Advertisment

April Fool Day: ଏପ୍ରିଲ୍ ଫୁଲ୍ ଦିବସ ଏହି ଦେଶରୁ ହୋଇଥିଲା ଆରମ୍ଭ; ଜାଣନ୍ତୁ କାରଣ…

ଆଜି ଥଟ୍ଟା ପରିହାସର ଦିନ, ଏପ୍ରିଲ୍ ଫୁଲ୍‌ର ଦିନ। ଅନ୍ୟକୁ ବୋକା ବନେଇ ମଜ୍ଜା ନେବାର ଦିନ। ସାଙ୍ଗ ସାଥୀ ହୁଅନ୍ତୁ ବା କେହି ଅନ୍ତରଙ୍ଗ ଲୋକଙ୍କୁ ମିଛ କହି ବୋକା କଲା ପରେ ଚିଲ୍ଲେଇକି ଏପ୍ରିଲ୍ ଫୁଲ୍ କହିବାର ମଜ୍ଜା ନିଆରା। ତେବେ ଏହି ଦିନ କେବେଠାରୁ ଆରମ୍ଭ ହେଲା ଓ କେଉଁଠି ପ୍ରଥମ ପାଳନ ହେଲା ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
History Of April Fool Day

History why we celebrate april fool day

ଭାରତୀୟ କ୍ୟାଲେଣ୍ଡରରେ ପ୍ରତ୍ୟେକ ଦିନ କିଛି ନା କିଛି ଉତ୍ସବ ଓ ମହୋତ୍ସବ ଥାଏ। କିନ୍ତୁ ଏସବୁ ମଧ୍ୟରେ ଏମିତି କିଛି ଦିନ ଥାଏ ଯାହା ସ୍ୱତନ୍ତ୍ର ହୋଇଥାଏ। ଏହି ବିଶେଷ ଦିନଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି 'ଏପ୍ରିଲ୍ ଫୁଲ୍ ଦିବସ'। ଏହି ଦିନଟି ନିଜ ସାଙ୍ଗମାନଙ୍କ ସହିତ ମଜାମସ୍ତି କରାଯାଏ। ଏହି ଦିନ ଲୋକମାନେ ବନ୍ଧୁ, ଘନିଷ୍ଠବ୍ୟକ୍ତି ଏବଂ ପରିବାର ସଦସ୍ୟଙ୍କୁ ବୋକା ବନାନ୍ତି। ଥଟ୍ଟା-ପରିହାସ କରି ଲୋଲେ ‘ଏପ୍ରିଲ୍ ଫୁଲ୍’ କହି ଚିଲ୍ଲେଇବାର ଦେଖାଯାଏ।

Advertisment

ସମଗ୍ର ବିଶ୍ୱରେ ଏପ୍ରିଲ୍ ୧କୁ ‘ଏପ୍ରିଲ୍ ଫୁଲ୍ ଦିବସ’ ଭାବେ ପାଳନ କରାଯାଏ। ପ୍ରଥମରୁ ଫ୍ରାନ୍ସ ଏବଂ ଅନ୍ୟ ୟୁରୋପୀୟ ଦେଶଗୁଡିକରେ ଏହି ଦିନ ପାଳନ କରାଯାଉଥିଲା, କିନ୍ତୁ ଧୀରେ ଧୀରେ ଅନ୍ୟ ଦେଶମାନେ ମଧ୍ୟ ଏହି ଦିନ ପାଳନ କରିବାକୁ ଲାଗିଲେ। ଏହି ଦିନ ପରସ୍ପର ସହିତ ଥଟ୍ଟାମଜା କରି ପାଳନ କରାଯାଏ। ସମସ୍ତେ ପରସ୍ପରକୁ ବୋକା ବନାଇବାକୁ ବାହାନା ଖୋଜନ୍ତି ଆଉ ବୋକା କରି ଭାରି ଖୁସି ହେଉଥିବା ଦେଖିବାକୁ ମିଳେ।

ଅଧିକ ପଢ଼ନ୍ତୁ: କେବେ ଆରମ୍ଭ ହେଲା ଏପ୍ରିଲ ଫୁଲ୍‌ ? କାହିଁକି ଓ କିଏ ପ୍ରଥମେ ଲୋକଙ୍କୁ ବନେଇଥିଲେ ବୋକା..?

