ପାଠପଢା ଲାଗି ବାଜିରେ ଲାଗିଛି ପିଲାଙ୍କ ଜୀବନ । ଅତି ବିପଦସଂକୁଳ ଶ୍ରେଣୀ ଗୃହରେ ଚାଲିଛି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଠପଢା । ସ୍କୁଲ କୋଠରୀ ଦେଖିଲେ ଜଣାପଡୁଛି କେତେ ବିପଦପୂର୍ଣ୍ଣ ଭାବରେ ଚାଲିଛି ଶ୍ରେଣୀ ଗୃହ । ବର୍ଷେ କି ଦୁଇବର୍ଷ ନୁହେଁ ବରଂ ବର୍ଷବର୍ଷ ଧରି ଭଙ୍ଗା ଘରେ ଚାଲିଛି ପିଲାଙ୍କ ପାଠପଢା ।
ମେଟ୍ରୋ ଟ୍ରେନ୍ରେ ଟିଭି ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ଦେଶୀ ଭର୍ସନ ଯାତ୍ରା ଭିଡିଓ ଭାଇରାଲ୍ ଘଟଣା ପରଠୁ ଦିଲ୍ଲୀ ମେଟ୍ରୋକୁ ନେଇ ଚର୍ଚ୍ଚା ଜୋର ଧରିଛି। ଦିଲ୍ଲୀ ମେଟ୍ରୋରେ ଘଟିଥିବା ଏଭଳି ଅଜବ ଘଟଣାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।
ଦବଙ୍ଗ୍ ପୋଲିସ୍ ବାବୁ । ବନ୍ଧୁକଧାରୀଙ୍କୁ ଖାଲି ହାତରେ କଲେ କାବୁ ।
ଟ୍ରେନ୍ ଉପରେ ଥିବା ବିଦ୍ୟୁତ ତାରକୁ ଛୁଇଁବା ପରେ ଜଳିଗଲେ ଯାତ୍ରୀ । ତାଙ୍କ ଶରୀରର ୯୨ ପ୍ରତିଶତ ନିଆଁରେ ପୋଡ଼ି ହୋଇଯାଇଛି । ସେ ବର୍ତ୍ତମାନ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ମଙ୍ଗଳବାର ସହର ପରିକ୍ରମା କରିବା ପରେ ବୁଧବାର ସକାଳୁ ଠାକୁରାଣୀଙ୍କ ନିକଟରେ ଭୋଗ ଲାଗି ହେବ। ଏହାକୁ ସମସ୍ତେ ପ୍ରସାଦ ରୂପେ ଗ୍ରହଣ କରନ୍ତି । ମୁଆଁ ପରିକ୍ରମା ସମୟରେ ବାଜୁଥିବା ବାଜାର ବି ରହିଛି ସ୍ବତନ୍ତ୍ରତା । ସେଇଥି ଲାଗି ତ ବାଜା ବାଜିବା ମାତ୍ରେ ଅନେକ ନାଚରେ ଝୁମିଯାଆନ୍ତି । ଏଇ ପରମ୍ପରା ଏତେ ପ୍ରସିଦ୍ଧ ଯେ ଗାଁରେ ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି ସମସ୍ତେ ଗାଁକୁ ପଳାଇ ଆସନ୍ତି
ପାଲା ମଣ୍ଡପରେ ଓହଳିଥିବା ଶହଶହ ପାଚିଲା କଦଳୀ କାନ୍ଧି ଭକ୍ତି ଓ ମାନସିକରେ ଭଗବାନ ସତ୍ୟନାରାୟଣଙ୍କ ଉଦ୍ଦେଶ୍ୟରେ ସମର୍ପିତ । କ଼ଟକ ବାରଙ୍ଗ ହରିଅନ୍ତା ପଂଚାୟତ ଖନ୍ଦୋଳ ଗାଁରେ ଏମିତି ନିଆରା ପାଲା ଅନୁଷ୍ଠାନ ରହିଛି । ଶହେ ବର୍ଷ ଧରି ଚାଲିଥିବା ଏହି ପରମ୍ପରାକୁ ଆଜି ବି ବଂଚାଇ ରଖିଛନ୍ତି ଖନ୍ଦୋଳ ଗାଁ ଲୋକେ ।
କଂଗ୍ରେସ ଗଡ଼ କୁହାଯାଉଥିବା ନବରଙ୍ଗପୁରରେ ବିଜୟର ବାନା ଉଡ଼ାଇଥିଲେ ପ୍ରହଲ୍ଲାଦ । ହେଲେ ସମୟ ଅନୁସାରେ ସବୁକିଛି ବଦଳିଯାଇଛି । ଯିଏ ଦିନେ ଲୋକଙ୍କ କଥା ବୁଝୁଥିଲେ, ଅଭିଯୋଗ ଶୁଣି ସମାଧାନର ରାସ୍ତା ବାହାର କରୁଥିଲେ। ଆଜି ସିଏ ନିଜେ ଅଭିଯୋଗ ନେଇ ପହଞ୍ଚିଥିଲେ ପୌରପାଳିକା କାର୍ଯ୍ୟାଳୟରେ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ହେଉଛି ।
