/odishatv-khabar/media/post_attachments/uploadimage/library/16_9/16_9_0/IMAGE_1680713211.jpg)
Head Master
ପେଟେ ପିଇ ଦେଇ ଆସିଲେ, କ୍ଲାସ୍ ରୁମ ଭିତରେ ଧୁମ୍ ନାଚିଲେ । ସିଏ ପୁଣି ଓଡ଼ିଆ ଗୀତ ଆ ସୁନା ଘରୁ ବାହାରି ଆସେ ଗୀତରେ । ଗୀତର ତାଳେ ତାଳେ ସାର ଏମିତି ନାଚୁଛନ୍ତି ଯେ ଦେଖିଲେ ଆପଣଙ୍କୁ ବି ହସ ଲାଗିବ । ନାଲିପାଣିର ନିଶାରେ ଶିକ୍ଷକ ଏତେ ମସଗୁଲ ଯେ ଗୀତ ବାଜିଲା କ୍ଷଣି ପାଦ ଆଉ ବୋଲ ମାନୁନି । ସେଇଥି ଲାଗି ତ ସ୍କୁଲ ଭିତରେ ଅଣ୍ଟା ହଲେଇ ଡ୍ୟାନ୍ସ କରୁଛନ୍ତି ଶିକ୍ଷକ ଜଣକ ।
ବାଲେଶ୍ୱର ଜଳେଶ୍ୱରର ତୋଟାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୋଚିରାମ ମାରାଣ୍ଡି ମଦ ପିଇ ସ୍କୁଲ ଆସିଥିଲେ । ଖାଲି ମଦ ପିଇ ସ୍କୁଲ ଆସିଥିଲେ ତାହା ନୁହେଁ ବରଂ ସମ୍ବଲପୁରୀ ଗୀତରେ ନାଚିଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗାଁ ଲୋକେ । ଖାଲି ଅସନ୍ତୋଷ ଜାହିର କରିଛନ୍ତି ତାହା ନୁହେଁ ବରଂ ଅଭିଯୋଗ କରିଛନ୍ତି ପୂର୍ବରୁ ମଧ୍ୟ ବାରମ୍ବାର ଏମିତି ମଦ ପିଇ ସ୍କୁଲ ଆସିଛନ୍ତି ସଂପୃକ୍ତ ଶିକ୍ଷକ ଜଣକ ।
ଅଧିକ ପଢ଼ନ୍ତୁ: ‘କାନ ଧରୁଛି, ଆଉ କେବେ ମଦ ପିଇବି ନାହିଁ . .’
ଦୀର୍ଘଦିନ ଧରି ଶିକ୍ଷକତା କରିଆସୁଥିବା ମୋଚିରାମ ମାରାଣ୍ଡି ବାରମ୍ବାର ମଦ ପିଇ ସ୍କୁଲ ଆସୁଥିବାରୁ ତାଙ୍କୁ ଗାଁ ଲୋକେ ବିରୋଧ କରିଥିଲେ । କିନ୍ତୁ ତାଙ୍କୁ ସତେ ଯେମିତି କିଛି ଫରକ ପଡୁନଥିଲା । ପ୍ରତିଦିନ ମଦ ପିଇ ସ୍କୁଲ ଆସୁଥିଲେ ସମ୍ପୃକ୍ତ ଶିକ୍ଷକ । ଏମିତିକି ନିଶା ଅଧିକ ହେବାରୁ ସ୍କୁଲରେ ପିଲାଙ୍କୁ ପାଠ ନପଢାଇ ଶୋଇ ପଡୁଥିବା ଅଭିଯୋଗ ବି ହୋଇଛି ।
ଶିକ୍ଷକଙ୍କ ଏମିତି କାରନାମାରେ ଅତିଷ୍ଠ ହୋଇ ତୁରନ୍ତ ତାଙ୍କୁ ବଦଳି କରିବା ସହିତ ନୂଆ ଶିକ୍ଷକଙ୍କ ନିଯୁକ୍ତ ଲାଗି ଦାବି କରିଛନ୍ତି ଗ୍ରାମବାସୀ । ଏମିତିକି ନିଶାରେ ଶିକ୍ଷକ କେମିତି ହେଉଛନ୍ତି ସେନେଇ ଏବିଇଓ ଓ ବିଇଓଙ୍କୁ ଜଣାଇଛନ୍ତି ଗାଁ ଲୋକେ । ତେବେ ପୂରା ଘଟଣା ସମ୍ପର୍କରେ ବିଇଓ ଅବଗତ ହେବା ପରେ କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ମଦୁଆ ଶିକ୍ଷକଙ୍କ ଭିଡ଼ିଓ ଏବେ କିନ୍ତୁ ଭାଇରାଲ ହେବାରେ ଲାଗିଛି...ସେପଟେ ଶିକ୍ଷକ ଜଣକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।
(ଜଳେଶ୍ୱରରୁ ଅଜିତ ଦାସଙ୍କ ରିପୋର୍ଟ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)