• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଜାଣନ୍ତୁ ସିଂହ ରାଶି ବିଷୟରେ

ଏହି ରାଶି ଜାତ ବ୍ୟକ୍ତି ଓ ମହିଳା ମାନେ ସିଂହ ସଦୃଶ୍ ପରାକ୍ରମୀ, ସାହସୀ, ଉଗ୍ର, କ୍ରୋଧ, ବୀର ପୁରୁଷ ପରି କାର୍ଯ୍ୟକ୍ରମ ଓ କ୍ଷମତା ବଳରେ ଅର୍ଥ ଉପାର୍ଜନ ବୃଦ୍ଧି କରିବାରେ ଧୁରନ୍ଦର ହୋଇଥାନ୍ତି । ବିଦେଶ ଭ୍ରମଣ କରିବାକୁ ବହୁତ ଆଗ୍ରହ ଥାଏ । ଏମାନେ ବିଦ୍ୱାନ , ଶାନ୍ତିପ୍ରିୟ, ଆଦର୍ଶବାଦୀ, ପରୋପକାରୀ,  ସ୍ଥିରବୃଦ୍ଧି, ବହୁ ଗୁଣ ବିଶିଷ୍ଟ, କଳାପ୍ରେମୀ, ରାଜପ୍ରିୟ, ଭୋଗ ବିଳାସ, ସତର୍କବାଦୀ, କୈାଶଳୀ, ଶତୃହାରୀ, ଦୟାବନ୍ତ, କ୍ଷମତାଶୀଳ, ନ୍ୟାୟ ବିଚାରକ, ଗୁରୁମାନ୍ୟ, ଚତୁର, ବୁଦ୍ଧିମାନଅଟନ୍ତି । ମଘା, ପୂର୍ବା-ଫାଲଗୁନି, ଉତରା-ଫାଲଗୁନି ନକ୍ଷତ୍ରରେ ଏହି ରାଶିର ବ୍ୟକ୍ତି ଓ ମହିଳା ମାନେ ଜନ୍ମ ଗ୍ରହଣ କରିଥାନ୍ତି । ଏହି ରାଶି ନାମର ପ୍ରଥମ ଅକ୍ଷର ମ,ମି,ମୁ, ମେ, ମୋ, ଟ,ଟି,ଟୁ,ଟେ  ହୋଇଥାଏ ।

ସ୍ୱାସ୍ଥ୍ୟ:

  • ଏହି ରାଶିର ବ୍ୟକ୍ତି ବା ମହିଳା ମାନେ ସୃଦୁଢ ତନୁ, ବିଶାଳ ବଦନ, ପିଙ୍ଗଳ ନେତ୍ର, ବିସ୍ତୁତ ଗଣ୍ଡ ଓ ବିରାଟ ପଦ ଯୁଗଳ ବିଶିଷ୍ଟ ହୋଇଥାନ୍ତି । ଜୀବନର ମଧ୍ୟମ ଅବସ୍ଥାରେ ସିଂହ ରାଶି ବ୍ୟକ୍ତି ମାନେ ଚନ୍ଦା ହେବାର ଦେଖାଯାଏ । ଅଧିକ କାର୍ଯ୍ୟ ବ୍ୟସ୍ତତା, ଗୁରୁ ଭୋଜନ ଓ ଖାଦ୍ୟ ପେୟର ଅନିୟମିତତା, ଓ ବିଶ୍ରାମ ହିନତା ଯୋଗୁଁ ଏମାନେ ଅସୁସ୍ଥ ହୋଇପଡନ୍ତି । ବାୟୁ ଜନିତ ରୋଗ , ଉଦର ଜନିତ ରୋଗ, ରକ୍ତ ଚାପ, ଦନ୍ତ ରୋଗ, ପକ୍ଷାଘାତ, ହୃଦ ରୋଗ ପ୍ରତି ସତର୍କ ରହିବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ: ଆପଣ ଜାଣନ୍ତି କି, ଏହି ରାଶିର ବ୍ୟକ୍ତି ନିଜ ପିତା ମାତାଙ୍କୁ ଅଧିକ ଭକ୍ତି କରନ୍ତି...