Advertisment

ଏହି ଦିନ କିଛି ଲୋକ ଫୋନରେ ମେସେଜ୍ କରି ଅନ୍ୟକୁ ବୋକା ବନେଇବାକୁ ମଧ୍ୟ ଚେଷ୍ଟା କରନ୍ତି। ତେବେ ବିଭିନ୍ନ ଦେଶ ନିଜ ନିଜ ଉପାୟରେ ଏହି ଦିନଟିକୁ ପାଳନ କରନ୍ତି। ତେବେ ଏହି ଦିନ କାହିଁକି ପାଳନ କରାଯାଏ, ଆସନ୍ତୁ ଜାଣିବା ଏହାର ବିଭିନ୍ନ କାରଣ-

କିପରି ହେଲା ଆରମ୍ଭ:

ଏପ୍ରିଲ୍ ୧ରେ ‘ଏପ୍ରିଲ୍ ଫୁଲ୍ ଦିବସ’ କାହିଁକି ପାଳନ କରାଯାଏ ତାହାର ସେମିତି କୌଣସି ପ୍ରମାଣ ନାହିଁ। ଏହା ପଛରେ କିନ୍ତୁ ଅନେକ କାହାଣୀ ଅଛି।

ଗୋଟିଏ କାହାଣୀ ଅନୁଯାୟୀ, ଏହା ୧୩୮୧ ମସିହାରେ ଆରମ୍ଭ ହୋଇଥିଲା। କୁହାଯାଏ ଯେ ସେତେବେଳେ ରାଜା ରିଚାର୍ଡ ବିଜୟ ଲାଭ କରିଥିଲେ ଏବଂ ବୋହେମିଆର ରାଣୀ ଏନୀ ୩୨ ମାର୍ଚ୍ଚ ୧୩୮୧ରେ ତାଙ୍କୁ ବିବାହ କରିବାକୁ ଘୋଷଣା କରିଥିଲେ।

ଏହି ଖବର ଶୁଣି ଜନସାଧାରଣ ଖୁସି ହୋଇଗଲେ। କିନ୍ତୁ ଯେତେବେଳେ ୩୧ ମାର୍ଚ୍ଚ ୧୩୮୧ ଆସିଲା, ସେତେବେଳେ ଲୋକମାନଙ୍କ ମୁଣ୍ଡରେ ଚେତା ପଶିଲା ଯେ କ୍ୟାଲେଣ୍ଡର୍‌ରେ ମାର୍ଚ୍ଚ ୩୨ କେବେ ଆସେ ନାହିଁ। ଏହା ପରେ ସେମାନେ ବୁଝିଗଲେ ଯେ ସେମାନଙ୍କୁ ବୋକା କରାଯାଇଛି। ସେତେବେଳେ ୩୨ ମାର୍ଚ୍ଚ ଅର୍ଥାତ୍ ୧ ଏପ୍ରିଲ୍‌କୁ ‘ବୋକା ଦିବସ’ ଭାବରେ ପାଳନ କରାଯାଉଥିଲା।

ଅନ୍ୟ କିଛି କାହାଣୀକୁ ଯଦି ବିଶ୍ୱାସ କରାଯାଏ ତେବେ ୧୩୯୨ରେ ଏହି ଦିବସ ଆରମ୍ଭ ହୋଇଥିଲା। କିଛି କାହାଣୀ ଅନୁଯାୟୀ, ‘ଏପ୍ରିଲ୍ ଫୁଲ୍ ଦିବସ’ ପାଳନ କରିବାର ଅଭ୍ୟାସ ୧୫୮୨ରେ ଯେତେବେଳେ ପୋପ୍ ଚାର୍ଲ୍ସ ରୋମାନ୍ କ୍ୟାଲେଣ୍ଡର ଆରମ୍ଭ କରିଥିଲେ, ସେତେବେଳେ ଫ୍ରାନ୍ସରେ ଏହା ଆରମ୍ଭ ହୋଇଥିଲା। ତେବେ ଊନବିଂଶ ଶତାବ୍ଦୀ ସୁଦ୍ଧା, ‘ଏପ୍ରିଲ୍ ଫୁଲ୍ ଦିବସ’ ପାଳନ କରିବାର ଅଭ୍ୟାସ ବହୁତ ଲୋକପ୍ରିୟ ହୋଇଥିଲା। ଏହା ପରେ, ଏହି ଦିବସକୁ ଉତ୍ସାହର ସହିତ ପାଳନ କରାଯିବା ଆରମ୍ଭ ହେଲା।

