Advertisment

କରୋନାର ଲମ୍ବା ଡିଆଁ; ୫ ହଜାର ଟ୍ରେଣ୍ଡକୁ ପାର କଲା ସଂକ୍ରମଣ

ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୫ ହଜାର ୩୩୫ ପଜିଟିଭ ।

author-image
Manoranjan Behera
ଅଦ୍ୟତନ ହୋଇଛି
COVID19 In India

COVID-19

ଦେଶରେ କରୋନାର ପୁଣି ଲମ୍ବା ଡିଆଁ । ୫ ହଜାର ଟ୍ରେଣ୍ଡକୁ ପାର କଲା କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୫ ହଜାର ୩୩୫ ପଜିଟିଭ । ଗତକାଲି ୪ ହଜାର ୪୩୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

Advertisment

ଗତକାଲି ଅପେକ୍ଷା ପ୍ରାୟ ୨୦ ପ୍ରତିଶତ ଅଧିକ ଆକ୍ରାନ୍ତ ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି । ଗତ ୬ ମାସ ପରେ ସବୁଠୁ ଅଧିକ କରୋନା ଆକ୍ରାନ୍ତ ଏବେ ବାହାରିଛନ୍ତି । ଯାହା ପରେ ଏବେ ଚିନ୍ତା ବଢ଼ିବାରେ ଲାଗିଛି । କିନ୍ତୁ ଆଶ୍ୱସ୍ତିକର ହେଉଛି, ଦେଶରେ ସୁସ୍ଥତା ହାର ୯୯% ରହିଛି ।

ରାଜ୍ୟରେ ମଧ୍ୟ ଦିନକରେ ୯୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୩୫୯କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ୨୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ସୂଚନା ମିଳିଛି ।

Advertisment
Coronavirus COVID-19
Advertisment
Advertisment