• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଅଭାବନୀୟ ଘଟଣା । ରେଲୱେ ଟ୍ରାକ୍‌ ଉପରେ ଯାଇଥିବା ହାଇପର୍‌ଟେନ୍‌ସନ୍‌ ତାରକୁ ଛୁଇଁଦେଲେ ଯାତ୍ରୀ । ବିଦ୍ୟୁତ୍‌ ତାର ଛୁଇଁବା ମାତ୍ରେ ହେଲା ଜୋରଦାର ବିସ୍ଫୋରଣ । ଏହି ଭୟଙ୍କର ବିସ୍ଫୋରଣରେ ଯାତ୍ରୀ ଜଣକ ନିଆଁରେ ଜଳିଯାଇଛିନ୍ତି । ତାଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହେଲେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ବୋଲି କୁହାଯାଉଛି । ଉତ୍ତରପ୍ରଦେଶର ବହରାଇଚରୁ ଏଭଳି ଏକ ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ: ରାଗିଗଲେ ଟ୍ରେନ୍‌ ଯାତ୍ରୀ, ସହଯାତ୍ରୀଙ୍କ ଦେହରେ ଲଗାଇଦେଲେ ନିଆଁ ! ୩ ମୃତ

ଯୁବକ ଜଣକ ଝାନସୀରୁ ମୁମ୍ବାଇ LTT ଏକ୍ସପ୍ରେସ ଟ୍ରେନରେ ଚଢ଼ିଥିଲେ । ଟ୍ରେନ୍ ବହରାଇଚ୍ ଜିଲ୍ଲାର ଜରୱାଲ୍ ରୋଡ୍ ରେଳ ଷ୍ଟେସନ ଠାରୁ ସାଢ଼େ ଚାରି କିଲୋମିଟର ଦୂରରେ ଥିବା ଏକ ରେଡ୍ ସିଗନାଲରେ ଅଟକି ଯାଇଥିଲା । ଏହି ସମୟରେ କ’ଣ ହେଲା କେଜାଣି ଯାତ୍ରୀ ଜଣକ ଟ୍ରେନର ଇଞ୍ଜିନ ଉପରେ ଚଢ଼ିଯାଇଥିଲେ । ବାରଣ ସତ୍ତ୍ୱେ ରେଳ ଟ୍ରାକ୍ ଉପରେ ଥିବା ହାଇପର୍‌ଟେନସନ୍‌ ତାରକୁ ଛୁଇଁ ଦେଇଥିଲେ । ତାରକୁ ଛୁଇଁବା ମାତ୍ରେ ହଠାତ୍‌ ଭୀଷଣ ବିସ୍ପୋରଣ ଘଟିବା ସହ ଯୁବକ ଜଣକ ଜଳି ଯାଇଥିଲେ ।

ସେପଟେ ହଠାତ୍ ବିସ୍ଫୋରଣ ଯୋଗୁଁ ଟ୍ରେନରେ ଥିବା ଅନ୍ୟ ସମସ୍ତ ଯାତ୍ରୀ ମଧ୍ୟ ଭୟଭୀତ ହୋଇପଡ଼ିଥିଲେ । ଚାରିଆଡେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଜରୱାଲ ରୋଡ ପ୍ରଭାରୀ ଇନସପେକ୍ଟର ରାଜେଶ କୁମାର ସିଂ, ଡେପୁଟି ଇନ୍ସପେକ୍ଟର ପୱନ କୁମାରଙ୍କ ସମେତ ୩୦ ଜଣ ଯବାନ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ଅନୁଧ୍ୟାନ କରିଥିଲେ ।

ଅନେକ କଷ୍ଟ କରି ଟ୍ରେନ୍ ଇଞ୍ଜିନ୍‌ ଉପରୁ ଜଳି ଯାଇଥିବା ଯାତ୍ରୀଙ୍କୁ ଓହ୍ଲାଇଥିଲା ପୋଲିସ୍‌ । ଏହା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଯାତ୍ରୀଙ୍କ ପାଖରୁ ଝାନସୀ ଯିବା ପାଇଁ ଏକ ପୋଡ଼ା ଟିକେଟ ମିଳିଛି ।  ତାଙ୍କର ୯୨ ପ୍ରତିଶତ ଶରୀର ଜଳିଯାଇଛି । ଯୁବକ ଜଣକ ମହାରାଜଗଞ୍ଜର ପ୍ରୀତିରାଜ ବୋଲି ଜଣାପଡିଛି । ହେଲେ କେଉଁ କାରଣରୁ ସେ ଏପରି କରିଛନ୍ତି, ସେସମ୍ପର୍କରେ ସୂଚନା ମିଳିପାରି ନାହିଁ ।