• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପରକୀୟାପ୍ରୀତିର କରୁଣ ପରିଣତି । ଘରକୁ ଫେରି ଦେଖିଲା ବେଳକୁ ସ୍ତ୍ରୀ କାହା ସାଙ୍ଗରେ ଫୋନ୍‌ରେ କଥା ହେଉଥିଲା  । ବାସ୍‌ ଏତିକିରେ ମୁଣ୍ଡକୁ ଚଢିଗଲା ପୀତ । ଖାଲି ପୀତ ଚଢିଲା ତାହା ନୁହେଁ ବରଂ ରାଗ ଜର୍ଜରିତ ହୋଇ ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ କଲା ଆକ୍ରମଣ । ସ୍ତ୍ରୀକୁ ଆକ୍ରମଣ କରିବା ପରେ ନିଜେ ବି ବିଷ ପିଇଦେଲା ସ୍ୱାମୀ । ଏମିତି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଧାମରା ଥାନା ଝାଡ଼କଟା ଗାଁରେ । ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ୍‌ ଚର୍ଚ୍ଚା ଚାଲିଛି ।

ଅଧିକ ପଢ଼ନ୍ତୁ: ମୋବାଇଲ୍ ଦେଲେନି ବୋଲି କ’ଣ ସ୍ୱାମୀକୁ ହାଣିଦେଲା ସ୍ତ୍ରୀ..! ନା ରହିଛି ଅନ୍ୟ କିଛି କାରଣ ?

ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ଭୁଜାଲିରେ ହାଣିବା ପରେ ସ୍ୱାମୀ ପିଇଲା ବିଷ । ଝାଡ଼କଟା ଗାଁର ପର୍ଶୁରାମ ନିଜ କାମରେ ଘରୁ ବାହାରକୁ ଯାଇଥିଲେ । ଆସିଲା ବେଳକୁ ଦେଖିଥିଲେ ସ୍ତ୍ରୀ କାହା ସହ ଫୋନରେ କଥାହେଉଛନ୍ତି । ଏହାକୁ ବିରୋଧ କରିବା ସହିତ ସ୍ତ୍ରୀ ପାର୍ବତୀଙ୍କ ମୁଣ୍ଡ ଓ ପେଟକୁ ଗଭୀର ଭାବରେ ଆଘାତ ଦେଇଥିଲେ । ଆକ୍ରମଣରେ ସ୍ତ୍ରୀ ଗୁରୁତର ହେବା ପରେ ପର୍ଶୁରାମ ନିଜେ ବିଷ ପିଇଦେଇଥିଲେ । ଏମିତି ଘଟଣା ସମ୍ପର୍କରେ ଗାଁ ଲୋକେ ଖବର ପାଇବା ପରେ ତୁରନ୍ତ ସ୍ୱାମୀ-ସ୍ତ୍ରୀଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ପର୍ଶୁରାମଙ୍କର ମୃତ୍ୟୁ ହୋଇଥିବା ବେଳେ ପାର୍ବତୀଙ୍କୁ କଟକ ରେଫର କରିଛନ୍ତି ଡାକ୍ତର । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସାଧାରଣ ସନ୍ଦେହକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଏମିତି କଳି ହେଲା ଯେ ସ୍ୱାମୀର ଜୀବନ ଗଲା । ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ସ୍ତ୍ରୀ । ସେପଟେ ପୂରା ଘଟଣା ଲାଗି ପାର୍ବତୀ ହିଁ ଦାୟୀ ବୋଲି କହିଛନ୍ତି ପର୍ଶୁରାମଙ୍କ ଭାଇ । କହିଛନ୍ତି, ତାଙ୍କର କୁଆଡ଼େ ପରକୀୟାପ୍ରୀତି ସମ୍ପର୍କ ଥିବାରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ ହେଉଥିଲା । ଶେଷରେ ଭାଇର ଜୀବନ ଗଲା ।  ଜାଣିଆଶ୍ଚର୍ଯ୍ୟ ହେବେ କି, ପୂରା ଘଟଣାକୁ ନେଇ ପୋଲିସ ପାଖରେ କୌଣସି ଅଭିଯୋଗ ହୋଇନାହିଁ । ହେଲେ ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ପୋଲିସ ତଦନ୍ତ କରୁଛି...

(ଚାନ୍ଦବାଲିରୁ ବାସୁଦେବ ଦାସଙ୍କ ରିପୋର୍ଟ)