ଚୈତ୍ର ପୂର୍ଣ୍ଣିମା ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ବର୍ଷ ସାରା ବୁଡ଼ି ରହିଥିବା ନନ୍ଦା ଓ ଭଦ୍ରା ଚାପ ଡଙ୍ଗା ସମେତ ଅନ୍ୟ ଡଙ୍ଗାକୁ ଭୋଇ ସେବାୟତ ବାହାର କରିଛନ୍ତି।
ଆନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୦,୯୮୦ ଟଙ୍କା ହୋଇଛି।
ପାଇଲଟ୍ ଦେଖାଇଲେ ସାହସିକତା । ବିମାନକୁ ଜରୁରୀ ଅବତରଣ କରାଇ ବଞ୍ଚାଇଲେ ଯାତ୍ରୀଙ୍କ ଜୀବନ ।
ବାଲେଶ୍ୱର ଜଳେଶ୍ୱରର ତୋଟାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୋଚିରାମ ମାରାଣ୍ଡି ମଦ ପିଇ ସ୍କୁଲ ଆସିଥିଲେ । ଖାଲି ମଦ ପିଇ ସ୍କୁଲ ଆସିଥିଲେ ତାହା ନୁହେଁ ବରଂ ସମ୍ବଲପୁରୀ ଗୀତରେ ନାଚିଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗାଁ ଲୋକେ । ଖାଲି ଅସନ୍ତୋଷ ଜାହିର କରିଛନ୍ତି ତାହା ନୁହେଁ ବରଂ ଅଭିଯୋଗ କରିଛନ୍ତିଯେ, ପୂର୍ବରୁ କୁଆଡ଼େ ଏମିତି ମଦ ପିଇ ସ୍କୁଲ ଆସିଛନ୍ତି ସଂପୃକ୍ତ ଶିକ୍ଷକ ।
ଲଗାତାର ୬ଥର ବୃଦ୍ଧି ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ରେପୋ ରେଟ୍ (Repo Rate) ଅପରିବର୍ତ୍ତିତ ରଖିଛି। ଏନେଇ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।
ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୫ ହଜାର ୩୩୫ ପଜିଟିଭ ।
ଭଗବାନ ରାମଙ୍କର ସବୁଠାରୁ ବଡ ଭକ୍ତ ଭାବରେ ହନୁମାନକୁ ଗଣାଯାଏ। ତାଙ୍କୁ ଅନେକ ଦେବତାଙ୍କ ଠାରୁ ଶକ୍ତି ମିଳିଥିଲା ବୋଲି ପୌରାଣିକ କଥାବସ୍ତୁରୁ ଜଣାପଡେ। ତେବେ ଆସନ୍ତୁ ଜାଣିବା ହନୁମାନ କେଉଁ ଦେବତାଙ୍କ ଠାରୁ କି ବର ପାଇଥିଲେ।
ସାମାନ୍ୟ ଚିକେନ୍ ତରକାରୀ ପାଇଁ ପୁଅର ଜୀବନ ନେଲା ବାପା। ଘରେ ପ୍ରସ୍ତୁତ ହୋଇଥିବା ଚିକେନ୍ ତରକାରୀ ସ୍ୱାଦ ନଲାଗିବାରୁ ଏଥିରେ ରାଗି ଯାଇ ଜଣେ ବ୍ୟକ୍ତି ନିଜ ୩୨ ବର୍ଷୀୟ ପୁଅକୁ ହତ୍ୟା କରିଥିବା ସୂଚନା ମିଳିଛି।
ନିଦରେ ଶୋଇଗଲେ ରେଲ୍ୱେ ଫାଟକରେ ଡ୍ୟୁଟିରେ ଥିବା ଗେଟ୍ ମ୍ୟାନ୍, ଆଉ ଭୁଲିଗଲେ ଟ୍ରେନ୍କୁ ସିଗ୍ନାଲ ଦେବା। ଶେଷରେ ନିଜେ ଲୋକ ପାଇଲଟ୍ ଟ୍ରେନ୍ରୁ ଓହ୍ଲାଇ ସିଗ୍ନାଲ ଦେଇଥିଲେ ଓ ଅନ୍ୟ ଜଣେ ଲୋକ ପାଇଲଟ୍ ଟ୍ରେନ୍ ଚଲାଇ ଥିଲେ।