କେଉଁଠି କେମିତି:

ସାରା ବିଶ୍ୱରେ ‘ଏପ୍ରିଲ୍ ଫୁଲ୍ ଦିବସ’କୁ ବିଭିନ୍ନ ଉପାୟରେ ପାଳନ କରାଯାଏ। ଏହି ଦିବସ ଏପ୍ରିଲ୍ ୧ ରେ ସାରା ବିଶ୍ୱରେ ପାଳିତ ହୁଏ। ଏହା ପୂର୍ବରୁ ଫ୍ରାନ୍ସ ଏବଂ ଅନ୍ୟ ୟୁରୋପୀୟ ଦେଶଗୁଡିକରେ ଏହି ଦିନ ପାଳନ କରାଯାଉଥିଲା, କିନ୍ତୁ ଧୀରେ ଧୀରେ ଅନ୍ୟ ଦେଶ ମଧ୍ୟ ଉତ୍ସବ ପାଳନ କରିବା ଆରମ୍ଭ କଲେ। ନ୍ୟୁଜିଲ୍ୟାଣ୍ଡ୍‌, ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଆଫ୍ରିକୀୟ ଦେଶରେ ଏହି ଦିବସକୁ କେବଳ ୧୨ଟା ପର୍ଯ୍ୟନ୍ତ ପାଳନ କରାଯାଏ।

ଅନ୍ୟପକ୍ଷରେ, ଆମେରିକା, କାନାଡା, ଋଷ ଏବଂ ଅନ୍ୟ ୟୁରୋପୀୟ ଦେଶରେ ଏହାକୁ ସାରା ଦିନ ପାଳନ କରାଯାଏ। ଭାରତରେ ମଧ୍ୟ ଏହାକୁ ସାରା ଦିନ ପାଳନ କରିବା ସହ ଲୋକମାନେ ପରସ୍ପରଙ୍କୁ ଥଟ୍ଟା ମଜା କରିଥାନ୍ତି।

ଇଟାଲୀ, ଫ୍ରାନ୍ସ ଏବଂ ବେଲଜିୟମ ପରି ଦେଶରେ ଲୋକମାନେ ଅନ୍ୟମାନଙ୍କ ଫିଠି କାଗଜରେ ତିଆରି ମାଛକୁ ମାରିଦିଅନ୍ତି ଏବଂ ତାଙ୍କାର ମଜାକ୍ ଉଡାନ୍ତି। ଅନ୍ୟପକ୍ଷରେ ୟୁକ୍ରେନରେ ଏପ୍ରିଲ୍ ଫୁଲ୍ ପାଳନ କରିବା ପାଇଁ ଏକ ଜାତୀୟ ଛୁଟି ଘୋଷଣା କରାଯାଏ। ସେହିପରି ସ୍ପେନ୍‌ରେ ଏପ୍ରିଲ୍ ଫୁଲ୍ ଡିସେମ୍ବର ୨୮ରେ ‘ଡେ ଅଫ୍‌ ହୋଲି ଇନୋସେଣ୍ଟ୍’ ଭାବରେ ପାଳନ କରାଯାଏ।

ଏହା ବ୍ୟତୀତ, ଡେନମାର୍କରେ ଏହାକୁ ମେ ୧ ରେ ପାଳନ କରାଯାଉଥିବାବେଳେ ପଶ୍ଚିମ ଏସୀୟ ଦେଶମାନେ ପାର୍ସୀ ନୂତନ ବର୍ଷର ୧୩ ତମ ଦିନରେ ଅର୍ଥାତ୍ ଏପ୍ରିଲ୍ ୧ ଏବଂ ୨ ରେ ପରସ୍ପରକୁ ଅପମାନିତ କରି ଏପ୍ରିଲ୍ ଫୁଲ୍ ପାଳନ କରନ୍ତି।

Special Date April 1
Advertisment
Advertisment