ଚରିତ୍ର:

  • ଏମାନେ ବିଶେଷତଃ ସାହସୀ, ଦାତା, ତ୍ୟାଗି, ଉଚ୍ଚାଭିଳାଷୀ, ସ୍ପଷ୍ଟବାଦୀ, ନିରପେକ୍ଷ, ହୃଦୟବାନ୍‌, ଉତ୍ସାହୀ ଓ ପରୋପକାରୀ ହୋଇଥାନ୍ତି । ଯେକୈାଣସି କାର୍ଯ୍ୟ ପାଇଁ ଏମାନଙ୍କର ବ୍ୟସ୍ତତା ଓ ବ୍ୟଗ୍ରତା ଅଧିକ ଦେଖାଦେଇଥାଏ । କୈାଣସି କାର୍ଯ୍ୟର ମନ୍ଥରତାକୁ ଏମାନେ ସହ୍ୟ କରି ପାରନ୍ତି ନାହିଁ । ଆତ୍ମନିଭରଶୀଳ ହୋଇଥିବାରୁ ଅନ୍ୟ କାହା ଦ୍ୱାରା ପରିଚାଳିତ ହୋଇପାରନ୍ତି ନାହିଁ । ବିପଥଗାମୀ, ନିସାଶକ୍ତ, ଓ କୁସଙ୍ଗୀରେ ପଡିବା ଦ୍ୱାରା ଚରିତ୍ରରେ ଦାଗ ଲାଗିବାର ସମ୍ଭାବନା ଥାଏ ।

ବନ୍ଧୁତା / ଶତୃତା-

  • ଏମାନେ ଯାହା ସହ ବନ୍ଧୁତା ସୃଷ୍ଟି କରିଥାନ୍ତି ଦୀର୍ଘ ସମୟ ପାଇଁ ତା ସହ ବନ୍ଧୁତ୍ୱରେ ବାନ୍ଧି ହୋଇ ରହିଥାନ୍ତି । ବନ୍ଧୁମାନଙ୍କ ନିମନ୍ତେ ଅନେକ ତ୍ୟାଗ କରିଥାନ୍ତି । ବେଳେବେଳେ ବନ୍ଧୁ ମାନଙ୍କ କଥାକୁ ଅନ୍ଧଭଳି ବିଶ୍ୱାସ କରି ଅସୁବିଧାରେ ପଡିଥାନ୍ତି ।
  • ଏମାନେ କାହା ସହ ଶତୃତା କଲେ ଖୋଲାଖୋଲି ବାଜା ବଜେଇ ଶତୃତା କରିଥାନ୍ତି । ଅନ୍ୟାୟ ଏମାନଙ୍କର ପରମ ଶତୃ ହୋଇଥାଏ । ଏମାନଙ୍କର ଗୁପ୍ତ ମନଭାବକୁ ଚିହ୍ନିବା ବହୁତ କଷ୍ଟ । ଠିକ୍ ସମୟ ଦେଖି ପ୍ରତିପକ୍ଷକୁ ଚକମା ଦେବାରେ ଏମାନେ ସିଧହସ୍ତ ହୋଇଥାନ୍ତି । ନ୍ୟାୟ ପରାୟଣ ବ୍ୟକ୍ତି ହୋଇଥିବାରୁ ବିଳମ୍ବରେ ହେଲେ ବି ଏମାନଙ୍କର ବିଜୟ ହୋଇଥାଏ ।

କର୍ମ / ବ୍ୟବସାୟ:

  • ସୈନ୍ୟ ବାହିନୀ, ସମ୍ବାଦ ବିଭାଗ , ବିଚାର ବିଭାଗ, କଳାକାର, ହିସପିତାଲ୍‌, ଡାକ୍ତର, ରାଜନୈତିକ, ନ୍ୟାୟାଳୟ, ଜଙ୍ଗଲ ବିଭାଗ , ଧର୍ମସ୍ଥାନ, ଧର୍ମ ପ୍ରଚାରକ ଆଦି କର୍ମ କରି ନିଜର ଗୁଜୁରାଣ ମେଣ୍ଟାଇ ଥାନ୍ତି । ରତ୍ନ ପଥର ବ୍ୟବସାୟ, ସୂର୍ଣ୍ଣ ବ୍ୟବସାୟ, ପ୍ରସାଧନ ସାମଗ୍ରୀ, ପଟ୍ଟଚିତ୍ର, ଆଦି ବ୍ୟବସାୟରୁ ଲାଭବାନ୍ ହୋଇଥାନ୍ତି ।

ଜୀବନସାଥୀ / ବିବାହ:

  • ନିଜ ଭିତରେ ବିଶେଷ ଗୁଣ ଯୋଗୁଁ ଅନ୍ୟକୁ ନିଜ ପ୍ରତି ଆକୃଷ୍ଟ କରିବା ଗୁଣ ଏମାନଙ୍କ ପାଖରେ ଅଧିକ ଥାଏ । ରୂପ ବା ଧନର ମୋହରେ କାହା ନିକଟରେ ଏମାନେ ଧରା ଦିଅନ୍ତି ନାହିଁ । ସମସ୍ତ ବିଷୟରେ ତଥା ଶିଘ୍ର ସମାଧାନ ଭଳି ପ୍ରେମ କ୍ଷେତ୍ରରେ ଶୀଘ୍ର ସମାଧାନ ଚାହିଁଥାନ୍ତି । ଯାହା ଫଳରେ ପ୍ରେମ ବ୍ୟାପାରରେ ଭଟ୍ଟା ପଡିଥାଏ ।
  • ତରବରିଆ ଭାବେ ଏମାନେ ଆଗକୁ ନଯାଇ ସବୁ କଥା ଚିନ୍ତା କରି ହୁସିଆରରେ ଅଗ୍ରସର ହୁଅନ୍ତି । ଅନ୍ୟ ପକ୍ଷର ପ୍ରତିଶୃତି ନପାଇଲେ ମଧ୍ୟ ପ୍ରେମ ସଂପର୍କ ସ୍ଥାପନ କରିଥାନ୍ତି ।
  • ମେଷ, ମିଥୁନ, କର୍କଟ,ସିଂହ, ବିଛା, ଧନୁ, ମୀନ, ରାଶି ସହ ବିବାହ ବନ୍ଧନରେ ଆବଦ୍ଧ ହେଲେ ବୈବାହିକ ଜୀବନ ଶାନ୍ତିରେ କଟିବ ।

ପାରିବାରିକ ଜୀବନ:

  • ପାରିବାରିକ ଜୀବନ ଯାପନ କ୍ଷେତ୍ରରେ ଏମାନେ ସର୍ବଦା ବିଚାର କରିଥାନ୍ତି  ଓ ଆନ୍ତରିକତା ଦେଖାଇଥାନ୍ତି । ପିତା ମାତାଙ୍କ ଠାରେ ଅଧିକ ଭକ୍ତି ରହିଥାଏ । ଏମାନଙ୍କର ସନ୍ତାନ ମାନେ ବହୁତ ଗୁଣବନ୍ତ ହୋଇଥାନ୍ତି ।

ଦାମ୍ପତ୍ୟ ଜୀବନ:

  • ଖୁବ୍ ଆନ୍ତରିକତାର ସହ ନିଜର ଦାମ୍ପତ୍ୟ ଜୀବନକୁ ସଫଳ କରିବାକୁ ଏମାନେ ଚେଷ୍ଟା କରିଥାନ୍ତି । ନିଜ ସ୍ତ୍ରୀ ବା ସ୍ୱାମୀଙ୍କ ଠାରୁ ପରିବାରର ଅନ୍ୟ ସଦସ୍ୟ ଲାଗି ଏମାନଙ୍କର ଅଧିକ ସ୍ନେହ ଓ ଆଦର ରହିଥାଏ । ଏମାନଙ୍କର କାମ ପ୍ରବଣତା ଭାବ ଅଧିକ ଥାଏ । ଏପରିକି ବୃଦ୍ଧାସ୍ଥାରେ ମଧ୍ୟ କାମ ପ୍ରବଣତା ଦେଖାଯାଏ ।