ସୈାର ମୀନ ମାସ ଚୈତ୍ର ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ମେଡ଼ିକାଲ କାନ୍ଥରେ ମେଂଚା ମେଂଚା ଚିତ୍ର ହୋଇଛି । ପୁଣି ଉପରେ ଓଡ଼ିଆ ଚଳଚ୍ଚିତ୍ରର ପୋଷ୍ଟର ବି ଲାଗିଛି । ଖାଲି ଏତିକି ନୁହେଁ ବରଂ ଝିଲିମିଲି ଲାଇଟ୍ ବି ଜଳୁଛି । ପରିସ୍କାର ଓ ପରିଛନ୍ନତା ଦେଖିବା ପରେ ଘଣ୍ଟାଏ ବସିବାକୁ ମନ ଡାକିବ । ସେଇଥି ଲାଗି ତ ମେଡ଼ିକାଲକୁ ମିଳିଛି ପୁରସ୍କାର ।
୨ଟି ଟ୍ରେଲର ମୁହାଁମୁହିଁ ଧକ୍କା ହେବାରୁ ୨ଟି ଯାକ ଟ୍ରେଲର ଜଳି ଯାଇଥିଲା। ଏହି ସମୟରେ ପଛପଟୁ ଆଉ ଏକ ୧୬ ଚକିଆ ଟ୍ରକ୍ ଧକ୍କା ଦେବା ସହ ଜଳି ଯାଇଥିଲା।
ରାଶିକୁ ନେଇ ମନ ଭିତରେ ଅନେକ ଦ୍ୱନ୍ଦ ରହିଛି । ୧୨ଟି ରାଶି ମଧ୍ୟରେ ପଞ୍ଚମ ରାଶି ହେଉଛି ସିଂହ । ତେବେ ଆଜି ଆମେ ଜାଣିବା ସିଂହ ରାଶି ବିଷୟରେ...। କେମିତି କଟେ ଏମାନଙ୍କ ବ୍ୟକ୍ତିଗତ ଜୀବନ...ଏହି ରାଶିର ବ୍ୟକ୍ତିଙ୍କ ସ୍ୱଭାବ କିପରି ।
ଟାନବାଟ୍ ଗାଁର ମହିଲାମାନେ ନିଜ ଗାଁରେ ନିଜ ଉଦ୍ୟମରେ ରୋଜଗାର କରିବା ପାଇଁ ଜିଲ୍ଲା ଉଦ୍ୟାନ ବିଭାଗ,କୃଷି ବିଭାଗ ଓ ଓଡିଶା ଜୀବିକା ମିଶନ ସହ ଯୋଗାଯୋଗ କଲେ । ଏହି ବିଭାଗମାନେ ତାଙ୍କ ଉତ୍ସାହକୁ ଦେଖି ଗେଣ୍ଡୁଫୁଲ ଚାଷ କରିବାକୁ ଅନୁରୋଧ କଲେ । ବିହନଠାରୁ ବିଭିନ୍ନ ବୈଷୟିକ ସହାୟତା ଯୋଗାଇ ଦେଲେ । ଏବେ ନିକଟସ୍ଥ ନୂଆପଡା,ଖରିଆରରୋଡ ବଜାରରେ ଫୁଲ ବିକି ବେଶ ଦୁଇ ପଇସା ପାଉଛନ୍ତି
ରଙ୍ଗବତୀ ଗୀତର ମୂଳ ଗାୟିକା କ୍ରିଷ୍ଣା ପଟେଲଙ୍କୁ ରାଷ୍ଟ୍ରପତି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଛନ୍ତି ।
ଆସିଲା ମାଟ୍ରିକ୍ ଡ୍ରପ୍ ଆଉଟ୍ ର ଆଉ ଏକ ସାଂଘାତିକ ତଥ୍ୟ । ପ୍ରତି ବିଷୟରେ ଅନୁପସ୍ଥିତ ପିଲାଙ୍କ ସଂଖ୍ୟାରେ ରହିନି ତାଳମେଳ। ଅର୍ଥାତ ଯିଏ ସାହିତ୍ୟ ପରୀକ୍ଷା ଦେଇଛି ସିଏ ଗଣିତ କି ଇଂରାଜୀ ଭଳି କଠିନ ବିଷୟରେ ପରୀକ୍ଷା ଦେଇନି ।
ନିର୍ମାଣକୁ ସପ୍ତାହେ ପୁରିନି । କିନ୍ତୁ ହାତ ମାରିଦେଲେ ଉଠିଯାଉଛି ପରସ୍ତ ପରସ୍ତ ପିଚୁ।
ଛତିଶଗଡ଼ରେ ପାଟଣାଗଡ଼ ଷ୍ଟାଇଲ । ଫୁଟିଲା ପାର୍ସଲ ବୋମା । ବର ଓ ବଡ଼ ଭାଇ ମୃତ, ୪ ଆହତ । ଉଡିଯାଇଛି ଛପର, ଭୁଶୁଡି ପଡିଛି କାନ୍ଥ ବାଡ଼ । ଚୂନା ହୋଇଯାଇଛି ଇଟା ମାଟିର ତିନି ବଖରା ଘର । ଖଣ୍ଡ ଖଣ୍ଡ ହୋଇଯାଇଛି ଖଟ, ଆଲମିରା, ଜିନିଷପତ୍ର ।