/odishatv-khabar/media/post_attachments/uploadimage/library/16_9/16_9_0/s_1680756194.jpg)
Man Kills Son In Fight Over Chicken Curry In Karnataka
ସାମାନ୍ୟ ଚିକେନ୍ ତରକାରୀ ପାଇଁ ପୁଅର ଜୀବନ ନେଲା ବାପା। ଘରେ ପ୍ରସ୍ତୁତ ହୋଇଥିବା ଚିକେନ୍ ତରକାରୀ ସ୍ୱାଦ ନଲାଗିବାରୁ ଏଥିରେ ରାଗି ଯାଇ ଜଣେ ବ୍ୟକ୍ତି ନିଜ ୩୨ ବର୍ଷୀୟ ପୁଅକୁ ହତ୍ୟା କରିଥିବା ସୂଚନା ମିଳିଛି। ମଙ୍ଗଳବାର ଦିନ କର୍ଣ୍ଣାଟକର କନ୍ନଡ ଜିଲ୍ଲା ଡାକସିନାରେ ଏହି ଘଟଣା ଘଟିଛି। ମୃତକଙ୍କ ନାଁ ଶିବରାମ ଓ ଅଭିଯୁକ୍ତ ବାପାର ନାଁ ଶିନା।
Advertisment
ଅଧିକ ପଢ଼ନ୍ତୁ: ମାଂସ ପାଇଁ ଭୀଷଣ ଝଗଡ଼ା, ତିନି ଛୁଆଙ୍କ ସାମ୍ନାରେ ସ୍ତ୍ରୀର ତଣ୍ଟି କାଟିଲା ସ୍ୱାମୀ
ସୂଚନା ଅନୁସାରେ, ଚିକେନ୍ ତରକାରୀକୁ ନେଇ ଶିବରାମ ଓ ଶିନାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଚିକେନ୍ ତରକାରୀ ସ୍ୱାଦ ନଲାଗିବାରୁ ଉଭୟ ବାପା-ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ କାଠ ଫାଳିଆରେ ଶିନା, ଶିବରାମଙ୍କ ଉପରେ ଆକ୍ରମଣ କରିଥିଲେ।
Advertisment
ଫଳରେ ଶିବରାମଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ଦିନ କନ୍ନଡ ଜିଲ୍ଲା ସୁଲିଆ ତାଲୁକର ଗୁଟ୍ଟିଗରରେ ଏହି ହତ୍ୟାକାଣ୍ଡ ହୋଇଛି। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶିନାକୁ ଗିରଫ କରିଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)