ ଦୁର୍ବୃତ୍ତ । ଖାଲି ଉଠାଇ ଥିଲେ ତାହା ନୁହେଁ ବରଂ ତାଙ୍କୁ ଦୁଷ୍କର୍ମ କରିବା ସହିତ ପୋଡ଼ି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ବଡ଼ ଝିଅ ସସ୍ମିତା ଓ ବାପା ଦେବେନ୍ଦ୍ର ।
ଛାତରୁ ତଳକୁ ପଡ଼ି ଆଖି ବୁଜିଲେ ମେଡିକାଲ ଛାତ୍ର। ଏପରି ଏକ ଅଭାବନୀୟ ଘଟଣା ଗତ ରାତିରେ ବାଲେଶ୍ୱର ଜିଲ୍ଲା ଫକୀରମୋହନ ମେଡିକାଲ କଲେଜରେ ଘଟିଛି।
କମିଶନରେଟ ପୋଲିସ୍ କବ୍ଜାରେ ରାଜଧାନୀର ଦୁର୍ଦ୍ଦାନ୍ତ ‘ବାଉନ୍ସର ଗ୍ୟାଙ୍ଗ’। ବଳିଷ୍ଠ ଚେହେରା ସାଙ୍ଗକୁ ଦେହରେ ଟାଟୁ କରିଥିବା ଏହି ଯୁବକମାନେ ବିବାଦୀୟ ଜମି ଅକ୍ତିଆର କରାଇବାକୁ ନେଉଥିଲେ ସୁପାରୀ।
ଆଇପିଏଲର ଚଳିତ ସିଜିନରେ ୧୦ଟି ଟିମ୍ ଭାଗ ନେଉଛନ୍ତି । ଆଜିର ପ୍ରଥମ ମ୍ୟାଚ ପୂର୍ବରୁ ରଂଗାରଂଗ ଉଦଘାଟନୀ ସମାରୋହ ଦେଖିବାକୁ ମିଳିବ ।
୧୦ ବର୍ଷ ପୂର୍ବେ ମହାନଦୀରେ ବୁଡ଼ି ବଡ଼ ଭାଇର ଯେମିତି ଜୀବନ ଚାଲି ଯାଇଥିଲା, ସେମିତି ଗାଁ ପୋଖରୀରେ ବୁଡ଼ି ୧୨ ବର୍ଷର ସାନ ଭାଇର ଅକାଳ ବିୟୋଗ ହୋଇଛି।
ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ । ସେହିପରି ବିଦେଶୀ ଠିପି ବନ୍ଦ ମଦ ଦୋକାନ ଲାଇସେନ୍ସ ପାଇଁ ଆପ୍ଲିକେସନ୍ ଫି’ ମଧ୍ୟ ବୃଦ୍ଧି ପାଇଛି।
ଆଜି ବି ଜଣେ ମହିଳା ବସୁଧା ଯୋଜନାରେ ପାଣି ନପାଇ ସରପଞ୍ଚଙ୍କୁ ଗୁହାରି କରିବାକୁ ଆସିଛନ୍ତି। ପଂଚାୟତର ଦକ୍ଷିଣ କୁଅଁରପୁର ଗ୍ରାମର ରମାମଣି ବେହେରାଙ୍କ ଅବିଯୋଗ ଶୁଣିଲେ ଆପଣ ବି ବ୍ୟସ୍ତ ହୋଇପଡ଼ିବେ । କାରଣ ତାଙ୍କ ଗାଁକୁ ବସୁଧା ଯୋଜନାରେ ଘରକୁ ଟ୍ୟାପ ସଂଯୋଗ ଥାଇ ବି ପାଣି ଆସୁନାହିଁ । ପାନୀୟଜଳ ଅସୁବିଧା ପାଇଁ ସରପଞ୍ଚଙ୍କୁ କହିଛନ୍ତି ହେଲେ ସୁଫଳ ମିଳୁନି ।
ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୩୧ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଭୁବନେଶ୍ୱର ଦୟା ନଦୀରେ ଭାସି ନିଖୋଜ ନାବାଳକର ମୃତଦେହ ଉଦ୍ଧାର ହୋଇଛି। ଗତକାଲି ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ନିକଟରେ ସେ ଭାସି ଯାଇଥିଲେ।
ସମ୍ବଲପୁର ଜିଲ୍ଲା ଶାସନ କେନାଲ ନିକଟରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। କେନାଲକୁ ବୋଲେରୋ ଖସି ପଡ଼ିବା ଯୋଗୁ ୭ ଜଣଙ୍କ ମୃତ୍ୟୁ।
ଏହି ଉତ୍ସବରେ ବିମଣ୍ଡିତ କାର୍ଯ୍ୟଧାରାକୁ ସମସ୍ତ ସାଧୁ ସନ୍ଥ ଓ ସମାଜ ସେବୀ ଏବଂ ସମାଜ ଶୁଦ୍ଧାରକ ଭୂରି ଭୂରି ପ୍ରଶଂସା କରିଥିଲେ ଓ ଆଶୀବାଣୀର ସ୍ରୋତ, ବେଦ ପାଠରେ କମ୍ପିଥିଲା ପୂରା ଏରିଆ
ପିତାଙ୍କ ଦେହାନ୍ତ ପରେ ଭାଙ୍ଗି ପଡ଼ିଥିଲେ ସ୍ପନ୍ଦନା । ଏପରିକି ଆତ୍ମହତ୍ୟା କରିବାକୁ ମଧ୍ୟ ମନ ବଳାଇଥିଲେ । କିନ୍ତୁ ରାହୁଲ ଗାନ୍ଧୀଙ୍କ ସମର୍ଥନ କାରଣରୁ ସେ ନିଜ ମନୋବଳକୁ ଦୃଢ଼ କରିପାରିଥିଲେ ।
ଧର୍ମର ପ୍ରତୀକ, ଏକତାର ଆଦର୍ଶ, ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ । ପବିତ୍ର ରାମ ନବମୀରେ ରାମ ମୟ ଚତୁର୍ଦ୍ଦିଗ । ରାମ ନାମ ଧ୍ୱନିରେ କମ୍ପୁଛି ମନ୍ଦିର ।