ଆର୍ଥିକ ସ୍ଥିତି:

  • ଏମାନେ ବଦ୍‌ଖର୍ଚ୍ଚି ହୋଇଥିବାରୁ ବିଶେଷ ଧନ ସଞ୍ଚୟ କରିପାରନ୍ତି ନାହିଁ । ଅନେକ ସମୟରେ ଅଭାବର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ପର ମୂହୁର୍ତରେ ନିଜର ବୁଦ୍ଧି ବଳରେ ଏହି ଅଭାବ ଜନୀତ ସମସ୍ୟାରୁ ମୁକ୍ତି ଲାଭ କରିଥାନ୍ତି । ପୈତୃକ ସମ୍ପତି ଛଡା ନିଜେ ମଧ୍ୟ କିଛି ସମ୍ପତି କ୍ରୟ କରିଥାନ୍ତି । ଆତ୍ମସମ୍ମାନ ଦୃଷ୍ଟିରୁ ଅନ୍ୟ ପାଇଁ ମଧ୍ୟ କିଛି ଅର୍ଥ ଖର୍ଚ୍ଚ କରିଥାନ୍ତି ।

ଲକ୍ଷପଥ:

ବନଲତା,ଝରଣା, ପାହାଡ, ପର୍ବତ, ଅଞ୍ଚଳ ପ୍ରତି ଏମାନଙ୍କର ବିଶେଷ ଆଗ୍ରହ ଥାଏ । ଭ୍ରମଣ କରିବା ଓ ସମାଜ ସେବା କରିବା ୟାଙ୍କର ମୂଳଲକ୍ଷ୍ୟ ହୋଇଥାଏ । ନିଜର ସୁନାମ ସମ୍ମାନ , ଆଧିପତ୍ୟ, ପ୍ରଂଶସା, ଏବଂ ଗୈାରବକୁ ଆଖି ଆଗରେ ରଖି ସର୍ବଦା କାର୍ଯ୍ୟ କରିଥାନ୍ତି । ନିଜର ଅହଂଭାବ ଗୁଣ ଯୋଗୁଁ ଯେଉଁ ଥିରେ ହାତ ଦେଇଥିବେ ସେ କାର୍ଯ୍ୟ ସାରିବା ପର୍ଯ୍ୟନ୍ତ ସଂଗ୍ରାମ କରି ଚାଲିଥାନ୍ତି । ଏପରି ନିଜର କ୍ଷତି ହେଲେ ମଧ୍ୟ ଖାତିର କରନ୍ତି ନାହିଁ । ଅନ୍ୟମାନଙ୍କ ପାଖରେ କୈାଶଳରେ କାର୍ଯ୍ୟ ହାସଲ କରିଥାନ୍ତି ।

ଶୁଭ

ଶୁଭବାର- ରବି,ସୋମ, ଗୁରୁ

ଶୁଭରଙ୍ଗ- ଧଳା, ନାରଙ୍ଗୀ

ଶୁଭସଂଖ୍ୟା- ୧, ୩, ୯

ଶୁଭରତ୍ନ- ମାଣିକ୍ୟ

ଦେବତା- ସୂର୍ଯ୍ୟ, ବିଷ୍ଣୁ

ଦେବୀ- ବନଦୁର୍ଗା (ମାତଙ୍ଗୀ)

ରୁଦ୍ରାକ୍ଷ- ସପ୍ତମୁକ୍ଷୀ, ଦ୍ୱାଦଶ ମୁକ୍ଷୀ

ଅଶୁଭ

ଘାତବାର- ଶନିବାର

ଘାତଚନ୍ଦ୍ର- ମକର

ଘାତତୀଥି- ତୃତୀୟା, ଅଷ୍ଟମୀ, ତ୍ରୟୋଦଶୀ

ନକ୍ଷତ୍ର- ମୂଳା